ନିରାପଦ ମାତୃତ୍ୱ ପାଇଁ ‘ମା ଗୃହ’: ସୁନ୍ଦରଗଡ଼ ଜିଲ୍ଲାରେ ଗତ ୯ ମାସ ମଧ୍ୟରେ ୬ ହଜାରରୁ ଅଧିକ ଗର୍ଭବତୀ ଓ ପ୍ରସୂତି ମା’ଙ୍କୁ ମିଳିଛି ସେବା

The Sakala Picture
Published On

ସୁନ୍ଦରଗଡ଼: ‘‘ପ୍ରସବର କିଛିଦିନ ଆଗରୁ ମୁଁ ଘରୁ ପୋଇଗାଁ ମା’ଗୃହକୁ ଆସିଥିଲି। ସେଠାରେ ମୋର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିଲା। ଠିକ ସମୟରେ ସେଠାରୁ ଡାକ୍ତରଖାନା ଯାଇ ମୁଁ ସୁସ୍ଥ ଶିଶୁଟିଏ ଜନ୍ମ ଦେଇପାରିଛି। ପ୍ରସବ ପରେ ପୁଣି ୮ ଦିନ ଯାଏଁ ମୁଁ ମା’ଗୃହରେ ମଧ୍ୟ ରହିଥିଲି। ଏହି ସମୟରେ ଛୁଆର କିପରି ଯତ୍ନ ସେବା ନିଆଯିବ ସେ ବିଷୟରେ ମତେ ଦିଦିମାନେ ବୁଝାଇ କହିଥିଲେ’’, ନିଜର ଅନୁଭୂତି ବର୍ଣ୍ଣନା କରି କହନ୍ତି ସୁନ୍ଦରଗଡ଼ ଜିଲ୍ଲା […]

ସୁନ୍ଦରଗଡ଼: ‘‘ପ୍ରସବର କିଛିଦିନ ଆଗରୁ ମୁଁ ଘରୁ ପୋଇଗାଁ ମା’ଗୃହକୁ ଆସିଥିଲି। ସେଠାରେ ମୋର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିଲା। ଠିକ ସମୟରେ ସେଠାରୁ ଡାକ୍ତରଖାନା ଯାଇ ମୁଁ ସୁସ୍ଥ ଶିଶୁଟିଏ ଜନ୍ମ ଦେଇପାରିଛି। ପ୍ରସବ ପରେ ପୁଣି ୮ ଦିନ ଯାଏଁ ମୁଁ ମା’ଗୃହରେ ମଧ୍ୟ ରହିଥିଲି। ଏହି ସମୟରେ ଛୁଆର କିପରି ଯତ୍ନ ସେବା ନିଆଯିବ ସେ ବିଷୟରେ ମତେ ଦିଦିମାନେ ବୁଝାଇ କହିଥିଲେ’’, ନିଜର ଅନୁଭୂତି ବର୍ଣ୍ଣନା କରି କହନ୍ତି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଲକ୍ ମହୁଲପଦା ଗାଁର ଜଣେ ମା’ ବାସନ୍ତୀ ଦେହୁରୀ।

ଆହୁରି ପଢ଼ନ୍ତୁ: ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଝିଆରୀ ସମେତ ୮ ଗିରଫ

‘‘ଆମ ଘରଠୁ ଡାକ୍ତରଖାନା ଟିକେ ଦୂର। ତେଣୁ ମୋର ପ୍ରସବ କେମିତି ଭଲରେ ଭଲରେ ହେବ ସେଥିଲାଗି ମୁଁ ଚିନ୍ତାରେ ଥିଲି। ତେବେ ଆଶା ଓ ଅଙ୍ଗନବାଡ଼ି ଦିଦିଙ୍କ କଥାରେ ମୁଁ ଖତକୁରବାହାଲସ୍ଥିତ ମା’ଗୃହକୁ ଆସିବା ପରେ ମୋର ସବୁ ଚିନ୍ତା ଦୂର ହୋଇଗଲା’’, କହନ୍ତି କୁତ୍ରା ବ୍ଲକ କାହୁପାଣି ଗାଁର ଜଣେ ଗର୍ଭବତୀ ମା’ ଅନିମା ଲାକ୍ରା।

ଆହୁରି ପଢ଼ନ୍ତୁ: ବାପାକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନୃଶଂସ ପୁଅ, ମା' ଗୁରୁତର

ବାସନ୍ତୀ ଦେହୁରୀ ଓ ଅନିମା ଲାକ୍ରାଙ୍କ ଭଳି ରାଜ୍ୟର ବିଭିନ୍ନ ଦୁର୍ଗମ ଅଞ୍ଚଳର ମା’ମାନେ ମା’ଗୃହର ସେବା ପାଇ ସୁରକ୍ଷିତ ଭାବେ ପ୍ରସବ କରିପାରୁଛନ୍ତି। ଏହା ଫଳରେ ଗର୍ଭବତୀ, ପ୍ରସୂତି ମା’ ଏବଂ ନବଜାତ ଶିଶୁଙ୍କ ପାଇଁ ବିଭିନ୍ନ ପ୍ରକାର ନିର୍ଦ୍ଧାରିତ ସେବା ଯତ୍ନ ଓ ଚିକିତ୍ସା ସୁନିଶ୍ଚିତ କରିବା ସହ ଡାକ୍ତରଖାନାରେ ପ୍ରସବକୁ ପ୍ରୋତ୍ସାହିତ କରାଯାଉଛି।

ଆହୁରି ପଢ଼ନ୍ତୁ: ପୁରୀରେ ଆଇପିଏଲ ବେଟିଂ ରାକେଟର ପର୍ଦ୍ଦାଫାସ; ୫ଗିରଫ, ୨୫ ଲକ୍ଷ ଟଙ୍କା ଜବତ

ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ୨୦ଟି ମା’ଗୃହ ମାଧ୍ୟମରେ ଚଳିତ ବର୍ଷ ଜାନୁଆରିରୁ ସେପ୍ଟେମ୍ବର – ଏହି ୯ ମାସ ମଧ୍ୟରେ ୬ ହଜାର ୧୬୯ ଜଣ ମା’ଙ୍କୁ ଗର୍ଭାବସ୍ଥା ଏବଂ ପ୍ରସବ ପରବର୍ତ୍ତୀ ସେବା ଯୋଗାଇ ଦିଆଯାଇଛି। ସେଥିମଧ୍ୟରେ ୩ ହଜାର ୮୦୯ ଗର୍ଭବତୀ ମହିଳା ଏବଂ ୨ ହଜାର ୩୬୦ ଜଣ ପ୍ରସୂତି ମା’ ଅଛନ୍ତି।

ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରମୁଖ ଅଞ୍ଚଳ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଭାଗରେ କେତେକ ଭୌଗୋଳିକ ପ୍ରତିବନ୍ଧକ ରହିଛି। ବଣ ପାହାଡ଼ ଓ ନଦୀ ନାଳ ଘେରା ବିଭିନ୍ନ ଦୁର୍ଗମ ଅଞ୍ଚଳର ଗର୍ଭବତୀ ମା’ମାନଙ୍କୁ ଠିକଣା ସମୟରେ ଡାକ୍ତରଖାନାରେ ପହଞ୍ଚାଇବା ଅନେକ ସମୟରେ ଏକ ଆହ୍ୱାନ ହୋଇଥାଏ। ତେବେ ଆଜି ଏହାର ଏକ ବଡ଼ ସମାଧାନ ହୋଇପାରିଛି ମା’ଗୃହ।
ସାଧାରଣତଃ ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଥିବା ସରକାରୀ ଡାକ୍ତରଖାନାର ଆଖପାଖରେ ପ୍ରତିଷ୍ଠିତ ମା’ଗୃହକୁ ଗର୍ଭବତୀ ମହିଳାମାନଙ୍କୁ ସମ୍ଭାବ୍ୟ ପ୍ରସବ ତାରିଖ ପୂର୍ବରୁ ଆଣି ରଖାଯାଇଥାଏ। ସେଠାରେ ହିତାଧିକାରୀମାନଙ୍କୁ ପୋଷଣଯୁକ୍ତ ଖାଦ୍ୟ ଦିଆଯିବା ସହ ସେମାନଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଏ। ପ୍ରସବ ସମୟ ଆସିଲେ ମା’ଗୃହର କର୍ମୀମାନେ ଠିକଣା ସମୟରେ ଗର୍ଭବତୀ ମା’ଙ୍କୁ ନିକଟସ୍ଥ ଡାକ୍ତରଖାନାରେ ପହଞ୍ଚାଇ ଦେଇଥାନ୍ତି।

‘‘ଗାଁରେ କୌଣସି ମହିଳା ଗର୍ଭବତୀ ଥିବା ଖବର ପାଇବା ପରେ ଆମେ ତାଙ୍କ ଘରେ ପହଞ୍ଚୁଛୁ। ସଂପୃକ୍ତ ମହିଳା ଏବଂ ତାଙ୍କ ପରିବାର ଲୋକଙ୍କୁ ମା’ଗୃହ ବିଷୟରେ କହୁଛୁ। ସେଠାରେ ଗର୍ଭବତୀ ମା’ ତଥା ପ୍ରସୂତି ମା’ ଓ ନବଜାତ ଶିଶୁର ସେବା ଯତ୍ନ ପାଇଁ ରହିଥିବା ବିଭିନ୍ନ ସୁବିଧା ସମ୍ପର୍କରେ ବୁଝାଉଛୁ। ପ୍ରସବ ତାରିଖ ପୂର୍ବରୁ ଗର୍ଭବତୀ ମା’ମାନଙ୍କୁ ଆମେ ନିଜେ ନେଇ ମା’ଗୃହରେ ଛାଡୁଛୁ’’, କହିଛନ୍ତି କୁତ୍ରା ବ୍ଲକ ବନ୍ଧବାହାଲ ଗାଁର ଜଣେ ଆଶା କର୍ମୀ ଅନିତା ଲାକ୍ରା।

ସେହିଭଳି ଖତକୁରବାହାଲ ମା’ଗୃହରେ କାର୍ଯ୍ୟରତ ଏଏନଏମ ପଙ୍କଜିନୀ ମହାନ୍ତ କହନ୍ତି, ‘‘ମା’ଗୃହକୁ ଆସୁଥିବା ପ୍ରତ୍ୟେକ ଗର୍ଭବତୀ ମହିଳାମାନଙ୍କର ସେବା ଯତ୍ନ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନଙ୍କ ଉଚ୍ଚତା, ଓଜନ, ରକ୍ତଚାପ ଏବଂ ସୁଗାର ସ୍ତର ଆଦି ନିୟମିତ ପରୀକ୍ଷା କରୁଛୁ। ତା’ ସହିତ ପ୍ରସବ ପରେ ନବଜାତର ଯତ୍ନ, ଶିଶୁକୁ ସ୍ତନ୍ୟପାନ କରାଇବାର ଫାଇଦା ଏବଂ ବ୍ୟକ୍ତିଗତ ପରିଚ୍ଛନତା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଏହି ରହଣି ସମୟରେ ମା’ମାନଙ୍କୁ ସଚେତନ କରାଉଛୁ।’’

୨୦୧୨ରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଥମ କରି ୪ଟି ମା’ଗୃହ ପ୍ରତିଷ୍ଠା କରାଯାଇଥିଲା। ପରବର୍ତ୍ତୀ ସମୟରେ ଜିଲ୍ଲା ପ୍ରଶାସନର ଉଦ୍ୟମ ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ)ର ଆର୍ଥିକ ସହଯୋଗ ଫଳରେ ବିଭିନ୍ନ ନିର୍ଦ୍ଧାରିତ ଅଞ୍ଚଳରେ ମା’ଗୃହ ପ୍ରତିଷ୍ଠା କରାଯାଇଛି। ବର୍ତ୍ତମାନ ଜିଲ୍ଲାର ୧୨ଟି ବ୍ଲକରେ ମୋଟ ୨୦ଟି ମା’ଗୃହ କାର୍ଯ୍ୟକ୍ଷମ ରହିଛି।

ପ୍ରତି ମା’ ଗୃହରେ ଗର୍ଭବତୀ ମହିଳାଙ୍କ ସହ ଆସୁଥିବା ଜଣେ ପରିବାର ସଦସ୍ୟଙ୍କ ପାଇଁ ମାଗଣାରେ ରହିବା ଓ ଖାଇବା ବ୍ୟବସ୍ଥା କରାଯାଇଛି। ସେହିପରି ମା’ଗୃହ ମାଧ୍ୟମରେ ପ୍ରସବ ପୂର୍ବରୁ ୧୫ ଦିନ ଓ ପ୍ରସବ ପରେ ୭ ଦିନ ଏହିପରି ସର୍ବାଧିକ ୨୨ ଦିନ ଯାଏଁ ଗର୍ଭବତୀ ମହିଳାଙ୍କୁ ଦୈନିକ ୧୫୦ ଟଙ୍କାର ଆର୍ଥିକ ପ୍ରୋତ୍ସାହନ ଦିଆଯାଉଛି। ଜିଲ୍ଲାରେ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନକୁ ଯୋଡ଼ି ମା’ଗୃହଗୁଡ଼ିକର ପରିଚାଳନା କରାଯାଉଛି।

ସୁନ୍ଦରଗଡ଼ ଜିଲ୍ଲାରେ ମା’ ଓ ଶିଶୁ ସୁରକ୍ଷା ପାଇଁ ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାକ୍ରମେ ସ୍ୱତନ୍ତ୍ର ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ଚାଲିଛି। ଏହା ଅଧୀନରେ ଜିଲ୍ଲାର ସମସ୍ତ ଗର୍ଭବତୀ ମା’ଙ୍କୁ ଗର୍ଭାବସ୍ଥାରେ ମାଗଣାରେ ୪ଥର ଅଲଟ୍ରାସାଉଣ୍ଡ ଓ ଅନ୍ୟାନ୍ୟ ପରୀକ୍ଷା ସେବା ଯୋଗାଇ ଦିଆଯାଉଛି। ବିଭିନ୍ନ ମା’ଗୃହରେ ଆସି ରହୁଥିବା ଗର୍ଭବତୀ ମା’ମାନଙ୍କୁ ‘ମାତୃଜ୍ୟୋତି’ ଅଧୀନରେ ଏହି ସେବାରେ ସାମିଲ କରାଯାଉଛି।

ଗର୍ଭବତୀ ମହିଳାମାନଙ୍କୁ ସେମାନଙ୍କ ଘରୁ ନିକଟସ୍ଥ ମା’ଗୃହ ଏବଂ ମା’ଗୃହରୁ ଡାକ୍ତରଖାନା ଯିବା ଆସିବା ଲାଗି ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ଯେଉଁ ଅଞ୍ଚଳରେ ସାଧାରଣ ଆମ୍ବୁଲାନ୍ସ ପଶିବାରେ ଅସୁବିଧା ରହିଛି ସେଠାରେ ବାଇକ ଆମ୍ବୁଲାନ୍ସ ‘ସ୍ୱାସ୍ଥ୍ୟ ରକ୍ଷକ’ ପହଞ୍ଚି ଗର୍ଭବତୀ ମା’ମାନଙ୍କୁ ଆଣି ମା’ଗୃହରେ ପହଞ୍ଚାଇ ଦେଉଛି। ଜିଲ୍ଲାର ପ୍ରମୁଖ ପାହାଡ଼ିଆ ଅଞ୍ଚଳ ରାଜଗାଙ୍ଗପୁର, ଗୁରୁଣ୍ଡିଆ ଓ କୋଇଡ଼ା ଭଳି ୩ଟି ବ୍ଲକରେ ଓମ୍ବାଡସି ପାଣ୍ଠି ସହଯୋଗରେ ଏହି ବାଇକ୍ ଆମ୍ବୁଲାନ୍ସ ସେବା ଚାଲିଛି।

14 Oct 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର