ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କୁ ମିଳିବନି ନିସ୍ତାର, ଆଜିଠୁ କଡାକଡି ହେବ ଯାନବାହାନ ଚେକିଂ

The Sakala Picture
Published On

ଭୁବନେଶ୍ୱର : ସୁପ୍ରିମ୍‌‌ କୋର୍ଟଙ୍କ ସଡ଼କ ସୁରକ୍ଷା କମିଟିର ସୁପାରିଶ ଅନୁସାରେ ଆଜିଠୁ  ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ମୋଟର ଯାନ ଯାଞ୍ଚ ଅଭିଯାନ ଆରମ୍ଭ ହେବ। ଏହି ସମୟରେ ସିଟ ବେଲ୍ଟ ଓ ହେଲମେଟ, ଗାଡ଼ି ଚଳାଇବା ସମୟରେ ମୋବାଇଲ୍‌‌ ଫୋନ୍‌‌ ବ୍ୟବହାର, ଅଧିକ ବେଗରେ ଗାଡ଼ି ଚଳାଉଥିବା ଲୋଙ୍କୁ ଧରାଯିବ। ଏହି ଯାଞ୍ଚ ସମ୍ପର୍କରେ ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ କୁହାଯାଇଛି ଯେ ସକାଳ ୯ରୁ ଅପରାହ୍ନ […]

ଭୁବନେଶ୍ୱର : ସୁପ୍ରିମ୍‌‌ କୋର୍ଟଙ୍କ ସଡ଼କ ସୁରକ୍ଷା କମିଟିର ସୁପାରିଶ ଅନୁସାରେ ଆଜିଠୁ  ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ମୋଟର ଯାନ ଯାଞ୍ଚ ଅଭିଯାନ ଆରମ୍ଭ ହେବ। ଏହି ସମୟରେ ସିଟ ବେଲ୍ଟ ଓ ହେଲମେଟ, ଗାଡ଼ି ଚଳାଇବା ସମୟରେ ମୋବାଇଲ୍‌‌ ଫୋନ୍‌‌ ବ୍ୟବହାର, ଅଧିକ ବେଗରେ ଗାଡ଼ି ଚଳାଉଥିବା ଲୋଙ୍କୁ ଧରାଯିବ। ଏହି ଯାଞ୍ଚ ସମ୍ପର୍କରେ ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ସ୍କୁଲ ପ୍ରଧାନଶିକ୍ଷକ ଗିରଫ

ଏଥିରେ କୁହାଯାଇଛି ଯେ ସକାଳ ୯ରୁ ଅପରାହ୍ନ ୨ଟା ଏବଂ ଅପରାହ୍ନ ୩ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଯାଞ୍ଚ ଚାଲିବ। ଜାତୀୟ ଓ ରାଜ୍ୟ ରାଜପଥ ସମେତ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଅଧିକ ଯାଞ୍ଚ କରାଯିବ। ଆବଶ୍ୟକ ସ୍ଥଳେ ପୁଲିସ ସହାୟତା ନିଆଯିବ। ଏହି ସମୟରେ ଧରାପଡୁଥିବା ନିୟମ ଉଲ୍ଲଘଂନକାରୀଙ୍କ ଡ୍ରାଇଭିଂ ଲାଇସେନ୍ସ ତିନି ମାସ ପାଇଁ ନିଶ୍ଚିତ ଭାବେ ବାତିଲ କରାଯିବ। ଡିଏଲ୍‌‌ ନଥିଲେ ଗାଡ଼ି ଜବତ କରାଯିବ। ଯାଞ୍ଚର ଫଳାଫଳ ସମ୍ପର୍କିତ ରିପୋର୍ଟ ପରିବହନ କମିଶନରଙ୍କ ନିକଟରେ ଦାଖଲ କରିବା ଜରୁରୀ ହେବ ବୋଲି ଏଥିରେ କୁହାଯାଇଛି।

ଆହୁରି ପଢ଼ନ୍ତୁ: ମହିଳା ସଂରକ୍ଷଣ ବିଲ୍‌କୁ ନେଇ ବିଜେପି ନାଟକ କରୁଛି, ସଂରକ୍ଷଣ ନାଁରେ ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌ ପାରିତ ଉଦ୍ଦେଶ୍ୟ ଥିଲା: ବିଜେଡି

ଏହି ସ୍ପେଶାଲ ଡ୍ରାଇଭ୍‌ରେ ଫୋକସରେ ରହିବ ବିନା ହେଲମେଟରେ ଗାଡ଼ି ଚାଳନା, ଗାଡ଼ି ଚଳାଉଥିବାବେଳେ ମୋବାଇଲ୍ ବ୍ୟବହାର, ସିଟ୍ ବେଲ୍ଟ ଏବଂ ସର୍ବାଧିକ ବେଗରେ ଗାଡ଼ି ଚାଳନା । ବିନା ଲାଇସେନ୍ସରେ ବାଇକ୍ ଚାଳନା କରୁଥିବା ବ୍ୟକ୍ତିଙ୍କ ଗାଡ଼ିକୁ ଜବତ କରାଯିବ । ସେହିପରି ବିନା ହେଲମେଟ୍ରେ ଯାତ୍ରା କରୁଥିଲେ ୩ ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ।

ଆହୁରି ପଢ଼ନ୍ତୁ: ଢ଼େଙ୍କାନାଳରେ ପୁଣି ଲଜ୍ୟା: ଯୁବତୀଙ୍କୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା ଉଦ୍ୟମ

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ବିଭିନ୍ନ ପର୍ଯ୍ୟାୟରେ ପରିବହନ ବିଭାଗ ପକ୍ଷରୁ ଯାନ ବାହନ ଯାଞ୍ଚ କରାଯାଉଛି। ପରିଣାମ ସ୍ୱରୂପ ପୂର୍ବ ତୁଳନାରେ ଚଳିତ ବର୍ଷ ଦୁର୍ଘଟଣା ମୃତ୍ୟୁ ପରିମାଣ ୪% ହ୍ରାସ ପାଇଛି। ଓଡ଼ିଶାରେ ସର୍ବାଧିକ ସଡ଼କ ଦୁର୍ଘଟଣା ଘଟି ପ୍ରତି ବର୍ଷ ୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ଯାଞ୍ଚ ଅଭିଯାନ ଚଳାଇବା ପାଇଁ ସୁପ୍ରିମ୍‌‌ କୋର୍ଟଙ୍କ ସଡ଼କ ସୁରକ୍ଷା କମିଟି ନିର୍ଦ୍ଦେଶ ଦେଇଛନ୍ତି।

18 Oct 2022 By The Sakala

ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କୁ ମିଳିବନି ନିସ୍ତାର, ଆଜିଠୁ କଡାକଡି ହେବ ଯାନବାହାନ ଚେକିଂ

ଭୁବନେଶ୍ୱର : ସୁପ୍ରିମ୍‌‌ କୋର୍ଟଙ୍କ ସଡ଼କ ସୁରକ୍ଷା କମିଟିର ସୁପାରିଶ ଅନୁସାରେ ଆଜିଠୁ  ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ମୋଟର ଯାନ ଯାଞ୍ଚ ଅଭିଯାନ ଆରମ୍ଭ ହେବ। ଏହି ସମୟରେ ସିଟ ବେଲ୍ଟ ଓ ହେଲମେଟ, ଗାଡ଼ି ଚଳାଇବା ସମୟରେ ମୋବାଇଲ୍‌‌ ଫୋନ୍‌‌ ବ୍ୟବହାର, ଅଧିକ ବେଗରେ ଗାଡ଼ି ଚଳାଉଥିବା ଲୋଙ୍କୁ ଧରାଯିବ। ଏହି ଯାଞ୍ଚ ସମ୍ପର୍କରେ ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏଥିରେ କୁହାଯାଇଛି ଯେ ସକାଳ ୯ରୁ ଅପରାହ୍ନ ୨ଟା ଏବଂ ଅପରାହ୍ନ ୩ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଯାଞ୍ଚ ଚାଲିବ। ଜାତୀୟ ଓ ରାଜ୍ୟ ରାଜପଥ ସମେତ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଅଧିକ ଯାଞ୍ଚ କରାଯିବ। ଆବଶ୍ୟକ ସ୍ଥଳେ ପୁଲିସ ସହାୟତା ନିଆଯିବ। ଏହି ସମୟରେ ଧରାପଡୁଥିବା ନିୟମ ଉଲ୍ଲଘଂନକାରୀଙ୍କ ଡ୍ରାଇଭିଂ ଲାଇସେନ୍ସ ତିନି ମାସ ପାଇଁ ନିଶ୍ଚିତ ଭାବେ ବାତିଲ କରାଯିବ। ଡିଏଲ୍‌‌ ନଥିଲେ ଗାଡ଼ି ଜବତ କରାଯିବ। ଯାଞ୍ଚର ଫଳାଫଳ ସମ୍ପର୍କିତ ରିପୋର୍ଟ ପରିବହନ କମିଶନରଙ୍କ ନିକଟରେ ଦାଖଲ କରିବା ଜରୁରୀ ହେବ ବୋଲି ଏଥିରେ କୁହାଯାଇଛି।

ଏହି ସ୍ପେଶାଲ ଡ୍ରାଇଭ୍‌ରେ ଫୋକସରେ ରହିବ ବିନା ହେଲମେଟରେ ଗାଡ଼ି ଚାଳନା, ଗାଡ଼ି ଚଳାଉଥିବାବେଳେ ମୋବାଇଲ୍ ବ୍ୟବହାର, ସିଟ୍ ବେଲ୍ଟ ଏବଂ ସର୍ବାଧିକ ବେଗରେ ଗାଡ଼ି ଚାଳନା । ବିନା ଲାଇସେନ୍ସରେ ବାଇକ୍ ଚାଳନା କରୁଥିବା ବ୍ୟକ୍ତିଙ୍କ ଗାଡ଼ିକୁ ଜବତ କରାଯିବ । ସେହିପରି ବିନା ହେଲମେଟ୍ରେ ଯାତ୍ରା କରୁଥିଲେ ୩ ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ବିଭିନ୍ନ ପର୍ଯ୍ୟାୟରେ ପରିବହନ ବିଭାଗ ପକ୍ଷରୁ ଯାନ ବାହନ ଯାଞ୍ଚ କରାଯାଉଛି। ପରିଣାମ ସ୍ୱରୂପ ପୂର୍ବ ତୁଳନାରେ ଚଳିତ ବର୍ଷ ଦୁର୍ଘଟଣା ମୃତ୍ୟୁ ପରିମାଣ ୪% ହ୍ରାସ ପାଇଛି। ଓଡ଼ିଶାରେ ସର୍ବାଧିକ ସଡ଼କ ଦୁର୍ଘଟଣା ଘଟି ପ୍ରତି ବର୍ଷ ୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ଯାଞ୍ଚ ଅଭିଯାନ ଚଳାଇବା ପାଇଁ ସୁପ୍ରିମ୍‌‌ କୋର୍ଟଙ୍କ ସଡ଼କ ସୁରକ୍ଷା କମିଟି ନିର୍ଦ୍ଦେଶ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର