ବନ କର୍ମଚାରୀଙ୍କ ଛୁଟି ଉପରେ ଲାଗିଲା କଟକଣା

The Sakala Picture
Published On

ସମ୍ବଲପୁର: ରାଜ୍ୟବ୍ୟାପୀ ଅନେକ ସ୍ଥାନରେ ଜଙ୍ଗଲ ଜଳୁଛି । ଜଙ୍ଗଲରେ ନିଆଁକୁ ଆୟତ କରିବା ପାଇଁ ରାଜ୍ୟ ସରକାର ମଧ୍ଯ ଏକ ଟାସ୍କଫୋର୍ସ ଗଠନ କରିଛନ୍ତି। ଜଙ୍ଗଲରେ ନିଆଁ ଲାଗିବା ଘଟଣା ପରେ ସମ୍ବଲପୁରରେ ବନ ବିଭାଗ କର୍ମଚାରୀଙ୍କ ଛୁଟି ଉପରେ କଟକଣା ଲଗାଇଛନ୍ତି ଜିଲ୍ଲା ପ୍ରଶାସନ। ଅତି ଜରୁରୀ କାମ ନ ଥିଲେ କେହି କର୍ମଚାରୀ ଛୁଟି ନେଇ ପାରିବେନାହିଁ। ଏନେଇ ଡିଏଫଓ ଡକ୍ଟର ସଞ୍ଜିତ କୁମାର ସୂଚନା ଦେଇଛନ୍ତି । ହୁତୁ ହୁତୁ ହୋଇ […]

ସମ୍ବଲପୁର: ରାଜ୍ୟବ୍ୟାପୀ ଅନେକ ସ୍ଥାନରେ ଜଙ୍ଗଲ ଜଳୁଛି । ଜଙ୍ଗଲରେ ନିଆଁକୁ ଆୟତ କରିବା ପାଇଁ ରାଜ୍ୟ ସରକାର ମଧ୍ଯ ଏକ ଟାସ୍କଫୋର୍ସ ଗଠନ କରିଛନ୍ତି। ଜଙ୍ଗଲରେ ନିଆଁ ଲାଗିବା ଘଟଣା ପରେ ସମ୍ବଲପୁରରେ ବନ ବିଭାଗ କର୍ମଚାରୀଙ୍କ ଛୁଟି ଉପରେ କଟକଣା ଲଗାଇଛନ୍ତି ଜିଲ୍ଲା ପ୍ରଶାସନ। ଅତି ଜରୁରୀ କାମ ନ ଥିଲେ କେହି କର୍ମଚାରୀ ଛୁଟି ନେଇ ପାରିବେନାହିଁ। ଏନେଇ ଡିଏଫଓ ଡକ୍ଟର ସଞ୍ଜିତ କୁମାର ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: କିଛି ସ୍ଥାନର ଇଂରାଜୀ ବନାନ ପରିବର୍ତ୍ତନକୁ ବିଜେଡିର କଟାକ୍ଷ: ସୁଶାସନ ନୁହେଁ; ନାମ ଓ ରଙ୍ଗ ପରିବର୍ତ୍ତନ ପ୍ରାଥମିକତା ହୋଇଛି

ହୁତୁ ହୁତୁ ହୋଇ ଜଙ୍ଗଲ ଜଳୁଥିବା ବେଳେ ଏପର୍ଯ୍ଯନ୍ତ ନିଆଁକୁ ଆୟତ୍ତ କରାଯାଇ ପାରିନି । କିଏ ନିଆଁ ଲଗାଇଛି କାହିଁକି ଲଗାଇଛି ଜଣାପଡି ନ ଥିବା ବେଳେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତକୁ ଆଣିପାରିନି ବନ ବିଭାଗ କି ଅଗ୍ନିଶମ ବିଭାଗ । ଏ ନେଇ ଜିଲ୍ଲା ପ୍ରଶାସନ ଚିନ୍ତାରେ ପଡିଥିବା ବେଳେ କେମିତି ନିଆଁକୁ ଆୟତ୍ତ କରାଯିବ ସେ ନେଇ ବନ ବିଭାଗ ଚିନ୍ତା ପ୍ରକଟ କରିଛି।

ଆହୁରି ପଢ଼ନ୍ତୁ: ୩୨ ଘଣ୍ଟା ପରେ ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ସ୍ୱାଭାବିକ ହେଲା ଯାତାୟାତ; ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp