ଗଛରେ ପିଟିହେଲା ବରଯାତ୍ରୀ ଗାଡ଼ି: ୨ମୃତ, ୧୩ ଆହତ

The Sakala Picture
Published On

ରାମପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ବଡ଼କର୍ଲେ ଗାଁ ନିକଟରେ ଏକ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଆହତଙ୍କ ଭିତରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ସୁଚନା ଅନୁଯାୟୀ, ଏକ ଭ୍ୟାନରେ ବରଯାତ୍ରୀମାନେ ଲଛିପୁର ନିକଟ ଖଲିଆପାଲିରୁ ବହାଘର ସାରି ବରଗଡ଼ ଜିଲ୍ଲା ଗଠିଆପାଲିକୁ ଫେରୁଥିବା ବେଳେ ବିଳମ୍ବିତ ସମୟରେ ବଡକର୍ଲେଠାରେ ଗଛକୁ ପିଟି ଦୁର୍ଘଟଣା […]

ରାମପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ବଡ଼କର୍ଲେ ଗାଁ ନିକଟରେ ଏକ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଆହତଙ୍କ ଭିତରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ସୁଚନା ଅନୁଯାୟୀ, ଏକ ଭ୍ୟାନରେ ବରଯାତ୍ରୀମାନେ ଲଛିପୁର ନିକଟ ଖଲିଆପାଲିରୁ ବହାଘର ସାରି ବରଗଡ଼ ଜିଲ୍ଲା ଗଠିଆପାଲିକୁ ଫେରୁଥିବା ବେଳେ ବିଳମ୍ବିତ ସମୟରେ ବଡକର୍ଲେଠାରେ ଗଛକୁ ପିଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ତେବେ ଘଟଣାସ୍ଥଳରେ ବରଗଡ ମାଲିପାଲିର ବିରଞ୍ଚି ମଲ୍ଲିକ(୬୦) ଓ ବରପାଲି ବ୍ଲକ ଗିନ୍ଦିଲ୍ଲା ଗ୍ରାମର ଜିତେନ୍ଦ୍ର ବାଗ(୨୫)ଙ୍କ ମୃତ୍ୟୁ ଘଟିଛି। ଗାଡ଼ିରେ ଥିବା ଅନ୍ୟାନ୍ୟମାନଙ୍କ ମଧ୍ୟରୁ ୫ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ସମସ୍ତଙ୍କୁ ଉଦ୍ଧାର କରାଯାଇ ଡୁଙ୍ଗୁରିପାଲି ସିଏଚସିକୁ ପ୍ରାଥମିକ ଚିକିତ୍ସା ସକାଶେ ନିଆଯାଇଥିବା ବେଳେ ୩ଜଣଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ ବୁର୍ଲା ଭିମସାରକୁ ସ୍ଥାନାନ୍ତର କରାଯାଇଛି। ତେବେ ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଡୁଙ୍ଗୁରିପାଲି ସିଏଚସିକୁ ନେଇଥିବା ବେଳେ ରାମପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

07 Mar 2022 By The Sakala

ଗଛରେ ପିଟିହେଲା ବରଯାତ୍ରୀ ଗାଡ଼ି: ୨ମୃତ, ୧୩ ଆହତ

ରାମପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ବଡ଼କର୍ଲେ ଗାଁ ନିକଟରେ ଏକ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଆହତଙ୍କ ଭିତରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ସୁଚନା ଅନୁଯାୟୀ, ଏକ ଭ୍ୟାନରେ ବରଯାତ୍ରୀମାନେ ଲଛିପୁର ନିକଟ ଖଲିଆପାଲିରୁ ବହାଘର ସାରି ବରଗଡ଼ ଜିଲ୍ଲା ଗଠିଆପାଲିକୁ ଫେରୁଥିବା ବେଳେ ବିଳମ୍ବିତ ସମୟରେ ବଡକର୍ଲେଠାରେ ଗଛକୁ ପିଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ତେବେ ଘଟଣାସ୍ଥଳରେ ବରଗଡ ମାଲିପାଲିର ବିରଞ୍ଚି ମଲ୍ଲିକ(୬୦) ଓ ବରପାଲି ବ୍ଲକ ଗିନ୍ଦିଲ୍ଲା ଗ୍ରାମର ଜିତେନ୍ଦ୍ର ବାଗ(୨୫)ଙ୍କ ମୃତ୍ୟୁ ଘଟିଛି। ଗାଡ଼ିରେ ଥିବା ଅନ୍ୟାନ୍ୟମାନଙ୍କ ମଧ୍ୟରୁ ୫ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ସମସ୍ତଙ୍କୁ ଉଦ୍ଧାର କରାଯାଇ ଡୁଙ୍ଗୁରିପାଲି ସିଏଚସିକୁ ପ୍ରାଥମିକ ଚିକିତ୍ସା ସକାଶେ ନିଆଯାଇଥିବା ବେଳେ ୩ଜଣଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ ବୁର୍ଲା ଭିମସାରକୁ ସ୍ଥାନାନ୍ତର କରାଯାଇଛି। ତେବେ ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଡୁଙ୍ଗୁରିପାଲି ସିଏଚସିକୁ ନେଇଥିବା ବେଳେ ରାମପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର