ସିଲୁ ସାର୍‌: ଯିଏ ସ୍ବପ୍ନ ଦେଖନ୍ତି ଅନ୍ୟ ପାଇଁ; ଗାଁର ପିଲାଙ୍କୁ ସେନାରେ ଭର୍ତ୍ତି କରିବା ପାଇଁ ନିଜେ ଛାଡିଥିଲେ ପୁଲିସ ଚାକିରି

The Sakala Picture
Published On

ଲକ୍ଷ୍ୟ ହାସଲର ପଥ ଆଦୌ ସୁଗମ ନଥାଏ। ଏଥିପାଇଁ ଲୋଡ଼ା ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳ। ଦୃଢ଼ ସଂକଳ୍ପ ଯୋଗୁଁ ପଥ ତ ମିଳିଯାଏ; କିନ୍ତୁ ପଥ ସଳଖିବାର ସୂତ୍ର ହୋଇଥାଏ ପ୍ରେରଣା। ଏହିପରି ଜଣେ ପ୍ରେରଣାପ୍ରଦ ବ୍ୟକ୍ତି ହେଉଛନ୍ତି ଜଗତସିଂହପୁର ନାଉଗାଁ ବ୍ଲକ ଅରଖକୁଦର ସିଲୁ ନାୟକ ଓରଫ୍‌ ସିଲୁ ସାର୍‌… ସେବା ଓ ସାହାଯ୍ୟ ମନୋବୃତ୍ତି ଏକ ମଧ୍ୟବିତ୍ତ ପରିବାରରେ ସିଲୁଙ୍କ ଜନ୍ମ। ପରିବାର କହିଲେ ବାପା, ମା’ ଓ ଭାଇ। ଚାଷୀ ପରିବାରରେ […]

ଲକ୍ଷ୍ୟ ହାସଲର ପଥ ଆଦୌ ସୁଗମ ନଥାଏ। ଏଥିପାଇଁ ଲୋଡ଼ା ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳ। ଦୃଢ଼ ସଂକଳ୍ପ ଯୋଗୁଁ ପଥ ତ ମିଳିଯାଏ; କିନ୍ତୁ ପଥ ସଳଖିବାର ସୂତ୍ର ହୋଇଥାଏ ପ୍ରେରଣା। ଏହିପରି ଜଣେ ପ୍ରେରଣାପ୍ରଦ ବ୍ୟକ୍ତି ହେଉଛନ୍ତି ଜଗତସିଂହପୁର ନାଉଗାଁ ବ୍ଲକ ଅରଖକୁଦର ସିଲୁ ନାୟକ ଓରଫ୍‌ ସିଲୁ ସାର୍‌…

ଆହୁରି ପଢ଼ନ୍ତୁ: ଦର୍ଶକଙ୍କ ପାଇଁ ଖୋଲିଲା ନୂଆ ରୂପର 'କଳିଙ୍ଗ ଷ୍ଟୁଡିଓ': ସ୍ନୋ ପାର୍କ ସହ ନେବେ ଭୂତ ବଙ୍ଗଳାର ମଜା, ଜାଣନ୍ତୁ ଟିକେଟ୍ ଦର

ସେବା ଓ ସାହାଯ୍ୟ ମନୋବୃତ୍ତି
ଏକ ମଧ୍ୟବିତ୍ତ ପରିବାରରେ ସିଲୁଙ୍କ ଜନ୍ମ। ପରିବାର କହିଲେ ବାପା, ମା’ ଓ ଭାଇ। ଚାଷୀ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ଅର୍ଥ ପଛରେ ଦୌଡ଼ିବାକୁ ସେ ପସନ୍ଦ କରନ୍ତିନି। ଓଲଟି ତାଙ୍କର ସ୍ବପ୍ନ ଲୋକଙ୍କୁ ସାହାଯ୍ୟ କରିବା। କୌଣସି ଅସହାୟଙ୍କୁ ଦେଖିଲେ ସେ ବ୍ୟଥିତ ହୋଇଯାଆନ୍ତି। ଦେଶ ସେବା କରିବା ପାଇଁ ସେ ଭାରତୀୟ ନୌସେନାରେ ଭର୍ତ୍ତି ହେବାକୁ ଉଦ୍ୟମ କରନ୍ତି। ମାତ୍ର କମ୍ ଉଚ୍ଚତା କାରଣରୁ ତାଙ୍କୁ ବିଫଳତାକୁ ସାମ୍ନା କରିବାକୁ ପଡ଼େ। ଏଥିରେ ହାର ନ ମାନି ସେ ବାରମ୍ବାର ଚେଷ୍ଟା କରନ୍ତି। ଦିନେ ଓଡ଼ିଶା ପୁଲିସ୍‌ରେ ତାଙ୍କର ଚାକିରି ହୋଇଯାଏ। ଏ ଚାକିରିରେ କିନ୍ତୁ ତାଙ୍କର ମନ ଲାଗେ ନାହିଁ। ସେଥିଲାଗି ଟ୍ରେନିଂର ମାତ୍ର ୧୦ଦିନ ପରେ କାହାକୁ କିଛି ନ ଜଣାଇ ଘରକୁ ପଳାଇ ଆସନ୍ତି। ଚିନ୍ତାକରନ୍ତି, ଗାଁରେ ରହି ଗାଁ ପିଲାଙ୍କ ପାଇଁ କିଛି କରିବେ। ହେଲେ କରିବେ କ’ଣ? ଏହି କଥା ଚିନ୍ତା କରୁ କରୁ ମୁଣ୍ଡକୁ ଜୁଟେ, ଗାଁର ବେକାର ପିଲାଙ୍କୁ ସେନାରେ ଭର୍ତ୍ତି କରିବା ପାଇଁ ପ୍ରଶିକ୍ଷଣ ଦେବେ।

ବିରୋଧକୁ ଡରି ନାହାନ୍ତି
ଏକ ସରକାରୀ ଜାଗାରେ ଚାଳଘର କରି ଗ୍ରାମର କିଛି ବେକାର ଯୁବକଙ୍କୁ ପ୍ରଶିକ୍ଷଣ ଦିଅନ୍ତି ସିଲୁସାର। ପ୍ରାଥମିକ ପର୍ଯ୍ୟାୟରେ ଗ୍ରାମବାସୀଙ୍କ ବିରୋଧର ଶିକାର ହୁଅନ୍ତି। ଗ୍ରାମବାସୀ ଥାନାରେ ଅଭିଯୋଗ କରିବା ସହ ଚାଳଘରୁ ବିଦ୍ୟୁତ୍‌ କାଟିଦେଲେ। କିନ୍ତୁ ସିଲୁ ହାର୍‌ ନ ମାନି ଉଦ୍ୟମ ଜାରି ରଖିଲେ। ସୌଭାଗ୍ୟବଶତଃ ତାଙ୍କ ଠାରୁ ନେଇଥିବା ଜଣେ ଯୁବକ ପୋଲିସ୍‌ ବିଭାଗରେ ଚାକିରି ପାଇଲେ। ସେ ଜାଣିବାକୁ ପାଇଲେ ଯେ, ତାଙ୍କ ସିଲୁସାର୍‌ ଗ୍ରାମବାସୀଙ୍କ ବିରୋଧର ଶିକାର ହୋଇଛନ୍ତି। ତେଣୁ ସେ ତାଙ୍କ ମାମୁଁଙ୍କ ସହ କଥା ହୋଇ ସିଲୁଙ୍କ ପାଇଁ ଏକ ଜମିର ବନ୍ଦୋବସ୍ତ କଲେ। ଏହା ପରଠୁ ସିଲୁ ନିରବଚ୍ଛିନ୍ନଭାବେ ଯୁବକଙ୍କମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ଫଳରେ ସେହି ଅଞ୍ଚଳରେ ଗଢ଼ି ଉଠିଛି ‘ମହାଗୁରୁ ବାଟାଲିୟନ୍‌’।

ଦେଉଛନ୍ତି ମାଗଣା ପ୍ରଶିକ୍ଷଣ
ଆଜିର ସମୟରେ ଯେଉଁଠି ପ୍ରତ୍ୟେକ କାର୍ଯ୍ୟ ପାଇଁ ଅର୍ଥ ଲୋଡ଼ା ପଡ଼ିଥାଏ, ସେହି ସମୟରେ ସିଲୁ ଯୁବକମାନଙ୍କୁ ମାଗଣାରେ ପ୍ରଶିକ୍ଷଣ ଦେଉଛନ୍ତି। ଏହି ନିଃସ୍ବାର୍ଥ ସେବା ପାଇଁ ସେ ସାଉଣ୍ଟୁଛନ୍ତି ଅନେକ ପ୍ରଶଂସା। ତାଙ୍କ ଠାରୁ ଟ୍ରେନିଂ ନେଇ ଇତିମଧ୍ୟରେ ଅନେକ ଯୁବକ ସେନାରେ ଭର୍ତ୍ତି ହୋଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର