୪ ମାସରେ ରାଉରକେଲାରେ ୧୨ ଦୁଷ୍କର୍ମ ମାମଲା: ସୁନ୍ଦରଗଡ଼ରେ ଲଜ୍ଜା ! ଟୁସୁମେଳାରୁ ଟେକିନେଇ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ

The Sakala Picture
Published On

ରାଉରକେଲା: ଧନୁଯାତ୍ରା ଦେଖିବାକୁ ଯାଇଥିବା ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ ଅଭିଯୋଗରେ ବରଗଡ଼ ଜିଲ୍ଲା ଉଠୁଛି ପଡ଼ୁଛି। ଏପରି ସ୍ଥିତିରେ ଆଜି ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅଞ୍ଚଳ‌ରୁ ସମାନଧରଣର ଏକ ଅଭିଯୋଗ ଆସିବା ପରେ ରାଜ୍ୟବ୍ୟାପୀ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି। ବିଶ୍ରା ଥାନା ଅଧୀନ ତେତରକେଲାରେ ଚାଲିଥିବା ଟୁସୁ ମେଳାରୁ ଜଣେ ନାବାଳିକାଙ୍କୁ ଟେକିନେଇ ଅନ୍ୟତ୍ର ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ବିଶ୍ରା ପୁଲିସ୍‌ ଏନେଇ ଏକ ଗଣଦୁଷ୍କର୍ମ ମାମଲା […]

ରାଉରକେଲା: ଧନୁଯାତ୍ରା ଦେଖିବାକୁ ଯାଇଥିବା ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ ଅଭିଯୋଗରେ ବରଗଡ଼ ଜିଲ୍ଲା ଉଠୁଛି ପଡ଼ୁଛି। ଏପରି ସ୍ଥିତିରେ ଆଜି ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅଞ୍ଚଳ‌ରୁ ସମାନଧରଣର ଏକ ଅଭିଯୋଗ ଆସିବା ପରେ ରାଜ୍ୟବ୍ୟାପୀ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି। ବିଶ୍ରା ଥାନା ଅଧୀନ ତେତରକେଲାରେ ଚାଲିଥିବା ଟୁସୁ ମେଳାରୁ ଜଣେ ନାବାଳିକାଙ୍କୁ ଟେକିନେଇ ଅନ୍ୟତ୍ର ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ବିଶ୍ରା ପୁଲିସ୍‌ ଏନେଇ ଏକ ଗଣଦୁଷ୍କର୍ମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ୫ଅଭିଯୁକ୍ତଙ୍କୁ ଅଟକ ରଖିଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ: ସେପ୍ଟେମ୍ବର ୨୩ ଓ ୨୪ରେ ଓଡ଼ିଶାରେ ପ୍ରବଳ ବର୍ଷା : IMDର ସତର୍କ ସୂଚନା ଜାରି

ସୂଚନାନୁଯାୟୀ, ପ୍ରତିବର୍ଷ ପରି ଗତକାଲି ବିଶ୍ରା ଥାନା ଅଧୀନ ତେତରକେଲାରେ ମକର ସଂକ୍ରାନ୍ତି ପର୍ବ ପାଳନ ଅବସରରେ ଟୁସୁ ମେଳନ ପର୍ବ ଓ ନୃତ୍ୟଗୀତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମେଳା ଦେଖିବାକୁ ବିଭିନ୍ନ ଅଞ୍ଚଳରୁ ଶତାଧିକ ସଂଖ୍ୟାରେ ଲୋକ ସମାଗମ ହୋଇଥିଲେ। କେ. ବଲାଙ୍ଗ ଅଞ୍ଚଳରୁ ଜଣେ ନାବାଳିକା ଗତକାଲି ତେତରକେଲାରେ ଚାଲିଥିବା ଟୁସୁ ମେଳା ଦେଖିବାକୁ ଆସିଥିଲା। ତେବେ ୫ ଜଣ ଯୁବକ ଉକ୍ତ ଯୁବତୀଙ୍କୁ କୌଣସି ବାହାନା ଦେଖାଇ ପାଖକୁ ଡାକିଥିଲେ। ଏହାପରେ ତାକୁ ଟେକି ନେଇ ଅନ୍ୟତ୍ର ନେଇ ଯାଇଥିଲେ। ସେଠାରେ ସେମାନେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ।

ଆହୁରି ପଢ଼ନ୍ତୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବରଗଡ଼ର ପିଇଓଙ୍କୁ ଗିରଫ କଲା ଭିଜିଲାନ୍ସ

ଗତ କିଛି ମାସ ହେବ ରାଉରକେଲା ସହରକୁ ମିଶାଇ ସୁନ୍ଦରଗଡ଼ ଜିଲ୍ଲାରେ ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଭଳି ଘଟଣା ବଢ଼ିବାରେ ଲାଗିଛି। କେବଳ ରାଉରକେଲା ସହରରେ ଗତ ସେପ୍ଟେମ୍ୱରରୁ ଆଜି ପର୍ଯ୍ୟନ୍ତ ୧୨ଟି ନାବାଳିକା ଦୁଷ୍କର୍ମ ମାମଲା ଘଟିଯାଇଛି। ଏହା ରାଉରକେଲା ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି ହୋଇଛି। ଗତ ନଭେମ୍ୱର ମାସରେ ୩ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ, ଏକ ସ୍କୁଲରେ ଜଣେ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ହୋଇଥିଲା। ସେହିପରି ଜଣେ ଜନ୍ମ କଲା ବାପା ଦୀର୍ଘ ୪ ବର୍ଷ ହେଲା ୧୩ ବର୍ଷୀୟା ଝିଅକୁ ଦୁଷ୍କର୍ମ କରିବା ଘଟଣା ସେକ୍ଟର-୧୫ ଥାନାରେ ବିଚାରାଧୀନ ରହିଛି। ସେହିପରି ଗତ ନଭେମ୍ୱର ୫ ତାରିଖରେ ନିଶା ଦେଇ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ବ୍ରାହ୍ମଣୀତରଙ୍ଗ ଥାନା ପୁଲିସ ଅଭିଯୁକ୍ତ ଶଶାଙ୍କ ଶେଖର ପ୍ରଧାନ(୫୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗତ ଡିସେମ୍ୱର ୫ ତାରିଖରେ ୨୬ ଜଣେ ବର୍ଷୀୟା ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଝିରପାଣି ଥାନାରେ ଅଭିଯୋଗ ହୋଇଥିଲା। ଡିସେମ୍ୱର ୧୯ତାରିଖରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଉଦିତନଗର ଥାନା ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାନୁଆରୀ ୯ ତାରିଖ ଦିନ ରଘୁନାଥପାଲି ଥାନା ଅଞ୍ଚଳରେ ଜଣେ ୪ ବର୍ଷର ଶିଶୁକନ୍ୟାକୁ ଜୋର ଜବରଦସ୍ତ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିବା ଅଭିଯୋଗରେ ପଡ଼ୋଶୀକୁ ଗିରଫ କରିଥିଲା ପୁଲିସ। ସେହିପରି ଗତ ଜାନୁଆରୀ ୧୪ ତାରିଖରେ ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଅଞ୍ଚଳରେ ୨୧ ବର୍ଷୀୟା ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ପୁଲିସ ତଦନ୍ତ ଚଳାଇଛି।

ଆହୁରି ପଢ଼ନ୍ତୁ: ମାଛ ଧରିବା ହେଲା କାଳ: କୋଲାବ ନଦୀ ସ୍ରୋତରେ ଭାସି ଶିକ୍ଷକ ନଖୋଜ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର