ରାଉରକେଲାରେ ଲଜ୍ଜା: ବାପ- ଝିଅ ସମ୍ପର୍କରେ ଲାଗିଲା ଦାଗ, ୧୫ ବର୍ଷୀୟ ଝିଅକୁ ମା’ର ଜାଣତରେ ବାପା କରୁଥିଲା ଅପକର୍ମ
ରାଉରକେଲା: ରାଉରକେଲାରେ ଲଜ୍ଜା । ନାବାଳିକା ଝିଅକୁ ବାପାର ଦୁଷ୍କର୍ମ ଅଭିଯୋଗ । ୧୫ ବର୍ଷୀୟ ଝିଅକୁ ବାପା ବାରମ୍ବାର ଦୁଷ୍କର୍ମ କରିଥିବା ପରି ଖବର ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ସବୁଠୁ ଆଶ୍ଚର୍ଯ୍ଯର କଥା ହେଉଛି, ଜନ୍ମକଲା ମା’ର ଜାଣତରେ ଗତ ଏପ୍ରିଲ ମାସରୁ ବାପା ଦୁଷ୍କର୍ମ କରି ଆସୁଥିଲା । ଏନେଇ ଚାଇଲଡ ଲାଇନରେ ଅଭିଯୋଗ କରିଛନ୍ତି ନାବାଳିକା । ଚାଇଲଡ ଲାଇନ ପକ୍ଷରୁ ପ୍ଲାଣ୍ଟ ସାଇଟ ଥାନାରେ ଏତଲା ଦିଆଯାଇଛି […]
ରାଉରକେଲା: ରାଉରକେଲାରେ ଲଜ୍ଜା । ନାବାଳିକା ଝିଅକୁ ବାପାର ଦୁଷ୍କର୍ମ ଅଭିଯୋଗ । ୧୫ ବର୍ଷୀୟ ଝିଅକୁ ବାପା ବାରମ୍ବାର ଦୁଷ୍କର୍ମ କରିଥିବା ପରି ଖବର ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ସବୁଠୁ ଆଶ୍ଚର୍ଯ୍ଯର କଥା ହେଉଛି, ଜନ୍ମକଲା ମା’ର ଜାଣତରେ ଗତ ଏପ୍ରିଲ ମାସରୁ ବାପା ଦୁଷ୍କର୍ମ କରି ଆସୁଥିଲା । ଏନେଇ ଚାଇଲଡ ଲାଇନରେ ଅଭିଯୋଗ କରିଛନ୍ତି ନାବାଳିକା । ଚାଇଲଡ ଲାଇନ ପକ୍ଷରୁ ପ୍ଲାଣ୍ଟ ସାଇଟ ଥାନାରେ ଏତଲା ଦିଆଯାଇଛି । ଅଭିଯୋଗ ଆଧାରରେ ଉଭୟ ବାପା ଓ ମାକୁ ଅଟକ ରଖାଯାଇଛି । ପୀଡିତାଙ୍କ ଡାକ୍ତରୀ ପରୀକ୍ଷା ଓ ମାଜିଷ୍ଟ୍ରେଟଙ୍କ ପାଖରେ ୧୬୪ ବୟାନ ରେକର୍ଡ କରାଯିବ ବୋଲି ସିଡବ୍ଲୁ ସି ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ପୀଡ଼ିୀତା ନାବାଳିକାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାର ସଖୀ ସେଣ୍ଟରରେ ରଖାଯାଇଛି । ଅଭିଯୁକ୍ତ ବାପା ସହରର ଏକ ପ୍ରତିଷ୍ଠିତ ଘରୋଇ ହସ୍ପିଟାଲରେ ଡାକ୍ତର ଥିବା ସୂଚନା ମିଳିଛି ।