ବିଜେପି ଛାଡି ବିଜେଡିରେ ଯୋଗ ଦେଲେ ବହଳଦାର ପୂର୍ବତନ ବିଧାୟକ

The Sakala Picture
Published On

ଭୁବନେଶ୍ୱର: ବିଜେଡିରେ ଯୋଗ ଦେଲେ ମୟୂରଭଞ୍ଜ ଜିଲ୍ଲା ବହଳଦାର ପୂର୍ବତନ ବିଜେପି ବିଧାୟକ ଲକ୍ଷ୍ମଣ ସୋରେନ । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ମିଶିଲେ । ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଲକ୍ଷ୍ମଣ ସୋରେନଙ୍କୁ ବିଧିବଦ୍ଧ ଭାବେ ସ୍ୱାଗତ କରିଛନ୍ତି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଲକ୍ଷ୍ମଣ ସୋରେନ ବିଜେପି ପ୍ରାର୍ଥୀ ଭାବେ ୨୦୦୦ ମସିହାରେ […]

ଭୁବନେଶ୍ୱର: ବିଜେଡିରେ ଯୋଗ ଦେଲେ ମୟୂରଭଞ୍ଜ ଜିଲ୍ଲା ବହଳଦାର ପୂର୍ବତନ ବିଜେପି ବିଧାୟକ ଲକ୍ଷ୍ମଣ ସୋରେନ । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ମିଶିଲେ । ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଲକ୍ଷ୍ମଣ ସୋରେନଙ୍କୁ ବିଧିବଦ୍ଧ ଭାବେ ସ୍ୱାଗତ କରିଛନ୍ତି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଲକ୍ଷ୍ମଣ ସୋରେନ ବିଜେପି ପ୍ରାର୍ଥୀ ଭାବେ ୨୦୦୦ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୪ରେ ବିଜେପି ତାଙ୍କୁ ଟିକେଟ ନ ଦେବାରୁ ସେ କଂଗ୍ରେସରୁ ଲଢି ପରାସ୍ତ ହୋଇଥିଲେ । ଏହାପରେ ସେ ପୁଣି ବିଜେପିକୁ ଫେରିଥିଲେ ମଧ୍ୟ ତାଙ୍କୁ ଦଳ ନିର୍ବାଚନ ଲଢିବାକୁ ଟିକେଟ ଦେଇ ନ ଥିଲା । ଯେଉଁଥିପାଇଁ ସେ ବିଜେପି ଛାଡ଼ିଛନ୍ତି ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

ସେହିପରି ବୌଦ୍ଧର କଂଗ୍ରେସ ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁଧୀର ମହାକୁୁଡ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ବୌଦ୍ଧ ଜିଲ୍ଲା କଂଗ୍ରେସ ସଭାପତି ମଧ୍ୟ ଥିଲେ ସୁଧୀର । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଛନ୍ତି । କଂଗ୍ରେସର ସଂଗଠନ ଦୁର୍ବଳ ହେଉଥିବା ବେଳେ କେହି ଏହାର ସଂଗଠନକୁ ସୁଦୃଢ଼ କରିବାକୁ ଚାହୁଁନାହାନ୍ତି । ଯେଉଁଥି ପାଇଁ ସମର୍ଥକଙ୍କ ସହ କଂଗ୍ରେସ ଛାଡି ସୁଧୀର ମହାକୁଡ଼ ବିଜେଡିରେ ମିଶିଛନ୍ତି । ବିଜେଡିରେ ସେମାନଙ୍କର ରାଜନୈତିକ ଆଦର ସମ୍ମାନ ଅକ୍ଷୂଣ୍ଣ ରହିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ପ୍ରତିଶ୍ରୁତି ଦେଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ଆହୁରି ପଢ଼ନ୍ତୁ: OERCର ନୂଆ ସଦସ୍ୟ ଭାବେ ସୁଧାଂଶୁ ଶେଖର ବରପଣ୍ଡାଙ୍କୁ ନିଯୁକ୍ତ କଲେ ରାଜ୍ୟ ସରକାର

16 Jan 2022 By The Sakala

ବିଜେପି ଛାଡି ବିଜେଡିରେ ଯୋଗ ଦେଲେ ବହଳଦାର ପୂର୍ବତନ ବିଧାୟକ

ଭୁବନେଶ୍ୱର: ବିଜେଡିରେ ଯୋଗ ଦେଲେ ମୟୂରଭଞ୍ଜ ଜିଲ୍ଲା ବହଳଦାର ପୂର୍ବତନ ବିଜେପି ବିଧାୟକ ଲକ୍ଷ୍ମଣ ସୋରେନ । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ମିଶିଲେ । ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଲକ୍ଷ୍ମଣ ସୋରେନଙ୍କୁ ବିଧିବଦ୍ଧ ଭାବେ ସ୍ୱାଗତ କରିଛନ୍ତି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଲକ୍ଷ୍ମଣ ସୋରେନ ବିଜେପି ପ୍ରାର୍ଥୀ ଭାବେ ୨୦୦୦ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୪ରେ ବିଜେପି ତାଙ୍କୁ ଟିକେଟ ନ ଦେବାରୁ ସେ କଂଗ୍ରେସରୁ ଲଢି ପରାସ୍ତ ହୋଇଥିଲେ । ଏହାପରେ ସେ ପୁଣି ବିଜେପିକୁ ଫେରିଥିଲେ ମଧ୍ୟ ତାଙ୍କୁ ଦଳ ନିର୍ବାଚନ ଲଢିବାକୁ ଟିକେଟ ଦେଇ ନ ଥିଲା । ଯେଉଁଥିପାଇଁ ସେ ବିଜେପି ଛାଡ଼ିଛନ୍ତି ।

ସେହିପରି ବୌଦ୍ଧର କଂଗ୍ରେସ ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁଧୀର ମହାକୁୁଡ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ବୌଦ୍ଧ ଜିଲ୍ଲା କଂଗ୍ରେସ ସଭାପତି ମଧ୍ୟ ଥିଲେ ସୁଧୀର । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଛନ୍ତି । କଂଗ୍ରେସର ସଂଗଠନ ଦୁର୍ବଳ ହେଉଥିବା ବେଳେ କେହି ଏହାର ସଂଗଠନକୁ ସୁଦୃଢ଼ କରିବାକୁ ଚାହୁଁନାହାନ୍ତି । ଯେଉଁଥି ପାଇଁ ସମର୍ଥକଙ୍କ ସହ କଂଗ୍ରେସ ଛାଡି ସୁଧୀର ମହାକୁଡ଼ ବିଜେଡିରେ ମିଶିଛନ୍ତି । ବିଜେଡିରେ ସେମାନଙ୍କର ରାଜନୈତିକ ଆଦର ସମ୍ମାନ ଅକ୍ଷୂଣ୍ଣ ରହିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ପ୍ରତିଶ୍ରୁତି ଦେଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର