ସୋରୁମ୍‌ ମାଲିକ ଆଜି ମାଟିର ମଣିଷ

The Sakala Picture
Published On

ଭୁବନେଶ୍ୱର : ମହାମାରୀ କରୋନା କେବଳ ଲକ୍ଷଲକ୍ଷ ଜୀବନ ନେଇନି ବରଂ ଅନେକଙ୍କ ଜୀବନ ଜୀବିକାକୁ ବଦାଳଇ ଦେଇଛି। ଲକ୍‍ଡାଉନ୍‍ ସମୟରେ ବହୁ ବଡ଼ବଡ଼ ବ୍ୟବସାୟୀ କ୍ଷତି ସହିବାରୁ ନିଜର ବୃତ୍ତିକୁ ବଦଳାଇବାକୁ ବାଧ୍ୟ ହୋଇଛନ୍ତି। ସେହିପରି ଜଣେ ବ୍ୟବସାୟୀ ହେଉଛନ୍ତି ରାଜଧାନୀର ଅନ୍ୟତମ ବସ୍ତ୍ରାଳୟର ମାଲିକ ରାଧାଶ୍ୟାମ ସୁବୁଦ୍ଧି। ରାଜଧାନୀରେ ଏକ ଜକି ସୋରୁମ୍‍ ମାଲିକ ଭାବେ ବେଶ୍‍ ପ୍ରତିଷ୍ଠା ଅର୍ଜନ କରିଥିଲେ ବି ଏବେ ଚାଷକୁ ଆପଣେଇଛନ୍ତି ରାଧାଶ୍ୟାମ। ପ୍ରତିଦିନ ଏସି ଛାତ ତଳେ […]

ଭୁବନେଶ୍ୱର : ମହାମାରୀ କରୋନା କେବଳ ଲକ୍ଷଲକ୍ଷ ଜୀବନ ନେଇନି ବରଂ ଅନେକଙ୍କ ଜୀବନ ଜୀବିକାକୁ ବଦାଳଇ ଦେଇଛି। ଲକ୍‍ଡାଉନ୍‍ ସମୟରେ ବହୁ ବଡ଼ବଡ଼ ବ୍ୟବସାୟୀ କ୍ଷତି ସହିବାରୁ ନିଜର ବୃତ୍ତିକୁ ବଦଳାଇବାକୁ ବାଧ୍ୟ ହୋଇଛନ୍ତି। ସେହିପରି ଜଣେ ବ୍ୟବସାୟୀ ହେଉଛନ୍ତି ରାଜଧାନୀର ଅନ୍ୟତମ ବସ୍ତ୍ରାଳୟର ମାଲିକ ରାଧାଶ୍ୟାମ ସୁବୁଦ୍ଧି। ରାଜଧାନୀରେ ଏକ ଜକି ସୋରୁମ୍‍ ମାଲିକ ଭାବେ ବେଶ୍‍ ପ୍ରତିଷ୍ଠା ଅର୍ଜନ କରିଥିଲେ ବି ଏବେ ଚାଷକୁ ଆପଣେଇଛନ୍ତି ରାଧାଶ୍ୟାମ। ପ୍ରତିଦିନ ଏସି ଛାତ ତଳେ ବ୍ୟବସାୟ କରୁଥିବା ରାଧାଶ୍ୟାମ ଏବେ ମାଟିର ମଣିଷ ପାଲଟି ଯାଇଛନ୍ତି।
ଦୀର୍ଘ ୧୫ ବର୍ଷ ହେବ ଭୁବନେଶ୍ୱର ଅଶୋକ ନଗର ଅଞ୍ଚଳରେ ରହିଛି ରାଧାଶ୍ୟାମଙ୍କ ସୋରୁମ୍‍। ସେହି ସୋରୁମ୍‍ରୁ କେବଳ ନିଜେ ପରିବାର ପ୍ରତିପୋଷଣ କରୁ ନ ଥିଲେ ଅନେକଙ୍କୁ ନିଯୁକ୍ତି ଦେଇଥିଲେ। ହେଲେ ଗତବର୍ଷ ମାର୍ଚ୍ଚ ମାସ୨୩ ତାରିଖରୁ ରାଜ୍ୟବ୍ୟାପୀ ଲକଡାଉନ୍‍ ଘୋଷଣା କରାଯିବା ପରେ ତାଙ୍କ ସୋରୁମ୍‍ ମଧ୍ୟ ୪ମାସ ଧରି ବନ୍ଦ ରହିଥିଲା। ଦିନକୁ ଦିନ ଆର୍ଥିର୍କ ସମସ୍ୟା ବି ବଢ଼଼ିବାରେ ଲାଗିଲା। ତେବେ ଏହି ପରିସ୍ଥିତିରେ ହାର ନ ମାନି ରୋଜଗାରର ବିକଳ୍ପ ଭାବେ ଚାଷ କରିବାକୁ ସ୍ଥିର କଲେ। ରାଜଧାନୀ ଉପକଣ୍ଠ ମହୁରା-ନପୁଟ ଅଞ୍ଚଳରେ ନିଜର ଥିବା ପଡ଼ିଆ ଜମିରେ ଆରମ୍ଭ କଲେ ଚାଷବାସ। କଦଳୀ, ଆମ୍ବ ସମେତ ବଭିନ୍ନ ପରିବା ଚାଷ କରୁଛନ୍ତି। ଏହି କାମରେ ରାଧାଶ୍ୟାମଙ୍କୁ ତାଙ୍କ ବାପା ମଧ୍ୟ ସହଯୋଗ କରିଥିଲେ। ଏଥିରେ ଗାଁର ଅନ୍ୟମାନଙ୍କୁ ମଧ୍ୟ ନିଯୁକ୍ତି ଦେବାରେ ସକ୍ଷମ ହୋଇଛନ୍ତି ରାଧାଶ୍ୟାମ। ଏବେ ବାଇଗଣ, ପୋଟଳ, କଲରା ଭଳି ପରିବା ସାଙ୍ଗକୁ କଦଳୀ ଓ ଆମ୍ବ ମଧ୍ୟ ଚାଷ କରୁଛନ୍ତି। ସବୁଠୁ ବଡ଼ କଥା ହେଉଛି ଦିନକୁ କ୍ୱିଣ୍ଟାଲ ଆମ୍ବ ସହ ୩ରୁ୪କାନ୍ଦି କଦଳୀ ବଜାରକୁ ଯୋଗାଇବାରେ ସଫଳ ହୋଇଥିଲେ। ଗତକିଛିଦିନ ଧରି ପରିବା ଓ ଫଳମୂଳ ରାଜଧାନୀକୁ ପଠାଇ ଭଲ ରୋଜଗାର କରୁଥିଲେ। ହେଲେ କରୋନାର ଦ୍ୱିତୀୟ ଲହର ପୁଣି ଥରେ ତାଙ୍କୁ ଚିନ୍ତାରେ ପକାଇଛି। ଯେଉଁ କ୍ଷେତରେ ଦନି ରାତି ପରିଶ୍ରମ କରି ସେ ପ୍ରଚୁର ଫସଲ କରିଛନ୍ତି ତାହାକୁ ବିକ୍ରି କରିବାକୁ ସୁଯୋଗ ମିଳୁନି। ବାଧ୍ୟ ହୋଇ ୩୦୦ଟଙ୍କା ବଦଳରେ ୧୫୦ଟଙ୍କାରେ କଦଳୀ କାନ୍ଧି ବିକ୍ରି କରୁଛନ୍ତି ରାଧାଶ୍ୟାମ।
ସେହିପରି ପ୍ରତିଦିନ ପ୍ରଚୁର ପରିମାଣରେ ଆମ୍ବ ଅମଳ ହେଉଥିଲେ ବି ପୂର୍ବଭଳି ଗ୍ରାହକମାନେ କିଣୁନାହାନ୍ତି। ଫଳରେ ଏତିରେ ବି କ୍ଷତି ସହିବାକୁ ପଡ଼ୁଛି ବୋଲି ସେ କହିଛନ୍ତି। ଦୀର୍ଘ ଏକ ବର୍ଷ କାଳ ପରିଶ୍ରମର ଫସଲ ବି ଭଲ ହେଲା, ହେଲେ ସେଥିରୁ ଲାଭ ହେବା ପରିବର୍ତ୍ତେ କ୍ଷତି ହେଉଥିବା ସେ କହିଛନ୍ତି। ସରକାର ତାଙ୍କ ଭଳି ଆତ୍ମନିର୍ଭରଶିଳ ହୋଇଥିବା ଚାଷୀଙ୍କୁ ଏଭଳି କଟକଣା ସମୟରେ ବ୍ୟବସ୍ଥିତ ବଜାର ସୁବିଧା ଯୋଗାଇ ଦେଲେ ସେ ଅଧିକ ଚାଷବାସ କରି ଅନ୍ୟମାନଙ୍କୁ ନିଯୁକ୍ତି ଦେଇପାରନ୍ତେ ବୋଲି କହିଛନ୍ତି।

10 May 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର