ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ନାଁରେ କୋଟି କୋଟି ଠକେଇ, ୫ ଜଣଙ୍କୁ ବାନ୍ଧିଲା ପୁଲିସ

The Sakala Picture
Published On

ସମ୍ବଲପୁର :  ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ -ଏସଡିଏରେ ଲୋକଙ୍କ ବିଲ୍ଡିଂ ପ୍ଲାନ୍‌ ଆପ୍ରୁଭାଲ୍‌ ନାଁରେ ଏକ ବଡ ଧରଣର ଠକେଇର ପର୍ଦ୍ଦାଫାଶ କରିଛି ସମ୍ବଲପୁର ପୁଲିସ। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁସାରେ ସମ୍ବଲପୁର କ୍ଷେତରାଜପୁର ଥାନାରେ ଏସଡିଏ ପକ୍ଷରୁ ଜାଲ ଦସ୍ତାବିଜ ଦେଇ ନକଲି ପ୍ଲାନ ପାସ୍ କରାଯାଇଥିବା ନେଇ ୨ଟି ଅଭିଯୋଗ ହୋଇଥିଲା । ଏହାପରେ ପୁଲିସ ଏହି ଘଟଣାରେ ଏସଡିଏର ଜଣେ କର୍ମଚାରୀଙ୍କ ସମେତ ୫ ଜଣକୁ ଗିରଫ […]

ସମ୍ବଲପୁର :  ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ -ଏସଡିଏରେ ଲୋକଙ୍କ ବିଲ୍ଡିଂ ପ୍ଲାନ୍‌ ଆପ୍ରୁଭାଲ୍‌ ନାଁରେ ଏକ ବଡ ଧରଣର ଠକେଇର ପର୍ଦ୍ଦାଫାଶ କରିଛି ସମ୍ବଲପୁର ପୁଲିସ। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁସାରେ ସମ୍ବଲପୁର କ୍ଷେତରାଜପୁର ଥାନାରେ ଏସଡିଏ ପକ୍ଷରୁ ଜାଲ ଦସ୍ତାବିଜ ଦେଇ ନକଲି ପ୍ଲାନ ପାସ୍ କରାଯାଇଥିବା ନେଇ ୨ଟି ଅଭିଯୋଗ ହୋଇଥିଲା । ଏହାପରେ ପୁଲିସ ଏହି ଘଟଣାରେ ଏସଡିଏର ଜଣେ କର୍ମଚାରୀଙ୍କ ସମେତ ୫ ଜଣକୁ ଗିରଫ କରିଛି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ଅଭିଯୁକ୍ତଙ୍କଠାରୁ ଏସଡିଏ ଅଫିସର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ନକଲି ଷ୍ଟାମ୍ପ, ୨ଟି କାର, ଗୋଟିଏ ବାଇକ୍, ୫ଟି ମୋବାଇଲ, ଗୋଟିଏ କମ୍ପ୍ୟୁଟର ସେଟ୍, ଏକ ଲାପଟପକୁ ଜବତ କରିବା ସହ ୩ କୋଟିରୁ ଅଧିକ ଟଙ୍କା ଥିବା ବ୍ୟାଙ୍କ୍ ଆକାଉଣ୍ଟକୁ ସିଜ୍ କରିଛି ପୁଲିସ । ଗିରଫ ଅଭିଯୁକ୍ତମାନେ ଲୋକଙ୍କଠାରୁ ବିଲ୍ଡିଂ ପ୍ଲାନ୍‌ ଆପ୍ରୁଭାଲ୍‌ କରିବା ପାଇଁ ଦେଢ଼ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଉଥିବା ବେଳେ ଜଣକଠାରୁ ୨୧ ଲକ୍ଷ ଟଙ୍କା ମଧ୍ୟ ନେଇଥିବା ସମ୍ବଲପୁର ଏସ୍‌ପି ମୁକେଶ କୁମାର ଭାମୁ କହିଛନ୍ତି । ଏହି ଘଟଣାରେ ଗିରଫ ଅଭିଯୁକ୍ତମାନେ ହେଲେ ଲକ୍ଷ୍ମୀ ନାରାୟଣ ସାମଲ, ଅଜୟ ବେହେରା, ବିକାଶ ଜଗତ, ଡମ୍ବରୁଧର ତ୍ରିପାଠୀ, ସୁଧାଂଶୁ କିଶୋର ପତି । ଏହି ଘଟଣାରେ ଆହୁରି ଅଧେକ ଲୋକ ଏହି ଠକମାନଙ୍କ ଶିକାର ହୋଇଥିବା ନେଇ ପୁଲିସ ସନ୍ଦେହ କରୁଛି।

ଆହୁରି ପଢ଼ନ୍ତୁ: ମେ' ପ୍ରଥମ କିମ୍ବା ଦ୍ଵିତୀୟ ସପ୍ତାହରେ ବାହାରିବ ମାଟ୍ରିକ୍ ରେଜଲ୍ଟ: ବୋର୍ଡ ସଭାପତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp