ସ୍କୁଟିକୁ ପଛପଟୁ ଧକାଦେଲା କଣ୍ଟେନର, ସ୍କୁଟି ଚାଳକ ମୃତ

The Sakala Picture
Published On

ବାଲେଶ୍ୱର: ଜଳେଶ୍ବର ଥାନା ୬୦ ନଂ ଜାତୀୟ ରାଜପଥ ମଧୁବନ ଢ଼ାବା ସମ୍ମୁଖରେ ବିଳମ୍ବିତ ରାତିରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଜଣଙ୍କର ଜୀବନ ଚାଲିଯାଇଛି। ଏକ ସ୍କୁଟିକୁ ପଛପଟୁ କୁରକୁରି ବୋଝେଇ କଣ୍ଟେନର ଧକାଦେବା ଫଳରେ ସ୍କୁଟି ଚାଳକ ମୃତ୍ୟୁବରଣ କରିଛନ୍ତି । ଏହାସହିତ କଣ୍ଟେନରରେ ନିଆଁ ଲାଗିଯାଇଥିଲା, ଲକ୍ଷାଧିକ ଟଙ୍କାର କୁରକୁରି ପୋଡି ନଷ୍ଟହୋଇଯାଇଛି । ସୂଚନା ଅନୁସାରେ, ଗତ କାଲି ବିଳମ୍ବିତ ରାତିରେ ୬୦ ନଂ ଜାତୀୟ ରାଜପଥ ମଧୁବନ ଢ଼ାବା ସମ୍ମୁଖରେ […]

ବାଲେଶ୍ୱର: ଜଳେଶ୍ବର ଥାନା ୬୦ ନଂ ଜାତୀୟ ରାଜପଥ ମଧୁବନ ଢ଼ାବା ସମ୍ମୁଖରେ ବିଳମ୍ବିତ ରାତିରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଜଣଙ୍କର ଜୀବନ ଚାଲିଯାଇଛି। ଏକ ସ୍କୁଟିକୁ ପଛପଟୁ କୁରକୁରି ବୋଝେଇ କଣ୍ଟେନର ଧକାଦେବା ଫଳରେ ସ୍କୁଟି ଚାଳକ ମୃତ୍ୟୁବରଣ କରିଛନ୍ତି । ଏହାସହିତ କଣ୍ଟେନରରେ ନିଆଁ ଲାଗିଯାଇଥିଲା, ଲକ୍ଷାଧିକ ଟଙ୍କାର କୁରକୁରି ପୋଡି ନଷ୍ଟହୋଇଯାଇଛି ।

ଆହୁରି ପଢ଼ନ୍ତୁ: ଆଜି ମା'ଙ୍କ ଭସାଣି: ସୁରକ୍ଷା ପାଇଁ ଭୁବନେଶ୍ୱରରେ ମୁତୟନ ହେବେ ୪୮ ପ୍ଲାଟୁନ୍ ପୋଲିସ, DJ ଉପରେ କଟକଣା

Road-Accident

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ଓଲଟିଲା ଡିଜେ ଗାଡ଼ି: ଜଣଙ୍କର ମୃତ୍ୟୁ, ୧୦ରୁ ଊର୍ଦ୍ଧ୍ୱ ଆହତ

ସୂଚନା ଅନୁସାରେ, ଗତ କାଲି ବିଳମ୍ବିତ ରାତିରେ ୬୦ ନଂ ଜାତୀୟ ରାଜପଥ ମଧୁବନ ଢ଼ାବା ସମ୍ମୁଖରେ କଲିକତା ଆଡୁ ବାଲେଶ୍ୱର ଆଡକୁ ଆସୁଥିବା ଏକ କୁରକୁରି ବୋଝେଇ କଣ୍ଟେନର ଏକ ସ୍କୁଟିକୁ ପଛପଟୁ ଧକ୍କା ଦେଇ ସ୍କୁଟିକୁ ୨୦୦ ମିଟର ଉର୍ଦ୍ଧରାସ୍ତାଘୋଷାଡ଼ି ନେଇ ଥିଲା। କଣ୍ଟେନର ଧକାଦେବା ଫଳରେ ସ୍କୁଟି ଚାଳକ ମୃତ୍ୟୁବରଣ କରିଛନ୍ତି । ତେବେ ସ୍କୁଟିରୁ ନିଆଁ ସୃଷ୍ଟି ହୋଇ କୁରକୁରି କେଣ୍ଟନରରେ ନିଆଁ ଲାଗିଯାଇ କେଣ୍ଟନରଟି ଜଳିବାକୁ ଲାଗିଥିଲା । ତେବେ ଘଟଣା ସ୍ଥଳରେ ଜଳେଶ୍ୱର ଓ ବସ୍ତା ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ କରି ଥିଲା ବେଳେ ଲକ୍ଷାଧିକ ଟଙ୍କାର କୁରକୁରି ପୋଡି ନଷ୍ଟ ହୋଇଥିଲା। ସ୍କୁଟି ଚାଳକ ଜଣକ ହେଲେ ଜଳେଶ୍ୱର ନୂଆବଜାର ଅଞ୍ଚଳର ଲକ୍ଷ୍ମୀ ଧର ପାତ୍ର। ଘଟଣା ସ୍ଥଳରେ ଜଳେଶ୍ୱର ପୋଲିସ ପହଂଚି ଶବ ଜବତ କରି ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ଆଜି କୋଟିଆ ଗସ୍ତରେ ଯିବ ବିଜେଡିର ପ୍ରତିନିଧି ଦଳ, ଆନ୍ଧ୍ର ସରକାରଙ୍କ ନିର୍ବାଚନ ସମ୍ପର୍କିତ କାର୍ଯ୍ୟକଳାପକୁ କରିବ ବିରୋଧ

road-accident-in-jaleswar-one-died

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର