ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କୁ ଧନ୍ୟବାଦ ଜଣାଇଲେ ହିଞ୍ଜିଳିକାଟୁ ଓ ଶେରଗଡ଼ ବାସିନ୍ଦା

The Sakala Picture
Published On

ଆସିକା: ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବ ଭି.କେ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଲେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଓ ଶେରଗଡ଼ ଅଞ୍ଚଳର ଲୋକ । ହିଞ୍ଜିଳି ଓ ଶେରଗଡ଼ ଅଞ୍ଚଳର ଆଠଟି କଲେଜର ରୂପାନ୍ତରଣ ପାଇଁ ଛଅ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଥିବାରୁ ଲୋକମାନେ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ଗତ ୭ ତାରିଖରେ 5T ସଚିବ ଭି.କେ ପାଣ୍ଡିଆନ ଗଞ୍ଜାମ ଗସ୍ତରେ ଆସିଥିଲେ […]

ଆସିକା: ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବ ଭି.କେ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଲେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଓ ଶେରଗଡ଼ ଅଞ୍ଚଳର ଲୋକ । ହିଞ୍ଜିଳି ଓ ଶେରଗଡ଼ ଅଞ୍ଚଳର ଆଠଟି କଲେଜର ରୂପାନ୍ତରଣ ପାଇଁ ଛଅ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଥିବାରୁ ଲୋକମାନେ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ଗତ ୭ ତାରିଖରେ 5T ସଚିବ ଭି.କେ ପାଣ୍ଡିଆନ ଗଞ୍ଜାମ ଗସ୍ତରେ ଆସିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳି ଓ ଶେରଗଡ଼ ବ୍ଲକର ବିକାଶ କାମ ଅନୁଧ୍ୟାନ କରିଥିଲେ 5T ସଚିବ । ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଅନୁଧ୍ୟାନ ସହ ମନ୍ଦିରର ଉନ୍ନତି, ସ୍ମାର୍ଟକ୍ଲାସ୍ ଓ ବିଭିନ୍ନ କଲେଜକୁ ଯାଇ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ ।

ଆହୁରି ପଢ଼ନ୍ତୁ: ତାତି ଓ ଦୁର୍ଘଟଣାକୁ ନେଇ ବଢ଼ିଲା ଚିନ୍ତା, ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ

ବିଭିନ୍ନ ସମସ୍ୟାର ସମାଧାନ ବିଷୟରେ ଆଲୋଚନା କରିଥିଲେ 5T ସଚିବ। ଶୀଘ୍ର ସବୁ ସମସ୍ୟା ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଗସ୍ତ ପରେ ସମସ୍ତ ସମସ୍ୟାର ସାମଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ହିଞ୍ଜିଳି ଓ ଶେରଗଡ଼ ଅଞ୍ଚଳର ଆଠଟି କଲେଜର ରୂପାନ୍ତରଣ ପାଇଁ ଛଅ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫଳରେ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ଅଭିଭାବକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବ ଭି.କେ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଆହୁରି ପଢ଼ନ୍ତୁ: କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲିକଢ଼ା ପ୍ରକ୍ରିୟା: ଗର୍ଭଗୃହକୁ ଟନେଲ୍‌ ନିର୍ମାଣ ଆରମ୍ଭ, ଉଚ୍ଚସ୍ତରୀୟ ବୈଷୟିକ ଟିମ୍ ଅନୁଧ୍ୟାନ ପରେ କଢ଼ାଯିବ ବାଲି

11 May 2023 By The Sakala

ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କୁ ଧନ୍ୟବାଦ ଜଣାଇଲେ ହିଞ୍ଜିଳିକାଟୁ ଓ ଶେରଗଡ଼ ବାସିନ୍ଦା

ଆସିକା: ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବ ଭି.କେ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଲେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଓ ଶେରଗଡ଼ ଅଞ୍ଚଳର ଲୋକ । ହିଞ୍ଜିଳି ଓ ଶେରଗଡ଼ ଅଞ୍ଚଳର ଆଠଟି କଲେଜର ରୂପାନ୍ତରଣ ପାଇଁ ଛଅ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଥିବାରୁ ଲୋକମାନେ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ଗତ ୭ ତାରିଖରେ 5T ସଚିବ ଭି.କେ ପାଣ୍ଡିଆନ ଗଞ୍ଜାମ ଗସ୍ତରେ ଆସିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳି ଓ ଶେରଗଡ଼ ବ୍ଲକର ବିକାଶ କାମ ଅନୁଧ୍ୟାନ କରିଥିଲେ 5T ସଚିବ । ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଅନୁଧ୍ୟାନ ସହ ମନ୍ଦିରର ଉନ୍ନତି, ସ୍ମାର୍ଟକ୍ଲାସ୍ ଓ ବିଭିନ୍ନ କଲେଜକୁ ଯାଇ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ ।

ବିଭିନ୍ନ ସମସ୍ୟାର ସମାଧାନ ବିଷୟରେ ଆଲୋଚନା କରିଥିଲେ 5T ସଚିବ। ଶୀଘ୍ର ସବୁ ସମସ୍ୟା ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଗସ୍ତ ପରେ ସମସ୍ତ ସମସ୍ୟାର ସାମଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ହିଞ୍ଜିଳି ଓ ଶେରଗଡ଼ ଅଞ୍ଚଳର ଆଠଟି କଲେଜର ରୂପାନ୍ତରଣ ପାଇଁ ଛଅ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫଳରେ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ଅଭିଭାବକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବ ଭି.କେ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର