ରାଜ୍ୟ ସରକାରଙ୍କ ଶହେ ଦିନର ସଫଳତା ଅପେକ୍ଷା ବିଫଳତା ତାଲିକା ଲମ୍ବା: ବିଜେଡି

The Sakala Picture
Published On

ଭୁୁବନେଶ୍ୱର: ଆଜି ଶଙ୍ଖ ଭଵନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ମୁଖପାତ୍ର ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଅରୁଣ ସାହୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଶହେ ଦିନର ବିଫଳତା ଗୁଡିକ ଉପରେ ଆଲୋକପାତ କରିଥିଲେ। ବିଜେପି ଦ୍ୱାରା ଦାବୀ କରାଯାଉଥିବା ବିଭିନ୍ନ ସଫଳତା ଉପରେ ମନ୍ତବ୍ୟ ଦେଇ ଶ୍ରୀ ସାହୁ କହିଥିଲେ, ଖଜୁରୀ ଗଛର କି ଗୁଣ ଗାଇବି ନା, ମୂଳରୁ ପାହାଚ ପାହାଚ। ତୁଳସୀ ଦୁଇ ପତ୍ରରୁ ବାସେ ପରି […]

ଭୁୁବନେଶ୍ୱର: ଆଜି ଶଙ୍ଖ ଭଵନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ମୁଖପାତ୍ର ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଅରୁଣ ସାହୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଶହେ ଦିନର ବିଫଳତା ଗୁଡିକ ଉପରେ ଆଲୋକପାତ କରିଥିଲେ। ବିଜେପି ଦ୍ୱାରା ଦାବୀ କରାଯାଉଥିବା ବିଭିନ୍ନ ସଫଳତା ଉପରେ ମନ୍ତବ୍ୟ ଦେଇ ଶ୍ରୀ ସାହୁ କହିଥିଲେ, ଖଜୁରୀ ଗଛର କି ଗୁଣ ଗାଇବି ନା, ମୂଳରୁ ପାହାଚ ପାହାଚ। ତୁଳସୀ ଦୁଇ ପତ୍ରରୁ ବାସେ ପରି ରାଜ୍ୟ ସରକାରଙ୍କ ଶହେ ଦିନର କାର୍ୟ୍ୟକ୍ରମରୁ ସ୍ପଷ୍ଟ ହେଉଛି ଯେ ବର୍ତ୍ତମାନର ବିଜେପି ସରକାରଙ୍କ ସମୟରେ ଓଡିଶାର ଵିକାଶ ଦୁଇ ପାଦ ପଛକୁ ଯିବ।

ଆହୁରି ପଢ଼ନ୍ତୁ: ମୃତ ବୃଦ୍ଧାଙ୍କୁ ଜୀବିତ ଦର୍ଶାଇ ଭତ୍ତା ଲୁଟ୍: ସାତପଡ଼ାରେ ସାମ୍ନାକୁ ଆସିଲା ସାଂଘାତିକ ଦୁର୍ନୀତି

ଶ୍ରୀ ସାହୁ କହିଥିଲେ, ଗତ ନିର୍ବାଚନରେ, ବିଜେପି ତାର ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା ଯେ, ବାର୍ଦ୍ଧକ୍ୟ ଭତ୍ତାକୁ ୩୦୦୦ ଟଙ୍କାକୁ ବୃଦ୍ଧି କରିବ କିନ୍ତୁ ରାଜ୍ୟ ବଜେଟରେ କେବଳ ୮୦ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କ ଓ ୮୦ ପ୍ରତିଶତରୁ ଉର୍ଦ୍ଧ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ମାସିକ ଭତ୍ତାକୁ ୩୫୦୦ ଟଙ୍କାକୁ ବୃଦ୍ଧି କରା ଯାଇଛି। ତେଣୁ ରାଜ୍ୟର ୮୦ ଭାଗ ଭତ୍ତାଧାରୀ ରାଜ୍ୟ ସରକାରଙ୍କ ପ୍ରବଞ୍ଚନାର ଶିକାର ହୋଇଛନ୍ତି। ଓଡ଼ିଆ ଅସ୍ମିତାର ନାରା ଦେଇ ସରକାରକୁ ଆସିଥିବା ବିଜେପି ରାଜ୍ୟରେ ଓଡିଆଙ୍କୁ ନ୍ୟାୟ ଦେବାରେ ବିଫଳ ହେଉଛି, ଯାହା ଆମେ ରାଜ୍ୟପାଳଙ୍କ ପୁଅ ଦ୍ୱାରା ଜଣେ ଓଡ଼ିଆ ଅଧିକାରୀଙ୍କ ଉପରେ ଆକ୍ରମଣ ଘଟଣାରୁ ଦେଖିଲେ। ଘଟଣାଟି, ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିଲେହେଁ ରାଜ୍ୟ ସରକାର ଏହି ଘଟଣାରେ ନ୍ୟାୟ ପ୍ରଦାନ ଦୂରେ ଥାଉ, ସାମାନ୍ୟ କେସଟିଏ ମଧ୍ୟ କରି ପାରିଲେ ନାହିଁ ବୋଲି ଶ୍ରୀ ସାହୁ କହିଥିଲେ।

ଆହୁରି ପଢ଼ନ୍ତୁ: ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଛାତ୍ର ଓ ଯୁବ ବିଜେଡିର ବିକ୍ଷୋଭ

ଶ୍ରୀ ସାହୁ ଆହୁରି କହିଥିଲେ, ଚିକିଟି ମଦ ମୃତ୍ୟୁ ଘଟଣାରେ ପାଞ୍ଚ ଜଣଙ୍କ ଜୀବନ ଯାଇଥିଲା ଯାହା ରାଜ୍ୟ ସରକାରଙ୍କ ଆଉ ଏକ ବିଫଳତା ଥିଲା। ଏହି ଘଟଣାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପରିବାରଙ୍କୁ ଏ ପର୍ୟ୍ୟନ୍ତ ସହାୟତା ରାଶି ପ୍ରଦାନ କରାଯାଇ ପାରିନାହିଁ। ସେହିପରି, ରାଜ୍ୟରେ ବିଜେପି ସରକାର ଦାୟିତ୍ୱ ନେବା ପରେ ରାଜ୍ୟରେ ସାମ୍ପ୍ରଦାୟିକ ଉତ୍ତେଜନା ଓ ଦଙ୍ଗା ଭଳି ସ୍ଥିତି ଏକାଧିକ ସ୍ଥାନରେ ଉପୁଜିଥିଲା, ଯାହା ବେଶ କିଛି ଦିନ ପର୍ୟ୍ୟନ୍ତ ଉତ୍ତେଜନା ମୂଳକ ସ୍ଥିତି ସୃଷ୍ଟି କରିଥିଲା। ସେହିପରି ଏହି ଶହେ ଦିନ ଭିତରେ ରାଜ୍ୟରେ ଏକାଧିକ ନାବାଳିକା ଧର୍ଷଣ ଓ ହତ୍ୟା ଘଟଣା ଲୋକଲୋଚଙ୍କୁ ଆସିଛି। ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ଉପରେ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ନଥିବା ସ୍ପଷ୍ଟ ହେଉଛି। ଖୋଦ ରାଜଧାନୀରେ ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କ ଉପରେ ଅମାନବୀୟ ଅତ୍ୟାଚାର ରାଜ୍ୟର ପୋଲିସ ପ୍ରଶାସନର ସ୍ଥିତିକୁ ଦର୍ଶଉଛି। ନାମ ଓ ରଙ୍ଗ ପରିବର୍ତ୍ତନରେ ସିଦ୍ଧହସ୍ତ ହୋଇଥିବା ଏହି ସରକାରଙ୍କ ସମୟରେ ରାଜ୍ୟର ପୋଲିସ ଥାନା ଗୁଡିକ ମଧ୍ୟ ବିଜେପିର ଦ୍ଵିତୀୟ ଅଫିସରେ ପରିଣତ ହୋଇଛି। ସେହିପରି ରାଜ୍ୟର ଅନୁନ୍ୟ ପଚାଶ ହଜାର ଶିକ୍ଷକଙ୍କୁ ବିଜେପିର ସଦସ୍ୟତା ପ୍ରଦାନ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି ଯାହା ହେଲେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଉପରେ କୁପ୍ରଭାବ ପଡିବ। ତାଛଡ଼ା, ଶିକ୍ଷକ ମାନେ ନିର୍ବାଚନ ଦାୟିତ୍ୱ ତୁଲାଉଥିବାରୁ, ନିରପେକ୍ଷ ନିର୍ବାଚନ ମଧ୍ୟ ସମ୍ଭବ ହେବ ନାହିଁ ବୋଲି ଶ୍ରୀ ସାହୁ କହିଥିଲେ।

ଆହୁରି ପଢ଼ନ୍ତୁ: ସୁନ୍ଦରଗଡ ଜିଲ୍ଲାରେ ନିକ୍ଷୟ ମିତ୍ର ପଦକ୍ଷେପ ଜରିଆରେ ଯକ୍ଷ୍ମା ରୋଗୀମାନଙ୍କୁ ସହାୟତା କରୁଛି ବେଦାନ୍ତ ଆଲୁମିନିୟମ

ଶ୍ରୀ ସାହୁ କହିଥିଲେ, ରାଜ୍ୟ ବିଜେପି ସରକାର ସୁଭଦ୍ରା ଯୋଜନା ଉପରେ ଅନେକ ବାହାସ୍ପଟ ମାରୁଥିଲେହେଁ, ବାସ୍ତବରେ ସୁଭଦ୍ରା ଯୋଜନାରେ ସରକାର ରାଜ୍ୟର ମହିଳା ମାନଙ୍କୁ ପ୍ରତାରଣ କରିଛନ୍ତି। ବିଜେପିର ନିର୍ବାଚନୀ ଇସ୍ଥାହାରରେ ପ୍ରତି ମହିଳାଙ୍କୁ ଦୁଇ ବର୍ଷରେ ପଚାଶ ହଜାର ଟଙ୍କା ଦିଆଯିବ ବୋଲି କହିଥିଲେ କିନ୍ତୁ ଦୁଇ ବର୍ଷ ପରିବର୍ତ୍ତେ ପାଞ୍ଚ ବର୍ଷରେ ପଚାଶ ହଜାର ଦେବେ ବୋଲି କହିଛନ୍ତି, ତାହା ମଧ୍ୟ ସମସ୍ତ ମହିଳାଙ୍କୁ ନୁହେଁ କିଛି କିଛି ମହିଳାଙ୍କୁ ଦେବେ। ସେହିପରି ବିଜେପିର ନାରା ଥିଲା ଦୁଇ ଥର ପଦ୍ମ ଦୁଇ ଗୁଣ ଵିକାଶ। କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଓଡିଶା ପ୍ରତି କେନ୍ଦ୍ରର ଅବହେଳା ବା ପାତର ଅନ୍ତର ଜାରି ରହିଛି। କେନ୍ଦ୍ର ସରକାର କେନ୍ଦ୍ର ବିଜେଟରେ ବିହାରକୁ ୨୬, ୦୦୦ କୋଟି ଟଙ୍କା ଓ ଆନ୍ଧ୍ର ପ୍ରଦେଶକୁ ପ୍ରାୟ ୧୬, ୦୦୦ କୋଟି ଟଙ୍କାର ସ୍ୱତନ୍ତ୍ର ଅନୁଦାନ ଦେଇଥିବା ବେଳେ ଓଡିଶାରୁ ବିଜେପି କୋଡିଏ ଏମପି ଜିତିବା ସତ୍ୱେ, ଓଡିଢାକୁ ସ୍ୱତନ୍ତ୍ର ଅନୁଦାନ ଦିଆ ଯାଇ ନାହି। ପୋଲଭରମ ପ୍ରକଳ୍ପକୁ ସମ୍ପୂର୍ଣ କରିବା ପାଇଁ କେନ୍ଦ୍ର ଆନ୍ଧ୍ରକୁ ୧୫, ୦୦୦ କୋଟି ଟଙ୍କାର ସ୍ୱତନ୍ତ୍ର ଅନୁଦାନ ଦେଇଥିବା ବେଳେ ଓଡ଼ିଶାର ମାଲକାନଗିରି ଜିଲ୍ଲାର ମୋଟୁ ଓ ପଡିଆ ଅଞ୍ଚଳ ସମ୍ପୂର୍ଣ ଜଳମଗ୍ନ ହେବାକୁ ଯାଉଥିବା ବେଳେ, ଓଡ଼ିଶାର ସ୍ୱାର୍ଥକୁ କେନ୍ଦ୍ର ସମ୍ପୂର୍ଣ ଅଣଦେଖା କରିଛି। ରାଜ୍ୟ ବିଜେପି ସରକାର ଏହି ପ୍ରସଙ୍ଗରେ ପଦଟିଏ ମଧ୍ୟ ମୁହଁ ଖୋଲି ନାହାନ୍ତି।

ରାଜ୍ୟରେ ବିଜେପି ସରକାର କ୍ଷମତାସିନ ହେବା ପରେ ଅତ୍ୟାବଶକୀୟ ଜିଣିଷର ଦର ହୁ ହୁ ହୋଇ ବଢ଼ି ଚାଲିଛି। ପ୍ରଥମେ ଆଳୁ ଓ ପରେ ପିଆଜର ଅହେତୁକ ଦରବୃଦ୍ଧି ଯୋଗୁ ରାଜ୍ୟବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପରିତାପର ବିଷୟ ଯେ ରାଜ୍ୟ ସରକାର ଏହି ସମସ୍ୟାର ନିରାକରଣ ପାଇଁ କୌଣସି ଠୋସ ପଦକ୍ଷେପ ନେଇ ପାରି ନାହାନ୍ନ୍ତି। ସେହିପରି ନବୀନ ସରକାରଙ୍କ ସମୟରେ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଚୁକ୍ତିବଦ୍ଧ ହୋଇଥିବା ଶିଳ୍ପାନୁଷ୍ଠାନ ମାନେ ମଧ୍ୟରୁ ଅନେକ ଏବେ ଓଡିଶା ଛାଡିବାକୁ ବସିଲେଣି ବୋଲି ଶ୍ରୀ ସାହୁ କହିଥିଲେ।
ଶ୍ରୀ ସାହୁ ଆହୁରି କହିଥିଲେ, କେନ୍ଦରେ ତୃତୀୟ ଥର ପାଇଁ ପ୍ରତିଷ୍ଠା ହୋଇଥିବା ବିଜେପି ସରକାର ମଧ୍ୟ ଶହେ ଦିନ ପୁରା କରିଥିଲେ ମଧ୍ୟ କେନ୍ଦ୍ର ସରକାର ଵିକାଶ ରାସ୍ତାରେ ଆଗକୁ ନୁହେଁ ବଂର ପଛୁଆ ଚାଲିଛନ୍ତି। କେନ୍ଦ୍ର ସରକାରଙ୍କ ଅପରୀପକ୍ୱତା ନିଷ୍ପତ୍ତି ପାଇଁ, ବ୍ରଡକାଷ୍ଟିଙ୍ଗ ଵିଲକୁ ପ୍ରତ୍ୟାହାର କରିବାକୁ ପଡିଲା। ସେହିପରି ୱାକଅଫ ବୋର୍ଡ ଵିଲକୁ ମଧ୍ୟ ଜେପିସି କୁ ପଠାଇବାକୁ ବାଧ୍ୟ ହେଲେ। ବିଜେପି ଦ୍ୱାରା ୨୦୨୨ ସୁଦ୍ଧା ଭାରତରେ ସମସ୍ତ କଚା ଘରକୁ ପକ୍କା ଘରରେ ପରିଣତ କରାଯିବ ବୋଲି ଦିଆ ଯାଇଥିବା ପ୍ରତିଶ୍ରୁତି ମଧ୍ୟ ପାଣିର ଗାର ପାଲଟିଛି ବୋଲି ଶ୍ରୀ ସାହୁ କହିଥିଲେ।

18 Sep 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର