କୁମ୍ଭମେଳା ଯାଇଥିବା ଶ୍ରଦ୍ଧାଳୁଙ୍କ ଉପରେ ସ୍ବତନ୍ତ୍ର ନଜର : ଆରଟିପିସିଆର ଟେଷ୍ଟ ସହ,୧୪ ଦିନ କ୍ୱାରେଣ୍ଟାଇନ୍‌ ବାଧ୍ୟତାମୂଳକ

The Sakala Picture
Published On

ଭୁବନେଶ୍ବର : କୁମ୍ଭମେଳାରେ କରୋନା ବିସ୍ଫୋରଣ ପରେ ସତର୍କ ହୋଇଯାଇଛନ୍ତି ସମସ୍ତ ରାଜ୍ୟ। ଓଡିଶା ମଧ୍ୟ କୁମ୍ଭମେଳା ଫେରନ୍ତା ଶ୍ରଦ୍ଧାଳୁଙ୍କ ଉପରେ ସ୍ବତନ୍ତ୍ର ନଜର ରଖିଛି। ରାଜ୍ୟ ସରକାରଙ୍କ ପକ୍ଷରୁ  କୁମ୍ଭମେଳା ଫେରନ୍ତାଙ୍କ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଉତ୍ତରାଖଣ୍ଡ ସରକାରଙ୍କ ନିକଟରେ ପଞ୍ଜୀକୃତ ଶ୍ରଦ୍ଧାଳୁଙ୍କ ପାଇଁ କଟକଣା ଜାରି କରାଯାଇଛି। ସମସ୍ତ କୁମ୍ଭମେଳା ଫେରନ୍ତାଙ୍କ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ବିମାନ ବା ଟ୍ରେନରେ ଫେରିବା ପୂର୍ବରୁ ଆରଟିପିସିଆର ଟେଷ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ […]

ଭୁବନେଶ୍ବର : କୁମ୍ଭମେଳାରେ କରୋନା ବିସ୍ଫୋରଣ ପରେ ସତର୍କ ହୋଇଯାଇଛନ୍ତି ସମସ୍ତ ରାଜ୍ୟ। ଓଡିଶା ମଧ୍ୟ କୁମ୍ଭମେଳା ଫେରନ୍ତା ଶ୍ରଦ୍ଧାଳୁଙ୍କ ଉପରେ ସ୍ବତନ୍ତ୍ର ନଜର ରଖିଛି। ରାଜ୍ୟ ସରକାରଙ୍କ ପକ୍ଷରୁ  କୁମ୍ଭମେଳା ଫେରନ୍ତାଙ୍କ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଉତ୍ତରାଖଣ୍ଡ ସରକାରଙ୍କ ନିକଟରେ ପଞ୍ଜୀକୃତ ଶ୍ରଦ୍ଧାଳୁଙ୍କ ପାଇଁ କଟକଣା ଜାରି କରାଯାଇଛି। ସମସ୍ତ କୁମ୍ଭମେଳା ଫେରନ୍ତାଙ୍କ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ବିମାନ ବା ଟ୍ରେନରେ ଫେରିବା ପୂର୍ବରୁ ଆରଟିପିସିଆର ଟେଷ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସପାଲ କର୍ତ୍ତୃପକ୍ଷଙ୍କୁ ଏସ୍‌ଆରସି ଚିଠି କରିଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରବଳ ଗ୍ରୀଷ୍ମ ପ୍ରବାହ: ଖୋର୍ଦ୍ଧା ଜିଲ୍ଲାରେ ୧୯ରୁ ୨୫ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ୍‌, ପୁରୀରେ ୨୨ ତାରିଖ ପର୍ଯ୍ୟନ୍ତ ଛୁଟି

ଏଥିସହିତ କୁମ୍ଭମେଳାରେ ଭାଗ ନେବାକୁ ଉତ୍ତରାଖଣ୍ଡ ସରକାରଙ୍କ ନିକଟରେ ପଞ୍ଜିକୃତ ବ୍ୟକ୍ତିଙ୍କ ନାମ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ଓଡିଶାରୁ ୧୫୬ ଜଣ କୁମ୍ଭମେଳା ଯାଇଛନ୍ତି। ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ମ୍ୟୁନସିପାଲଟି କମିଶନରଙ୍କୁ ଏହି ପଞ୍ଜିକୃତ ବ୍ୟକ୍ତିମାନଙ୍କ ତାଲିକା ପ୍ରଦାନ କରାଯାଇଛି ଏବଂ ତାଲିକାରେ ନାମ ଥିବା ବ୍ୟକ୍ତିଙ୍କ ସହ ଯୋଗାଯୋଗ କରି ଓଡ଼ିଶା ଫେରିବା ପୂର୍ବରୁ ଆରଟିପିସିଆର ଟେଷ୍ଟ କରାଇ ନେବାକୁ ପରାମର୍ଶ ଦେବାକୁ ଏସ୍‌ଆରସି ଚିଠିରେ ଉଲ୍ଲେଖ କରିଛନ୍ତି । କୁମ୍ଭମେଳା  ଫରନ୍ତାଙ୍କ ପାଇଁ ବସଷ୍ଟାଣ୍ଡ, ରେଳ ଷ୍ଟେସନ ଏବଂ ବିମାନ ବନ୍ଦର  ଆଲର୍ଟ କରାଯାଇଛି। କୁମ୍ଭମେଳାରେ  ଭାଗ ନେଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରହିବାକୁ କୁହାଯାଇଛି । ଏଥିସହିତ ଭାଗନେଇଥିବା ବ୍ୟକ୍ତି ୧୪ ଦିନ ପାଇଁ ବାଧ୍ୟତାମୂଳକ ଭାବେ କ୍ୱାରେଣ୍ଟାଇନ୍‌ରେ ରହିବେ । ଆଶା ଏବଂ ଅଙ୍ଗନଓ୍ୱାଡି କର୍ମୀ କୁମ୍ଭ ଫେରନ୍ତାଙ୍କ ଘରକୁ ପରିଦର୍ଶନରେ ଯିବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବେ ।

ଆହୁରି ପଢ଼ନ୍ତୁ: ଆଜି ଓଡ଼ିଶାରେ ପହଞ୍ଚିବେ ରାଷ୍ଟ୍ରପତି; ସଜେଇ ହେଉଛି ପାହାଡ଼ପୁର, ଅପେକ୍ଷା କରିଛି ରାଇରଙ୍ଗପୁର

ସେହିପରି ଭୁବନେଶ୍ୱର ରୁ ୯ ଜଣ କୁମ୍ଭମେଳା ଯାଇଥିବା ପଞ୍ଜିକରଣ କରିଛନ୍ତି। ସମସ୍ତଙ୍କ ଉପରେ ବିଏମସି କଡା ନଜର ରଖିଛି। ଶ୍ରଦ୍ଧାଳୁ ଙ୍କ ସହ ଯୋଗାଯୋଗ ରେ ଅଛି ବିଏମସିର ସ୍ବତନ୍ତ୍ର ଟିମ୍। ସମସ୍ତ ଓ୍ବାର୍ଡ ଅଫିସରଙ୍କୁ ଏନେଇ ଆଲର୍ଟ କରାଯାଇଛି।ସେମାନଙ୍କ ଫୋନ ନମ୍ବର ଏବଂ ଘର ଠିକଣା ବିଏମସି ପାଖରେ ଅଛି। କୁମ୍ଭମେଳାରୁ ଫେରିବା ପରେ ଆରଟିପିସିଆର ଟେଷ୍ଟ ସହ ହୋମ ଆଇସଲେସନରେ ରହିବା ବାଧ୍ୟତାମୂଳକ କରାଯାଇଛି। ଯଦି କେହି ଉଲଙ୍ଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି ଆସିଷ୍ଟାଣ୍ଟ କମିଶନର ଲିଲନ ପ୍ରସାଦ ସାହୁ କହିଛନ୍ତି।

ଆହୁରି ପଢ଼ନ୍ତୁ: ପୁରୀରେ ଆଇପିଏଲ୍ ବେଟିଂ ରାକେଟର ମାଷ୍ଟରମାଇଣ୍ଡ ଗିରଫ, ୧୮ ଲକ୍ଷର ସମ୍ପତ୍ତି ଫ୍ରିଜ୍

18 Apr 2021 By The Sakala

କୁମ୍ଭମେଳା ଯାଇଥିବା ଶ୍ରଦ୍ଧାଳୁଙ୍କ ଉପରେ ସ୍ବତନ୍ତ୍ର ନଜର : ଆରଟିପିସିଆର ଟେଷ୍ଟ ସହ,୧୪ ଦିନ କ୍ୱାରେଣ୍ଟାଇନ୍‌ ବାଧ୍ୟତାମୂଳକ

ଭୁବନେଶ୍ବର : କୁମ୍ଭମେଳାରେ କରୋନା ବିସ୍ଫୋରଣ ପରେ ସତର୍କ ହୋଇଯାଇଛନ୍ତି ସମସ୍ତ ରାଜ୍ୟ। ଓଡିଶା ମଧ୍ୟ କୁମ୍ଭମେଳା ଫେରନ୍ତା ଶ୍ରଦ୍ଧାଳୁଙ୍କ ଉପରେ ସ୍ବତନ୍ତ୍ର ନଜର ରଖିଛି। ରାଜ୍ୟ ସରକାରଙ୍କ ପକ୍ଷରୁ  କୁମ୍ଭମେଳା ଫେରନ୍ତାଙ୍କ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଉତ୍ତରାଖଣ୍ଡ ସରକାରଙ୍କ ନିକଟରେ ପଞ୍ଜୀକୃତ ଶ୍ରଦ୍ଧାଳୁଙ୍କ ପାଇଁ କଟକଣା ଜାରି କରାଯାଇଛି। ସମସ୍ତ କୁମ୍ଭମେଳା ଫେରନ୍ତାଙ୍କ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ବିମାନ ବା ଟ୍ରେନରେ ଫେରିବା ପୂର୍ବରୁ ଆରଟିପିସିଆର ଟେଷ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସପାଲ କର୍ତ୍ତୃପକ୍ଷଙ୍କୁ ଏସ୍‌ଆରସି ଚିଠି କରିଛନ୍ତି।

ଏଥିସହିତ କୁମ୍ଭମେଳାରେ ଭାଗ ନେବାକୁ ଉତ୍ତରାଖଣ୍ଡ ସରକାରଙ୍କ ନିକଟରେ ପଞ୍ଜିକୃତ ବ୍ୟକ୍ତିଙ୍କ ନାମ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ଓଡିଶାରୁ ୧୫୬ ଜଣ କୁମ୍ଭମେଳା ଯାଇଛନ୍ତି। ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ମ୍ୟୁନସିପାଲଟି କମିଶନରଙ୍କୁ ଏହି ପଞ୍ଜିକୃତ ବ୍ୟକ୍ତିମାନଙ୍କ ତାଲିକା ପ୍ରଦାନ କରାଯାଇଛି ଏବଂ ତାଲିକାରେ ନାମ ଥିବା ବ୍ୟକ୍ତିଙ୍କ ସହ ଯୋଗାଯୋଗ କରି ଓଡ଼ିଶା ଫେରିବା ପୂର୍ବରୁ ଆରଟିପିସିଆର ଟେଷ୍ଟ କରାଇ ନେବାକୁ ପରାମର୍ଶ ଦେବାକୁ ଏସ୍‌ଆରସି ଚିଠିରେ ଉଲ୍ଲେଖ କରିଛନ୍ତି । କୁମ୍ଭମେଳା  ଫରନ୍ତାଙ୍କ ପାଇଁ ବସଷ୍ଟାଣ୍ଡ, ରେଳ ଷ୍ଟେସନ ଏବଂ ବିମାନ ବନ୍ଦର  ଆଲର୍ଟ କରାଯାଇଛି। କୁମ୍ଭମେଳାରେ  ଭାଗ ନେଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରହିବାକୁ କୁହାଯାଇଛି । ଏଥିସହିତ ଭାଗନେଇଥିବା ବ୍ୟକ୍ତି ୧୪ ଦିନ ପାଇଁ ବାଧ୍ୟତାମୂଳକ ଭାବେ କ୍ୱାରେଣ୍ଟାଇନ୍‌ରେ ରହିବେ । ଆଶା ଏବଂ ଅଙ୍ଗନଓ୍ୱାଡି କର୍ମୀ କୁମ୍ଭ ଫେରନ୍ତାଙ୍କ ଘରକୁ ପରିଦର୍ଶନରେ ଯିବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବେ ।

ସେହିପରି ଭୁବନେଶ୍ୱର ରୁ ୯ ଜଣ କୁମ୍ଭମେଳା ଯାଇଥିବା ପଞ୍ଜିକରଣ କରିଛନ୍ତି। ସମସ୍ତଙ୍କ ଉପରେ ବିଏମସି କଡା ନଜର ରଖିଛି। ଶ୍ରଦ୍ଧାଳୁ ଙ୍କ ସହ ଯୋଗାଯୋଗ ରେ ଅଛି ବିଏମସିର ସ୍ବତନ୍ତ୍ର ଟିମ୍। ସମସ୍ତ ଓ୍ବାର୍ଡ ଅଫିସରଙ୍କୁ ଏନେଇ ଆଲର୍ଟ କରାଯାଇଛି।ସେମାନଙ୍କ ଫୋନ ନମ୍ବର ଏବଂ ଘର ଠିକଣା ବିଏମସି ପାଖରେ ଅଛି। କୁମ୍ଭମେଳାରୁ ଫେରିବା ପରେ ଆରଟିପିସିଆର ଟେଷ୍ଟ ସହ ହୋମ ଆଇସଲେସନରେ ରହିବା ବାଧ୍ୟତାମୂଳକ କରାଯାଇଛି। ଯଦି କେହି ଉଲଙ୍ଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି ଆସିଷ୍ଟାଣ୍ଟ କମିଶନର ଲିଲନ ପ୍ରସାଦ ସାହୁ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର