ଇଲେକ୍ଟ୍ରିକ୍ ଗାଡ଼ି କିଣିବା ପାଇଁ ସରକାରୀ କର୍ମଚାରୀଙ୍କୁ ମିଳିବ ପ୍ରୋତ୍ସାହନ; ବିନା ସୁଧରେ ଅଗ୍ରୀମ ଋଣ ପ୍ରଦାନ କରିବେ ସରକାର

The Sakala Picture
Published On

ଭୁବନେଶ୍ୱର: ଇଲେକ୍ଟ୍ରିକ୍ ଗାଡ଼ି କିଣିବା ପାଇଁ ସରକାରୀ କର୍ମଚାରୀଙ୍କୁ ମିଳିବ ପ୍ରୋତ୍ସାହନ । ବିନା ସୁଧରେ ଅଗ୍ରୀମ ରାଶି ଦେବାକୁ ଘୋଷଣା କରିଛନ୍ତି ସରକାର । ରାଜ୍ୟରେ ବିଦ୍ୟୁତ ଚାଳିତ ଯାନର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି । ଏଥିପାଇଁ ଅର୍ଥ ବିଭାଗ ପକ୍ଷରୁ ଗାଇଡଲାଇନ୍‌ ଜାରି ହୋଇଛି। ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି ଯେ ଡିସେମ୍ବର ୧, ୨୦୨୫ ପର୍ଯ୍ୟନ୍ତ ସରକାରୀ କର୍ମଚାରୀଙ୍କୁ ଇଭି କ୍ରୟ ପାଇଁ ସୁଧ […]

ଭୁବନେଶ୍ୱର: ଇଲେକ୍ଟ୍ରିକ୍ ଗାଡ଼ି କିଣିବା ପାଇଁ ସରକାରୀ କର୍ମଚାରୀଙ୍କୁ ମିଳିବ ପ୍ରୋତ୍ସାହନ । ବିନା ସୁଧରେ ଅଗ୍ରୀମ ରାଶି ଦେବାକୁ ଘୋଷଣା କରିଛନ୍ତି ସରକାର । ରାଜ୍ୟରେ ବିଦ୍ୟୁତ ଚାଳିତ ଯାନର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି । ଏଥିପାଇଁ ଅର୍ଥ ବିଭାଗ ପକ୍ଷରୁ ଗାଇଡଲାଇନ୍‌ ଜାରି ହୋଇଛି।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି ଯେ ଡିସେମ୍ବର ୧, ୨୦୨୫ ପର୍ଯ୍ୟନ୍ତ ସରକାରୀ କର୍ମଚାରୀଙ୍କୁ ଇଭି କ୍ରୟ ପାଇଁ ସୁଧ ବିହୀନ ଅଗ୍ରୀମ ପ୍ରଦାନ କରାଯିବ । ସରକାରୀ ବିଭାଗରେ କାର୍ଯ୍ୟରତ ଗ୍ରୁପ୍‌-ଏ ଏବଂ ଗ୍ରୁପ୍‌-ବି ବର୍ଗର ଅଧିକାରୀଙ୍କୁ ଇଭି କାର କ୍ରୟ ପାଇଁ ଗାଡ଼ି ମୂଲ୍ୟର ସର୍ବାଧିକ ୭୫% ଅବା ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ବିହୀନ ଅଗ୍ରୀମ ପ୍ରଦାନ କରାଯାଇ ପାରିବ । ସେହିପରି ଗ୍ରୁପ୍‌-ସି ଓ ଗ୍ରୁପ୍‌-ଡି ବର୍ଗର କର୍ମଚାରୀଙ୍କୁ ଦୁଇ ଚକିଆ ଯାନ କିଣିବା ପାଇଁ ଅଗ୍ରୀମ ମିଳିବ । ଗାଡ଼ି ମୂଲ୍ୟର ୭୫% ଅବା ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ବିହୀନ ଅଗ୍ରୀମ ମିଳିବ । ସର୍ବାଧିକ କ୍ରମାଗତ ୧୦୦ଟି କିସ୍ତିରେ ଅଗ୍ରୀମ ଅର୍ଥ ଆଦାୟ କରାଯିବ । ସେହିପରି ଅବସରଗ୍ରହଣ କରିବାର ବର୍ଷକ ପୂର୍ବରୁ ସମସ୍ତ ଅର୍ଥ ଆଦାୟ କରାଯିବ । ଯଦି ଅବସର ପୂର୍ବରୁ ଚାକିରୀ ଛାଡ଼ି ଥିବେ ତା ହେଲେ ତାଙ୍କର ଅବସରକାଳୀନ ପ୍ରାପ୍ୟରୁ ଆଦାୟ କରାଯିବ । କର୍ମଚାରୀମାନେ ଚାହିଁଲେ ଏକ ସଙ୍ଗରେ ଅବା ଆଗୁଆ ଅର୍ଥ ଫେରସ୍ତ କରିପାରିବେ । ଅଗ୍ରୀମ ନେଇଥିବା କର୍ମଚାରୀ ତିନି ମାସ ଭିତରେ ଗାଡ଼ିର ପଞ୍ଜିକରଣ, ବୀମା ଓ ଡିଲର୍‌ ରସିଦ ଦାଖଲ କରିବା ଜରୁରୀ ହେବ ।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ସୂଚନାଯୋଗ୍ୟ ଯେ ଗତବର୍ଷ ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କୁ ଇଭି କ୍ରୟ ପାଇଁ ସୁଧ ବିହୀନ ଅଗ୍ରୀମ ଅବା ଋଣ ପ୍ରଦାନ ଆରମ୍ଭ କରିଥିଲେ । ତେବେ ଅନେକ ଅଧିକାରୀ ତଥା କର୍ମଚାରୀ ଇଭି କିଣିବା ପାଇଁ ଅର୍ଥ ନେଇ ଇନ୍ଧନ ଚାଳିତ ଗାଡ଼ି କିଣିଥିବା ଅଭିଯୋଗ ହୋଇଥିଲା । ସେହିପରି ଗାଡ଼ିର କାଗଜପତ୍ର ଦାଖଲ କରିବାରେ ମଧ୍ୟ ଅବହେଳା କରୁଥିଲେ । ଏହାକୁ ଦୃଷ୍ଟିରେ ରଖି ନିୟମରେ ପରିବର୍ତ୍ତନ କରାଯାଇଛି ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ଅନେକ ବିଭାଗ ନିଜ କର୍ମଚାରୀଙ୍କୁ ଇଭି କିଣିବା ପାଇଁ ଋଣ ପ୍ରଦାନ କରିବା ସମୟରେ ଉଦ୍ଦିଷ୍ଟ ନିୟମର ପାଳନ କରୁ ନାହାନ୍ତି । ରାଜ୍ୟ ଅର୍ଥ ବିଭାଗ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହିତ ନୂଆ ମାର୍ଗଦର୍ଶୀକା ଜାରି କରିଛି । ଆଜି ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଯେଉଁମାନେ ଇଭି କିଣିବା ପାଇଁ ବିଭାଗରୁ ଅଗ୍ରୀମ ନେବେ ତାହାର ତିନି ମାସ ଭିତରେ ଗାଡ଼ିର କାଗଜପତ୍ର ବିଭାଗ ନିକଟରେ ଦାଖଲ କରିବେ । ସେହିପରି ଯେଉଁମାନେ ପୂର୍ବରୁ ଇଭି କିଣିବା ପାଇଁ ଅଗ୍ରୀମ ନେଇ ସାରିଛନ୍ତି ସେମାନେ ତୁରନ୍ତ କାଗଜପତ୍ର ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ କର୍ମଚାରୀ ଅଗ୍ରୀମ ନେଇ ଇଭି କିଣି ନାହାନ୍ତି ଏବଂ କାଗଜପତ୍ର ଦାଖଲ କରିବା ନାହାନ୍ତି ସେମାନଙ୍କ ବିରୋଧରେ ବିଭାଗ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ସୁଧ ସହିତ ଅଗ୍ରୀମ ଅର୍ଥ ଆଦାୟ କରାଯିବ ବୋଲି ଅର୍ଥ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର