ରାଉରକେଲାରେ ବିସ୍ଫୋରକ ଭର୍ତ୍ତି ଦୁଇଟି ଗାଡ଼ି ଜବତ : ପୁଲିସ, ଖଣି ବିଭାଗ ଓ GST ଅଧିକାରୀଙ୍କ ତଦନ୍ତ ଆରମ୍ଭ

The Sakala Picture
Published On

ରାଉରକେଲା : ରଘୁନାଥପାଲ୍ଲୀ ଥାନା ଅନ୍ତର୍ଗତ ଦେଓଗାଁ ବାଲୁଘାଟ ପେଟ୍ରୋଲ୍‌ ପମ୍ପ୍ ନିକଟରୁ ବିସ୍ଫୋରକ ଭର୍ତ୍ତି ଗାଡି ଜବତ। ୧୧୬ ପେଟି ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୁଲିସ। ବେଆଇନ ଭାବେ ବିସ୍ଫୋରକ ସାମଗ୍ରୀ ଚାଲାଣ କରାଯାଉଥିବା ବେଳେ ଏହାକୁ ଜବତ କରାଯାଇଛି। ଜବତ କାର୍ଟୁନ ଭିତରେ ରହିଛି ୨୩ ହଜାର ୨୦୦ଟି ବିସ୍ଫୋରକ ପ୍ୟାକେଟ୍। ବିସ୍ପୋରକ ସାମଗ୍ରୀ ଜବତ କରି ରଘୁନାଥପାଲି ଥାନା ପୁଲିସ ତଦନ୍ତ ଜାରି ରଖିଛି। ଘଟଣାରେ ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ […]

ରାଉରକେଲା : ରଘୁନାଥପାଲ୍ଲୀ ଥାନା ଅନ୍ତର୍ଗତ ଦେଓଗାଁ ବାଲୁଘାଟ ପେଟ୍ରୋଲ୍‌ ପମ୍ପ୍ ନିକଟରୁ ବିସ୍ଫୋରକ ଭର୍ତ୍ତି ଗାଡି ଜବତ। ୧୧୬ ପେଟି ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୁଲିସ। ବେଆଇନ ଭାବେ ବିସ୍ଫୋରକ ସାମଗ୍ରୀ ଚାଲାଣ କରାଯାଉଥିବା ବେଳେ ଏହାକୁ ଜବତ କରାଯାଇଛି। ଜବତ କାର୍ଟୁନ ଭିତରେ ରହିଛି ୨୩ ହଜାର ୨୦୦ଟି ବିସ୍ଫୋରକ ପ୍ୟାକେଟ୍। ବିସ୍ପୋରକ ସାମଗ୍ରୀ ଜବତ କରି ରଘୁନାଥପାଲି ଥାନା ପୁଲିସ ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: କ୍ୟାବିନେଟ୍ ବୈଠକରେ ୫ଟି ବିଭାଗର ୬ଟି ପ୍ରସ୍ତାବକୁ ମଞ୍ଜୁରୀ, ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା

ଘଟଣାରେ ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ଓ ଗାଡି ଡ୍ରାଇଭର ଅଟକ ଅଛନ୍ତି। ପୁଲିସ ପକ୍ଷରୁ ପଚରାଉଚରା ଜାରି ରହିଛି। ଏହି ବିସ୍ଫୋରକ କେଉଁଠିକୁ ଯାଉଥିଲା ସେନେଇ ଛାନବିନ ଚାଲିଛି। ଆଜିର ୧୧୬ ପେଟି ବିସ୍ଫୋରକର କୌଣସି କାଗଜପତ୍ର ନଥିବାରୁ ସନ୍ଦେହ ବଢ଼ିଛି। ଜିଏସଟି ଏନଫୋର୍ସମେଣ୍ଟ ଡେପୁଟି କମିଶନରଙ୍କ ନେତୃତ୍ବରେ ଜିଏସଟି ଟିମ ରଘୁନାଥାପାଲ୍ଲି ଥାନାରେ ପହଞ୍ଚି ପଚରାଉଚୁରା କରୁଛନ୍ତି।  ବେଆଇନ ଭାବେ ବିସ୍ଫୋରକ ଚାଲାଣ ଅଭିଯୋଗରେ ପଚରାଉଚରା ଚାଲିଛି।

ଆହୁରି ପଢ଼ନ୍ତୁ: ‘AWSOME’ ଆପ୍ ଜରିଆରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ତଦାରଖ କରାଯାଉଛି: ଉପମୁଖ୍ୟମନ୍ତ୍ରୀ

ସେପଟେ ବିସ୍ପୋରକ ଗୋଦାମ ମାଲିକଙ୍କ ବାସନ୍ତୀ କଲୋନୀ ବାସଭବନରେ ତଦନ୍ତକାରୀ ଟିମ ପହଞ୍ଚିଛି। ପୁଲିସ SIT ଟିମ ସହ ଜିଏସଟି ଏନଫୋର୍ସମେଣ୍ଟ ଡେପୁଟି କମିଶନରଙ୍କ ନେତୃତ୍ବରେ ଜିଏସଟି ଟିମ ବାସଭବନରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ନେଉଳ ମାଛ ଖାଇଦେଲା ବୋଲି ଖଣ୍ଡାରେ ହାଣି ବୃଦ୍ଧଙ୍କୁ ହତ୍ୟା କଲେ ପଡୋଶୀ !

Join Us @ WhatsApp

About The Author

Google News
Join Us @ WhatsApp