ନାବାଳିକା ଝିଅର ସନ୍ଦେହଜନକ ମୃତ୍ୟୁ, ବାପାକୁ ଅଟକ ରଖି ପୁଲିସର ପଚରାଉଚରା

The Sakala Picture
Published On

ଗଞ୍ଜାମ: ବାପା ମାରିଦେଲା ଝିଅକୁ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଓଡ଼ିଆ ଆଲାପୁର ଗ୍ରାମର ଓଡ଼ିଆରପି କଲୋନୀ କଙ୍କେଇ-୨ ରେ । ପାରିବାରିକ କଳହରୁ ଏହିପରି ଘଟିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ଖବର ଅନୁଯାୟୀ, ଗୋପାଳ ବେହେରାଙ୍କ ପରିବାରରେ ଦୀର୍ଘ ଦିନ ହେଲା ପାରିବାରିକ କଳହ ଲାଗି ରହିଥିବାବେଳେ ଦୀର୍ଘ ଏକ ବର୍ଷ ହେବ ଗୋପାଳଙ୍କ ସ୍ତ୍ରୀ ଗୋପାଳକୁ ଛାଡି ବାପଘରେ ରହିଆସୁଛନ୍ତି। ତେବେ ଗୋପାଳଙ୍କ ବଡ […]

ଗଞ୍ଜାମ: ବାପା ମାରିଦେଲା ଝିଅକୁ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଓଡ଼ିଆ ଆଲାପୁର ଗ୍ରାମର ଓଡ଼ିଆରପି କଲୋନୀ କଙ୍କେଇ-୨ ରେ । ପାରିବାରିକ କଳହରୁ ଏହିପରି ଘଟିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି।

ଆହୁରି ପଢ଼ନ୍ତୁ: ବସ୍ତାରେ ବିଜେଡିର ଶକ୍ତି ପ୍ରଦର୍ଶନ: ରବୀନ୍ଦ୍ର ଓ ସୁବାସିନୀଙ୍କ ବିନା ତୃଣମୂଳ ସଂଗଠନରେ ପଡ଼ିନି ଫରକ

ଖବର ଅନୁଯାୟୀ, ଗୋପାଳ ବେହେରାଙ୍କ ପରିବାରରେ ଦୀର୍ଘ ଦିନ ହେଲା ପାରିବାରିକ କଳହ ଲାଗି ରହିଥିବାବେଳେ ଦୀର୍ଘ ଏକ ବର୍ଷ ହେବ ଗୋପାଳଙ୍କ ସ୍ତ୍ରୀ ଗୋପାଳକୁ ଛାଡି ବାପଘରେ ରହିଆସୁଛନ୍ତି। ତେବେ ଗୋପାଳଙ୍କ ବଡ ଝିଅ ଓ ପୁଅ ଗୋପାଳଙ୍କ ପାଖରେ ରହି ଆସୁଥିଲେ। କିନ୍ତୁ ଆଜି ସକାଳେ କୌଣସି କାରଣକୁ ନେଇ ଗୋପାଳ ଝିଅକୁ ତାଗିଦ କରି ଦଉଡ଼ିରେ ମାଡ ମାରିଥିଲା। ପରେ ବାପା ଗୋପାଳ କାମକୁ ଚାଲିଯାଇଥିବା ବେଳେ ଘରେ ଝିଅ ମାମାର ମୃତଦେହ ପଡ଼ିଥିବା ସାହିପଡିଶା ଲୋକ ଦେଖି ପୁଲିସକୁ ଜଣାଇଥିଲେ। ଖଲ୍ଲିକୋଟ ପୁଲିସ ଓ ଛତ୍ରପୁର ଏଡିପିଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବାବେଳେ ବାପା ଗୋପାଳ ବେହେରାକୁ ପୁଲିସ ଅଟକ ରଖିଛି। ଝିଅ ମାମାକୁ ବାପା ଗୋପାଳ ହତ୍ୟା କରିଥିବା ମାମାଙ୍କ ଆଇ ଶଶି ବେହେରା ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ପୁଲିସ ଗୋପାଳକୁ ଅଟକ ରଖିବା ସହ ପୁଲିସ ତଦନ୍ତ ଜାରି ରଖିଛି। ପୁଲିସ ମାମାଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଆହୁରି ପଢ଼ନ୍ତୁ: ମନ୍ଦ ଉଦ୍ଦେଶ୍ୟରେ ଆସିଥିବା ଡିଲିମିଟେସନ ବିଲ୍‌ କାଟ୍‌ ଖାଇଲା: ବିଜେଡି

18 Mar 2024 By The Sakala

ନାବାଳିକା ଝିଅର ସନ୍ଦେହଜନକ ମୃତ୍ୟୁ, ବାପାକୁ ଅଟକ ରଖି ପୁଲିସର ପଚରାଉଚରା

ଗଞ୍ଜାମ: ବାପା ମାରିଦେଲା ଝିଅକୁ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଓଡ଼ିଆ ଆଲାପୁର ଗ୍ରାମର ଓଡ଼ିଆରପି କଲୋନୀ କଙ୍କେଇ-୨ ରେ । ପାରିବାରିକ କଳହରୁ ଏହିପରି ଘଟିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି।

ଖବର ଅନୁଯାୟୀ, ଗୋପାଳ ବେହେରାଙ୍କ ପରିବାରରେ ଦୀର୍ଘ ଦିନ ହେଲା ପାରିବାରିକ କଳହ ଲାଗି ରହିଥିବାବେଳେ ଦୀର୍ଘ ଏକ ବର୍ଷ ହେବ ଗୋପାଳଙ୍କ ସ୍ତ୍ରୀ ଗୋପାଳକୁ ଛାଡି ବାପଘରେ ରହିଆସୁଛନ୍ତି। ତେବେ ଗୋପାଳଙ୍କ ବଡ ଝିଅ ଓ ପୁଅ ଗୋପାଳଙ୍କ ପାଖରେ ରହି ଆସୁଥିଲେ। କିନ୍ତୁ ଆଜି ସକାଳେ କୌଣସି କାରଣକୁ ନେଇ ଗୋପାଳ ଝିଅକୁ ତାଗିଦ କରି ଦଉଡ଼ିରେ ମାଡ ମାରିଥିଲା। ପରେ ବାପା ଗୋପାଳ କାମକୁ ଚାଲିଯାଇଥିବା ବେଳେ ଘରେ ଝିଅ ମାମାର ମୃତଦେହ ପଡ଼ିଥିବା ସାହିପଡିଶା ଲୋକ ଦେଖି ପୁଲିସକୁ ଜଣାଇଥିଲେ। ଖଲ୍ଲିକୋଟ ପୁଲିସ ଓ ଛତ୍ରପୁର ଏଡିପିଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବାବେଳେ ବାପା ଗୋପାଳ ବେହେରାକୁ ପୁଲିସ ଅଟକ ରଖିଛି। ଝିଅ ମାମାକୁ ବାପା ଗୋପାଳ ହତ୍ୟା କରିଥିବା ମାମାଙ୍କ ଆଇ ଶଶି ବେହେରା ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ପୁଲିସ ଗୋପାଳକୁ ଅଟକ ରଖିବା ସହ ପୁଲିସ ତଦନ୍ତ ଜାରି ରଖିଛି। ପୁଲିସ ମାମାଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର