ଗାଁକୁ ନାହିଁ ରାସ୍ତା, ଖଟିଆ ପାଲଟିଲା ଆମ୍ବୁଲାନ୍ସ: ଉଛୁଳା ନାଗାବଳୀ ନଦୀ ପାର ହୋଇ ଚିକିତ୍ସା ପାଇଁ ଗଲେ ରୋଗୀ

Madhusudan Das Picture
Published On

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ପୁଣି ଥରେ ଦୁର୍ଗମ ଅଞ୍ଚଳର ବିକଳ ସ୍ୱାସ୍ଥ୍ୟସେବା ଓ ଗମନାଗମନର ସଙ୍ଗିନ ଚିତ୍ର ସାମ୍ନାକୁ ଆସିଛି। ଗାଁକୁ ରାସ୍ତାଟିଏ ନଥିବା ଏବଂ ନଦୀ ଉପରେ ପୋଲ ନଥିବାରୁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପାଇବା ଏବେ ବି ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଏକ ଦୁଃସ୍ୱପ୍ନ ପାଲଟିଛି। ଏଭଳି ଏକ ଅଭାବନୀୟ ଘଟଣାରେ ଜଣେ ଗୁରୁତର ରୋଗୀଙ୍କୁ ଖଟିଆରେ ବୋହି ଉଛୁଳା ନାଗାବଳୀ ନଦୀ ପାର କରାଇବାକୁ ପଡ଼ିଛି।

ଆହୁରି ପଢ଼ନ୍ତୁ: ଢେଙ୍କାନାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ୩ ଜଣଙ୍କର ମୃତ୍ୟୁ

ଘଟଣାଟି ରାୟଗଡ଼ା ସଦର ବ୍ଲକ ଅନ୍ତର୍ଗତ ପୂଜାରୀବମ୍ବୁ ଗ୍ରାମରେ ଘଟିଛି। ଗ୍ରାମର ଅଭି ବିଡିକା ନାମକ ଜଣେ ବ୍ୟକ୍ତି ହଠାତ୍ ପକ୍ଷାଘାତରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡ଼ିଥିଲେ। ତେବେ ଗାଁକୁ ଉପଯୁକ୍ତ ସଡ଼କ ସଂଯୋଗ ନଥିବାରୁ ସେଠାକୁ ଆମ୍ବୁଲାନ୍ସ ପହଞ୍ଚିବା ସମ୍ଭବ ହୋଇନଥିଲା। ଅନ୍ୟ କୌଣସି ଉପାୟ ନପାଇ ପରିବାର ଲୋକେ ଓ ଗ୍ରାମବାସୀ ତାଙ୍କୁ ଏକ ଖଟିଆରେ ବୋହି ଡାକ୍ତରଖାନା ନେବାକୁ ନିଷ୍ପତ୍ତି ନେଇଥିଲେ।

ଆହୁରି ପଢ଼ନ୍ତୁ: ଆଣ୍ଡାମାନ ସାଗରରେ ନୂଆ ଲଘୁଚାପ: ଅବପାତରେ ପରିଣତ ହେବା ସମ୍ଭାବନା, ଓଡ଼ିଶାର ୫ ଜିଲ୍ଲାକୁ ପ୍ରବଳ ବର୍ଷା ସତର୍କତା

ନିଜ ଜୀବନକୁ ବାଜି ଲଗାଇ ପରିବାର ସଦସ୍ୟ ଓ ସ୍ଥାନୀୟ ଯୁବକମାନେ ଉଛୁଳା ନାଗାବଳୀ ନଦୀର ପ୍ରଖର ସ୍ରୋତ ମଧ୍ୟରେ ପଶି ରୋଗୀଙ୍କୁ କାନ୍ଧରେ ବୋହି ନେଇଥିଲେ। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସେମାନେ ନଦୀ ପାର ହୋଇ ବେହେରାଗୁଡ଼ା ଗ୍ରାମ ନିକଟରେ ପହଞ୍ଚିଥିଲେ। ସେଠାରେ ପୂର୍ବରୁ ଅପେକ୍ଷା କରିଥିବା ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା ! ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ଘନୀଭୂତ ହେବା ନେଇ IMDର ସୂଚନା

ଏହି ଘଟଣା ଗ୍ରାମାଞ୍ଚଳରେ ଥିବା ସ୍ୱାସ୍ଥ୍ୟସେବା ଏବଂ ଯୋଗାଯୋଗ ବ୍ୟବସ୍ଥାର ବାସ୍ତବ ଚିତ୍ରକୁ ପଦାରେ ପକାଇଛି। ଆଜି ବି ଦୁର୍ଗମ ଅଞ୍ଚଳର ଲୋକମାନେ ଚିକିତ୍ସା ଭଳି ମୌଳିକ ସୁବିଧା ପାଇଁ ଏଭଳି ଜୀବନ ବାଜି ଲଗାଇବାକୁ ବାଧ୍ୟ ହେଉଛନ୍ତି। ଏହା ପ୍ରଶାସନର ବିକାଶ ଦାବି ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସ୍ଥାନୀୟ ଲୋକେ ଦୀର୍ଘ ଦିନ ଧରି ଗାଁକୁ ଏକ ସର୍ବର୍ତ୍ତୁକାଳୀନ ପକ୍କା ରାସ୍ତା ଏବଂ ନାଗାବଳୀ ନଦୀ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ କରିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର