ରାଇମୋହନଙ୍କ ମୃତ୍ୟୁକୁ ନେଇ ବଢୁଛି ସସ୍‌ପେନ୍ସ : ଡ୍ରାଇଭର, ପୁତୁରା, ପତ୍ନୀ, ଦୁଇ ଝିଅଙ୍କ ସିଡିଆର୍‍ ଯାଞ୍ଚ କରୁଛି ପୁଲିସ

The Sakala Picture
Published On

ଭୁବନେଶ୍ୱର : ଅଭିନେତା ରାଇମୋହନ ପରିଡ଼ାଙ୍କ ମୃତ୍ୟୁକୁ ନେଇ ଏବେ ବି ସସ୍‍ପେନ୍ସ ଜାରିରହିଛି। ତାଙ୍କ ମୃତ୍ୟୁ ପାଇଁ ଭିନ୍ନଭିନ୍ନ କଥା ଆଲୋଚନା ହେଉଥିବା ବେଳେ ପୁଲିସ ପ୍ରକୃତ ସତ ପଦାକୁ ଆଣିବାକୁ ଚେଷ୍ଟା ଜାରିରଖିଛି। ଗତକାଲି ମଞ୍ଚେଶ୍ୱର ଥାନାର ୪ଜଣିଆ ମହିଳା ପୁଲିସ ଟିମ୍‍ ରାଇମୋହନଙ୍କ ଘରକୁ ଯାଇ ତନାଘନା କରିଥିଲେ। ରାଇମୋହନଙ୍କ ପତ୍ନୀ, ଜ୍ୱାଇଁ, ଦୁଇ ଝିଅ, ପୁତୁରା ଏବଂ ଡ୍ରାଇଭରକୁ ୨ଘଣ୍ଟା କାଳ ପୁଲିସ ପଚରାଉଚରା କରିଛି। ରାଇମୋହନଙ୍କ ମୃତ୍ୟୁ ପାଇଁ ଦାୟୀ କିଏ? […]

ଭୁବନେଶ୍ୱର : ଅଭିନେତା ରାଇମୋହନ ପରିଡ଼ାଙ୍କ ମୃତ୍ୟୁକୁ ନେଇ ଏବେ ବି ସସ୍‍ପେନ୍ସ ଜାରିରହିଛି। ତାଙ୍କ ମୃତ୍ୟୁ ପାଇଁ ଭିନ୍ନଭିନ୍ନ କଥା ଆଲୋଚନା ହେଉଥିବା ବେଳେ ପୁଲିସ ପ୍ରକୃତ ସତ ପଦାକୁ ଆଣିବାକୁ ଚେଷ୍ଟା ଜାରିରଖିଛି। ଗତକାଲି ମଞ୍ଚେଶ୍ୱର ଥାନାର ୪ଜଣିଆ ମହିଳା ପୁଲିସ ଟିମ୍‍ ରାଇମୋହନଙ୍କ ଘରକୁ ଯାଇ ତନାଘନା କରିଥିଲେ। ରାଇମୋହନଙ୍କ ପତ୍ନୀ, ଜ୍ୱାଇଁ, ଦୁଇ ଝିଅ, ପୁତୁରା ଏବଂ ଡ୍ରାଇଭରକୁ ୨ଘଣ୍ଟା କାଳ ପୁଲିସ ପଚରାଉଚରା କରିଛି। ରାଇମୋହନଙ୍କ ମୃତ୍ୟୁ ପାଇଁ ଦାୟୀ କିଏ? କାହିଁକି ଆତ୍ମହତ୍ୟା କଲେ ରାଇମୋହନ? କେଉଁ ସ୍ଥିତିରେ କଲେ ଆତ୍ମହତ୍ୟ? ପୂର୍ବରୁ ପରିବାରରେ ଝଗଡ଼ା ହୋଇଥିଲା କି? ଏଭଳି ଅନେକ ପ୍ରଶ୍ନ ପରିବାର ଲୋକଙ୍କୁ ପଚରାଉଚରା କରିଛି ମହିଳା ଟିମ୍‍।

ଆହୁରି ପଢ଼ନ୍ତୁ: ବୁଲା ଷଣ୍ଢଙ୍କ ଉପଦ୍ରବରେ ଅତିଷ୍ଠ ଶହଶହ ଚାଷୀ, ଶେଷରେ ଥାନାର ଦ୍ୱାରସ୍ଥ ହୋଇ ଦେଲେ ଏତଲା

ତେବେ ପୁଲିସ ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ସ୍ପଷ୍ଟ କରିଛି। ଭୁବନେଶ୍ୱର ଯୋନ-୫ ଏସିପି ଦାୟିତ୍ୱ ରେ ଥିବା ହିମାଂଶୁ ସ୍ଵାଇଁ କହିଛନ୍ତି ଯେ ବରିଷ୍ଠ ଅଭିନେତା ରାଇମୋହନ ପରିଡା ଆତ୍ମହତ୍ୟା ଘଟଣାରେ ୟୁଡ଼ି କେସ ରୁଜୁ କରି ତଦନ୍ତ କରୁଛି ପୁଲିସ। ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ବୋଲି ସ୍ପଷ୍ଟ ହୋଇଛି। ତେବେ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। କିନ୍ତୁ ଏଯାଏଁ ପାରିବାରିକ ଅଶାନ୍ତି କଥା ସାମ୍ନାକୁ ଆସିନି। ସିଡ଼ିଆର ଯାଞ୍ଚ ଚାଲିଛି, କାହା ସହ କଥା ହୋଇଛନ୍ତି ଜଣା ପଡିବ ବୋଲି ପୁଲିସ କହିଛି।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ମହିଳାଙ୍କୁ ରାତି ଅଧିଆ ଭେଟ, ପରିବହନ ବିଭାଗର ଅତିରିକ୍ତ ସଚିବଙ୍କୁ ଉଠାଇ ଆଣିଲା ପୋଲିସ

ମୃତ୍ୟୁ ପୂର୍ବ ରାତିରେ ମନ ପସନ୍ଦର ଖାଦ୍ୟ ଖାଇବାକୁ କହିଥିଲେ

ଆହୁରି ପଢ଼ନ୍ତୁ: ଉତ୍ତର ଆଣ୍ଡାମାନରେ ପଶିଲା ଘୂର୍ଣ୍ଣିବଳୟ; ଆଜି ସନ୍ଧ୍ୟା ସୁଦ୍ଧା ଲଘୁଚାପ ସମ୍ଭାବନା, ୨୨ରୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ

ଝିଅ କହିଛନ୍ତି ଯେ, ପୂର୍ବ ରାତିରେ ବାପା ତାଙ୍କ ମନ ପସନ୍ଦର ଖାଦ୍ୟ ଖାଇବାକୁ କହିଥିଲେ। ଝିଅ ରାତିରେ ରୋଷେଇ କରିବା ପରେ ରାଇମୋହନ ଖାଇଥିଲେ। ଦୁଇ ଜଣ ଡ୍ରାଇଭର୍‍ଙ୍କ ମଧ୍ୟରେ ଅଶୋକ ନାମକ ଡ୍ରାଇଭରକୁ ସେ ପୁଅ କରିଥିଲେ। ତେଣୁ ତାଙ୍କର ବାହାଘର ଥିବାରୁ ପରିବାର ଲୋକ କିଣାକିଣିରେ ପାଇଁ ସ୍ଥିର କରିଥିଲେ। ତେଣୁ ସକାଳ ୮ଟାରେ ସାନ ଝିଅକୁ ଜିଜିପି କଲୋନୀରେ ଥିବା କମ୍ପ୍ୟୁଟର କ୍ଲାସ୍‍ରେ ଡ୍ରାଇଭର ଛାଡ଼ିଥିଲା। ସକାଳୁ ସବୁଦିନ ରାଇମୋହନ ଚୂଡ଼ା ଖାଆନ୍ତି। କିନ୍ତୁ ସେ ଦିନ କଦଳୀ ନ ଥିବାରୁ ସେ କିଛି ଖାଇ ନ ଥିଲେ। ଏହାପରେ ଡ୍ରାଇଭର ସାନ ଝିଅକୁ ରମାଦେବୀ ବିଶ୍ୱବିଦ୍ୟାଳୟରେ ଛାଡ଼ିଥିଲେ। ଶେଷରେ ସକାଳ ସାଢେ ୧୦ ଟାରେ ପତ୍ନୀ, ବଡ଼ ଝିଅ, ଜ୍ୱାଇଁ, ଅଶୋକ କଟକ କିଣାକିଣି କରିବାକୁ ଯାଇଥିଲେ।

ଏପରିକି ତାଙ୍କ ପତ୍ନୀଙ୍କୁ ୩ରୁ ୪ଥର ଫୋନ୍‍ କରି କଣ ଖାଇଲ ବୋଲି ପଚାରିଥିଲେ। ଏହାପରେ ଦିନ ୧୧ ଟା ୧୭, ୧୧ ଟା ୧୮ ଓ ୧୧ ଟା ୧୯ରେ ଦୁଇ ଝିଅ ଓ ସ୍ତ୍ରୀ ତିନିଜଣଙ୍କୁ ‘ବାଏ’ ବୋଲି ମେସେଜ କରିଥିଲେ ରାଇମୋହନ। ହେଲେ ସ୍ତ୍ରୀ ଓ ଝିଅ ମାର୍କେଟିଂ ବ୍ୟସ୍ତତା ଯୋଗୁଁ, ଏବଂ ସାନ ଝିଅ କଲେଜରେ ଥିବା ଯୋଗୁଁ କେହି ମେସେଜ୍‍ ଦେଖି ନ ଥିଲେ।  ପ୍ରଥମେ ଏହି ମେସେଜ୍‍ ତାଙ୍କ ସାନ ଝିଅ ଦେଖିବା ପରେ ବାପାକୁ ଲଗାଇଥିଲେ ମଧ୍ୟ ଉଠାଇ ନ ଥିଲେ। ସେ ତୁରନ୍ତ ମା’ଙ୍କୁ ଜଣାଇବା ପରେ ସେମାନେ ପୁତୁରାଙ୍କୁ ଘରକୁ ପଠାଇଥିଲେ। ପୁତୁରା ଘରେ ପହଞ୍ଚିବା ପରେ ଝୁଲନ୍ତା ମୃତଦେହକୁ ଦେଖିଥିଲେ।

‘ମରିଗଲେ କ’ଣ କରିବ’ ବୋଲି ଝିଅକୁ ପଚାରୁଥିଲେ

ଅନେକ ସମୟରେ ରାଇମୋହନ ତାଙ୍କ ସାନ ଝିଅକୁ ମରିଯିବାକୁ ଡରାଉଥିଲେ। ସେ ମରିଗଲେ କିପରି ରହିବ, ବ୍ୟସ୍ତ ହେବନି। ଆଦି ଅନେକ କଥା ସେ ତାଙ୍କ ସାନ ଝିଅକୁ କହୁଥିଲେ। ଯେଉଁଥି ପାଇଁ ସାନଝିଅ ବାପାଙ୍କ ଉପରେ ମଧ୍ୟ ରାଗିଥିଲେ। ତେଣୁ ଏଥିରୁ ସ୍ପଷ୍ଟ ହେଉଛି ଯେ, ରାଇମୋହନ ଗତ କିଛି ଦିନ ହେବ ମାନସିକ ଚାପରେ ଥିଲେ। ହେଲେ କେଉଁ ଘଟଣାକୁ ନେଇ ମାନସିକ ଚାପରେ ଥିଲେ ତାହା ଜଣାପଡ଼ିନାହି। ପରିବାର ଲୋକଙ୍କୁ ଉତ୍ତର ପ୍ରମାଣ କରିବା ପାଇଁ ପୁଲିସ ପରିବାର ସମସ୍ତ ସଦସ୍ୟଙ୍କ ସିଡିଆର ମଗାଇଛି। ଏପରିକି ରାଇମୋହନଙ୍କ କାର୍‍ ଚଲାଉଥିବା ଦୁଇ ଡ୍ରାଇଭରଙ୍କ ସିଡିଆର ମଧ୍ୟ ପୁଲିସ ମଗାଯାଇଛି। ଏହି ସିଡିଆର୍‍ ରିପୋର୍ଟ ଆସିବା ପରେ ପୂରା ଘଟଣା ସ୍ପଷ୍ଟ ହେବ। କିଏ ରାଇମୋହନଙ୍କ ସହ ନିୟମିତ ସମ୍ପର୍କରେ ରହିଥିଲେ। କିଏ ରାଇମୋହନଙ୍କୁ ବାରମ୍ବାର ଫୋନ୍‍ କରି ମାନସିକ ଚାପ ପକାଉଥିଲେ। ଆତ୍ମହତ୍ୟା ସମୟରେ ପରିବାରର ଅନ୍ୟ ସଦସ୍ୟମାନେ କେଉଁଠିଥିଲେ। ସବୁ କିଛି ସିଡିଆର ଆସିଲେ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

ଅନ୍ୟପଟରେ ରବିବାର ପୁଲିସ ରାଇମୋହନଙ୍କ ପଡ଼ୋଶୀଙ୍କୁ ପଚରାଉଚରା କରିବ। ଝିଅ ପାଇଁ ରାଇମୋହନଙ୍କ ଘରେ ସୃଷ୍ଟି ହୋଇଥିବା ଅଶାନ୍ତ ସମ୍ପର୍କରେ ପଡ଼ୋଶୀ ଗଣମାଧ୍ୟମରେ ପାଟି ଖୋଲିଥିଲେ। ତେଣୁ ପୁଲିସ ପଡ଼ୋଶୀଙ୍କୁ ପଚରାଉଚରା କରିବା ପରେ ରାଇମୋହନଙ୍କ ଅଶାନ୍ତିର କାରଣ ସ୍ପଷ୍ଟ ହେବ। ଅନ୍ୟପଟରେ ପୁଲିସ ନିକଟରେ ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହୋଇଛି। ମୃତଦେହ ଉଦ୍ଧାରର ୨ଘଣ୍ଟା ପୂର୍ବରୁ ରାଇଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ କରିଛନ୍ତି ଡାକ୍ତର। ତାଙ୍କ ଶରୀରରେ କିଛିବି କ୍ଷତଚିହ୍ନ ନ ଥିବା ବେଳେ ଆତ୍ମହତ୍ୟାର କେତେକ ସଙ୍କେତ ତାଙ୍କ ଠାରେ ରହିଛି। ତେଣୁ ସମ୍ପୂର୍ଣ୍ଣ ବ୍ୟବଚ୍ଛେଦ ରିପୋର୍ଟ ଆସିବା ସବୁ କିଛି ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର