ଆସନ୍ତାକାଲିଠୁ ଆବେଦନ, କରୋନା ମୃତକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯିବ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି

The Sakala Picture
Published On

ଭୁବନେଶ୍ୱର : କୋଭିଡ୍‍ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପାମୂଳକ ରାଶି ପ୍ରଦାନ ପାଇଁ ରାଜ୍ୟ ସରକାର ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଲୋକେ ଯେପରି ସହଜ ଓ ସୁବିଧାରେ ଆବେଦନ କରି ଟଙ୍କା ପାଇପାରିବେ ସେଥିପାଇଁ ରାଜ୍ୟ ଆଇଟି ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଆପ୍‍ ଓ ସଫ୍ଟୱେର ପ୍ରସ୍ତୁତ କରାଯାଇଛି। ଏହା ଜରିଆରେ ହିତାଧିକାରୀ, ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରିପାରିବେ। ପୂରା ପ୍ରକ୍ରିୟା […]

ଭୁବନେଶ୍ୱର : କୋଭିଡ୍‍ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପାମୂଳକ ରାଶି ପ୍ରଦାନ ପାଇଁ ରାଜ୍ୟ ସରକାର ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଲୋକେ ଯେପରି ସହଜ ଓ ସୁବିଧାରେ ଆବେଦନ କରି ଟଙ୍କା ପାଇପାରିବେ ସେଥିପାଇଁ ରାଜ୍ୟ ଆଇଟି ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଆପ୍‍ ଓ ସଫ୍ଟୱେର ପ୍ରସ୍ତୁତ କରାଯାଇଛି। ଏହା ଜରିଆରେ ହିତାଧିକାରୀ, ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରିପାରିବେ। ପୂରା ପ୍ରକ୍ରିୟା ସମ୍ପର୍କରେ ଆଜି ସ୍ୱତନ୍ତ୍ର ରିଲିଫ୍‍ କମିଶନର (ଏସ୍‍ଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଏବଂ ସିଡିଏମ୍‍ଓମାନଙ୍କୁ ପତ୍ର ଲେଖିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଏବେ ଅଲୋଡ଼ା, ମାତ୍ର 'ଉତ୍ତରପ୍ରଦେଶ ଏବେ ‘୫-ଟି’ର ଶ୍ରେଷ୍ଠ ମଡେ଼ଲ'

ଆଇଟି ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ସଫ୍‌ଟୱେୟାର ନାଁ ରହିଛି ‘କୋଭିଡ-୧୯ ଏକ୍ସ-ଗ୍ରାସିଆ ଆସିଷ୍ଟାନ୍‌ସ ପେମେଣ୍ଟ ସିଷ୍ଟମ୍’ (ସିଏପିଏସ୍‌) । ଏହି ସଫ୍‌ଟୱେୟାର ଜରିଆରେ ଜିଲ୍ଲାପାଳ ସହାୟତା ରାଶିର ମଞ୍ଜୁର ଓ ବଣ୍ଟନ କରିବେ । ମୃତକଙ୍କ ସଂପର୍କୀୟଙ୍କୁ ଡିବିଟି ଜରିଆରେ ଟଙ୍କା ପଠାଇ ଦିଆଯିବ । ଅଫ୍‌ଲାଇନ୍‌ରେ ଆବେଦନ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ଇଂରାଜୀ/ଓଡ଼ିଆରେ ଜିଲ୍ଲାପାଳଙ୍କ ନିକଟରେ ଧାର୍ୟ୍ୟ ଫର୍ମାଟରେ ଆବେଦନ କରିବେ । ଗୋଟିଏ ମୃତ୍ୟୁ ପାଇଁ କେବଳ ଗୋଟିଏ ଦରଖାସ୍ତ ଗ୍ରହଣ କରାଯିବ । ଦରଖାସ୍ତ ସହିତ ଆବଶ୍ୟକ କାଗଜପତ୍ରକୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପକ୍ଷରୁ ସିଏପିଏସ୍‌ ସଫଟୱେୟାରରେ ଅପ୍‌ଲୋ‌ଡ କରି ଦିଆଯିବ ।

ଆହୁରି ପଢ଼ନ୍ତୁ: ଜଳେଶ୍ୱର ରେଳ ଷ୍ଟେସନ ନିକଟରେ ଅଘଟଣ: ଟ୍ରେନ ଆଗକୁ ଡେଇଁ ଶାଳୀ-ଭିଣୋଇଙ୍କ ଆତ୍ମହତ୍ୟା

ସୂଚନା ଅନୁସାରେ ରାଜ୍ୟରେ କୋଭିଡ୍‍ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ଲୋକଙ୍କ ନିକଟ ସମ୍ପର୍କୀୟଙ୍କୁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏସ୍‍ଡିଆରଏଫ୍‍)ରୁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ। ଏଥିପାଇଁ ଆଇଟି ବିଭାଗ ପକ୍ଷରୁ ‘କୋଭିଡ୍‍-୧୯ ଏକ୍ସ-ଗ୍ରାସିଆ ଆସିଷ୍ଟାନ୍ସ ପେମେଣ୍ଟେ ସିଷ୍ଟମ୍‍ ବା ‘କ୍ୟାପ୍‍ସ୍‍’ ନାମରେ ସଫ୍ଟୱେର ଏବଂ ଆପ୍‍ ପ୍ରସ୍ତୁତ କରାଯାଇଛି। ଉଭୟ ଅନ୍‍ଲାଇନ୍‍ ଏବଂ ଅଫ୍‍ଲାଇନ୍‍ରେ ଆବେଦନ କରାଯାଇ ପାରିବ। ଏହି ସଫ୍ଟୱେରରେ ଥିବା ସ୍ୱତନ୍ତ୍ର ବ୍ୟବସ୍ଥା ହେତୁ ଜଣେ ମୃତକଙ୍କ ପାଇଁ ଏକାଧିକ ଆବେଦନ ଆସିଲେ ତାହା ଧରାପଡ଼ିଯିବ। ଏହି କାର୍ଯ୍ୟ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଣେ ନୋଡାଲ ଅଧିକାରୀ ନିଯୁକ୍ତ କରିବା ପାଇଁ ଏସ୍‍ଆରସି ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ୍‍ ସହାୟତା ରାଶି ପ୍ରଦାନ ନିମନ୍ତେ ଜିଲ୍ଲା ନୋଡ଼ାଲ ଅଧିକାରୀ ଥିବା ଜିଲ୍ଲାପାଳ ଏହା ଜରିଆରେ ଅନୁକମ୍ପାମୂଳକ ସହାୟତା ରାଶି ମଞ୍ଜୁର କରିବେ। ଅର୍ଥ ମଞ୍ଜୁର ହେବାରେ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅର୍ଥ ପ୍ରଦାନ କରାଯିବ।

ପୂରା ପ୍ରକ୍ରିୟା ପାଇଁ ୩୦ ଦିନ ସମୟ ଧାର୍ଯ୍ୟ କରାଯାଇଛି। ହିତାଧିକାରୀ ଜିଲ୍ଲାପାଳଙ୍କୁ ଆବେଦନ କରିବା ପରେ ୫ ଦିନ ମଧ୍ୟରେ ତାହା ସ୍ଥାନୀୟ ତହସିଲଦାରଙ୍କ କାର୍ଯ୍ୟାଳୟକୁ ଯିବ। ସର୍ବାଧିକ ଚାରି ଦିନ ମଧ୍ୟରେ ତହସିଲଦାର କାଗଜପତ୍ର ଯାଞ୍ଚ କରି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପଠାଇବେ। ଅତିରିକ୍ତ ଜିଲ୍ଲାପାଳ ସର୍ବାଧିକ ଚାରି ଦିନ ମଧ୍ୟରେ କାଗଜପତ୍ର ଜିଲ୍ଲାପାଳଙ୍କୁ ପଠାଇବେ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ୩ ଦିନ ମଧ୍ୟରେ ଡିଡିଓଙ୍କୁ ପ୍ରଦାନ କରାଯିବ। ଡିଡିଓ ଅନୁକମ୍ପାମୂଳକ ସହାୟତା ରାଶିର ବିଲିଂ କରି ଆଇଏଫଏମ୍‍ଏସ୍‍ ଜରିଆରେ ଟ୍ରେଜେରୀକୁ ପ୍ରଦାନ କରିବେ। ଟ୍ରେଜେରୀରୁ ବ୍ୟାଙ୍କ ଆକାଉଣ୍ଟକୁ ଅର୍ଥ ଯିବା ପାଇଁ ସର୍ବାଧିକ ୩ ଦିନ ସମୟ ରଖାଯାଇଛି। କ୍ୟାପ୍‍ସ୍‍ ଜରିଆରେ ଅନଲାଇନ୍‍ରେ ଆବେଦନ କରିବା ପରେ ତାହା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ତହସିଲଦାର, ଉପ ଜିଲ୍ଲାପାଳ, ଏଡିଏମ୍‍, ଜିଲ୍ଲାପାଳ, ଡିଡିଓ, ଟ୍ରେଜରୀକୁ କାଗଜପତ୍ର ଯିବା ବ୍ୟବସ୍ଥା ହୋଇଛି।

ଆବେଦନକାରୀ ଫର୍ମରେ ମୃତ ବ୍ୟକ୍ତିଙ୍କର ବିସ୍ତୃତ ବିବରଣୀ ସହିତ ମୃତ୍ୟୁ ତାରିଖ, ସ୍ଥାନ, ସମୟ, ସ୍ଥାୟୀ ଠିକଣା, ଇ-ମେଲ, ମୋବାଇଲ୍‍ ନମ୍ବର, ଆଧାର କାର୍ଡ ନମ୍ବର, କୋଭିଡ୍‍ ମୃତ୍ୟୁ ପ୍ରମାଣପତ୍ର ସହ ଆବେଦନ କରିବେ। ସେହିପରି ଫର୍ମରେ ଆବେଦନକାରୀଙ୍କ ସୂଚନା, ପ୍ରମାଣପତ୍ର, ବ୍ୟାଙ୍କ ଆକାଉଣ୍ଟ ଆଦି ଉଲ୍ଲେଖ କରିବେ। ସେହିପରି ଯଦି ଏକାଧିକ ହିତାଧିକାରୀ ଥାନ୍ତି ତା ହେଲେ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କ ନାମ, ବ୍ୟାଙ୍କ ବିବରଣୀ ଆଦି ସଂଲଗ୍ନ କରିବେ। ଯଦି ଆଧାର କାର୍ଡ ନଥାଏ ତା ହେଲେ ସରକାରଙ୍କ ଦ୍ୱାରା ଅନୁମୋଦିତ ଯେ କୌଣସି ଗୋଟିଏ ପରିଚୟପତ୍ର ଦେବା ଜରୁରୀ ହେବ। ସୂଚନାଯୋଗ୍ୟ ଯେ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୮୩୩୬ ଜଣ କୋଭିଡ୍‍ରେ ପ୍ରାଣ ହରାଇଛନ୍ତି। ଏବେ ଦୈନିକ ପ୍ରାୟ ୩/୪ ଜଣ ସଂକ୍ରମିତ ପ୍ରାଣ ହରାଉଛନ୍ତି। ନିୟମ ଅନୁସାରେ କୋଭିଡ୍‍ ସଂକ୍ରମିତ ହେବାର ୩୦ ଦିନ ମଧ୍ୟରେ ମୃତ୍ୟୁ ହୋଇଥିବା ଆବଶ୍ୟକ। ତେବେ ଯଦି କୌଣସି ବ୍ୟକ୍ତି ଡାକ୍ତରଖାନାରେ ଏହା ଠାରୁ ଅଧିକ ଦିନ ପର୍ଯ୍ୟନ୍ତ ଚିକିତ୍ସିତ ହୋଇ ପ୍ରାଣ ହରାଇଥାନ୍ତି ତା ହେଲେ ମଧ୍ୟ ସେମାନ ନିକଟ ସମ୍ପର୍କିୟ ଆର୍ଥିକ ସହାୟତା ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ। ଏହା ବ୍ୟତୀତ କୋଭିଡ୍‍ ଆକ୍ରାନ୍ତ ଆତ୍ମହତ୍ୟା କରିଥିଲେ କିମ୍ବା ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିଲେ ବି ଏଥିପାଇଁ ଯୋଗ୍ୟ ବିବେଚିତ ହେବେ।

02 Nov 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର