ବିଜେଡିର ବିରୋଧୀ ବିଧ୍ୱଂସୀ ବିଜୟ, ୭୬୨ ଅତିକ୍ରମ କଲା ଜିଲ୍ଲା ପରିଷଦ ଆସନ ସଂଖ୍ୟା

The Sakala Picture
Published On

ଭୁବନେଶ୍ବର : ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ-୨୦୨୨ରେ ବିଜେଡିର ଜୟଯାତ୍ରା ଜାରି ରହିଛି। ଗଣତିର ପ୍ରଥମ ଦୁଇ ଦିନ ପରି ଶେଷ ଦିନରେ ବିଜେଡି ଏକତରଫା ଭାବେ ରାଜ୍ୟର ସମସ୍ତ ଜିଲ୍ଲାରୁ ସିଂହଭାଗ ଜିଲ୍ଲା ପରିଷଦ ଆସନ ହାତେଇ ସଂପୂର୍ଣ୍ଣ ୩୦ ଜିଲ୍ଲାରେ ପରିଷଦ ଗଠନ ଏକ ପ୍ରକାର ନିଶ୍ଚିତ କରିଛି। ଶାସକ ବିଜେଡିକୁ ଛୁଇଁବା ତ ଦୂରର କଥା; ସମସ୍ତ ବିରୋଧୀଙ୍କ ଆସନ ସଂଖ୍ୟା ମିଶି ତିନି ଅଙ୍କ ଛୁଇଁବ କି ନାହିଁ, ସେ ନେଇ ଆଶଙ୍କା ସୃଷ୍ଟି […]

ଭୁବନେଶ୍ବର : ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ-୨୦୨୨ରେ ବିଜେଡିର ଜୟଯାତ୍ରା ଜାରି ରହିଛି। ଗଣତିର ପ୍ରଥମ ଦୁଇ ଦିନ ପରି ଶେଷ ଦିନରେ ବିଜେଡି ଏକତରଫା ଭାବେ ରାଜ୍ୟର ସମସ୍ତ ଜିଲ୍ଲାରୁ ସିଂହଭାଗ ଜିଲ୍ଲା ପରିଷଦ ଆସନ ହାତେଇ ସଂପୂର୍ଣ୍ଣ ୩୦ ଜିଲ୍ଲାରେ ପରିଷଦ ଗଠନ ଏକ ପ୍ରକାର ନିଶ୍ଚିତ କରିଛି। ଶାସକ ବିଜେଡିକୁ ଛୁଇଁବା ତ ଦୂରର କଥା; ସମସ୍ତ ବିରୋଧୀଙ୍କ ଆସନ ସଂଖ୍ୟା ମିଶି ତିନି ଅଙ୍କ ଛୁଇଁବ କି ନାହିଁ, ସେ ନେଇ ଆଶଙ୍କା ସୃଷ୍ଟି ହୋଇଛି। ୨୨ ବର୍ଷ ଧରି କ୍ଷମତାରେ ଥିବା ଗୋଟିଏ ରାଜନୈତିକ ଦଳ ସପକ୍ଷରେ ଏପରି ଜନସମର୍ଥନ କେବଳ ବିରୋଧୀଙ୍କୁ ନୁହେଁ; ରାଜନୈତିକ ବିଶେଷଜ୍ଞମାନଙ୍କୁ ଚକିତ କରିଛି। ରାଜ୍ୟରେ ମୋଟ ୮୫୩ଟି ଜିଲ୍ଲା ପରିଷଦ ଜୋନ୍‍ ରହିଛି। ଗୋଟିଏ ଆସନରେ ବିଜେଡି ପ୍ରାର୍ଥୀ ପୂର୍ବରୁ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଥିଲା। ସେହିପରି ଗୋଟିଏ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ନିର୍ବାଚନ ସ୍ଥଗିତ ରହିଛି।

ଆହୁରି ପଢ଼ନ୍ତୁ: ଅସୁସ୍ଥ ସ୍ୱାମୀଙ୍କ ପାଖକୁ ନେବା ବାହାନାରେ ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ, ୨ ଗିରଫ

ତେଣୁ ନିର୍ବାଚନ ହୋଇଥିବା ୮୫୧ଟି ଆସନ ମଧ୍ୟରୁ ଏଯାବତ୍ ୮୪୮ ଜିଲ୍ଲା ପରିଷଦ ଜୋନର ଫଳାଫଳ ଘୋଷିତ ହୋଇଛି। ଏଥିମଧ୍ୟରୁ ବିଜେଡି ୭୬୨, ବିଜେପି ୪୨, କଂଗ୍ରେସ ୩୭, ସ୍ବାଧୀନ ୩ ଓ ଅନ୍ୟାନ୍ୟ ୪ଟି ଜୋନରେ ବିଜୟୀ ହୋଇଛି। ଆଉ ୩ଟି ଜୋନର ଫଳ ପ୍ରକାଶ ବାକି ଅଛି। ବିଜେଡି ପ୍ରାର୍ଥୀମାନେ ଏତେ ସଂଖ୍ୟକ ଭୋଟରେ ଅଗ୍ରଣୀ ଅଛନ୍ତି ଯେ ପ୍ରତିପକ୍ଷ ତାଙ୍କୁ ପରାସ୍ତ କରିବା ତ ଦୂରର କଥା, ସେମାନଙ୍କ ନିକଟତର ହେବା ସମ୍ଭାବନା ବି ନାହିଁ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ଅନ୍ୟପଟେ ରାଜ୍ୟବାସୀ ବିଜେଡି ଉପରେ ଦେଖାଇଥିବା ଭରସା ଏବଂ ବିଶ୍ବାସ ପାର୍ଇ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଟ୍ବିଟ କରି କହିଛନ୍ତି ‘ ଅକୁଣ୍ଠ ଭଲ ପାଇବା ଦେଇ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ରେ ବିଜୁ ଜନତା ଦଳକୁ ବିଜୟୀ କରିଥିବାରୁ ସମସ୍ତଙ୍କୁ ମୋର ଆନ୍ତରିକ ଧନ୍ୟବାଦ। ଏହି ଜନମତ ସେବା ପାଇଁ ଆମ ସଂକଳ୍ପକୁ ଆହୁରି ଦୃଢ଼ କରିଛି। ବିଜୟୀ ଦଳୀୟ ପ୍ରାର୍ଥୀ ଓ ଉତ୍ସର୍ଗୀକୃତ କାର୍ଯ୍ୟ ଜରିଆରେ ବିଜେଡିକୁ ଆନ୍ଦୋଳନରେ ପରିଣତ କରିଥିବା ସମସ୍ତ କର୍ମୀଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର