ରାଜ୍ୟ ଘରୋଇ ବସ୍ ଧର୍ମଘଟ ସ୍ଥଗିତ, ସରକାରଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନେଲା ମାଲିକ ସଂଘ

The Sakala Picture
Published On

ଭୁବନେଶ୍ବର : ରାଜ୍ୟ ଘରୋଇ ବସ୍ ଧର୍ମଘଟ ସ୍ଥଗିତ ରଖାଯାଇଛି। ଆଜି ସରକାରଙ୍କ ସହ ଆଲୋଚନା ପରେ ଧର୍ମଘଟ ସ୍ଥଗିତ ନିଷ୍ପତ୍ତି ନେଇଛି ଘରୋଇ ବସ୍‌ ମାଲିକ ସଂଘ। ଆସନ୍ତା ଅକ୍ଟୋବର ୩୧ ପର୍ଯ୍ୟନ୍ତ ଘରୋଇ ବସ୍ ଧର୍ମଘଟ ସ୍ଥଗିତ ରଖାଯାଇଛି। ଏନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ଆସନ୍ତାକାଲିଠୁ ଅର୍ଥାତ ୧୦ ଅକ୍ଟୋବରରୁ ଘରୋଇ ବସ୍‌ ଧର୍ମଘଟ ପାଇଁ ଡାକରା ଦେଇଥିଲା। ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ […]

ଭୁବନେଶ୍ବର : ରାଜ୍ୟ ଘରୋଇ ବସ୍ ଧର୍ମଘଟ ସ୍ଥଗିତ ରଖାଯାଇଛି। ଆଜି ସରକାରଙ୍କ ସହ ଆଲୋଚନା ପରେ ଧର୍ମଘଟ ସ୍ଥଗିତ ନିଷ୍ପତ୍ତି ନେଇଛି ଘରୋଇ ବସ୍‌ ମାଲିକ ସଂଘ। ଆସନ୍ତା ଅକ୍ଟୋବର ୩୧ ପର୍ଯ୍ୟନ୍ତ ଘରୋଇ ବସ୍ ଧର୍ମଘଟ ସ୍ଥଗିତ ରଖାଯାଇଛି। ଏନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ

ଆସନ୍ତାକାଲିଠୁ ଅର୍ଥାତ ୧୦ ଅକ୍ଟୋବରରୁ ଘରୋଇ ବସ୍‌ ଧର୍ମଘଟ ପାଇଁ ଡାକରା ଦେଇଥିଲା। ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଘରୋଇ ବସ୍ ମାଲିକ ସଂଘ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଆଲୋଚନା ପରେ ବସ୍‌ ମାଲିକ ସଂଘ ଷ୍ଟିୟରିଂ କମିଟି ବୈଠକ ପରେ ନିଷ୍ପତ୍ତି ଶୁଣାଇବେ ବୋଲି କହିଥିଲେ। ଅପରାହ୍ନରେ ବସ୍‌ ମାଲିକ ସଂଘ ଷ୍ଟିୟରିଂ କମିଟି ବୈଠକରେ ଆଲୋଚନା ପରେ ଧର୍ମଘଟ ସ୍ଥଗିତ ରଖାଯିବା ନେଇ ନିଷ୍ପତ୍ତି ହୋଇଛି।

ଆହୁରି ପଢ଼ନ୍ତୁ: କାଶୀପୁରରେ ଛତୁ ଚାଷ ଜରିଆରେ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ

ଆଜି ସକାଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ବସ ମାଲିକ ସଂଘର ଆଲୋଚନା ହୋଇଥିଲା। ବୈଠକରେ ୫ଟି ସଚିବ, ପରିବହନ କମିଶନର ଅମିତାଭ ଠାକୁର, ମୋ ବସ ମୁଖ୍ୟ ଅରୁଣ ବୋଥ୍ରା, ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ଘରୋଇ ବସ ମାଲିକ ସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ। ବୈଠକ ଶେଷ ପରେ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ ପ୍ରତିକ୍ରିୟାରେ କହିଥିଲେ ଯେ,  ରାଜ୍ୟ ସରକାରଙ୍କ ସହ ସକରାତ୍ମକ ଆଲୋଚନା ହୋଇଛି । ସରକାରଙ୍କ ପ୍ରତିଶ୍ରୁତି ନେଇ ବରମୁଣ୍ଡା ବସଷ୍ଟାଣ୍ଡରେ ବସିବ ଷ୍ଟିୟରିଂ କମିଟି ବୈଠକ ବସିବ। ବୈଠକରେ ବିଭିନ୍ନ ବିଷୟ ନେଇ ଆଲୋଚନା ହେବା ପରେ ଧର୍ମଘଟ ଧର୍ମଘଟ ହେବ କି ନାହିଁ ସେ ନେଇ ଚୁଡାନ୍ତ ନିଷ୍ପତ୍ତି ଶୁଣାଇବ। ଆଉ ବୈଠକରେ ଧର୍ମଘଟକୁ ଆସନ୍ତା ଅକ୍ଟୋବର ୩୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବା ନେଇ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଠାରୁ ରାଜ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ଦିନ ତାପମାତ୍ରା

09 Oct 2023 By The Sakala

ରାଜ୍ୟ ଘରୋଇ ବସ୍ ଧର୍ମଘଟ ସ୍ଥଗିତ, ସରକାରଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନେଲା ମାଲିକ ସଂଘ

ଭୁବନେଶ୍ବର : ରାଜ୍ୟ ଘରୋଇ ବସ୍ ଧର୍ମଘଟ ସ୍ଥଗିତ ରଖାଯାଇଛି। ଆଜି ସରକାରଙ୍କ ସହ ଆଲୋଚନା ପରେ ଧର୍ମଘଟ ସ୍ଥଗିତ ନିଷ୍ପତ୍ତି ନେଇଛି ଘରୋଇ ବସ୍‌ ମାଲିକ ସଂଘ। ଆସନ୍ତା ଅକ୍ଟୋବର ୩୧ ପର୍ଯ୍ୟନ୍ତ ଘରୋଇ ବସ୍ ଧର୍ମଘଟ ସ୍ଥଗିତ ରଖାଯାଇଛି। ଏନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ଆସନ୍ତାକାଲିଠୁ ଅର୍ଥାତ ୧୦ ଅକ୍ଟୋବରରୁ ଘରୋଇ ବସ୍‌ ଧର୍ମଘଟ ପାଇଁ ଡାକରା ଦେଇଥିଲା। ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଘରୋଇ ବସ୍ ମାଲିକ ସଂଘ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଆଲୋଚନା ପରେ ବସ୍‌ ମାଲିକ ସଂଘ ଷ୍ଟିୟରିଂ କମିଟି ବୈଠକ ପରେ ନିଷ୍ପତ୍ତି ଶୁଣାଇବେ ବୋଲି କହିଥିଲେ। ଅପରାହ୍ନରେ ବସ୍‌ ମାଲିକ ସଂଘ ଷ୍ଟିୟରିଂ କମିଟି ବୈଠକରେ ଆଲୋଚନା ପରେ ଧର୍ମଘଟ ସ୍ଥଗିତ ରଖାଯିବା ନେଇ ନିଷ୍ପତ୍ତି ହୋଇଛି।

ଆଜି ସକାଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ବସ ମାଲିକ ସଂଘର ଆଲୋଚନା ହୋଇଥିଲା। ବୈଠକରେ ୫ଟି ସଚିବ, ପରିବହନ କମିଶନର ଅମିତାଭ ଠାକୁର, ମୋ ବସ ମୁଖ୍ୟ ଅରୁଣ ବୋଥ୍ରା, ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ଘରୋଇ ବସ ମାଲିକ ସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ। ବୈଠକ ଶେଷ ପରେ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ ପ୍ରତିକ୍ରିୟାରେ କହିଥିଲେ ଯେ,  ରାଜ୍ୟ ସରକାରଙ୍କ ସହ ସକରାତ୍ମକ ଆଲୋଚନା ହୋଇଛି । ସରକାରଙ୍କ ପ୍ରତିଶ୍ରୁତି ନେଇ ବରମୁଣ୍ଡା ବସଷ୍ଟାଣ୍ଡରେ ବସିବ ଷ୍ଟିୟରିଂ କମିଟି ବୈଠକ ବସିବ। ବୈଠକରେ ବିଭିନ୍ନ ବିଷୟ ନେଇ ଆଲୋଚନା ହେବା ପରେ ଧର୍ମଘଟ ଧର୍ମଘଟ ହେବ କି ନାହିଁ ସେ ନେଇ ଚୁଡାନ୍ତ ନିଷ୍ପତ୍ତି ଶୁଣାଇବ। ଆଉ ବୈଠକରେ ଧର୍ମଘଟକୁ ଆସନ୍ତା ଅକ୍ଟୋବର ୩୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବା ନେଇ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର