୧୯୯୯ ମହାବାତ୍ୟାର ମହାତାଣ୍ଡବ; ୨୪ ବର୍ଷ ପରେ ବି ଓଡ଼ିଶାବାସୀଙ୍କ ସ୍ମୃତିରେ ସତେଜ ରହିଛି ମହାବିପର୍ଯ୍ୟୟର ଦୃଶ୍ୟ
ଭୁବନେଶ୍ୱର: ମହାବାତ୍ୟାର ମହାତାଣ୍ଡବ। ୨୪ ବର୍ଷ ପରେ ବି ଏହି କରାଳ ବିଭୀଷିକାକୁ ଭୁଲି ପାରିନି ଓଡ଼ିଶା। ପ୍ରତ୍ୟେକ ଓଡ଼ିଶାବାସୀଙ୍କ ସ୍ମୃତିରେ ଏବେ ବି ସତେଜ ରହିଛି ଏହି ମହାବିପର୍ଯ୍ୟୟର ଦୃଶ୍ୟ। ସ୍ମୃତି ଅପାସୋରା ରହିଛି ସତ; ହେଲେ ଏହି ମହାବିପର୍ଯ୍ୟୟ ଓଡ଼ିଶାକୁ ଦେଇଛି ମହାଶିକ୍ଷା। ନିଜେ ଅଣ୍ଟା ସଳଖି ଛିଡ଼ା ହେବା ସହ ଏଭଳି ବିପର୍ଯ୍ୟୟର ସଫଳ ମୁକାବିଲା କରିବାର କୌଶଳ ଅନ୍ୟକୁ ଶିଖାଇ ଓଡ଼ିଶା ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏକ ରୋଲ୍ […]
ଭୁବନେଶ୍ୱର: ମହାବାତ୍ୟାର ମହାତାଣ୍ଡବ। ୨୪ ବର୍ଷ ପରେ ବି ଏହି କରାଳ ବିଭୀଷିକାକୁ ଭୁଲି ପାରିନି ଓଡ଼ିଶା। ପ୍ରତ୍ୟେକ ଓଡ଼ିଶାବାସୀଙ୍କ ସ୍ମୃତିରେ ଏବେ ବି ସତେଜ ରହିଛି ଏହି ମହାବିପର୍ଯ୍ୟୟର ଦୃଶ୍ୟ। ସ୍ମୃତି ଅପାସୋରା ରହିଛି ସତ; ହେଲେ ଏହି ମହାବିପର୍ଯ୍ୟୟ ଓଡ଼ିଶାକୁ ଦେଇଛି ମହାଶିକ୍ଷା। ନିଜେ ଅଣ୍ଟା ସଳଖି ଛିଡ଼ା ହେବା ସହ ଏଭଳି ବିପର୍ଯ୍ୟୟର ସଫଳ ମୁକାବିଲା କରିବାର କୌଶଳ ଅନ୍ୟକୁ ଶିଖାଇ ଓଡ଼ିଶା ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏକ ରୋଲ୍ ମଡେଲ୍ ପାଲଟିଛି।
ମାତ୍ର ଦୁଇ ଦଶନ୍ଧି ତଳେ ମହାବାତ୍ୟା ପ୍ରପୀଡ଼ିତ ଓଡ଼ିଶାକୁ ସହାୟତାର ହାତ ବଢ଼ାଇଥିବା ଦେଶବାସୀ ଆଜି ଓଡ଼ିଶାର ବିପର୍ଯ୍ୟୟ ପରିଚାଳନାକୁ ଭୁରିଭୁରି ପ୍ରଶଂସା କରୁଛନ୍ତି। ଏହି ୨୪ ବର୍ଷ ମଧ୍ୟରେ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡ଼ିଶାର ସଂଗ୍ରାମ, ପ୍ରତିବଦ୍ଧତା ସର୍ବୋପରି ମୁଖ୍ୟମନ୍ତ୍ରୀଙ୍କ ପ୍ରତିଟି ଜୀବନ ମୂଲ୍ୟବାନ ନୀତି ଆଜି ଓଡ଼ିଶାକୁ ଦେଇଛି ନୂଆ ପରିଚୟ। ସାରା ବିଶ୍ୱ ଓ ଜାତିସଂଘ ଓଡ଼ିଶାର ବିପର୍ଯ୍ୟୟ ମୁକାବିଲାକୁ ପ୍ରଶଂସା କରୁଥିବା ବେଳେ ଭାରତର ବିଭିନ୍ନ ରାଜ୍ୟ ଓଡ଼ିଶାକୁ ଠାରୁ ବିପର୍ଯ୍ୟୟ ମୁକାବିଲା କୌଶଳ ଶିଖୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱରେ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା ଲାଗି କେବଳ ଦୃଢ଼ କୌଶଳ ପ୍ରସ୍ତୁତ କରିନାହିଁ; ପକ୍ଷାନ୍ତରେ ଅନ୍ୟ ରାଜ୍ୟକୁ ବିପର୍ଯ୍ୟୟ ମୁକାବିଲାର କୌଶଳ ଶିକ୍ଷା ଦେବାକୁ ସକ୍ଷମ ହୋଇଛି। ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ। ଆଣ୍ଡାମାନ ସାଗରରେ ସୃଷ୍ଟ ଅବପାତ ମହାବାତ୍ୟାର ରୂପ ନେଇ ଉପକୂଳ ଓଡ଼ିଶାରେ ସୃଷ୍ଟି କରିଥିଲା ମହାତାଣ୍ଡବ। ଏହି ପ୍ରଳୟଙ୍କରୀ ବାତ୍ୟାରେ ୧୦ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା। ଧରାଶାୟୀ ହୋଇଥିଲା ଲକ୍ଷଲକ୍ଷ ଘର ଓ ସହସ୍ରାଧିକ ବିଶାଳକାୟ ବୃକ୍ଷରାଜି। ବହୁ ପଶୁପକ୍ଷୀଙ୍କ ଜୀବନ ଯାଇଥିଲା। ବିଶେଷକରି ନିଜର ବାସ ଓ ପ୍ରିୟପରିଜନଙ୍କୁ ହରାଇ ମାନସିକ ଭାରସାମ୍ୟ ହରାଇବସି ଜୀବନର ରାହା ଖୋଜୁଥିଲେ ଉପକୂଳ ଓଡ଼ିଶାବାସୀ। ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ପାଖରେ ସେପରି କୌଣସି ସାଧନ ନ ଥିଲା। ଫଳରେ ଏଭଳି ଏକ ଆକସ୍ମିକ ବିପତ୍ତିରୁୁ ବିପନ୍ନମାନଙ୍କୁ ତ୍ୱରିତ୍ ସୁରକ୍ଷା ଯୋଗାଇଦେବା ପାଇଁ ଓଡ଼ିଶାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ିଥିଲା। କେବଳ ମହାବାତ୍ୟା ନୁହେଁ; ଗତ ୫୦ ବର୍ଷ ମଧ୍ୟରେ ଓଡ଼ିଶା ୩୦ରୁ ଊର୍ଦ୍ଧ୍ବ ବଡ଼ ବାତ୍ୟା, ବନ୍ୟା ଓ ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ପ୍ରଚଣ୍ଡ କ୍ଷତିର ସମ୍ମୁଖୀନ ହୋଇଥିଲା। ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବାର ପ୍ରଥମ ଦିନରୁ ଏହାର ମୁକାବିଲା ଲାଗି ସଙ୍କଳ୍ପବଦ୍ଧ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆରମ୍ଭ ହୋଇଥିଲା ଲକ୍ଷ୍ୟଭେଦୀ କାର୍ଯ୍ୟକ୍ରମ। ପ୍ରାକୃତିକ ବିପର୍ଯ୍ୟୟର କିପରି ସଫଳ ମୁକାବିକା କରିହେବ ଏବଂ ଜୀବନହାନିକୁ ଶୂନ୍କୁ ହ୍ରାସ କରାଯାଇପାରିବ, ତାହା ଉପରେ ମୁଖ୍ୟମନ୍ତ୍ରୀ ସର୍ବାଧିକ ଗୁରୁତ୍ୱ ଦେଇଥିଲେ। ବିପର୍ଯ୍ୟୟ ପୂର୍ବ ଓ ପରବର୍ତ୍ତୀ ସମୟରେ ଉଦ୍ଧାର ଓ ଥଇଥାନ ପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀ ଗଠନ କରିଥିଲେ ‘ଓସ୍ଡମା’। ଫଳରେ ପରବର୍ତ୍ତୀ ସମୟରେ ଫାଇଲିନ୍, ହୁଡ୍ହୁଡ୍, ଫନି, ତିତ୍ଲି, ୟସ୍, ଅମ୍ଫନ୍ ଭଳି ବଡ଼ ବଡ଼ ବାତ୍ୟା ଏବଂ ୨୦୨୦ର ପ୍ରଳୟଙ୍କରୀ ବନ୍ୟାକୁ ସଫଳତାର ସହ ମୁକାବିଲା କରାଯାଇପାରିଛି। ପ୍ରାକୃତିକ ବିପର୍ଯ୍ୟୟ କ୍ଷେତ୍ରରେ ଓଡ଼ିଶାର ପଦକ୍ଷେପରେ ‘ଓସ୍ଡମା’ ଦେଶ ପାଇଁ ଆଦର୍ଶ ହୋଇଛି। ଓସ୍ଡମାର ଓଡ଼ିଶା ଡିଜାଷ୍ଟର ରାପିଡ୍ ଆକ୍ସନ ଫୋର୍ସ (ଓଡ୍ରାଫ) ସର୍ବାଧିକ ଗୁରୁ ଦାୟିତ୍ୱ ତୁଲାଉଛି। ବର୍ତ୍ତମାନ ୨୦ଟି ଓଡ୍ରାଫ୍ ଟିମ୍ ବିଭିନ୍ନ ଜିଲ୍ଲାରେ ନିୟୋଜିତ ହୋଇଛନ୍ତି। ବନ୍ୟା, ବାତ୍ୟା ସମୟରେ ଏହି ଟିମ୍ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି।
ସେହିପରି ଓସ୍ଡମା ଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ ୮୭୯ଟି ବହୁମୁଖୀ ବନ୍ୟା/ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଥିବା ବେଳେ ରାଜ୍ୟର ୩୮୧ଟି ଗ୍ରାମରେ ସୁନାମି ମୁକାବିଲା ପାଇଁ ତାଲିମ ପ୍ରଦାନ କରି ଆସୁଛି। ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବାର ୧୨ ଘଣ୍ଟା ପୂର୍ବରୁ ଲୋକଙ୍କୁ ଏହି ସବୁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି। ଫଳରେ ପ୍ରତି ବର୍ଷ ବହୁ ଧନଜୀବନ ରକ୍ଷା ହୋଇପାରୁଛି। ଫାଇଲିନ୍ ସମୟରେ ରେକର୍ଡ ସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତର କରିବା ସହ ଫନି ସମୟରେ ମଧ୍ୟ ରାଜ୍ୟ ସରକାର ସମାନ ପନ୍ଥା ଗ୍ରହଣ କରି ଲୋକଙ୍କ ଜୀବନ ରକ୍ଷା କରିଛନ୍ତି। ଏଥିସହିତ ଉପକୂଳ ଓଡ଼ିଶାକୁ ସାମୁଦ୍ରିକ ଜୁଆରରୁ ସୁରକ୍ଷା ଦେବାକୁ ବିପର୍ଯ୍ୟୟ ପତିରୋଧୀ ଲୁଣା ବନ୍ଧ ନିର୍ମାଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ସେହିପରି ବିଦ୍ୟୁତ୍ ଓ ଟେଲି ଯୋଗାଯୋଗ କ୍ଷେତ୍ରରେ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ନିର୍ମାଣ ପାଇଁ କେନ୍ଦ୍ରର ସହାୟତା ଲୋଡ଼ିବା ସହ ଦେଶର ଅନ୍ୟ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକରେ ଏହାକୁ କାର୍ଯ୍ୟକାରୀ କରାଇବା ପାଇଁ ମଧ୍ୟ କେନ୍ଦ୍ର ନିକଟରେ ପ୍ରସ୍ତାବ ରଖିଛି।
ଏତିକିରେ ରାଜ୍ୟ ସରକାର ନିଜର ଦାୟିତ୍ୱ ଶେଷ କରିନାହାନ୍ତି। ଓସଡମା ଦ୍ୱାରା ପ୍ରତି ଘରୁ ବିପର୍ଯ୍ୟୟ ଯୋଦ୍ଧା ବାହାର କରିବା ପାଇଁ ରାଜ୍ୟ ସରକାର ଇତିମଧ୍ୟରେ ‘ଆପଦ ମିତ୍ର’ ନାମରେ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଯୁବଗୋଷ୍ଠୀଙ୍କୁ ବିପର୍ଯ୍ୟୟ ପରିଚାଳନାର ସ୍ୱତନ୍ତ୍ର ତାଲିମ ଦିଆଯାଇ ସେମାନଙ୍କୁ ଅଭିଯାନରେ ଯୋଡ଼ାଯାଉଛି। ପ୍ରତି ଘରେ ବିପର୍ଯ୍ୟୟ ଯୋଦ୍ଧା ସୃଷ୍ଟି କରିବା ଲକ୍ଷ୍ୟରେ ବିପର୍ଯ୍ୟୟ ପରିଚାଳନାକୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରାଯାଇଛି। ଫଳରେ ବିପର୍ଯ୍ୟୟ ମୁକାବିଲା ପାଇଁ ଅନ୍ୟର ସାହାଯ୍ୟକୁ ଚାହିଁ ରହୁଥିବା ଓଡ଼ିଶା ଏବେ ଅନ୍ୟ ରାଜ୍ୟମାନଙ୍କର ସହଯୋଗୀ ସାଜିଛି। ଜାତିସଂଘ ମଧ୍ୟ ଓଡ଼ିଶାର ମୁକାବିଲା ଶୈଳୀକୁ ସ୍ୱୀକୃତି ଦେଇଛି। ଅନ୍ୟ ରାଜ୍ୟଗୁଡ଼ିକ ଏବେ ବାତ୍ୟା ବେଳେ ଓଡ଼ିଶାର ସହାୟତା ଲୋଡ଼ୁଛନ୍ତି। ଓଡ଼ିଶାଠାରୁ ବିପର୍ଯ୍ୟୟ ପରିଚାଳନା ଶିକ୍ଷା ନେଉଛନ୍ତି। ଯାହା ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରମାଣିତ କରିଛି।