ବିଏମ୍‌ସି ଓ ହାକ୍ସି ମଧ୍ୟରେ ଛକାପଞ୍ଝା; ସାଇକଲ ନ ଫେରାଇଲେ କାର୍ଯ୍ୟାନୁଷ୍ଠାନ

The Sakala Picture
Published On

ଭୁବନେଶ୍ୱର: କବାଡ଼ିଖାନାରୁ ‘ମୋ ସାଇକଲ’ ମିିଳିବା ପରେ ବିଏମ୍‌ସି ଓ ହାକ୍ସି ମଧ୍ୟରେ ଆରମ୍ଭ ହୋଇଛି ଛକାପଞ୍ଝା । ଏଗ୍ରିମେଣ୍ଟ ଅନୁଯାୟୀ ଯଦି ୧ ହଜାର ସାଇକଲରୁ ହେକ୍ସିର କମ୍‍ ସାଇକଲ ରହେ ତେବେ କମ୍ପାନୀ କର୍ତ୍ତୃପକ୍ଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସ୍ମାର୍ଟସିଟିର ଏତଲା ଆଧାରରେ ସହିଦନଗର ଥାନା ପୁଲିସ ଚୋରି ମାମଲା ରୁଜୁକରି ତଦନ୍ତ କରୁଛି। ପ୍ରାଥମିକ ତଦନ୍ତ ବେଳେ କବାଡ଼ିଖାନାକୁ ସାଇକଲ କେମିତି ଗଲା ଓ କିଏ ଏହି ସାଇକଲ ବିକ୍ରି କରିଥିଲା ତାହାର […]

ଭୁବନେଶ୍ୱର: କବାଡ଼ିଖାନାରୁ ‘ମୋ ସାଇକଲ’ ମିିଳିବା ପରେ ବିଏମ୍‌ସି ଓ ହାକ୍ସି ମଧ୍ୟରେ ଆରମ୍ଭ ହୋଇଛି ଛକାପଞ୍ଝା । ଏଗ୍ରିମେଣ୍ଟ ଅନୁଯାୟୀ ଯଦି ୧ ହଜାର ସାଇକଲରୁ ହେକ୍ସିର କମ୍‍ ସାଇକଲ ରହେ ତେବେ କମ୍ପାନୀ କର୍ତ୍ତୃପକ୍ଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସ୍ମାର୍ଟସିଟିର ଏତଲା ଆଧାରରେ ସହିଦନଗର ଥାନା ପୁଲିସ ଚୋରି ମାମଲା ରୁଜୁକରି ତଦନ୍ତ କରୁଛି। ପ୍ରାଥମିକ ତଦନ୍ତ ବେଳେ କବାଡ଼ିଖାନାକୁ ସାଇକଲ କେମିତି ଗଲା ଓ କିଏ ଏହି ସାଇକଲ ବିକ୍ରି କରିଥିଲା ତାହାର ପ୍ରମାଣ ଯୋଗାଡ଼ କରାଯାଇଛି। ଯଦି ବୁଝାମଣାରେ ମାମଲା ସମାଧାନ ନ ହୁଏ ତେବେ ଅଭିଯୋଗ ଆଧାରରେ ସହିଦନଗର ଥାନା ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଜଗା ଦର୍ଶନ ପାଇଁ ଆସୁଥିବା ବେଳେ ହେଲା ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ ଗୁରୁତର

ଅନ୍ୟପଟେ ଗୁରୁବାର ହେକ୍ସି କର୍ତ୍ତୃପକ୍ଷ ବିଏମ୍‍ସି କମିସନର ତଥା ସ୍ମାର୍ଟସିଟି ସିଇଓଙ୍କୁ ଭେଟିଥିବା ସୂଚନା ମିଳିଛି। ପୂର୍ବରୁ ହେକ୍ସି କର୍ମଚାରୀଙ୍କୁ ପୁଲିସ ପକ୍ଷରୁ ଡକାଯାଇଥିଲା। ଯାହାଦ୍ୱାରା ହେକ୍ସିର ବରିଷ୍ଠ ଅଧିକାରୀମାନେ ଦିଲ୍ଲୀରୁ ଆସିଥିବା ଜଣାପଡ଼ିଛି। ଏମାନେ କମିସନରଙ୍କୁ ଭେଟି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିବା ସହିତ କେଉଁ ଆଧାରରେ ସାଇକଲ କବାଡ଼ିଖାନାକୁ ଗଲା ସେନଇ ମଧ୍ୟ ଉତ୍ତର ରଖିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ପୂର୍ବରୁ ହେକ୍ସିର ଜଣେ କର୍ମଚାରୀ କହୁଥିଲେ ଯେ ପ୍ରଥମେ ୧ ହଜାର ସାଇକଲ ଦିଆଯାଇଥିଲା। ପରେ ଚାହିଦା ବଢ଼଼ିବାରୁ ଆଉ ୪୦୦ ସାଇକଲ୍‍ ଯୋଗାଣ ହୋଇଥିଲା। ଏହି ସାଇକଲକୁ ହିଁ ବିକ୍ରି କରାଯାଇଛି। ମାତ୍ର ସ୍ମାର୍ଟସିଟି ପକ୍ଷରୁ ଗଣତି କରାଯିବା ପରେ ୨୦୦ ରୁ ଊର୍ଦ୍ଧ୍ବ ସାଇକଲ୍‍ କମ ଥିବା ଦର୍ଶାଯାଇ ଥାନାରେ ଏତଲା ଦିଆଯାଇଥିଲା। ତେଣୁ ଏହି ବିବାଦ ବଢ଼଼ିବାରେ ଲାଗିଛି। ଏହାସହିତ ଯଦି ହେକ୍ସି ପକ୍ଷରୁ ସ୍ମାର୍ଟସିଟିକୁ ସନ୍ତୋଷ ଜନକ ଉତ୍ତର ଦିଆଯାଏ ତେବେ ଆପୋଷ ବୁଝାମଣାରେ ମାମଲା ସମାଧାନ ହେବ ନଚେତ୍‍ ପୁଲିସ ତାହାର ତଦନ୍ତକୁ ଆଗକୁ ବଢ଼଼ାଇବ।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ଧାମରୁ ହଟିବ 'ଧାମ' ଶବ୍ଦ; ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ସୂଚନା ଥାଉ କି ବୁଧବାର କବାଡ଼ିଖାନାରେ ୫୮ ଟି ସାଇକଲକୁ ସହିଦ ନଗର ଥାନା ପୁଲିସ ଜବତ କରିଥିଲା। ସାଇକଲ୍‍ ଜବତ କରିବା ପରେ କମିସନରେଟ୍‍ ପୁଲିସ ପକ୍ଷରୁ ହେକ୍ସି କମ୍ପାନୀ ସହିତ ଯୋଗାଯୋଗ କରାଯାଇଥିଲା। କମ୍ପାନୀର ମୁଖ୍ୟ ଶାଖା ଦିଲ୍ଲୀରେ ଥିବାରୁ ସଂସ୍ଥାର କର୍ତ୍ତୃପକ୍ଷଙ୍କୁ ପୁଲିସ ଡାକାଇଥିଲା। ସେମାନେ ଭୁବନେଶ୍ୱରରେ ପହଞ୍ଚି ସ୍ମାର୍ଟସିଟି ସହିତ ଆଲୋଚନା କରିଛନ୍ତି। ଆବଶ୍ୟକ ପଡ଼ିଲେ ପୁଲିସ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଚାନ୍ଦିପୁରରେ DRDO ପକ୍ଷରୁ ସଫଳ କ୍ଷେପଣାସ୍ତ୍ର ପରୀକ୍ଷଣ: ସୁରକ୍ଷିତ ସ୍ଥାନକୁ ଗଲେ ୧୧ ହଜାରରୁ ଅଧିକ ଲୋକ

23 Jul 2021 By The Sakala

ବିଏମ୍‌ସି ଓ ହାକ୍ସି ମଧ୍ୟରେ ଛକାପଞ୍ଝା; ସାଇକଲ ନ ଫେରାଇଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: କବାଡ଼ିଖାନାରୁ ‘ମୋ ସାଇକଲ’ ମିିଳିବା ପରେ ବିଏମ୍‌ସି ଓ ହାକ୍ସି ମଧ୍ୟରେ ଆରମ୍ଭ ହୋଇଛି ଛକାପଞ୍ଝା । ଏଗ୍ରିମେଣ୍ଟ ଅନୁଯାୟୀ ଯଦି ୧ ହଜାର ସାଇକଲରୁ ହେକ୍ସିର କମ୍‍ ସାଇକଲ ରହେ ତେବେ କମ୍ପାନୀ କର୍ତ୍ତୃପକ୍ଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସ୍ମାର୍ଟସିଟିର ଏତଲା ଆଧାରରେ ସହିଦନଗର ଥାନା ପୁଲିସ ଚୋରି ମାମଲା ରୁଜୁକରି ତଦନ୍ତ କରୁଛି। ପ୍ରାଥମିକ ତଦନ୍ତ ବେଳେ କବାଡ଼ିଖାନାକୁ ସାଇକଲ କେମିତି ଗଲା ଓ କିଏ ଏହି ସାଇକଲ ବିକ୍ରି କରିଥିଲା ତାହାର ପ୍ରମାଣ ଯୋଗାଡ଼ କରାଯାଇଛି। ଯଦି ବୁଝାମଣାରେ ମାମଲା ସମାଧାନ ନ ହୁଏ ତେବେ ଅଭିଯୋଗ ଆଧାରରେ ସହିଦନଗର ଥାନା ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଅନ୍ୟପଟେ ଗୁରୁବାର ହେକ୍ସି କର୍ତ୍ତୃପକ୍ଷ ବିଏମ୍‍ସି କମିସନର ତଥା ସ୍ମାର୍ଟସିଟି ସିଇଓଙ୍କୁ ଭେଟିଥିବା ସୂଚନା ମିଳିଛି। ପୂର୍ବରୁ ହେକ୍ସି କର୍ମଚାରୀଙ୍କୁ ପୁଲିସ ପକ୍ଷରୁ ଡକାଯାଇଥିଲା। ଯାହାଦ୍ୱାରା ହେକ୍ସିର ବରିଷ୍ଠ ଅଧିକାରୀମାନେ ଦିଲ୍ଲୀରୁ ଆସିଥିବା ଜଣାପଡ଼ିଛି। ଏମାନେ କମିସନରଙ୍କୁ ଭେଟି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିବା ସହିତ କେଉଁ ଆଧାରରେ ସାଇକଲ କବାଡ଼ିଖାନାକୁ ଗଲା ସେନଇ ମଧ୍ୟ ଉତ୍ତର ରଖିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ପୂର୍ବରୁ ହେକ୍ସିର ଜଣେ କର୍ମଚାରୀ କହୁଥିଲେ ଯେ ପ୍ରଥମେ ୧ ହଜାର ସାଇକଲ ଦିଆଯାଇଥିଲା। ପରେ ଚାହିଦା ବଢ଼଼ିବାରୁ ଆଉ ୪୦୦ ସାଇକଲ୍‍ ଯୋଗାଣ ହୋଇଥିଲା। ଏହି ସାଇକଲକୁ ହିଁ ବିକ୍ରି କରାଯାଇଛି। ମାତ୍ର ସ୍ମାର୍ଟସିଟି ପକ୍ଷରୁ ଗଣତି କରାଯିବା ପରେ ୨୦୦ ରୁ ଊର୍ଦ୍ଧ୍ବ ସାଇକଲ୍‍ କମ ଥିବା ଦର୍ଶାଯାଇ ଥାନାରେ ଏତଲା ଦିଆଯାଇଥିଲା। ତେଣୁ ଏହି ବିବାଦ ବଢ଼଼ିବାରେ ଲାଗିଛି। ଏହାସହିତ ଯଦି ହେକ୍ସି ପକ୍ଷରୁ ସ୍ମାର୍ଟସିଟିକୁ ସନ୍ତୋଷ ଜନକ ଉତ୍ତର ଦିଆଯାଏ ତେବେ ଆପୋଷ ବୁଝାମଣାରେ ମାମଲା ସମାଧାନ ହେବ ନଚେତ୍‍ ପୁଲିସ ତାହାର ତଦନ୍ତକୁ ଆଗକୁ ବଢ଼଼ାଇବ।

ସୂଚନା ଥାଉ କି ବୁଧବାର କବାଡ଼ିଖାନାରେ ୫୮ ଟି ସାଇକଲକୁ ସହିଦ ନଗର ଥାନା ପୁଲିସ ଜବତ କରିଥିଲା। ସାଇକଲ୍‍ ଜବତ କରିବା ପରେ କମିସନରେଟ୍‍ ପୁଲିସ ପକ୍ଷରୁ ହେକ୍ସି କମ୍ପାନୀ ସହିତ ଯୋଗାଯୋଗ କରାଯାଇଥିଲା। କମ୍ପାନୀର ମୁଖ୍ୟ ଶାଖା ଦିଲ୍ଲୀରେ ଥିବାରୁ ସଂସ୍ଥାର କର୍ତ୍ତୃପକ୍ଷଙ୍କୁ ପୁଲିସ ଡାକାଇଥିଲା। ସେମାନେ ଭୁବନେଶ୍ୱରରେ ପହଞ୍ଚି ସ୍ମାର୍ଟସିଟି ସହିତ ଆଲୋଚନା କରିଛନ୍ତି। ଆବଶ୍ୟକ ପଡ଼ିଲେ ପୁଲିସ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବ ବୋଲି ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର