ନରସିଂହପୁର ବ୍ଲକ୍‌ରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ : ରାସ୍ତାରେ ବର୍ଜ୍ୟଜଳ ଲହଡ଼ି ମାରୁଛି

The Sakala Picture
Published On

ନରସିଂହପୁର : ନରସିଂହପୁର ବ୍ଲକରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ବିଭିନ୍ନ ସ୍ଥାନରେ ଡ୍ରେନେଜ୍‍ ସଫା ହେଉ ନଥିବା ବେଳେ ଆଉ କେଉଁଠି ଡ୍ରେନ୍‍ ପୋତି ହୋଇ ଗଲାଣି ଆଉ କେଉଁଠି ରାସ୍ତାଘାଟରେ କୁଢ କୁଢ ଅଳିଆ ଆବର୍ଜନା ପଡ଼ି ରହିଛି। ଆବର୍ଜନା ପାଣିସବୁ ରାସ୍ତାରେ ଲହଡ଼ି ଭାଙ୍ଗୁଛି। ଏପରିକି ଖୋଦ୍‍ ନରସିଂହପୁର ଟାଉନରେ ଆବର୍ଜନା ପାଣି ରାସ୍ତାରେ ଭାସୁଛି। ବ୍ଲକର ବିଭିନ୍ନ ସ୍ଥାନରେ ଡ୍ରେନେଜ୍‍ ସମସ୍ୟା କାରଣରୁ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। […]

ନରସିଂହପୁର : ନରସିଂହପୁର ବ୍ଲକରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ବିଭିନ୍ନ ସ୍ଥାନରେ ଡ୍ରେନେଜ୍‍ ସଫା ହେଉ ନଥିବା ବେଳେ ଆଉ କେଉଁଠି ଡ୍ରେନ୍‍ ପୋତି ହୋଇ ଗଲାଣି ଆଉ କେଉଁଠି ରାସ୍ତାଘାଟରେ କୁଢ କୁଢ ଅଳିଆ ଆବର୍ଜନା ପଡ଼ି ରହିଛି। ଆବର୍ଜନା ପାଣିସବୁ ରାସ୍ତାରେ ଲହଡ଼ି ଭାଙ୍ଗୁଛି। ଏପରିକି ଖୋଦ୍‍ ନରସିଂହପୁର ଟାଉନରେ ଆବର୍ଜନା ପାଣି ରାସ୍ତାରେ ଭାସୁଛି। ବ୍ଲକର ବିଭିନ୍ନ ସ୍ଥାନରେ ଡ୍ରେନେଜ୍‍ ସମସ୍ୟା କାରଣରୁ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ନରସିଂହପୁର କଚେରି ଛକ ଠାରୁ ରାଜବାଟି ପର୍ଯ୍ୟନ୍ତ ଡ୍ରେନେଜ ସମସ୍ୟା ସୃଷ୍ଟି ହୋଇଛି। ନରସିଂହପୁର କ୍ଲବ ଛକରେ ଡ୍ରେନ ସବୁ ପୋତି ହୋଇଯିବା ଫଳରେ ସାମାନ୍ୟ ବର୍ଷାହେଲେ ଟାଉନ ଯାକର ଅଳିଆ ଆବର୍ଜନା ସବୁ ରାସ୍ତାରେ ଭାସୁଛି। ସେହିପରି ନିଜିଗଡ଼ ବଡଦାଣ୍ଡ ସାହିରେ କିଛି ଦିନ ହେଲାଣି ଦିନରାତି ରାସ୍ତାରେ ଆବର୍ଜନା ପାଣି ରାସ୍ତାରେ ଛୁଟୁଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ମାଓ ଦମନ ଅଭିଯାନକୁ ବଡ଼ ସଫଳତା: ଆତ୍ମସମର୍ପଣ କଲେ ୧୦ ହାର୍ଡକୋର ମାଓବାଦୀ

ଏପରିକି ଗ୍ରାମ ଦେବତୀ ପୁରାଜେନାଙ୍କ ବିଶ୍ୱନାଥ ମନ୍ଦିର ଓ ଜଗନ୍ନାଥ ମନ୍ଦିର ସାମ୍ନାରେ ଏହି ବର୍ଜ୍ୟ ପାଣି ଭାସୁଥିବାରୁ ଲୋକମାନେ ଏହି ପାଣିରେ ପଶି ମନ୍ଦିର ଯାଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ନରସିଂହପୁର କଚେରି ଛକ ଠାରୁ ଆରମ୍ଭ କରି ତହସିଲଦାରଙ୍କ ସରକାରୀ ବାସଭବନ, ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ନିକଟ କଟକ-ନରସିଂହପୁର ମୁଖ୍ୟରାସ୍ତାର କ୍ଲବ ଛକ ସମେତ ବାଲିଝରି ବଜାର ଏବଂ ବ୍ଲକର ପ୍ରାୟ ସମସ୍ତ ଗ୍ରାମରେ ଅଳିଆ ଆବର୍ଜନା ସବୁ ରାସ୍ତାରେ ପଡ଼ି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଲୋକ ଏବଂ କିଛି ବ୍ୟବସାୟୀଙ୍କ ପାଇଁ ମଧ୍ୟ ଡ୍ରେନ ପୋତି ହେଉଥିବା ଅଭିଯୋଗ ହେଉଛି। ଲୋକମାନେ ସଚେତନ ହେଉ ନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି। କିଛି ଲୋକ ଘରର ଯାବତୀୟ ଅଳିଆ ଆବର୍ଜନା ଆଣି ଡ୍ରେନରେ ପକାଉଛନ୍ତି। ଯାହା ଫଳରେ ଏହା ମଧ୍ୟ ଡ୍ରେନ ପୋତି ହେବାର ମୁଖ୍ୟ କାରଣ।

ଆହୁରି ପଢ଼ନ୍ତୁ: କୋରାପୁଟକୁ ବନ୍ଦେ ଭାରତ ସ୍ଲିପର ବା ସ୍ପେସାଲ୍‌ ଟ୍ରେନ୍‌ ଚଳାଚଳ କରିବା ପାଇଁ ରାଜ୍ୟସଭାରେ ଦାବି କଲେ ସାଂସଦ ମାନସ

ଅନ୍ୟପକ୍ଷରେ ସ୍ୱଚ୍ଛ ଭାରତ ମଶନ ଯୋଜନା ଆକ୍ସନ ପ୍ଲାନରେ ପରିମଳ ପାଇଁ ଆର୍ଥିକ ଅନୁଦାନ ଆସୁ ନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଥିବା ସରପଞ୍ଚମାନେ ଅଭିଯୋଗ କରିଛନ୍ତି। ଏନେଇ ନିଜିଗଡ଼ ପଞ୍ଚାୟତ ସରପଞ୍ଚ ପ୍ରଭାକର ମିଶ୍ରଙ୍କୁ ପଚାରିବାରୁ ଚଳିତ ବର୍ଷ ଡ୍ରେନେଜ୍‍ ପରିମଳ ପାଇଁ କୌଣସି ଟଙ୍କାଟିଏ ସରକାରୀ ଅନୁଦାନ ଆସିନାହିଁ। ସ୍ୱଚ୍ଛ ଭାରତ ପାଇଁ ଆକ୍ସନ ପ୍ଲାନରେ କୌଣସି ଟଙ୍କା ଆସୁନାହିଁ। ତଥାପି ମଧ୍ୟ ଚଳିତ ବର୍ଷ ନିଜିଗଡ଼ ସରସ୍ୱତୀ ଶିଶୁ ମନ୍ଦିର ଠାରୁ ରାଜବାଟି ପର୍ଯ୍ୟନ୍ତ ଠାରେ ଡ୍ରେନ ସଫା ହୋଇ ସାରିଛି ତାହାର ଟଙ୍କା ମଧ୍ୟ ଆଜି ପର୍ଯ୍ୟନ୍ତ ଦିଆଯାଇନାହିଁ। ଚଳିତ ବର୍ଷ ଡ୍ରେନେଜ୍‍ ସଫା ପାଇଁ କେତେ ଥର ଡ୍ରେନ ସଫା ହେବ ଏବଂ ବାରମ୍ବାର କହିବା ପରେ ମଧ୍ୟ ଲୋକମାନେ ସଚେତନ ହେଉ ନାହାନ୍ତି।

ଆହୁରି ପଢ଼ନ୍ତୁ: ଶିକ୍ଷା ଅଧିକାର ଆଇନର ଖୋଲା ଉଲଂଘନ: ଏକକ ଶ୍ରେଣୀ ଗୃହରେ ଚାଲିଛି ମୟୂରଭଞ୍ଜ ଜିଲ୍ଲାର ୧୨୦ଟି ସ୍କୁଲ

କିଛି ଲୋକ ଘରର ଯାବତୀୟ ଅଳିଆ ଆବର୍ଜନା ଖଲି, ଠୋଲା ଆଣି ଡ୍ରେନରେ ପକାଇବା ସହିତ କିଛି ବ୍ୟବସାୟୀ ଦୋକାନର ଅଳିଆ ଆବର୍ଜନା ଆଣି ଡ୍ରେନରେ ପକାଉଛନ୍ତି। ଯାହା ଫଳରେ ଡ୍ରେନ ବାରମ୍ବାର ପୋତି ହେଉଛି। ସେହିପରି ଗତବର୍ଷ ମଧ୍ୟ ଡ୍ରେନ ନିର୍ମାଣ ଓ ସଫା ବାବଦରେ ୭୦ହଜାର ଟଙ୍କା ଖର୍ଚ୍ଚ ହୋଇଛି ବୋଲି ସରପଞ୍ଚ ପ୍ରଭାକର ମିଶ୍ର କହିଛନ୍ତି। ସେହିପରି ଏନେଇ ପାଇକପଡ଼ାପାଟଣା ସରପଞ୍ଚ ବୀଣାପାଣି ବେହେରାଙ୍କୁ ପଚାରିବାରୁ ଡ୍ରେନ ସଫା କୌଣସି ଟଙ୍କା ଆସୁ ନାହିଁ। ଯାହା ଫଳରେ ଡ୍ରେନ ବାରମ୍ବାର ପୋତି ହେଉଛି। ଡ୍ରେନ ସଫା ପାଇଁ ଗାଁ କଲ୍ୟାଣ ସମିତିକୁ ସରକାର ଆର୍ଥିକ ଅନୁଦାନ ଦେଉଥିଲେ ମଧ୍ୟ ଡ୍ରେନେଜ ସଫା ହେଇ ନଥିବା ଅଭିଯୋଗ ହେଉଛି। ଏନେଇ ବିଡିଓ ପ୍ରଦୀପ କୁମାର ସାହୁଙ୍କୁ ପଚାରିବାରୁ ତୁରନ୍ତ ଏନେଇ ଏକ ବୈଠକ ଡାକିବା ସହ ଏହି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି।

02 Sep 2021 By The Sakala

ନରସିଂହପୁର ବ୍ଲକ୍‌ରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ : ରାସ୍ତାରେ ବର୍ଜ୍ୟଜଳ ଲହଡ଼ି ମାରୁଛି

ନରସିଂହପୁର : ନରସିଂହପୁର ବ୍ଲକରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ବିଭିନ୍ନ ସ୍ଥାନରେ ଡ୍ରେନେଜ୍‍ ସଫା ହେଉ ନଥିବା ବେଳେ ଆଉ କେଉଁଠି ଡ୍ରେନ୍‍ ପୋତି ହୋଇ ଗଲାଣି ଆଉ କେଉଁଠି ରାସ୍ତାଘାଟରେ କୁଢ କୁଢ ଅଳିଆ ଆବର୍ଜନା ପଡ଼ି ରହିଛି। ଆବର୍ଜନା ପାଣିସବୁ ରାସ୍ତାରେ ଲହଡ଼ି ଭାଙ୍ଗୁଛି। ଏପରିକି ଖୋଦ୍‍ ନରସିଂହପୁର ଟାଉନରେ ଆବର୍ଜନା ପାଣି ରାସ୍ତାରେ ଭାସୁଛି। ବ୍ଲକର ବିଭିନ୍ନ ସ୍ଥାନରେ ଡ୍ରେନେଜ୍‍ ସମସ୍ୟା କାରଣରୁ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ନରସିଂହପୁର କଚେରି ଛକ ଠାରୁ ରାଜବାଟି ପର୍ଯ୍ୟନ୍ତ ଡ୍ରେନେଜ ସମସ୍ୟା ସୃଷ୍ଟି ହୋଇଛି। ନରସିଂହପୁର କ୍ଲବ ଛକରେ ଡ୍ରେନ ସବୁ ପୋତି ହୋଇଯିବା ଫଳରେ ସାମାନ୍ୟ ବର୍ଷାହେଲେ ଟାଉନ ଯାକର ଅଳିଆ ଆବର୍ଜନା ସବୁ ରାସ୍ତାରେ ଭାସୁଛି। ସେହିପରି ନିଜିଗଡ଼ ବଡଦାଣ୍ଡ ସାହିରେ କିଛି ଦିନ ହେଲାଣି ଦିନରାତି ରାସ୍ତାରେ ଆବର୍ଜନା ପାଣି ରାସ୍ତାରେ ଛୁଟୁଛି।

ଏପରିକି ଗ୍ରାମ ଦେବତୀ ପୁରାଜେନାଙ୍କ ବିଶ୍ୱନାଥ ମନ୍ଦିର ଓ ଜଗନ୍ନାଥ ମନ୍ଦିର ସାମ୍ନାରେ ଏହି ବର୍ଜ୍ୟ ପାଣି ଭାସୁଥିବାରୁ ଲୋକମାନେ ଏହି ପାଣିରେ ପଶି ମନ୍ଦିର ଯାଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ନରସିଂହପୁର କଚେରି ଛକ ଠାରୁ ଆରମ୍ଭ କରି ତହସିଲଦାରଙ୍କ ସରକାରୀ ବାସଭବନ, ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ନିକଟ କଟକ-ନରସିଂହପୁର ମୁଖ୍ୟରାସ୍ତାର କ୍ଲବ ଛକ ସମେତ ବାଲିଝରି ବଜାର ଏବଂ ବ୍ଲକର ପ୍ରାୟ ସମସ୍ତ ଗ୍ରାମରେ ଅଳିଆ ଆବର୍ଜନା ସବୁ ରାସ୍ତାରେ ପଡ଼ି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଲୋକ ଏବଂ କିଛି ବ୍ୟବସାୟୀଙ୍କ ପାଇଁ ମଧ୍ୟ ଡ୍ରେନ ପୋତି ହେଉଥିବା ଅଭିଯୋଗ ହେଉଛି। ଲୋକମାନେ ସଚେତନ ହେଉ ନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି। କିଛି ଲୋକ ଘରର ଯାବତୀୟ ଅଳିଆ ଆବର୍ଜନା ଆଣି ଡ୍ରେନରେ ପକାଉଛନ୍ତି। ଯାହା ଫଳରେ ଏହା ମଧ୍ୟ ଡ୍ରେନ ପୋତି ହେବାର ମୁଖ୍ୟ କାରଣ।

ଅନ୍ୟପକ୍ଷରେ ସ୍ୱଚ୍ଛ ଭାରତ ମଶନ ଯୋଜନା ଆକ୍ସନ ପ୍ଲାନରେ ପରିମଳ ପାଇଁ ଆର୍ଥିକ ଅନୁଦାନ ଆସୁ ନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଥିବା ସରପଞ୍ଚମାନେ ଅଭିଯୋଗ କରିଛନ୍ତି। ଏନେଇ ନିଜିଗଡ଼ ପଞ୍ଚାୟତ ସରପଞ୍ଚ ପ୍ରଭାକର ମିଶ୍ରଙ୍କୁ ପଚାରିବାରୁ ଚଳିତ ବର୍ଷ ଡ୍ରେନେଜ୍‍ ପରିମଳ ପାଇଁ କୌଣସି ଟଙ୍କାଟିଏ ସରକାରୀ ଅନୁଦାନ ଆସିନାହିଁ। ସ୍ୱଚ୍ଛ ଭାରତ ପାଇଁ ଆକ୍ସନ ପ୍ଲାନରେ କୌଣସି ଟଙ୍କା ଆସୁନାହିଁ। ତଥାପି ମଧ୍ୟ ଚଳିତ ବର୍ଷ ନିଜିଗଡ଼ ସରସ୍ୱତୀ ଶିଶୁ ମନ୍ଦିର ଠାରୁ ରାଜବାଟି ପର୍ଯ୍ୟନ୍ତ ଠାରେ ଡ୍ରେନ ସଫା ହୋଇ ସାରିଛି ତାହାର ଟଙ୍କା ମଧ୍ୟ ଆଜି ପର୍ଯ୍ୟନ୍ତ ଦିଆଯାଇନାହିଁ। ଚଳିତ ବର୍ଷ ଡ୍ରେନେଜ୍‍ ସଫା ପାଇଁ କେତେ ଥର ଡ୍ରେନ ସଫା ହେବ ଏବଂ ବାରମ୍ବାର କହିବା ପରେ ମଧ୍ୟ ଲୋକମାନେ ସଚେତନ ହେଉ ନାହାନ୍ତି।

କିଛି ଲୋକ ଘରର ଯାବତୀୟ ଅଳିଆ ଆବର୍ଜନା ଖଲି, ଠୋଲା ଆଣି ଡ୍ରେନରେ ପକାଇବା ସହିତ କିଛି ବ୍ୟବସାୟୀ ଦୋକାନର ଅଳିଆ ଆବର୍ଜନା ଆଣି ଡ୍ରେନରେ ପକାଉଛନ୍ତି। ଯାହା ଫଳରେ ଡ୍ରେନ ବାରମ୍ବାର ପୋତି ହେଉଛି। ସେହିପରି ଗତବର୍ଷ ମଧ୍ୟ ଡ୍ରେନ ନିର୍ମାଣ ଓ ସଫା ବାବଦରେ ୭୦ହଜାର ଟଙ୍କା ଖର୍ଚ୍ଚ ହୋଇଛି ବୋଲି ସରପଞ୍ଚ ପ୍ରଭାକର ମିଶ୍ର କହିଛନ୍ତି। ସେହିପରି ଏନେଇ ପାଇକପଡ଼ାପାଟଣା ସରପଞ୍ଚ ବୀଣାପାଣି ବେହେରାଙ୍କୁ ପଚାରିବାରୁ ଡ୍ରେନ ସଫା କୌଣସି ଟଙ୍କା ଆସୁ ନାହିଁ। ଯାହା ଫଳରେ ଡ୍ରେନ ବାରମ୍ବାର ପୋତି ହେଉଛି। ଡ୍ରେନ ସଫା ପାଇଁ ଗାଁ କଲ୍ୟାଣ ସମିତିକୁ ସରକାର ଆର୍ଥିକ ଅନୁଦାନ ଦେଉଥିଲେ ମଧ୍ୟ ଡ୍ରେନେଜ ସଫା ହେଇ ନଥିବା ଅଭିଯୋଗ ହେଉଛି। ଏନେଇ ବିଡିଓ ପ୍ରଦୀପ କୁମାର ସାହୁଙ୍କୁ ପଚାରିବାରୁ ତୁରନ୍ତ ଏନେଇ ଏକ ବୈଠକ ଡାକିବା ସହ ଏହି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର