ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ : ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପାଇଁ ହେବ ନୀତି ନିର୍ଘଣ୍ଟ

The Sakala Picture
Published On

ପୁରୀ : ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିବ। ଗଜପତି ମହାରାଜାଙ୍କ ଅଧକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସୁଥିବା ବୈଠକରେ ଆଗାମୀ ସ୍ନାନ ଓ ରଥଯାତ୍ରା ନୀତି ନିର୍ଘଣ୍ଟ ସ୍ଥିର କରାଯିବ । ଏଥିସହ ରଥ ଯାତ୍ରା କିଭଳି ଶୃଙ୍ଖଳିତ ଭାବେ ହେବ, ସେ ନେଇ ମଧ୍ୟ ଆଲୋଚନା କରାଯିବାକୁ ଥିବା ବେଳେ ସଭାପତିଙ୍କ ଅନୁମୋଦନ କ୍ରମେ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ଖବର ଅନୁଯାୟୀ, ଆସନ୍ତା ୧୩ରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଓ ଜୁଲାଇ […]

ପୁରୀ : ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିବ। ଗଜପତି ମହାରାଜାଙ୍କ ଅଧକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସୁଥିବା ବୈଠକରେ ଆଗାମୀ ସ୍ନାନ ଓ ରଥଯାତ୍ରା ନୀତି ନିର୍ଘଣ୍ଟ ସ୍ଥିର କରାଯିବ । ଏଥିସହ ରଥ ଯାତ୍ରା କିଭଳି ଶୃଙ୍ଖଳିତ ଭାବେ ହେବ, ସେ ନେଇ ମଧ୍ୟ ଆଲୋଚନା କରାଯିବାକୁ ଥିବା ବେଳେ ସଭାପତିଙ୍କ ଅନୁମୋଦନ କ୍ରମେ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ।

ଆହୁରି ପଢ଼ନ୍ତୁ: ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟା ମାମଲା: କାହାରିକୁ ବି ଛଡ଼ାଯିବ ନାହିଁ କହିଲେ କ୍ରାଇମବ୍ରାଞ୍ଚ ଡିଜି

ଖବର ଅନୁଯାୟୀ, ଆସନ୍ତା ୧୩ରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଓ ଜୁଲାଇ ୧ରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ତେବେ ଏହା ପୂର୍ବରୁ ଶ୍ରୀମନ୍ଦିରରେ ଦଇତା ପ୍ରବେଶ, ସ୍ନାନପୂର୍ଣ୍ଣିମା, ନବଯୌବନ ଦର୍ଶନ, ରଥଯାତ୍ରା, ହେରାପଞ୍ଚମୀ, ବାହୁଡା ଯାତ୍ରା, ସୁନାବେଶ ଓ ନିଳାଦ୍ରୀ ବିଜେ ପ୍ରମୁଖ ଯାନିଯାତ୍ରାର‌ ନୀତି ନିର୍ଘଣ୍ଟର ଅନୁମୋଦନ କରାଯିବ। ଏଥିସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ନେଇ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ ମିଳିବା ପରେ ଖୁବଶୀଘ୍ର କିଭଳି କାର୍ଯ୍ୟ ଶେଷ ହେବ ସେନେଇ ମଧ୍ୟ ଆଲୋଚନା ହେବ। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ, ପରିଚାଳନା କମିଟି ସଦସ୍ୟଙ୍କ ସହ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିବେ।

ଆହୁରି ପଢ଼ନ୍ତୁ: ସରକାରୀ ଅଧିକାରୀଙ୍କୁ ବିଜେପି ନେତାଙ୍କ ଦୁର୍ବ୍ୟବହାର ନିନ୍ଦନୀୟ: ବିଜେଡି

07 Jun 2022 By The Sakala

ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ : ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପାଇଁ ହେବ ନୀତି ନିର୍ଘଣ୍ଟ

ପୁରୀ : ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିବ। ଗଜପତି ମହାରାଜାଙ୍କ ଅଧକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସୁଥିବା ବୈଠକରେ ଆଗାମୀ ସ୍ନାନ ଓ ରଥଯାତ୍ରା ନୀତି ନିର୍ଘଣ୍ଟ ସ୍ଥିର କରାଯିବ । ଏଥିସହ ରଥ ଯାତ୍ରା କିଭଳି ଶୃଙ୍ଖଳିତ ଭାବେ ହେବ, ସେ ନେଇ ମଧ୍ୟ ଆଲୋଚନା କରାଯିବାକୁ ଥିବା ବେଳେ ସଭାପତିଙ୍କ ଅନୁମୋଦନ କ୍ରମେ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ।

ଖବର ଅନୁଯାୟୀ, ଆସନ୍ତା ୧୩ରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଓ ଜୁଲାଇ ୧ରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ତେବେ ଏହା ପୂର୍ବରୁ ଶ୍ରୀମନ୍ଦିରରେ ଦଇତା ପ୍ରବେଶ, ସ୍ନାନପୂର୍ଣ୍ଣିମା, ନବଯୌବନ ଦର୍ଶନ, ରଥଯାତ୍ରା, ହେରାପଞ୍ଚମୀ, ବାହୁଡା ଯାତ୍ରା, ସୁନାବେଶ ଓ ନିଳାଦ୍ରୀ ବିଜେ ପ୍ରମୁଖ ଯାନିଯାତ୍ରାର‌ ନୀତି ନିର୍ଘଣ୍ଟର ଅନୁମୋଦନ କରାଯିବ। ଏଥିସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ନେଇ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ ମିଳିବା ପରେ ଖୁବଶୀଘ୍ର କିଭଳି କାର୍ଯ୍ୟ ଶେଷ ହେବ ସେନେଇ ମଧ୍ୟ ଆଲୋଚନା ହେବ। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ, ପରିଚାଳନା କମିଟି ସଦସ୍ୟଙ୍କ ସହ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର