ମନୋରଞ୍ଜନ
ଝିଅକୁ ଦୁଷ୍କର୍ମ ଲାଗି ଧମକ ଦେଲେ ଦୁର୍ବୃତ୍ତ, ମନ୍ଦିର ପ୍ରାଙ୍ଗଣରେ ଫାଶୀରେ ଝୁଲିଲା ବାପା
ରାୟଗଡ଼ା : ନୀଳଗିରି ଗଛ ଲଗାଇବାକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଗୁରୁତର ରୂପ ନେଇଛି। ଅଭିଯୁକ୍ତଙ୍କ ଜୁଲୁମ ଅସହ୍ୟ ହେବାରୁ ଉକ୍ତ ପରିବାରକୁ ପ୍ରବଳ ମାଡ଼ ମାରିବା ସହ ଦୁର୍ବୃତ୍ତମାନେ ଝିଅକୁ ଦୁଷ୍କର୍ମ କରିବାକୁ ଧମକ ଦେଇଥିଲେ । ଏ ସଂକ୍ରାନ୍ତରେ ପୁଲିସ ନିକଟରେ ଅଭିଯୋଗ କରାଯାଇଥିଲେ ହେଁ ପୁଲିସ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ନିରୁପାୟ ହୋଇ ଝିଅର ବାପା ମନ୍ଦିର ପ୍ରାଙ୍ଗଣରେ ଫାଶୀ ଦେଇ ଆତ୍ମହତ୍ୟା କରିବା ଭଳି ଚରମ […]
ରାୟଗଡ଼ା : ନୀଳଗିରି ଗଛ ଲଗାଇବାକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଗୁରୁତର ରୂପ ନେଇଛି। ଅଭିଯୁକ୍ତଙ୍କ ଜୁଲୁମ ଅସହ୍ୟ ହେବାରୁ ଉକ୍ତ ପରିବାରକୁ ପ୍ରବଳ ମାଡ଼ ମାରିବା ସହ ଦୁର୍ବୃତ୍ତମାନେ ଝିଅକୁ ଦୁଷ୍କର୍ମ କରିବାକୁ ଧମକ ଦେଇଥିଲେ । ଏ ସଂକ୍ରାନ୍ତରେ ପୁଲିସ ନିକଟରେ ଅଭିଯୋଗ କରାଯାଇଥିଲେ ହେଁ ପୁଲିସ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ନିରୁପାୟ ହୋଇ ଝିଅର ବାପା ମନ୍ଦିର ପ୍ରାଙ୍ଗଣରେ ଫାଶୀ ଦେଇ ଆତ୍ମହତ୍ୟା କରିବା ଭଳି ଚରମ ପଦକ୍ଷେପ ନେଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ସୁଇସାଇଡ୍ ନୋଟ୍ ଜବତ କରିବା ସହ ତଦନ୍ତ କରୁଛି। ଆଇନ ଉପରୁ ଭରସା ତୁଟାଇ ଅସହାୟ ବାପା ଅାତ୍ମହତ୍ୟା ପନ୍ଥା ଆପଣାଇଥିବା ପ୍ରତ୍ୟକ୍ଷଦର୍ଶୀ ଅଭିଯୋଗ କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅଧୀନ ତାଣ୍ଡିପୁର ଗ୍ରାମରେ ।
ଉକ୍ତ ଗାଁରେ ତିରୁପତି ଧାରୁଆ ନାମକ ବ୍ୟକ୍ତିଙ୍କ ମୃତଦେହ ଆଜି ଗାଁ ମୁଣ୍ଡରେ ଥିବା ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ତେବେ ଗତ ୧୪ ତାରିଖ ଦିନ ସେହି ଗ୍ରାମର ଶରତ କରକରିଆ ତିରୁପତି ଧାରୁଆଙ୍କ ଘର ପଛପଟେ ନୀଳଗିରି ଗଛ ଲଗାଇଥିଲେ । ଏହାକୁ ତିରୁପତି ବିରୋଧ କରିବା ସହ ଥେରୁବାଲି ଥାନାରେ ମାମଲା ରୁଜୁ କରିଥିଲେ । ଗତ ୨୩ ତାରିଖରେ ମାମଲାର ତଦନ୍ତ କରିବାକୁ ଯାଇ ଫାଣ୍ଡି ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏହାପରେ ଉଭୟ ପକ୍ଷଙ୍କୁ ଫାଣ୍ଡିକୁ ଡକାଇଥିଲେ । ସେହି ଦିନ ଘଟଣାକୁ କେନ୍ଦ୍ର କରି ମୁଖ୍ୟ ଅଭିଯୁକ୍ତ ଶରତ ଓ ତାଙ୍କ ପରିବାରର ଦେବକି ବାଉରୀ, ଭାରତୀ ବିଡ଼ିକା, ରୁଦ୍ରପ୍ରତାପ କରକରିଆ ଓ ମେନକା କରକରିଆ ଆତର୍କିତ ଭାବେ ତିରୁପତିଙ୍କ ଘରେ ବଳପୂର୍ବକ ପଶି ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ନିସ୍ତୁକ ମାଡ଼ମାରି ଘରୁ ଘୋଷାଡ଼ି ଆଣିଥିଲେ ।
ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ମାମଲା ଶାନ୍ତ ହୋଇଥିବା ବେଳେ ତିରୁପତି ଏନେଇ ଏସ୍ପି କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । କିନ୍ତୁ ମାମଲା ଚାନ୍ଦିଲି ଥାନାରେ ସମାଧାନ ହେବା ନେଇ ଏସପିଙ୍କ କାର୍ଯ୍ୟାଳୟ ପରାମର୍ଶ ଦେବା ପରେ ତିରୁପତି ଚାନ୍ଦିଲି ଥାନା ଯାଇଥିଲେ । ଏଠାରେ ଥାନା ଅଧିକାରୀ ପୁଣି ଥେରୁବାଲି ଫାଣ୍ଡିକୁ ଯାଇ ମାମଲା ଦାୟର କରିବାକୁ କହିବାରୁ ବିଳମ୍ବିତ ରାତ୍ରରେ କେଉଁଠି ନଯାଇ ଘରକୁ ଫେରିଥିଲେ । ଏହା ପରଦିନ ପୁଣି ତିରୁପତି ଥାନାରେ ଅଭିଯୋଗ କରିବା ଲାଗି ବାହାରିଥିବା ବେଳେ ସେହି ସମୟରେ ହଠାତ୍ ଅଭିଯୁକ୍ତମାନେ ପୁଣି ଆସି ତିରୁପତିଙ୍କୁ ନିସ୍ତୁକ ମାଡ଼ ମାରି ଗୁରୁତର ଆହତ କରିଥିଲେ । ଏଥିସହିତ ଅଭିଯୁକ୍ତମାନେ ତିରୁପତିଙ୍କ ଝିଅକୁ ଦୁଷ୍କର୍ମ କରିବାକୁ ଧମକ ଦେଇଥିଲେ । ଗାଁ ଲୋକେ ତିରୁପତି ଓ ତାଙ୍କ ପରିବାରବର୍ଗଙ୍କୁ ଉଦ୍ଧାର କରି ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।
ଚିକିତ୍ସାଧୀନ ଅବସ୍ଥାରେ ତିରୁପତି ଥାନାରେ ଅଭିଯୋଗ ଦାୟର କରିଥିଲେ ହେଁ ପୁଲିସ ପକ୍ଷରୁ ଅଭିଯୁକ୍ତମାନଙ୍କ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା । ମଙ୍ଗଳବାର ଦିନ ପୁଣି ଅଭିଯୁକ୍ତମାନେ ତିରୁପତିଙ୍କ ଘର ଉପରକୁ ପଥର ମାଡ଼କରି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବାରୁ ଏହାକୁ ଅସହ୍ୟ କରି ଗାଁ ମୁଣ୍ଡ ମୁକ୍ତେଶ୍ୱର ମନ୍ଦିର ସମ୍ମୁଖରେ ତିରୁପତି ଆତ୍ମହତ୍ୟା କରିଥିଲେ। ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେବା ପରେ ପୁଲିସ ଅଧିକାରୀ, ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତ ବ୍ୟକ୍ତଙ୍କଠୁ ଏକ ସୁସାଇଡ୍ ନୋଟ୍ ପୁଲିସ ଜବତ କରିଛି । ଏହି ଆତ୍ମହତ୍ୟା ପାଇଁ ତିନିଜଣ ଅଭିଯୁକ୍ତ ଶରତ କରକରିଆ, ଦେବକୀ ବିଭର, ଭାରତୀ ବିଡ଼ିକା ଦାୟୀ ବୋଲି ଉଲ୍ଲେଖ ରହିଛି ।
ଅଭିଯୁକ୍ତମାନେ ତାଙ୍କ ଝିଅକୁ ଦୁଷ୍କର୍ମ କରିବେ ବୋଲି ଧମକ ଦେଇଥିବା ବେଳେ ପୁଲିସ ନିକଟରେ ମାମଲା ଦାୟର କରିଥିଲେ ହେଁ ନ୍ୟାୟ ନ ପାଇ ନିରୁପାୟ ହୋଇଥିବା ସୁସାଇଡ ନୋଟରେ ଉଲ୍ଲେଖ ହୋଇଛି । ତେବେ ପୁଲିସ ଘଟଣାରେ ଅଭିଯୁକ୍ତ ଦର୍ଶାଯାଇଥିବା ପାଞ୍ଚଜଣ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରା ଉଚରା ଜାରି ରଖିଥିବା ବେଳେ ମୃତଦେହକୁ ଉଦ୍ଧାର କରି ଜିଲ୍ଲା ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏନେଇ ଚାନ୍ଦିଲି ଥାନା ଅଧିକାରୀ ବିଜୟଲକ୍ଷ୍ମୀ ହିକକାଙ୍କୁ ପଚାରିବାରୁ ଶବ ବ୍ୟବଚ୍ଛେଦ ପରେ ଘଟଣା ସମ୍ପର୍କରେ କୌଣସି ତଥ୍ୟ ହାସଲ ସମ୍ଭବ ହେବ ବୋଲି ପ୍ରକାଶ କରିଥିଲେ ।