ଧିମେଇଛି ରାଜ୍ୟ ସ୍କଲାର୍‌ସିପ୍‌ ପୋର୍ଟାଲ୍‌, ଆବେଦନରୁ ବହୁ ଛାତ୍ରଛାତ୍ରୀ ବଞ୍ଚିତ ହେବାର ଆଶଙ୍କା

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟ ସ୍କଲାର୍‌ସିପ୍‌ ପୋର୍ଟାଲ୍‌ରେ ଛାତ୍ରବୃତ୍ତି ଆବେଦନ ସମୟରେ ଧୀମା ହେଉଛି। ଗୋଟିଏ ସାର୍ଟିଫିକେଟ୍‌ ଅପଲୋଡ୍‌ କରିବା ମଧ୍ୟରେ ସ୍ୱତଃ ଲଗ୍‌ଆଉଟ୍‌ ହୋଇଯାଉଛି। ଫଳରେ ଆବେଦନକାରୀ ଆଉ ଆଗକୁ ବଢ଼ି ପାରୁ ନାହନ୍ତି। ପୁଣିଥରେ ମୂଳରୁ ଆରମ୍ଭ କରୁଛନ୍ତି। ଏପରିକି ବହୁ ଛାତ୍ରଛାତ୍ରୀ ଦିନ ତମାମ୍‌ ପ୍ରୟାସ କରିବା ପରେ ମଧ୍ୟ ଆବେଦନ କରିବାରେ ସଫଳ ହେଉ ନ ଥିବା ଅଭିଯୋଗ କରୁଥିବାରୁ ଛାତ୍ରବୃତ୍ତି ଆବେଦନରୁ ବଞ୍ଚିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। 

ଆହୁରି ପଢ଼ନ୍ତୁ: ମୁଣ୍ଡରେ ବନ୍ଧୁକ ଲଗାଇ ଘରୁ ୨୦ଲକ୍ଷ ଟଙ୍କା ସହ ୩୦ଲକ୍ଷ ଟଙ୍କାର ସୁନାଗହଣା ଲୁଟିନେଲେ ୬ ଦୁର୍ବୃତ୍ତ

ଉଚ୍ଚଶିକ୍ଷା ବିଭାଗ ଅଧୀନରେ ପୋଷ୍ଟ ମାଟ୍ରିକ୍‌ ସ୍କଲାରସିପ୍‌ ଆବେଦନ ସମୟରେ ଗୋଟିଏ ପୃଷ୍ଠାର ତଥ୍ୟ ପୂରଣ କରିବା ପରେ ଅନ୍ୟ ପୃଷ୍ଠାକୁ ଯିବା ପାଇଁ ବହୁ ସମୟ ଲାଗୁଛି। ଏପରିକି ଅଧିକାଂଶ ସମୟରେ ଅନ୍ୟ ପୃଷ୍ଠାକୁ ଯିବା ପୂର୍ବରୁ ସ୍ୱତଃପ୍ରବୃତ୍ତ ଭାବେ ବନ୍ଦ ହୋଇ ଯାଉଛି। ଡକ୍ୟୁମେଣ୍ଟ ଅପଲୋଡ୍‌ କରିବା ପାଇଁ ସବୁଠାରୁ ବେଶି ସମସ୍ୟା ସୃଷ୍ଟି ହେଉଛି। ଅନୁରୂପ ଭାବେ ଇ-ମେଧାବୃତ୍ତି ଓ ଅନ୍ୟ ସମସ୍ତ ଆବେଦନ ସମୟରେ ସମାନ ଧରଣର ସମସ୍ୟା ସ୍ରୁଷ୍ଟି ହେଉଥିବା ଛାତ୍ରଛାତ୍ରୀମାନେ ସ୍କ୍ରିନ୍‌ସଟ୍‌ ସହିତ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି। 

ଆହୁରି ପଢ଼ନ୍ତୁ: ଘରେ ପଶୁଥିଲା ନାଗ ସାପ, ଦେଖିଦେଲା ପୋଷା କୁକୁର; ଲଢେଇରେ ଚାଲିଗଲା ଉଭୟଙ୍କ ଜୀବନ

ଗତମାସ ୨୪ ତାରିଖ ଠାରୁ ପ୍ରାୟ ୩ଦିନ ପର୍ଯ୍ୟନ୍ତ ଏହି ୱେବସାଇଟ୍‌ ସମ୍ପୂର୍ଣ୍ଣ ଭାବେ କ୍ରାସ୍‌ ହୋଇଯାଇଥିଲା। ମୂଳରୁ ୱେବସାଇଟ୍‌ ନ ଖୋଲିବାରୁ ଆବେଦନରୁ ବଞ୍ଚିତ ବହୁ ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ। ତଦନୁଯାୟୀ ଆବେଦନ ଅବଧି ବୃଦ୍ଧି କରାଯାଇଥିଲା। ହେଲେ ବାରମ୍ବାର ସମାନ ସମସ୍ୟାର ପୁନରାବୃତ୍ତି ହେଉଥିବାରୁ ଆବେଦନକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପୋର୍ଟାଲ୍‌ ପାଇଁ ଉଦ୍ଧିଷ୍ଟ ସହାୟତା ନମ୍ବରରେ ଯୋଗାଯୋଗ କଲେ ମଧ୍ୟ କୌଣସି ଉତ୍ତର ମିଳୁ ନଥିବାରୁ ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଏହାସହ ଆବେଦନ ଅବଧି ସରିବା ପୂର୍ବରୁ ୱେବସାଇଟ୍‌କୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି। 

ଆହୁରି ପଢ଼ନ୍ତୁ: ଆସନ୍ତା ୨୮ତାରିଖ ଯାଏଁ କାଳବୈଶାଖୀ ବର୍ଷା, ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

19 Nov 2025 By Madhusudan Das

ଧିମେଇଛି ରାଜ୍ୟ ସ୍କଲାର୍‌ସିପ୍‌ ପୋର୍ଟାଲ୍‌, ଆବେଦନରୁ ବହୁ ଛାତ୍ରଛାତ୍ରୀ ବଞ୍ଚିତ ହେବାର ଆଶଙ୍କା

ଭୁବନେଶ୍ୱର: ରାଜ୍ୟ ସ୍କଲାର୍‌ସିପ୍‌ ପୋର୍ଟାଲ୍‌ରେ ଛାତ୍ରବୃତ୍ତି ଆବେଦନ ସମୟରେ ଧୀମା ହେଉଛି। ଗୋଟିଏ ସାର୍ଟିଫିକେଟ୍‌ ଅପଲୋଡ୍‌ କରିବା ମଧ୍ୟରେ ସ୍ୱତଃ ଲଗ୍‌ଆଉଟ୍‌ ହୋଇଯାଉଛି। ଫଳରେ ଆବେଦନକାରୀ ଆଉ ଆଗକୁ ବଢ଼ି ପାରୁ ନାହନ୍ତି। ପୁଣିଥରେ ମୂଳରୁ ଆରମ୍ଭ କରୁଛନ୍ତି। ଏପରିକି ବହୁ ଛାତ୍ରଛାତ୍ରୀ ଦିନ ତମାମ୍‌ ପ୍ରୟାସ କରିବା ପରେ ମଧ୍ୟ ଆବେଦନ କରିବାରେ ସଫଳ ହେଉ ନ ଥିବା ଅଭିଯୋଗ କରୁଥିବାରୁ ଛାତ୍ରବୃତ୍ତି ଆବେଦନରୁ ବଞ୍ଚିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। 

ଉଚ୍ଚଶିକ୍ଷା ବିଭାଗ ଅଧୀନରେ ପୋଷ୍ଟ ମାଟ୍ରିକ୍‌ ସ୍କଲାରସିପ୍‌ ଆବେଦନ ସମୟରେ ଗୋଟିଏ ପୃଷ୍ଠାର ତଥ୍ୟ ପୂରଣ କରିବା ପରେ ଅନ୍ୟ ପୃଷ୍ଠାକୁ ଯିବା ପାଇଁ ବହୁ ସମୟ ଲାଗୁଛି। ଏପରିକି ଅଧିକାଂଶ ସମୟରେ ଅନ୍ୟ ପୃଷ୍ଠାକୁ ଯିବା ପୂର୍ବରୁ ସ୍ୱତଃପ୍ରବୃତ୍ତ ଭାବେ ବନ୍ଦ ହୋଇ ଯାଉଛି। ଡକ୍ୟୁମେଣ୍ଟ ଅପଲୋଡ୍‌ କରିବା ପାଇଁ ସବୁଠାରୁ ବେଶି ସମସ୍ୟା ସୃଷ୍ଟି ହେଉଛି। ଅନୁରୂପ ଭାବେ ଇ-ମେଧାବୃତ୍ତି ଓ ଅନ୍ୟ ସମସ୍ତ ଆବେଦନ ସମୟରେ ସମାନ ଧରଣର ସମସ୍ୟା ସ୍ରୁଷ୍ଟି ହେଉଥିବା ଛାତ୍ରଛାତ୍ରୀମାନେ ସ୍କ୍ରିନ୍‌ସଟ୍‌ ସହିତ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି। 

ଗତମାସ ୨୪ ତାରିଖ ଠାରୁ ପ୍ରାୟ ୩ଦିନ ପର୍ଯ୍ୟନ୍ତ ଏହି ୱେବସାଇଟ୍‌ ସମ୍ପୂର୍ଣ୍ଣ ଭାବେ କ୍ରାସ୍‌ ହୋଇଯାଇଥିଲା। ମୂଳରୁ ୱେବସାଇଟ୍‌ ନ ଖୋଲିବାରୁ ଆବେଦନରୁ ବଞ୍ଚିତ ବହୁ ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ। ତଦନୁଯାୟୀ ଆବେଦନ ଅବଧି ବୃଦ୍ଧି କରାଯାଇଥିଲା। ହେଲେ ବାରମ୍ବାର ସମାନ ସମସ୍ୟାର ପୁନରାବୃତ୍ତି ହେଉଥିବାରୁ ଆବେଦନକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପୋର୍ଟାଲ୍‌ ପାଇଁ ଉଦ୍ଧିଷ୍ଟ ସହାୟତା ନମ୍ବରରେ ଯୋଗାଯୋଗ କଲେ ମଧ୍ୟ କୌଣସି ଉତ୍ତର ମିଳୁ ନଥିବାରୁ ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଏହାସହ ଆବେଦନ ଅବଧି ସରିବା ପୂର୍ବରୁ ୱେବସାଇଟ୍‌କୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର