ଭୋଳାବାବାଙ୍କ ବିବାହ ପାଇଁ ଚଳଚଞ୍ଚଳ ସମ୍ବଲପୁର, ବାବା ବାଲୁଙ୍କେଶ୍ବରଙ୍କ ପତରପେଣ୍ଡି ସଂପନ୍ନ

The Sakala Picture
Published On

ସମ୍ବଲପୁର : ବିଶ୍ବ ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀ ଆଜି ଠାରୁ ଆରମ୍ଭ ହୋଇଯାଇଛି। ପରମ୍ପରା ମୁତାବକ ଆଜି ନନ୍ଦପଡାର ବମ ବରାଡ ବାଲୁଙ୍କେଶ୍ବର ବାବାଙ୍କ ପତରପେଣ୍ଡି ବା ନିର୍ବନ୍ଧ ମହାସମାରୋହରେ ଅନୁଷ୍ଠିତ ହୋଇଛି। ଦିନକ ପରେ ଗୁରୁବାର ଅନ୍ୟ ସମସ୍ତ କମିଟିର ପତରପେଣ୍ଡି ଅନୁଷ୍ଠିତ ହେବ। ଆଜି ସନ୍ଧ୍ୟାରେ ଦେବ ଦେବ ମହାଦେବ ବାଲୁଙ୍କେଶ୍ବର ବାବାଙ୍କ ନିକଟରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ମନ୍ଦିର ପୂଜକ ଲକ୍ଷପତି ମହାପାତ୍ର ଏବଂ ବିବାହ ପୂଜକ ଶଶାଙ୍କ ଶେଖର ମିଶ୍ରଙ୍କ ପୌରୋହିତ୍ୟରେ […]

ସମ୍ବଲପୁର : ବିଶ୍ବ ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀ ଆଜି ଠାରୁ ଆରମ୍ଭ ହୋଇଯାଇଛି। ପରମ୍ପରା ମୁତାବକ ଆଜି ନନ୍ଦପଡାର ବମ ବରାଡ ବାଲୁଙ୍କେଶ୍ବର ବାବାଙ୍କ ପତରପେଣ୍ଡି ବା ନିର୍ବନ୍ଧ ମହାସମାରୋହରେ ଅନୁଷ୍ଠିତ ହୋଇଛି। ଦିନକ ପରେ ଗୁରୁବାର ଅନ୍ୟ ସମସ୍ତ କମିଟିର ପତରପେଣ୍ଡି ଅନୁଷ୍ଠିତ ହେବ। ଆଜି ସନ୍ଧ୍ୟାରେ ଦେବ ଦେବ ମହାଦେବ ବାଲୁଙ୍କେଶ୍ବର ବାବାଙ୍କ ନିକଟରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ମନ୍ଦିର ପୂଜକ ଲକ୍ଷପତି ମହାପାତ୍ର ଏବଂ ବିବାହ ପୂଜକ ଶଶାଙ୍କ ଶେଖର ମିଶ୍ରଙ୍କ ପୌରୋହିତ୍ୟରେ ବରପିତା ରାମଚନ୍ଦ୍ର ମିଶ୍ର ମହାଦେବଙ୍କ ନିକଟରେ ଆଳତୀ କରିଥିଲେ। ଏହାପରେ ପତରପେଣ୍ଡି ପାଇଁ ପୂଜା ଥାଳ ଥରି ବରପିତା ଶ୍ରୀ ମିଶ୍ର ସପ୍ତଋଷୀଙ୍କ ସହ କନ୍ୟାପିତା ଗୋଲବାଜର ନିବାସୀ ଗିରିଶ ପଟେଲ ଏବଂ କନ୍ୟା ମାତା ହଂସାବେନ ପଟେଲଙ୍କ ଘର ଅଭିମୁଖେ ଭବ୍ୟ ଶୋଭାଯାତ୍ରାରେ ବାହାରିଥିଲେ।

ଆହୁରି ପଢ଼ନ୍ତୁ: ନବୀନଙ୍କୁ ଭେଟିଲେ ରଘୁନାଥପୁର ଓ ଆନନ୍ଦପୁର ବିଜେଡି ଜନପ୍ରତିନିଧି

ଘଣ୍ଟ, ଘଣ୍ଟା, ଦୁଲଦୁଲି ସହିତ ଧମାଲ ବାଦ୍ୟ ଆଦି ସାଂସ୍କୃତିକ ଦଳ ସହିତ ବରପିତା ଏକ ସୁସଜ୍ଜିତ ବିମାନରେ ଶୋଭାଯାତ୍ରାରେ ଯାଇ କନ୍ୟାପିତାଙ୍କ ଘରେ ପହଞ୍ଚିଥିଲେ। ସେଠାରେ କନ୍ୟାଘର ଭବ୍ୟ ସ୍ବାଗତ କରି ପାଛୋଟି ନେଇଥିଲେ। ଏହାପରେ ପତରପେଣ୍ଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବରପକ୍ଷ ବାଲୁଙ୍କେଶ୍ବର ବାବାଙ୍କ ପାଇଁ ପାତ୍ରୀ ସନ୍ଧାନରେ ବାହାରିଥିବା ବେଳେ ଶ୍ରୀ ପଟେଲଙ୍କ ଘରେ ଉତ୍ତମ ପାତ୍ରୀ ଥିବା ସୂଚନା ପାଇ ଆସିଛନ୍ତି ବୋଲି କହିଥିଲେ। ଏହାଛଡା ସପ୍ତଋଷୀ ବାଲୁଙ୍କେଶ୍ବର ବାବାଙ୍କ ଗୁଣଗାନ କରିଥିଲେ। ଏହା ଜାଣିବା ପରେ କନ୍ୟାପକ୍ଷ ମାତା ପାର୍ବତୀଙ୍କ ଗୁଣଗାନ କରିବା ସହିତ ବିବାହ ନେଇ ସମ୍ମତି ଜଣାଇଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ନିର୍ବନ୍ଧ କାର୍ଯ୍ୟକ୍ରମ ସଂପନ୍ନ ହୋଇଥିଲା। ବରପିତା ଏକ ନୂତନ କଂସା ଥାଳିରେ ଥିବା ଶାଳପତ୍ର ବିଡା ସହିତ ଗୁଆ, ନଡିଆ, ଫୁଲ, ବେଲପତ୍ର ଆଦି ପୂଜା ସାମଗ୍ରୀକୁ କନ୍ୟାପିତାଙ୍କୁ ହସ୍ତାନ୍ତର କରିଥିଲେ। ସପ୍ତଋଷୀ ଭାବେ ବିଜୟ ମିଶ୍ର, କାମପାଳ ହୋତା, ଗୋଳକ ବିହାରୀ ମିଶ୍ର, ଶଶାଙ୍କ ଶେଖର ନନ୍ଦ, ଚକ୍ରଧର ମିଶ୍ର, ପୂର୍ଣଚନ୍ଦ୍ର ମିଶ୍ର ଏବଂ ଅମରେନ୍ଦ୍ର ପୂଜାରୀ ଯୋଗଦେଇଥିଲେ। ଆସନ୍ତା ଗୁରୁବାର ଅନ୍ୟ ସମସ୍ତ କମିଟିର ପତରପେଣ୍ଡି ଅନୁଷ୍ଠିତ ହେବ।

ଆହୁରି ପଢ଼ନ୍ତୁ: ନ୍ୟାୟ ପାଇଁ ପ୍ରେମିକ ଘର ଆଗରେ ଧାରଣାରେ ବସିଥିବା ପ୍ରେମିକାକୁ ନିର୍ମମ ହତ୍ୟା !

ନନ୍ଦପଡ଼ାରେ ବିବାହ ଉତ୍ସବ ପାଇଁ ଏଥର ୩୫ ଲକ୍ଷ ଓ ମୁଦିପଡାର ଜାଗେଶ୍ବର ବାବାଙ୍କ ଯାତ୍ରା ପାଇଁ ୩୦ରୁ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଉତ୍ସବକୁ ଅନେକ କଳାକାରଙ୍କୁ ନିମନ୍ତ୍ରଣ ସରିଛି । ରାଜ୍ୟ ବାହାରର ବିଭିନ୍ନ ନୃତ୍ୟ ଦଳ ଉତ୍ସବରେ ପ୍ରମୁଖ ଆକର୍ଷଣ ସାଜିବେ ।କରୋନା ମହାମାରୀ ପାଇଁ ଦୁଇବର୍ଷ ପରେ ଧୁମଧାମରେ ଉତ୍ସବ ଉନୁଷ୍ଠିତ ହେବ । ପ୍ରାୟ ୬ ହଜାର କଳାକାର ଓ ହଜାର ହଜାର ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ । ଏଥିପାଇଁ ପ୍ରଶାସନ ଓ ପୁଲିସର ମିଳିତ ବୈଠକରେ ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ । ଯାତ୍ରା ସମୟରେ ସହରରେ ୪୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ । ଯାତ୍ରାର ଗୋଟାଏ ଦିନ ପୂର୍ବରୁ ସମସ୍ତ ମଦ ଦୋକାନ ବନ୍ଦ ରହିବ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ପ୍ରତିଷ୍ଠା ହେବ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ: ଆଇନ ମନ୍ତ୍ରୀ

31 May 2022 By The Sakala

ଭୋଳାବାବାଙ୍କ ବିବାହ ପାଇଁ ଚଳଚଞ୍ଚଳ ସମ୍ବଲପୁର, ବାବା ବାଲୁଙ୍କେଶ୍ବରଙ୍କ ପତରପେଣ୍ଡି ସଂପନ୍ନ

ସମ୍ବଲପୁର : ବିଶ୍ବ ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀ ଆଜି ଠାରୁ ଆରମ୍ଭ ହୋଇଯାଇଛି। ପରମ୍ପରା ମୁତାବକ ଆଜି ନନ୍ଦପଡାର ବମ ବରାଡ ବାଲୁଙ୍କେଶ୍ବର ବାବାଙ୍କ ପତରପେଣ୍ଡି ବା ନିର୍ବନ୍ଧ ମହାସମାରୋହରେ ଅନୁଷ୍ଠିତ ହୋଇଛି। ଦିନକ ପରେ ଗୁରୁବାର ଅନ୍ୟ ସମସ୍ତ କମିଟିର ପତରପେଣ୍ଡି ଅନୁଷ୍ଠିତ ହେବ। ଆଜି ସନ୍ଧ୍ୟାରେ ଦେବ ଦେବ ମହାଦେବ ବାଲୁଙ୍କେଶ୍ବର ବାବାଙ୍କ ନିକଟରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ମନ୍ଦିର ପୂଜକ ଲକ୍ଷପତି ମହାପାତ୍ର ଏବଂ ବିବାହ ପୂଜକ ଶଶାଙ୍କ ଶେଖର ମିଶ୍ରଙ୍କ ପୌରୋହିତ୍ୟରେ ବରପିତା ରାମଚନ୍ଦ୍ର ମିଶ୍ର ମହାଦେବଙ୍କ ନିକଟରେ ଆଳତୀ କରିଥିଲେ। ଏହାପରେ ପତରପେଣ୍ଡି ପାଇଁ ପୂଜା ଥାଳ ଥରି ବରପିତା ଶ୍ରୀ ମିଶ୍ର ସପ୍ତଋଷୀଙ୍କ ସହ କନ୍ୟାପିତା ଗୋଲବାଜର ନିବାସୀ ଗିରିଶ ପଟେଲ ଏବଂ କନ୍ୟା ମାତା ହଂସାବେନ ପଟେଲଙ୍କ ଘର ଅଭିମୁଖେ ଭବ୍ୟ ଶୋଭାଯାତ୍ରାରେ ବାହାରିଥିଲେ।

ଘଣ୍ଟ, ଘଣ୍ଟା, ଦୁଲଦୁଲି ସହିତ ଧମାଲ ବାଦ୍ୟ ଆଦି ସାଂସ୍କୃତିକ ଦଳ ସହିତ ବରପିତା ଏକ ସୁସଜ୍ଜିତ ବିମାନରେ ଶୋଭାଯାତ୍ରାରେ ଯାଇ କନ୍ୟାପିତାଙ୍କ ଘରେ ପହଞ୍ଚିଥିଲେ। ସେଠାରେ କନ୍ୟାଘର ଭବ୍ୟ ସ୍ବାଗତ କରି ପାଛୋଟି ନେଇଥିଲେ। ଏହାପରେ ପତରପେଣ୍ଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବରପକ୍ଷ ବାଲୁଙ୍କେଶ୍ବର ବାବାଙ୍କ ପାଇଁ ପାତ୍ରୀ ସନ୍ଧାନରେ ବାହାରିଥିବା ବେଳେ ଶ୍ରୀ ପଟେଲଙ୍କ ଘରେ ଉତ୍ତମ ପାତ୍ରୀ ଥିବା ସୂଚନା ପାଇ ଆସିଛନ୍ତି ବୋଲି କହିଥିଲେ। ଏହାଛଡା ସପ୍ତଋଷୀ ବାଲୁଙ୍କେଶ୍ବର ବାବାଙ୍କ ଗୁଣଗାନ କରିଥିଲେ। ଏହା ଜାଣିବା ପରେ କନ୍ୟାପକ୍ଷ ମାତା ପାର୍ବତୀଙ୍କ ଗୁଣଗାନ କରିବା ସହିତ ବିବାହ ନେଇ ସମ୍ମତି ଜଣାଇଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ନିର୍ବନ୍ଧ କାର୍ଯ୍ୟକ୍ରମ ସଂପନ୍ନ ହୋଇଥିଲା। ବରପିତା ଏକ ନୂତନ କଂସା ଥାଳିରେ ଥିବା ଶାଳପତ୍ର ବିଡା ସହିତ ଗୁଆ, ନଡିଆ, ଫୁଲ, ବେଲପତ୍ର ଆଦି ପୂଜା ସାମଗ୍ରୀକୁ କନ୍ୟାପିତାଙ୍କୁ ହସ୍ତାନ୍ତର କରିଥିଲେ। ସପ୍ତଋଷୀ ଭାବେ ବିଜୟ ମିଶ୍ର, କାମପାଳ ହୋତା, ଗୋଳକ ବିହାରୀ ମିଶ୍ର, ଶଶାଙ୍କ ଶେଖର ନନ୍ଦ, ଚକ୍ରଧର ମିଶ୍ର, ପୂର୍ଣଚନ୍ଦ୍ର ମିଶ୍ର ଏବଂ ଅମରେନ୍ଦ୍ର ପୂଜାରୀ ଯୋଗଦେଇଥିଲେ। ଆସନ୍ତା ଗୁରୁବାର ଅନ୍ୟ ସମସ୍ତ କମିଟିର ପତରପେଣ୍ଡି ଅନୁଷ୍ଠିତ ହେବ।

ନନ୍ଦପଡ଼ାରେ ବିବାହ ଉତ୍ସବ ପାଇଁ ଏଥର ୩୫ ଲକ୍ଷ ଓ ମୁଦିପଡାର ଜାଗେଶ୍ବର ବାବାଙ୍କ ଯାତ୍ରା ପାଇଁ ୩୦ରୁ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଉତ୍ସବକୁ ଅନେକ କଳାକାରଙ୍କୁ ନିମନ୍ତ୍ରଣ ସରିଛି । ରାଜ୍ୟ ବାହାରର ବିଭିନ୍ନ ନୃତ୍ୟ ଦଳ ଉତ୍ସବରେ ପ୍ରମୁଖ ଆକର୍ଷଣ ସାଜିବେ ।କରୋନା ମହାମାରୀ ପାଇଁ ଦୁଇବର୍ଷ ପରେ ଧୁମଧାମରେ ଉତ୍ସବ ଉନୁଷ୍ଠିତ ହେବ । ପ୍ରାୟ ୬ ହଜାର କଳାକାର ଓ ହଜାର ହଜାର ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ । ଏଥିପାଇଁ ପ୍ରଶାସନ ଓ ପୁଲିସର ମିଳିତ ବୈଠକରେ ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ । ଯାତ୍ରା ସମୟରେ ସହରରେ ୪୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ । ଯାତ୍ରାର ଗୋଟାଏ ଦିନ ପୂର୍ବରୁ ସମସ୍ତ ମଦ ଦୋକାନ ବନ୍ଦ ରହିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର