ଷଷ୍ଠ ଶ୍ରେଣୀ ଛାତ୍ରର ଆକ୍ରମଣରେ ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ ଅଭିଯୋଗ

The Sakala Picture
Published On

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଝରିଡି ଆଶ୍ରମ ସ୍କୁଲରେ ଅଭାବନୀୟ ଘଟଣା । ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ଆକ୍ରମଣରେ ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ ଅଭିଯୋଗ । ମୃତ ଛାତ୍ର ଜଣଙ୍କ ଘର ରେଖାପଦର ପଞ୍ଚାୟତର ଝିଲିଗୁଡା ଗାଁର ହୋଇଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ପାଇଁ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ, ଜଣେ ଷଷ୍ଠ ଶେଣୀର ଛାତ୍ର ପ୍ରଥମ ଶ୍ରେଣୀର ଗୋବିନ୍ଦକୁ ମାଡ଼ ମାରିଥିଲେ । ହଷ୍ଟେଲ ପରିଚାଳକ ଜାଣିବା […]

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଝରିଡି ଆଶ୍ରମ ସ୍କୁଲରେ ଅଭାବନୀୟ ଘଟଣା । ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ଆକ୍ରମଣରେ ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ ଅଭିଯୋଗ । ମୃତ ଛାତ୍ର ଜଣଙ୍କ ଘର ରେଖାପଦର ପଞ୍ଚାୟତର ଝିଲିଗୁଡା ଗାଁର ହୋଇଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ପାଇଁ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଘର କବାଟ ଭାଙ୍ଗି ଆଲମିରାରୁ ୮ ଭରି ସୁନା ସମେତ ନଗଦ ୩ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଅଭିଯୋଗ ଅନୁଯାୟୀ, ଜଣେ ଷଷ୍ଠ ଶେଣୀର ଛାତ୍ର ପ୍ରଥମ ଶ୍ରେଣୀର ଗୋବିନ୍ଦକୁ ମାଡ଼ ମାରିଥିଲେ । ହଷ୍ଟେଲ ପରିଚାଳକ ଜାଣିବା ପରେ ପ୍ରଧାନ ଶିକ୍ଷକଙ୍କୁ ଜଣାଇ ରାମନଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଅପରପଟେ ପରିବାରକୁ ମଧ୍ୟ ଖବର ଦିଆଯାଇଥିଲା । ଅବସ୍ଥା ସଂକଟାପନ୍ନ ହେବାରୁ ପରିବାର ଲୋକ ଓ ସ୍କୁଲ କର୍ତ୍ତୁପକ୍ଷ ମିଶି ପ୍ରଥମେ ରାୟଗଡ଼ା ଓ ପରେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଛାତ୍ରଜଣଙ୍କ ମୃତ୍ୟୁ ହୋଇଥିଲା ।

ଛାତ୍ରକୁ ଅନ୍ୟ କିଛି ରୋଗ କିମ୍ବା ସିକିଲ ସେଲ ଭଳି ରୋଗ ଥିଲା ବୋଲି ଜଣାପଡୁଛି । ଘଟଣାର ଅନୁଧ୍ୟାନ କରାଯାଉଛି ଯଦି କିଛି ଅଘଟଣ ସଂମ୍ପର୍କରେ ସୁଚନା ମିଳିଲେ ଦୃଢ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ କହିଛନ୍ତି। ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ଘଟଣାର ସତ୍ୟତା ଜଣାପଡ଼ିବ ବୋଲି ଜିଲ୍ଲାପାଳ କହିଛନ୍ତି।

23 Aug 2022 By The Sakala

ଷଷ୍ଠ ଶ୍ରେଣୀ ଛାତ୍ରର ଆକ୍ରମଣରେ ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ ଅଭିଯୋଗ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଝରିଡି ଆଶ୍ରମ ସ୍କୁଲରେ ଅଭାବନୀୟ ଘଟଣା । ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ଆକ୍ରମଣରେ ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ ଅଭିଯୋଗ । ମୃତ ଛାତ୍ର ଜଣଙ୍କ ଘର ରେଖାପଦର ପଞ୍ଚାୟତର ଝିଲିଗୁଡା ଗାଁର ହୋଇଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ପାଇଁ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁଯାୟୀ, ଜଣେ ଷଷ୍ଠ ଶେଣୀର ଛାତ୍ର ପ୍ରଥମ ଶ୍ରେଣୀର ଗୋବିନ୍ଦକୁ ମାଡ଼ ମାରିଥିଲେ । ହଷ୍ଟେଲ ପରିଚାଳକ ଜାଣିବା ପରେ ପ୍ରଧାନ ଶିକ୍ଷକଙ୍କୁ ଜଣାଇ ରାମନଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଅପରପଟେ ପରିବାରକୁ ମଧ୍ୟ ଖବର ଦିଆଯାଇଥିଲା । ଅବସ୍ଥା ସଂକଟାପନ୍ନ ହେବାରୁ ପରିବାର ଲୋକ ଓ ସ୍କୁଲ କର୍ତ୍ତୁପକ୍ଷ ମିଶି ପ୍ରଥମେ ରାୟଗଡ଼ା ଓ ପରେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଛାତ୍ରଜଣଙ୍କ ମୃତ୍ୟୁ ହୋଇଥିଲା ।

ଛାତ୍ରକୁ ଅନ୍ୟ କିଛି ରୋଗ କିମ୍ବା ସିକିଲ ସେଲ ଭଳି ରୋଗ ଥିଲା ବୋଲି ଜଣାପଡୁଛି । ଘଟଣାର ଅନୁଧ୍ୟାନ କରାଯାଉଛି ଯଦି କିଛି ଅଘଟଣ ସଂମ୍ପର୍କରେ ସୁଚନା ମିଳିଲେ ଦୃଢ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ କହିଛନ୍ତି। ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ଘଟଣାର ସତ୍ୟତା ଜଣାପଡ଼ିବ ବୋଲି ଜିଲ୍ଲାପାଳ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର