ପୁରୀକୁ ଫେରିଲା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍, ଏକ ହୋଟେଲରୁ ୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

The Sakala Picture
Published On

ପୁରୀ: ପୁରୀ ସହରରେ ୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ଚିହ୍ନଟ ହୋଇଥିବା ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ସୂଚନା ଅନୁଯାୟୀ, ପୁରୀ ବେଳାଭୂମି ନିକଟ ୧୧ ନଂ ଓ୍ୱାର୍ଡରେ ଥିବା ଏକ ହୋଟେଲରୁ ୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ହୋଟେଲ୍‌ର ୨ କର୍ମଚାରୀ ଓ ଜଣେ ବଙ୍ଗୀୟ ପର୍ଯ୍ଯଟକ ଅଛନ୍ତି । ଏହି ୩ ଜଣଙ୍କ ସାମ୍ପଲ ଜିନମ ସିକ୍ୟୁଏନ୍ସିଂ […]

ପୁରୀ: ପୁରୀ ସହରରେ ୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ଚିହ୍ନଟ ହୋଇଥିବା ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।

ଆହୁରି ପଢ଼ନ୍ତୁ: ଦର୍ଶକଙ୍କ ପାଇଁ ଖୋଲିଲା ନୂଆ ରୂପର 'କଳିଙ୍ଗ ଷ୍ଟୁଡିଓ': ସ୍ନୋ ପାର୍କ ସହ ନେବେ ଭୂତ ବଙ୍ଗଳାର ମଜା, ଜାଣନ୍ତୁ ଟିକେଟ୍ ଦର

ସୂଚନା ଅନୁଯାୟୀ, ପୁରୀ ବେଳାଭୂମି ନିକଟ ୧୧ ନଂ ଓ୍ୱାର୍ଡରେ ଥିବା ଏକ ହୋଟେଲରୁ ୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ହୋଟେଲ୍‌ର ୨ କର୍ମଚାରୀ ଓ ଜଣେ ବଙ୍ଗୀୟ ପର୍ଯ୍ଯଟକ ଅଛନ୍ତି । ଏହି ୩ ଜଣଙ୍କ ସାମ୍ପଲ ଜିନମ ସିକ୍ୟୁଏନ୍ସିଂ ପାଇଁ ପଠାଯାଇଥିବା ବେଳେ ଏହା ଉପରେ ତୀକ୍ଷଣ ନଜର ରଖିଥିଲା ପ୍ରଶାସନ । ସେମାନେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ତୁରନ୍ତ ସମ୍ପୃକ୍ତ ହୋଟେଲ ନିକଟସ୍ଥ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଏହାଦ୍ୱାରା ସମ୍ପୃକ୍ତ ଅଞ୍ଚଳରେ ଯାତାୟତ ଉପରେ କଟକଣା ଲାଗୁ କରାଯାଇଛି। ସମ୍ପୃକ୍ତ ଅଞ୍ଚଳକୁ ବାହାରର କୌଣସି ବ୍ୟକ୍ତି ପ୍ରବେଶ କରିପାରିବେ ନାହିଁ। ଦୋକାନବଜାର ବି ବନ୍ଦ ରହିବ । ସେଠାରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ମେଡିସିନ ପ୍ରଶାସନ ପହଞ୍ଚାଇବ।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର