ଅଣସର ଘରେ ମହାପ୍ରଭୁ: ଆର୍ୟୁବେଦିକ ପଦ୍ଧତିରେ ଚାଲିଛି ଗୁପ୍ତସେବା, ଦାରୁଦିଅଁଙ୍କୁ ଲାଗିହେଲା ତୁଳସୀ

The Sakala Picture
Published On

ପୁରୀ: ମାନବୀୟ ଲୀଳା କରୁଛନ୍ତି ମହାପ୍ରଭୁ। ଦାରୁବିଗ୍ରହଙ୍କ ନୀତିକାନ୍ତି ଓ ଜୀବନଚର୍ଯ୍ୟା ସାଧାରଣ ମଣିଷଙ୍କ ଭଳି। ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ କରି ଜ୍ୱରରେ ପଡ଼ିଥିବା ଠାକୁର ଏବେ ଅଣସର ଘରେ। ଶୀଘ୍ର ଆରୋଗ୍ୟ ପାଇଁ ଚାଲିଛି ଆର୍ୟୁବେଦିକ ପଦ୍ଧତିରେ ଉପଚାର। ଗୁପ୍ତ ସେବା କରୁଛନ୍ତି ଦଇତାପତି ସେବକ। ଇତିମଧ୍ୟରେ ବଡ଼ଓଡିଆ ମଠରୁ ଆସିଥିବା ଫୁଲୁରୀ ତେଲ, ଶୁଦ୍ଧସୁଆର ସେବକ ଦେଇଥିବା ଓଷୁଅ ଲାଗି ହେବା ପରେ ଗୁରୁବାର ଶ୍ରୀବିଗ୍ରହ ଚକା ବିଜେ କରିଛନ୍ତି। ଶୁକ୍ରବାର ଖଳିଲାଗି […]

ପୁରୀ: ମାନବୀୟ ଲୀଳା କରୁଛନ୍ତି ମହାପ୍ରଭୁ। ଦାରୁବିଗ୍ରହଙ୍କ ନୀତିକାନ୍ତି ଓ ଜୀବନଚର୍ଯ୍ୟା ସାଧାରଣ ମଣିଷଙ୍କ ଭଳି। ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ କରି ଜ୍ୱରରେ ପଡ଼ିଥିବା ଠାକୁର ଏବେ ଅଣସର ଘରେ। ଶୀଘ୍ର ଆରୋଗ୍ୟ ପାଇଁ ଚାଲିଛି ଆର୍ୟୁବେଦିକ ପଦ୍ଧତିରେ ଉପଚାର। ଗୁପ୍ତ ସେବା କରୁଛନ୍ତି ଦଇତାପତି ସେବକ। ଇତିମଧ୍ୟରେ ବଡ଼ଓଡିଆ ମଠରୁ ଆସିଥିବା ଫୁଲୁରୀ ତେଲ, ଶୁଦ୍ଧସୁଆର ସେବକ ଦେଇଥିବା ଓଷୁଅ ଲାଗି ହେବା ପରେ ଗୁରୁବାର ଶ୍ରୀବିଗ୍ରହ ଚକା ବିଜେ କରିଛନ୍ତି। ଶୁକ୍ରବାର ଖଳିଲାଗି ଏକାଦଶୀ ତିଥିରେ ଅଣସର ଗୃହରେ ବିରାଜିତ ଦାରୁଦିଅଁଙ୍କୁ ପ୍ରଥମ ତୁଳସୀ ଲାଗି ହୋଇଛି। ଏଥିସହ ମହାପ୍ରଭୁଙ୍କୁ ଦଶମୂଳ ମୋଦକ ମଧ୍ୟ ଲାଗି କରାଯାଇଛି।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ଶ୍ରୀମନ୍ଦିର ପଟିଦିଅଁଙ୍କ ନିକଟରେ ମଧ୍ୟାହ୍ନ ଧୂପ ଏବଂ ଦକ୍ଷିଣୀ ଘର ଭୋଗ ବଢ଼ିବା ପରେ ଜୟ ବିଜୟ ଦ୍ୱାର ବନ୍ଦ ହୋଇ ବେହେରଣ ଦ୍ୱାର ଖୋଲିଥିଲା। ଏହାପରେ ଅଣସର ଗୃହରେ ଥିବା ଚତୁର୍ଦ୍ଧାବିଗ୍ରହଙ୍କ ଅଣସର ନୀତି ଆରମ୍ଭ ହୋଇଥିଲା। ଶୁଦ୍ଧସୁଆରଙ୍କ ଘରୁ ଆସିଥିବା ଖଳି ଠାକୁରଙ୍କୁ ଲାଗି କରାଯିବା ସହିତ ରକ୍ତବସ୍ତ୍ର ଲାଗି କରାଯାଇଥିଲ। ପରେ ଚକଟା ଭୋଗ ଏବଂ ପଣାଭୋଗ ହୋଇ ବେହେରଣ ଦ୍ୱାର ବନ୍ଦ ହୋଇଥିଲା। ଜୟ ବିଜୟ ଦ୍ୱରା ଖୋଲି ପଟିଦିଅଁଙ୍କ ନୀତି ଆରମ୍ଭ କରାଯାଇଥିଲା। ପଟିଦିଅଁଙ୍କ ସନ୍ଧ୍ୟା ଆଳତି ଏବଂ ସନ୍ଧ୍ୟାଧୂପ ବଢ଼ିବା ପରେ ବେହେରଣ ଦ୍ୱାରା ଖୋଲିଥିଲା। ପଟିଦିଅଁଙ୍କ ସର୍ବାଙ୍ଗ ଆରମ୍ଭ ହେବା ସହ ଅଣସର ଗୃହରେ ଘଣ୍ଟ, କାହାଳୀ ବାଜି ଚତୁର୍ଦ୍ଧାବିଗ୍ରହଙ୍କ ସର୍ବାଙ୍ଗ ହୋଇଥିଲା। ସର୍ବାଙ୍ଗ ବଢ଼ିବା ପରେ ଗୀତିଗୋବିନ୍ଦ ଖଣ୍ଡୁଆ, ରଙ୍ଗୀନ ସୁଗନ୍ଧିତ ପୁଷ୍ପ, ଗୁଣା, ଝୁମ୍ପା, କରପଲ୍ଲବ, ହୃଦୟପଦକ ଏବଂ ତୁଳସୀ ଲାଗି କରାଯାଇଥିଲା। ଶୁକ୍ରବାର ଅଣସର ଗୃହରେ ସ୍ନାନପୂର୍ଣ୍ଣିମା ପରେ ମହାପ୍ରଭୁ ପ୍ରଥମ ତୁଳସୀ ଧାରଣ କରିଥିଲେ। ଏହାପରେ ବୈଦ୍ୟ ସେବକଙ୍କ ଘରୁ ଆସିଥିବା ଦଶମୂଳକୁ ପତିମହାପାତ୍ର ସେବକ ସଂସ୍କାର କରିବା ପରେ ଦଇତାପତିମାନେ ଦାରୁବିଗ୍ରହଙ୍କୁ ଲାଗି କରାଇଥିଲେ। ଶନିବାର ଦ୍ୱାଦଶୀରେ ରାଜପ୍ରସାଦ ବିଜେ ନୀତି ରହିଛି।

ଆହୁରି ପଢ଼ନ୍ତୁ: MKCG ମେଡିକାଲ ପରିସର ନର୍ସିଂ ଛାତ୍ରାବାସରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଛାତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର