ସୁମିତଙ୍କ ପରିବାରକୁ ଝଟ୍‍କା: ଖାରଜ ହେଲା ସୁମିତଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ପିଟିସନ୍‍

The Sakala Picture
Published On

ବ୍ରହ୍ମପୁର: ତପସ୍ୱିନୀ ତାଙ୍କ ଶ୍ୱଶୁର ପ୍ରମୋଦ ସାହୁଙ୍କ ଘରେ ରହିବା ପରେ ଉଭୟ ପକ୍ଷର ଓକିଲ ନିଜ ନିଜ ପକ୍ଷ ରଖି କୋର୍ଟରେ ଗୋଟିଏ ପରେ ଗୋଟିଏ ପିଟିସନ୍‍ ଦାଖଲ କରୁଛନ୍ତି। ଇତି ମଧ୍ୟରେ ସୁମିତଙ୍କ ପରିବାରକୁ ପୁଣି ଆଜି ଏକ ଝଟ୍‍କା ଲାଗିଛି। ସୁମିତଙ୍କ ମା ଏବଂ ଜେଜେମା ଚଳିତ ମାସରେ ଦାଖଲ କରିଥିବା ଏକ ପିଟିସନ୍‍କୁ ସ୍ଥାନୀୟ ଏସଡିଜେଏମ୍‍ ଖାରଜ କରିଛନ୍ତି। ଉକ୍ତ ପିଟିସନ୍‍ରେ ସୁମିତଙ୍କ ମା ଏବଂ ଜେଜେମା ସମ୍ପ୍ରତି ତପସ୍ୱିନୀଙ୍କୁ ତାଙ୍କ […]

ବ୍ରହ୍ମପୁର: ତପସ୍ୱିନୀ ତାଙ୍କ ଶ୍ୱଶୁର ପ୍ରମୋଦ ସାହୁଙ୍କ ଘରେ ରହିବା ପରେ ଉଭୟ ପକ୍ଷର ଓକିଲ ନିଜ ନିଜ ପକ୍ଷ ରଖି କୋର୍ଟରେ ଗୋଟିଏ ପରେ ଗୋଟିଏ ପିଟିସନ୍‍ ଦାଖଲ କରୁଛନ୍ତି। ଇତି ମଧ୍ୟରେ ସୁମିତଙ୍କ ପରିବାରକୁ ପୁଣି ଆଜି ଏକ ଝଟ୍‍କା ଲାଗିଛି। ସୁମିତଙ୍କ ମା ଏବଂ ଜେଜେମା ଚଳିତ ମାସରେ ଦାଖଲ କରିଥିବା ଏକ ପିଟିସନ୍‍କୁ ସ୍ଥାନୀୟ ଏସଡିଜେଏମ୍‍ ଖାରଜ କରିଛନ୍ତି। ଉକ୍ତ ପିଟିସନ୍‍ରେ ସୁମିତଙ୍କ ମା ଏବଂ ଜେଜେମା ସମ୍ପ୍ରତି ତପସ୍ୱିନୀଙ୍କୁ ତାଙ୍କ ଘରୁ ବାହାର କରି କୌଣସି ସଖି ସେଣ୍ଟରରେ ରଖିବା ଏବଂ ଉଭୟ ମା ଏବଂ ଜେଜେମାଙ୍କୁ ସୁରକ୍ଷା ଦେବାକୁ ନିବେଦନ କରିଥିଲେ। ଏହି ପିଟିସନ ଆଜି ଖାରଜ ହେବା ପରେ ସୁମିତଙ୍କ ପରିବାରକୁ ଏକ ପ୍ରକାର ଝଟକା ଲାଗିଛି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ତପସ୍ୱିନୀ ଜିଲ୍ଲା କୋର୍ଟଙ୍କ ଆଦେଶ ବଳରେ ଚଳିତ ମାସ ୬ ତାରିଖରୁ ତାଙ୍କ ଶ୍ୱଶୁରଙ୍କ ଘରେ ରହୁଛନ୍ତି। ତପସ୍ୱିନୀ ଘରେ ରହିବା ପରେ ମାମଲାର ଏକ ପ୍ରକାର ଅନ୍ତ ଘଟିିବ ବୋଲି ଆଶା କରାଯାଉଥିଲା। କିନ୍ତୁ ତପସ୍ୱିନୀ ଘର ଭିତରେ ପ୍ରବେଶ କରିବା ମାତ୍ରକେ ତାଙ୍କ ଶ୍ୱଶୁର ପ୍ରମୋଦ ସାହୁ ତୁରନ୍ତ ଉକ୍ତ ଘରୁ ବାହାରି ଯାଇଥିଲେ। ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ତାଙ୍କ ଘରକୁ କିଛି ଲୋକ ଜବରଦସ୍ତ ପ୍ରବେଶ କରିବା ସହ ତାଙ୍କ ମୁଖ୍ୟ କବାଟ ଭାଙ୍ଗି ଦେଇଛନ୍ତି ଏବଂ ଏତଲା ଦେଲେ ମଧ୍ୟ ପୁଲିସ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରିଥିଲେ। ଏହା ପରେ ନିଜେ ସୁମିତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ତଳ କୋର୍ଟର ରାୟ ବିରୁଦ୍ଧରେ ଅପିଲ୍‍ କରିଥିଲେ। ଏହି ମାମଲାର ଶୁଣାଣି ହୋଇନାହିଁ। ତେବେ କିଛି ଦିନ ପୂର୍ବରୁ ସୁମିତଙ୍କ ମା ଏବଂ ଜେଜେମା ଦେଇଥିବା ପିଟିସନ୍‍ର ଆଜି ସ୍ଥାନୀୟ ଏସଡିଜେଏମ୍‍ଙ୍କ କୋର୍ଟରେ ଖାରଜ ହୋଇଛି। ତପସ୍ୱିନୀଙ୍କ ତରଫରୁ ଦୀପକ ପଟ୍ଟନାୟକ ଏବଂ ପ୍ରଦୀପ ବେହେରା ସୁମିତଙ୍କ ଓକିଲ ସରୋଜ ପଟ୍ଟନାୟକ ଏବଂ ସୁରେନ୍ଦ୍ର ବେହେରାଙ୍କ ମଧ୍ୟରେ ପିଟିସନ ନେଇ ଏସଡିଜେଏମ୍‍ଙ୍କ ଚାମ୍ବରରେ ଯୁକ୍ତି ହୋଇଥିଲା। ଉଭୟ ପକ୍ଷର ଯୁକ୍ତିର ଉପସ୍ଥାପନା ପରେ ସନ୍ଧ୍ୟାରେ ଏସଡିଜେଏମ୍‍ ସୁମିତଙ୍କ ମା ଏବଂ ଜେଜେମା ଦେଇଥିବା ପିଟିସନ୍‍କୁ ଖାରଜ କରିଦେଇଛନ୍ତି। ଚଳିତ ମାସ ୧୯ ତାରିଖରେ ମୂଳ ମାମଲା ଅର୍ଥାତ୍‍ ତପସ୍ୱିନୀ ତାଙ୍କ ଶ୍ୱଶୁର ଘରେ ରହିବା ମାମଲାର ଶୁଣାଣି ହେବ। ଏଣେ ସୁମିତ ତାଙ୍କ ଘରକୁ ଦେଢ ମାସ ହେଲା ଯାଇନଥିବା ବେଳେ ସ୍ୱାସ୍ଥ୍ୟ ଖରାପ ଦର୍ଶାଇ ନିଜ କାର୍ଯ୍ୟରୁ ପର୍ଯ୍ୟାୟକ୍ରମେ ଛୁଟି ବଢ଼଼ାଉଛନ୍ତି ଓ ବିଭିନ୍ନ କୋର୍ଟରେ ହାଜର ହେଉଛନ୍ତି।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର