ସାଇଁକୁଳ ମେଡିକାଲ ରୋଗୀଶଯ୍ୟାରେ ଶୋଇଛି କୁକୁର, ସୁରକ୍ଷା କର୍ମୀଙ୍କ କାର୍ଯ୍ୟ ଉପରେ ଉଠିଲା ପ୍ରଶ୍ନ

Madhusudan Das Picture
Published On

ଆନନ୍ଦପୁର: ରୋଗୀଶଯ୍ୟାରେ ମଣିଷ ବଦଳରେ ଶୋଇଛି କୁକୁର । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ରୋଗୀଶଯ୍ୟାରେ କୁକୁର ଶୋଇବା ଦୃଶ୍ୟ ସରକାରୀ ସ୍ୱାସ୍ଥ୍ୟସେବାର ପରିଚାଳନା ଉପରେ ସିଧାସଳଖ ପ୍ରଶ୍ନ ଉଠାଇଛି। ଯେଉଁ ହସ୍ପିଟାଲ ବେଡ୍‌ରେ ରୋଗୀମାନେ ଚିକିତ୍ସା ପାଇବା କଥା, ସେହି ବେଡ୍‌ରେ ଆରାମରେ ଶୋଇଛନ୍ତି ବୁଲା କୁକୁର। ଏହି ଦୃଶ୍ୟ ଦେଖି ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍ୱାସ୍ଥ୍ୟାବସ୍ଥା କେତେ ଦୁର୍ବଳ ତାହା ସହଜରେ ଅନୁମାନ କରାଯାଇପାରେ। ଏହା କେବଳ ଏକ ଅବହେଳାର ଘଟଣା ନୁହେଁ, ବରଂ ରୋଗୀଙ୍କ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ପ୍ରତି ହେଉଥିବା ଗୁରୁତର ଅବମାନନା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ହସ୍ପିଟାଲ ଭିତରକୁ କୁକୁର ପ୍ରବେଶ କଲା କିପରି ? ସୁରକ୍ଷା କର୍ମୀ କ’ଣ କରୁଥିଲେ? ହସ୍ପିଟାଲରେ ନିୟୋଜିତ କର୍ମଚାରୀ ଏବଂ ସୁରକ୍ଷାକର୍ମୀମାନେ କେଉଁଠି ଥିଲେ? 

ଆହୁରି ପଢ଼ନ୍ତୁ: ପୁଣି ଅଶାନ୍ତ ରାଜଧାନୀ; ଦିନ ଦ୍ୱିପ୍ରହରରେ ବୁଲିଲା ଖଣ୍ଡା, ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଏହା ପ୍ରଥମ ବିବାଦ ନୁହେଁ। ପୂର୍ବରୁ ମଧ୍ୟ ହସ୍ପିଟାଲରେ ବିଭିନ୍ନ ଅବ୍ୟବସ୍ଥା ଓ ଅନିୟମିତତାକୁ ନେଇ ଅଭିଯୋଗ ଉଠିଥିଲା। ଏପରିକି କିଛି ଦିନ ପୂର୍ବରୁ ଡାକ୍ତର ଏବଂ ଡ୍ରେସର ମଦ୍ୟପାନ କରି କାର୍ଯ୍ୟ କରୁଥିବା ନେଇ ମଧ୍ୟ ଅଭିଯୋଗ ଚର୍ଚ୍ଚାକୁ ଆସିଥିଲା। ପ୍ରଶ୍ନ ଉଠୁଛି, ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ଅବ୍ୟବସ୍ଥା ପାଇଁ ଦାୟୀ କିଏ? ମେଡିକାଲ୍‌ ଅଫିସର ଏବଂ ଉଚ୍ଚ ଅଧିକାରୀମାନେ କାହିଁକି ଏହା ଉପରେ ଦୃଷ୍ଟି ଦେଉନାହାନ୍ତି? ଏହାକୁ ନେଇ ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। 

ଆହୁରି ପଢ଼ନ୍ତୁ: ରଥଯାତ୍ରା ପରିଚାଳନାରେ ସରକାର ଅସମର୍ଥ, ଦଳାଚକଟା ଘଟଣାକୁ ଚାପି ଦେବାକୁ ହୋଇଛି ଉଦ୍ୟମ: ବିଜେଡି

03 Jun 2026 By Madhusudan Das

ସାଇଁକୁଳ ମେଡିକାଲ ରୋଗୀଶଯ୍ୟାରେ ଶୋଇଛି କୁକୁର, ସୁରକ୍ଷା କର୍ମୀଙ୍କ କାର୍ଯ୍ୟ ଉପରେ ଉଠିଲା ପ୍ରଶ୍ନ

ଆନନ୍ଦପୁର: ରୋଗୀଶଯ୍ୟାରେ ମଣିଷ ବଦଳରେ ଶୋଇଛି କୁକୁର । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ରୋଗୀଶଯ୍ୟାରେ କୁକୁର ଶୋଇବା ଦୃଶ୍ୟ ସରକାରୀ ସ୍ୱାସ୍ଥ୍ୟସେବାର ପରିଚାଳନା ଉପରେ ସିଧାସଳଖ ପ୍ରଶ୍ନ ଉଠାଇଛି। ଯେଉଁ ହସ୍ପିଟାଲ ବେଡ୍‌ରେ ରୋଗୀମାନେ ଚିକିତ୍ସା ପାଇବା କଥା, ସେହି ବେଡ୍‌ରେ ଆରାମରେ ଶୋଇଛନ୍ତି ବୁଲା କୁକୁର। ଏହି ଦୃଶ୍ୟ ଦେଖି ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍ୱାସ୍ଥ୍ୟାବସ୍ଥା କେତେ ଦୁର୍ବଳ ତାହା ସହଜରେ ଅନୁମାନ କରାଯାଇପାରେ। ଏହା କେବଳ ଏକ ଅବହେଳାର ଘଟଣା ନୁହେଁ, ବରଂ ରୋଗୀଙ୍କ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ପ୍ରତି ହେଉଥିବା ଗୁରୁତର ଅବମାନନା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ହସ୍ପିଟାଲ ଭିତରକୁ କୁକୁର ପ୍ରବେଶ କଲା କିପରି ? ସୁରକ୍ଷା କର୍ମୀ କ’ଣ କରୁଥିଲେ? ହସ୍ପିଟାଲରେ ନିୟୋଜିତ କର୍ମଚାରୀ ଏବଂ ସୁରକ୍ଷାକର୍ମୀମାନେ କେଉଁଠି ଥିଲେ? 

ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଏହା ପ୍ରଥମ ବିବାଦ ନୁହେଁ। ପୂର୍ବରୁ ମଧ୍ୟ ହସ୍ପିଟାଲରେ ବିଭିନ୍ନ ଅବ୍ୟବସ୍ଥା ଓ ଅନିୟମିତତାକୁ ନେଇ ଅଭିଯୋଗ ଉଠିଥିଲା। ଏପରିକି କିଛି ଦିନ ପୂର୍ବରୁ ଡାକ୍ତର ଏବଂ ଡ୍ରେସର ମଦ୍ୟପାନ କରି କାର୍ଯ୍ୟ କରୁଥିବା ନେଇ ମଧ୍ୟ ଅଭିଯୋଗ ଚର୍ଚ୍ଚାକୁ ଆସିଥିଲା। ପ୍ରଶ୍ନ ଉଠୁଛି, ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ଅବ୍ୟବସ୍ଥା ପାଇଁ ଦାୟୀ କିଏ? ମେଡିକାଲ୍‌ ଅଫିସର ଏବଂ ଉଚ୍ଚ ଅଧିକାରୀମାନେ କାହିଁକି ଏହା ଉପରେ ଦୃଷ୍ଟି ଦେଉନାହାନ୍ତି? ଏହାକୁ ନେଇ ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର