ଦୁର୍ଗମ ଅଞ୍ଚଳରେ ଡ୍ରୋନ୍‌ରେ ପହଞ୍ଚିଲା ଔଷଧ, ରାୟଗଡ଼ା ଜିଲ୍ଲାରେ ସୁଦୃଢ଼ ହେଲା ସ୍ୱାସ୍ଥ୍ୟସେବା ନେଟ୍‌ୱର୍କ

The Sakala Picture
Published On

ରାୟଗଡ଼ା/ ଗୁଡ଼ାରୀ/ କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲାରେ ଡ୍ରୋନ୍ ସ୍ବାସ୍ଥ୍ୟସେବା ନେଟ୍‌ୱର୍କ ଶୁଭାରମ୍ଭ ହୋଇଛି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସରକାଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପ ଶୁଭାରମ୍ଭ ହୋଇଯାଇଛି। ଗତକାଲି ପ୍ରଥମେ ପ୍ରତିଷେଧକ ଟିକା ଗୁଡ଼ାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରେରଣ କରାଯାଇଛି। ରାୟଗଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରୁ ଜରୁରୀ ଔଷଧ ଧରି ଡ୍ରୋନ୍‌ଟି ମାତ୍ର ୪୫ ମିନିଟରେ ଗୁଡାରୀ ହାଇସ୍କୁଲ ପଡ଼ିଆରେ ଅବତରଣ କରିଥିଲା। ପରେ […]

ରାୟଗଡ଼ା/ ଗୁଡ଼ାରୀ/ କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲାରେ ଡ୍ରୋନ୍ ସ୍ବାସ୍ଥ୍ୟସେବା ନେଟ୍‌ୱର୍କ ଶୁଭାରମ୍ଭ ହୋଇଛି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସରକାଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପ ଶୁଭାରମ୍ଭ ହୋଇଯାଇଛି।

ଆହୁରି ପଢ଼ନ୍ତୁ: ଓରାଙ୍ଗଉଟାନ ଚାଲାଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ଜଙ୍ଗଲ ମନ୍ତ୍ରୀ

ଗତକାଲି ପ୍ରଥମେ ପ୍ରତିଷେଧକ ଟିକା ଗୁଡ଼ାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରେରଣ କରାଯାଇଛି। ରାୟଗଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରୁ ଜରୁରୀ ଔଷଧ ଧରି ଡ୍ରୋନ୍‌ଟି ମାତ୍ର ୪୫ ମିନିଟରେ ଗୁଡାରୀ ହାଇସ୍କୁଲ ପଡ଼ିଆରେ ଅବତରଣ କରିଥିଲା। ପରେ ବ୍ଳକ୍ ଚେୟାରମ୍ୟାନ ଶ୍ରୀମତି ଲକ୍ଷ୍ମୀ ଶବର ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଶ୍ରୀମତି ସରମିତା ଶବର ଗୁଡାରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଅରୁପାନନ୍ଦ ବେହେରା, ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀଙ୍କ ଉପସ୍ଥିତରେ ଫିତା କାଟି ଏହି ବ୍ୟବସ୍ଥାର ଶୁଭାରମ୍ଭ ହୋଇଥିଲା।

ଆହୁରି ପଢ଼ନ୍ତୁ: ଓମ୍‌ଫେଡ୍‌ର ନୂଆ ପ୍ରୟାସ: ଖୁବ୍‌ଶୀଘ୍ର ବଜାରକୁ ଆସିବ ପ୍ୟାକେଜ୍‌ଡ୍ ପାଣି ଏବଂ ଆଇସକ୍ରିମ୍

ପ୍ରଥମ ପର୍ଯ୍ୟାୟରେ ଏହି ସେବା ଗୁଡାରୀ ଓ କଲ୍ୟାଣସିଂପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯୋଗାଇ ଦିଆଯିବ। ଥରକେ ପ୍ରାୟ ୧.୫ କେଜି ଓଜନ ଔଷଧ ବା ସ୍ୱାସ୍ଥ୍ୟ ଉପକରଣକୁ ଉପଯୁକ୍ତ ଶୀତଳ ଶୃଙ୍ଖଳ ମାଧ୍ୟମରେ ପରିବହନ କରାଯାଇପାରିବ। ଏହି ପାଇଲଟ ପ୍ରକଳ୍ପ ମାଧ୍ୟମରେ ଇଲେକ୍ଟ୍ରିକ୍ ହାଇବ୍ରିଡ୍ ଡ୍ରୋନ୍ ବ୍ୟବହାର କରି ରାୟଗଡା ଜିଲ୍ଲାର ବିଚ୍ଛିନ୍ନ ତଥା ଦୁର୍ଗମ ଅଞ୍ଚଳରେ ଔଷଧ ସହିତ ବିଭିନ୍ନ ଚିକିତ୍ସା ଉପକରଣକୁ ଆକାଶମାର୍ଗ ଜରିଆରେ ପ୍ରାଥମିକ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକୁ ଯୋଗାଇ ଦିଆଯିବ।

ଆହୁରି ପଢ଼ନ୍ତୁ: ବୁଲା ଷଣ୍ଢଙ୍କ ଉପଦ୍ରବରେ ଅତିଷ୍ଠ ଶହଶହ ଚାଷୀ, ଶେଷରେ ଥାନାର ଦ୍ୱାରସ୍ଥ ହୋଇ ଦେଲେ ଏତଲା

ଡ୍ରୋନ୍ ପ୍ରକଳ୍ପ ଶୁଭାରମ୍ଭ ଅବସରରେ ଜିଲ୍ଲାପାଳ ସ୍ବଧାଦେବ ସିଂ କହିଥିଲେ ଯେ, ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ଓ କଲ୍ୟାଣସିଂପୁର ଭଳି ବ୍ଲକରେ ଅନେକ ଦୁର୍ଗମ ଅଞ୍ଚଳ ରହିଛି। ଏହି ଅଞ୍ଚଳ ଗୁଡିକରେ ଶକ୍ତି ଓ ଭିତ୍ତିଭୂମି ହେଉଛି ଏକ ଆହ୍ୱାନ। ସ୍ବାସ୍ଥ୍ୟସେବାକୁ ସୁଦୃଢ କରିବା କ୍ଷେତ୍ରରେ ଡ୍ରୋନ୍ ଦ୍ବାରା ଔଷଧ ବିତରଣ ଏକ ପରିବର୍ତ୍ତନକାରୀ ପଦକ୍ଷେପ। ରୋଗୀମାନେ ଏବେ ଉତ୍କୃଷ୍ଟ ନିଦାନର ସୁବିଧା ପାଇପାରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର