ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ- ବାଇକ ଧକ୍କା, ମହିଳା କନଷ୍ଟେବଳଙ୍କ ସମେତ ୨ ମୃତ

The Sakala Picture
Published On

ସାକ୍ଷୀଗୋପାଳ: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଜାତୀୟ ରାଜପଥର ସତ୍ୟବାଦୀ ଥାନା ଅନ୍ତର୍ଗତ ବୀର ଗୋବିନ୍ଦପୁର ପେଟ୍ରୋଲ ପମ୍ପ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ଜଣେ ମହିଳା କନଷ୍ଟେବଳଙ୍କ ସମେତ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ କନଷ୍ଟେବଳଙ୍କ ନାଁ ସୁଷମା ମିଶ୍ର ହୋଇଥିବା ବେଳେ ଅନ୍ୟଜଣଙ୍କ ନାଁ ସୂର୍ଯ୍ଯକାନ୍ତ ସାହୁ। ସୁଷମା କୋଣାର୍କ କୋର୍ଟରେ କାର୍ଯ୍ଯରତ ଥିଲେ। ସୂଚନା ଅନୁଯାୟୀ, ଏକ ବାଇକରେ କୋଣାର୍କ […]

ସାକ୍ଷୀଗୋପାଳ: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଜାତୀୟ ରାଜପଥର ସତ୍ୟବାଦୀ ଥାନା ଅନ୍ତର୍ଗତ ବୀର ଗୋବିନ୍ଦପୁର ପେଟ୍ରୋଲ ପମ୍ପ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ଜଣେ ମହିଳା କନଷ୍ଟେବଳଙ୍କ ସମେତ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ କନଷ୍ଟେବଳଙ୍କ ନାଁ ସୁଷମା ମିଶ୍ର ହୋଇଥିବା ବେଳେ ଅନ୍ୟଜଣଙ୍କ ନାଁ ସୂର୍ଯ୍ଯକାନ୍ତ ସାହୁ। ସୁଷମା କୋଣାର୍କ କୋର୍ଟରେ କାର୍ଯ୍ଯରତ ଥିଲେ।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

ସୂଚନା ଅନୁଯାୟୀ, ଏକ ବାଇକରେ କୋଣାର୍କ କୋର୍ଟର କନେଷ୍ଟବଳ ସୁଷମା ମିଶ୍ର, ତାଙ୍କ ପୁଅ ଚିନ୍ମୟ ପ୍ରସାଦ ଆଚାର୍ଯ୍ଯ ଓ ସାକ୍ଷୀଗୋପାଳ ହୋତାସାହିର ସୂର୍ଯ୍ଯକାନ୍ତ ସାହୁ ପୁରୀରୁ ସାକ୍ଷୀଗୋପାଳ ଆଡକୁ ଯାଉଥିଲେ। ତେବେ ବୀରଗୋବିନ୍ଦପୁର ପାଖ ଏକ ପେଟ୍ରୋଲ ଟାଙ୍କି ପାଖରେ ଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ସୁଷମା ଓ ସୂର୍ଯ୍ଯକାନ୍ତଙ୍କର ଘଟଣାସ୍ଥଳରେ ମୃତ୍ଯୁ ଘଟିଥିଲା। ଚିନ୍ମୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକକୁ ସ୍ଥାନାନ୍ତର କରାଯାଇଛି। ସତ୍ୟବାଦୀ ପୁଲିସ ଘଟଣା ସ୍ଥାନରେ ପହଞ୍ଚି ମୃତଦେହ ଦ୍ବୟ ଜବତ କରିବା ସହ ଦୁର୍ଘଟଣାଗ୍ରସ୍ତ ଯାନ ଦ୍ବୟ ମଧ୍ୟ ଜବତ କରିଛି।

ଆହୁରି ପଢ଼ନ୍ତୁ: କଲେଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର