୧ରୁ ଖୋଲିବ ଶିମିଳିପାଳ, ଅଗ୍ରୀମ ଟିକେଟ୍‌ ବୁକିଂ ପାଇଁ ଆଜି ଖୋଲିବ ୱେବସାଇଟ

The Sakala Picture
Published On

ବାରିପଦା : ପର୍ଯ୍ୟଟକଙ୍କ ଭ୍ରମଣ ଓ ରାତ୍ରିଯାପନ ପାଇଁ ଜାତୀୟ ଉଦ୍ୟାନ ଶିମିଳିପାଳ ଅଭୟାରଣ୍ୟ ନଭେମ୍ବର ୧ତାରିଖରୁ ଖୋଲିବା ନେଇ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବାରିପଦା ପିଠାବଟା ପ୍ରବେଶ ଫାଟକ ଦେଇ ଅଗ୍ରୀମ ବୁକିଂ କିମ୍ବା ପ୍ରଥମେ ପହଞ୍ଚିଥିବା ୨୫ଟି ଗାଡି ଏବଂ ଯଶିପୁର କାଳିଆଣୀ ପ୍ରବେଶ ଫାଟକ ପଟୁ ୩୫ଟି ଗାଡିକୁ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ପ୍ରବେଶ ପାଇଁ ସକାଳ ୬ଟାରୁ ୯ଟା ମଧ୍ୟରେ ଅନୁମତି ପତ୍ର ନେଇ ପାରିବେ। ପର୍ଯ୍ୟଟକଙ୍କ […]

ବାରିପଦା : ପର୍ଯ୍ୟଟକଙ୍କ ଭ୍ରମଣ ଓ ରାତ୍ରିଯାପନ ପାଇଁ ଜାତୀୟ ଉଦ୍ୟାନ ଶିମିଳିପାଳ ଅଭୟାରଣ୍ୟ ନଭେମ୍ବର ୧ତାରିଖରୁ ଖୋଲିବା ନେଇ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବାରିପଦା ପିଠାବଟା ପ୍ରବେଶ ଫାଟକ ଦେଇ ଅଗ୍ରୀମ ବୁକିଂ କିମ୍ବା ପ୍ରଥମେ ପହଞ୍ଚିଥିବା ୨୫ଟି ଗାଡି ଏବଂ ଯଶିପୁର କାଳିଆଣୀ ପ୍ରବେଶ ଫାଟକ ପଟୁ ୩୫ଟି ଗାଡିକୁ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ପ୍ରବେଶ ପାଇଁ ସକାଳ ୬ଟାରୁ ୯ଟା ମଧ୍ୟରେ ଅନୁମତି ପତ୍ର ନେଇ ପାରିବେ।

ଆହୁରି ପଢ଼ନ୍ତୁ: ପୋଲିସ ବିଭାଗରେ ବଡ଼ ସଂସ୍କାର: ଗୋଟିଏ ଥାନାରେ ୩ ବର୍ଷରୁ ଅଧିକ ସମୟ ରହିପାରିବେନି ଅଫିସର

ପର୍ଯ୍ୟଟକଙ୍କ ଯାନ, ପର୍ଯ୍ୟଟକ ଏବଂ ତାଙ୍କ ସମସ୍ତ ଜିନିଷପତ୍ର ପ୍ରବେଶ ଓ ପ୍ରସ୍ଥାନ ଫାଟକରେ ଯାଞ୍ଚ କରାଯିବ। ଅପରାହ୍ନ ୩ ଘଟିକା ପୂର୍ବରୁ ସମସ୍ତ ପର୍ଯ୍ୟଟକ ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ ଓ ଅପରାହ୍ନ ୪ଟା ପୂର୍ବରୁ ଚହଲା ସ୍ଥାନରୁ ଛାଡିବେ। କୌଣସି କାରଣରୁ ଯାନ ଖରାପ ହେଲେ ସେହି ଯାନରେ ଥିବା ପର୍ଯ୍ୟଟକମାନଙ୍କୁ ବାରିପଦା କିମ୍ବା ଯଶିପୁର ବସଷ୍ଟାଣ୍ଡ ପହଞ୍ଚାଇବାକୁ ଅଗ୍ରୀମ ୪ହଜାର ଟଙ୍କା ଜମା କରିବା ପରେ ବିଭାଗ ପକ୍ଷରୁ ସେମାନଙ୍କୁ ସ୍ଥାନାନ୍ତର କରାଯିବ।

ଆହୁରି ପଢ଼ନ୍ତୁ: ଆଜି 'ଛେନାପୋଡ଼ ଦିବସ': ଜାଣନ୍ତୁ ଓଡ଼ିଶାର ଏହି ପ୍ରସିଦ୍ଧ ମିଷ୍ଠାନ୍ନର ଇତିହାସ ଓ ମହତ୍ତ୍ୱ

କୁମାରୀ, ଗୁଡ଼ଗୁଡିଆ, ରାମତୀର୍ଥ, ବରେହିପାଣି ଓ ଜାମୁଆଣୀରେ ରାତ୍ରିଯାପନ କରିବା ନିମନ୍ତେ ପର୍ଯ୍ୟଟକମାନଙ୍କୁ ୱେବସାଇଟ ‘ଇକୋଟୁରଓଡ଼ିଶା ଡଟ୍‌‌ କମ୍‌‌’ରେ ଅଗ୍ରୀମ ଆରକ୍ଷଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ଠାରୁ ପର୍ଯ୍ୟଟକମାନେ ନିଜର ଏବଂ ଯାନର ପ୍ରବେଶ ନିମନ୍ତେ ଅନୁମତିପତ୍ର ‘ଶିମିଳିପାଳ ଡଟ୍‌‌ ଓଆର୍‌‌ଜି’ ୱେବସାଇଟ ଜରିଆରେ କିମ୍ବା ପୂର୍ବ ପରି ପ୍ରବେଶ ପଥରେ ଅନୁମତି ପତ୍ର ନେଇପାରିବେ। ଏହି ୱେବସାଇଟକୁ ଶୁକ୍ରବାର ପିସିସିଏଫ୍‌‌ ଉନ୍ମୋଚନ କରିବେ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଟି.ଅଶୋକ କୁମାର ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପୁଣି ବିବାଦରେ ନାଣ୍ଡୁ ବାବୁ ! ଆଡଭାନ୍ସ ନେଇ ଯାତ୍ରା କରୁନଥିବା ଅଭିଯୋଗ କଲେ ପୂଜା କମିଟି ସଦସ୍ୟ

ଅଭୟାରଣ୍ୟ ଭିତରକୁ କାର୍‌‌ ଓ ଛୋଟ ଯାନ ପ୍ରବେଶ ମନା ଥିବାରୁ ବିଭାଗ ପକ୍ଷରୁ ପଞ୍ଜିକୃତ ଯାନ ବୁକିଂ ପାଇଁ ପର୍ଯ୍ୟଟକ ପୂର୍ବରୁ ଏହି ୱେବସାଇଟ ଜରିଆରେ ବୁକିଂ କରିପାରିବେ। ସେହିପରି ପୂର୍ବ ବର୍ଷ ଭଳି ଅଭୟାରଣ୍ୟକୁ ପ୍ରବେଶ ପାଇଁ ଯାନ ସହିତ ଜଣେ ଗାଇଡ ନେବା ବାଧ୍ୟତା ମୂଳକ ରହିଛି। ଦେବକୁଣ୍ଡ ଭ୍ରମଣ ପାଇଁ ନଭେମ୍ବର ୧ତାରିଖ ଠାରୁ ପ୍ରବେଶ ଫାଟକ ଖୋଲିବାକୁ ଥିବା ବେଳେ ସକାଳ ୭ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଖ୍ୟ ଫାଟକ ସମ୍ମୁଖ ବିଭାଗୀୟ କାର୍ଯ୍ୟାଳୟରୁ ଅନୁମତି ପତ୍ର ମିଳିପାରିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।

28 Oct 2022 By The Sakala

୧ରୁ ଖୋଲିବ ଶିମିଳିପାଳ, ଅଗ୍ରୀମ ଟିକେଟ୍‌ ବୁକିଂ ପାଇଁ ଆଜି ଖୋଲିବ ୱେବସାଇଟ

ବାରିପଦା : ପର୍ଯ୍ୟଟକଙ୍କ ଭ୍ରମଣ ଓ ରାତ୍ରିଯାପନ ପାଇଁ ଜାତୀୟ ଉଦ୍ୟାନ ଶିମିଳିପାଳ ଅଭୟାରଣ୍ୟ ନଭେମ୍ବର ୧ତାରିଖରୁ ଖୋଲିବା ନେଇ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବାରିପଦା ପିଠାବଟା ପ୍ରବେଶ ଫାଟକ ଦେଇ ଅଗ୍ରୀମ ବୁକିଂ କିମ୍ବା ପ୍ରଥମେ ପହଞ୍ଚିଥିବା ୨୫ଟି ଗାଡି ଏବଂ ଯଶିପୁର କାଳିଆଣୀ ପ୍ରବେଶ ଫାଟକ ପଟୁ ୩୫ଟି ଗାଡିକୁ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ପ୍ରବେଶ ପାଇଁ ସକାଳ ୬ଟାରୁ ୯ଟା ମଧ୍ୟରେ ଅନୁମତି ପତ୍ର ନେଇ ପାରିବେ।

ପର୍ଯ୍ୟଟକଙ୍କ ଯାନ, ପର୍ଯ୍ୟଟକ ଏବଂ ତାଙ୍କ ସମସ୍ତ ଜିନିଷପତ୍ର ପ୍ରବେଶ ଓ ପ୍ରସ୍ଥାନ ଫାଟକରେ ଯାଞ୍ଚ କରାଯିବ। ଅପରାହ୍ନ ୩ ଘଟିକା ପୂର୍ବରୁ ସମସ୍ତ ପର୍ଯ୍ୟଟକ ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ ଓ ଅପରାହ୍ନ ୪ଟା ପୂର୍ବରୁ ଚହଲା ସ୍ଥାନରୁ ଛାଡିବେ। କୌଣସି କାରଣରୁ ଯାନ ଖରାପ ହେଲେ ସେହି ଯାନରେ ଥିବା ପର୍ଯ୍ୟଟକମାନଙ୍କୁ ବାରିପଦା କିମ୍ବା ଯଶିପୁର ବସଷ୍ଟାଣ୍ଡ ପହଞ୍ଚାଇବାକୁ ଅଗ୍ରୀମ ୪ହଜାର ଟଙ୍କା ଜମା କରିବା ପରେ ବିଭାଗ ପକ୍ଷରୁ ସେମାନଙ୍କୁ ସ୍ଥାନାନ୍ତର କରାଯିବ।

କୁମାରୀ, ଗୁଡ଼ଗୁଡିଆ, ରାମତୀର୍ଥ, ବରେହିପାଣି ଓ ଜାମୁଆଣୀରେ ରାତ୍ରିଯାପନ କରିବା ନିମନ୍ତେ ପର୍ଯ୍ୟଟକମାନଙ୍କୁ ୱେବସାଇଟ ‘ଇକୋଟୁରଓଡ଼ିଶା ଡଟ୍‌‌ କମ୍‌‌’ରେ ଅଗ୍ରୀମ ଆରକ୍ଷଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ଠାରୁ ପର୍ଯ୍ୟଟକମାନେ ନିଜର ଏବଂ ଯାନର ପ୍ରବେଶ ନିମନ୍ତେ ଅନୁମତିପତ୍ର ‘ଶିମିଳିପାଳ ଡଟ୍‌‌ ଓଆର୍‌‌ଜି’ ୱେବସାଇଟ ଜରିଆରେ କିମ୍ବା ପୂର୍ବ ପରି ପ୍ରବେଶ ପଥରେ ଅନୁମତି ପତ୍ର ନେଇପାରିବେ। ଏହି ୱେବସାଇଟକୁ ଶୁକ୍ରବାର ପିସିସିଏଫ୍‌‌ ଉନ୍ମୋଚନ କରିବେ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଟି.ଅଶୋକ କୁମାର ସୂଚନା ଦେଇଛନ୍ତି।

ଅଭୟାରଣ୍ୟ ଭିତରକୁ କାର୍‌‌ ଓ ଛୋଟ ଯାନ ପ୍ରବେଶ ମନା ଥିବାରୁ ବିଭାଗ ପକ୍ଷରୁ ପଞ୍ଜିକୃତ ଯାନ ବୁକିଂ ପାଇଁ ପର୍ଯ୍ୟଟକ ପୂର୍ବରୁ ଏହି ୱେବସାଇଟ ଜରିଆରେ ବୁକିଂ କରିପାରିବେ। ସେହିପରି ପୂର୍ବ ବର୍ଷ ଭଳି ଅଭୟାରଣ୍ୟକୁ ପ୍ରବେଶ ପାଇଁ ଯାନ ସହିତ ଜଣେ ଗାଇଡ ନେବା ବାଧ୍ୟତା ମୂଳକ ରହିଛି। ଦେବକୁଣ୍ଡ ଭ୍ରମଣ ପାଇଁ ନଭେମ୍ବର ୧ତାରିଖ ଠାରୁ ପ୍ରବେଶ ଫାଟକ ଖୋଲିବାକୁ ଥିବା ବେଳେ ସକାଳ ୭ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଖ୍ୟ ଫାଟକ ସମ୍ମୁଖ ବିଭାଗୀୟ କାର୍ଯ୍ୟାଳୟରୁ ଅନୁମତି ପତ୍ର ମିଳିପାରିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର