ପ୍ରଜନନ ସ୍ୱାସ୍ଥ୍ୟ ଶିକ୍ଷା ବିନା ଶିକ୍ଷା ଅଧିକାର ମୂଲ୍ୟହୀନ

The Sakala Picture
Published On

ଭୁବନେଶ୍ୱର: ପ୍ରଜନନ ଜନିତ ସ୍ୱାସ୍ଥ୍ୟ ଏକ ମୌଳିକ ଅଧିକାର ଏବଂ ଏହାକୁ ବାଦ ଦେଇ ଶିକ୍ଷା ଅଧିକାର ନିରର୍ଥକ ବୋଲି ବହୁ ବିଶିଷ୍ଟ ବ୍ୟକ୍ତି ମତ ପ୍ରକାଶ କରିଛନ୍ତି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓ ଜାତୀୟ ମହିଳା ଆୟୋଗଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ୨ ଦିନିଆ ‘ମହିଳାମାନଙ୍କ ପ୍ରଜନନ ପସନ୍ଦ, ଏକ ମୌଳିକ ଅଧିକାର’ ଶୀର୍ଷକ ଆଭାସୀ ଆଲୋଚନାଚକ୍ରରେ ଏହି ମତ ପ୍ରକାଶ ପାଇଛି। ଆଲୋଚନାଚକ୍ରର ପ୍ରକଳ୍ପ ମୁଖ୍ୟ ତଥା ନିର୍ଦ୍ଦେଶିକା ଡଃ ସାୟନ୍ତନି ବେହୁରାଙ୍କ ତତ୍ୱାବଧାନରେ […]

ଭୁବନେଶ୍ୱର: ପ୍ରଜନନ ଜନିତ ସ୍ୱାସ୍ଥ୍ୟ ଏକ ମୌଳିକ ଅଧିକାର ଏବଂ ଏହାକୁ ବାଦ ଦେଇ ଶିକ୍ଷା ଅଧିକାର ନିରର୍ଥକ ବୋଲି ବହୁ ବିଶିଷ୍ଟ ବ୍ୟକ୍ତି ମତ ପ୍ରକାଶ କରିଛନ୍ତି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓ ଜାତୀୟ ମହିଳା ଆୟୋଗଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ୨ ଦିନିଆ ‘ମହିଳାମାନଙ୍କ ପ୍ରଜନନ ପସନ୍ଦ, ଏକ ମୌଳିକ ଅଧିକାର’ ଶୀର୍ଷକ ଆଭାସୀ ଆଲୋଚନାଚକ୍ରରେ ଏହି ମତ ପ୍ରକାଶ ପାଇଛି। ଆଲୋଚନାଚକ୍ରର ପ୍ରକଳ୍ପ ମୁଖ୍ୟ ତଥା ନିର୍ଦ୍ଦେଶିକା ଡଃ ସାୟନ୍ତନି ବେହୁରାଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ଉଦଘାଟନୀ କରିଥିବା ବେଳେ ସିପିଜିସି ପ୍ରଫେସର ସସ୍ମିତା ମହାନ୍ତି, ହାଇଦ୍ରାବାଦ ସ୍ତିତ ହେଲ୍ଥ ସାଇକୋଲୋଜି ସଂସ୍ଥାର ପ୍ରତିଷ୍ଠାତା ପ୍ରଫେସର ମୀନା ହରିହରନ, ୟୁନିସେଫର ସିପ୍ରା ସକ୍ସେନା ପ୍ରମୁଖ ଯୋଗ ଦେଇଥିଲେ। ଜେଣ୍ଡର ଷ୍ଟଡ଼ିଜ ବିଭାଗୀୟ ମୁଖ୍ୟ ଡଃ ଅଲିଭା ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଆହୁରି ପଢ଼ନ୍ତୁ: ଶ୍ମଶାନକୁ ଯିବା ପାଇଁ ନାହିଁ ରାସ୍ତା, ଶବ ସତ୍କାର କରିବାକୁ ଉଛୁଳା ନଈ ପାର୍ ହେଉଛନ୍ତି ସମ୍ପର୍କୀୟ

କୁଳପତି ପ୍ରଫେସର ଚୌଧୁରୀ ଏଭଳି ପଦକ୍ଷେପର ପ୍ରଶଂସା କରିବା ସହ ଶିକ୍ଷାର୍ଥୀଙ୍କ ମନରେ ଏହା ସମାନତାର ଭାବି ଉଦ୍ରେକ କରିବା ବୋଲି କହିଥିଲେ। ପ୍ରଫେସର ମୀନା ହରିହରନ ପ୍ରଜନନ ସ୍ୱାସ୍ଥ୍ୟ ଶିକ୍ଷା ବିନା ଶିକ୍ଷା ଅଧିକାର ନିରର୍ଥକ ବୋଲି ମତବ୍ୟକ୍ତ କରିଥିଲେ। ୟୁନିସେଫର ସିପ୍ରା ସକ୍ସେନା ଋତୁସ୍ରାବକାଳୀନ ସ୍ୱାସ୍ଥ୍ୟଗତ ସମସ୍ୟାକୁ ସର୍ବଦିଗସ୍ପର୍ଶୀ ଆଲୋଚନା ପୂର୍ବକ, ସମ୍ପୃକ୍ତ ସକଳଙ୍କର ସମନ୍ବିତ ସହଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ।

ଆହୁରି ପଢ଼ନ୍ତୁ: ଏକାମ୍ର ରେସିଡେନ୍ସି ପ୍ରକଳ୍ପରେ ୪୯୬ଟି ଫ୍ଲାଟ୍ ପାଇଁ ଅନଲାଇନ୍ ଆବେଦନ ଆରମ୍ଭ କଲା ବିଡିଏ

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଚଢ଼ାଉ

ଆଲୋଚନାଚକ୍ରର ଦ୍ଵିତୀୟ ଦିନରେ ପ୍ରଫେସର ଜ୍ୟୋତିର୍ମୟୀ ଆଚାର୍ଯ୍ୟ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ବିଶିଷ୍ଟ ଆଇନ ପ୍ରଫେସର ଲଳିତ କୁମାର ଦେବ, ଏନଆଇଟି ରାଉରକେଲାର ଅଧ୍ୟାପକ ଡଃ ରାମକୃଷ୍ଣ ବିଶ୍ୱାଳ, ମହିଳା ଅଧିକାର କର୍ମୀ ବିଶାଖା ଭଞ୍ଜ ପ୍ରମୁଖ ଯୋଗଦାନ କରି ପ୍ରଜନନ ଜନିତ ସ୍ୱାସ୍ଥ୍ୟ ଏକ ମୌଳିକ ଅଧିକାର ବୋଲି ବହୁବିଧ ଦିଗରୁ ଆଲୋକପାତ କରିବା ସହ ମହିଳା ସଶକ୍ତିକରଣର ଏହା ଏକ ମାର୍ଗ ବୋଲି ଦର୍ଶାଇଥିଲେ। ଆଲୋଚନାରେ ଅଧ୍ୟାପକ ଡଃ ମାନସ ବେହେରା, ଡଃ ତ୍ରିଲୋଚନ ମିଶ୍ର, ବିଜୟ କୁମାର ସାହୁ, ଅଧ୍ୟାପିକା ଡଃ ଦେବବାଳା ସ୍ୱାଇଁ, ସୁଶ୍ରୀ ଗୀତାଞ୍ଜଳି ନାୟକ, ଡଃ ସୁଜୟା ରାଉତରାୟ, ଓ ଅଧ୍ୟାପିକା ଆଦ୍ୟାଶା ମହାନ୍ତି ପ୍ରମୁଖ ଭାଗ ନେଇଥିଲେ।

ଅଧ୍ୟାପକ ସୁପ୍ରୀତ ପାଣିଗ୍ରାହୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଆଲୋଚନାଚକ୍ରର ପ୍ରକଳ୍ପ ମୁଖ ତଥା ନିର୍ଦ୍ଦେଶିକା ଡଃ ସାୟନ୍ତନି ବେହୁରା ଜାତୀୟ ମହିଳା ଆୟୋଗଙ୍କର ଆର୍ଥିକ ସହାୟତା ନିମନ୍ତେ କୃତଜ୍ଞତା ଜଣାଇଥିଲେ। ଏହି ଆଲୋଚନାଚକ୍ରରେ ଶତାଧିକ ଗବେଷକ, ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର