ଘୋଷଣାରେ ସୀମିତ ‘ରାଗିଂମୁକ୍ତ କ୍ୟାମ୍ପସ୍‍’ ଯୋଜନା, ଆଣ୍ଟି ରାଗିଂ ସେଲ୍‌ର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନ

The Sakala Picture
Published On

ଭୁବନେଶ୍ୱର: ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ପୁଣି ଉଠିଛି  ରାଗିଂ ଅଭିଯୋଗ। ମହାବିଦ୍ୟାଳୟର ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରୀ ହଷ୍ଟେଲ ରୁମ୍‍ରେ ଆତ୍ମହତ୍ୟା କରିଥିବାବେଳେ ସୁଇସାଇଡ୍‍ ନୋଟ୍‍ରେ ରାଗିଂ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ, ସମସ୍ତେ ଜାଣନ୍ତି ଆମ କଲେଜରେ ରାଗିଂ ହୁଏନି, ହେଲେ ତିନି ଜଣ ସିନିୟର ମୋତେ ବଞ୍ଚିବାକୁ ଦେଲେନି। ତେବେ ଅନ୍ୟକୁ କଷ୍ଟ ଦେଇ ଖୁସି ଅନୁଭବ କରିବାର କୁତ୍ସିତ ମାନସିକତା ହେଉଛି Ñଗିଂ। ଏହି ରାଗିଂ ଶନିବାର ଆଉ […]

ଭୁବନେଶ୍ୱର: ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ପୁଣି ଉଠିଛି  ରାଗିଂ ଅଭିଯୋଗ। ମହାବିଦ୍ୟାଳୟର ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରୀ ହଷ୍ଟେଲ ରୁମ୍‍ରେ ଆତ୍ମହତ୍ୟା କରିଥିବାବେଳେ ସୁଇସାଇଡ୍‍ ନୋଟ୍‍ରେ ରାଗିଂ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ, ସମସ୍ତେ ଜାଣନ୍ତି ଆମ କଲେଜରେ ରାଗିଂ ହୁଏନି, ହେଲେ ତିନି ଜଣ ସିନିୟର ମୋତେ ବଞ୍ଚିବାକୁ ଦେଲେନି। ତେବେ ଅନ୍ୟକୁ କଷ୍ଟ ଦେଇ ଖୁସି ଅନୁଭବ କରିବାର କୁତ୍ସିତ ମାନସିକତା ହେଉଛି Ñଗିଂ। ଏହି ରାଗିଂ ଶନିବାର ଆଉ ଏକ ଅଭିଭାବକଙ୍କ କୋଳ ଖାଲି କରିଛି। ଅସମୟରେ ଆଉ ଏକ ଅମୂଲ୍ୟ ଜୀବନ ଯାଇଛି। ଖାଲି ବିଜେବି କଲେଜ ନୁହଁ; ଗତ ଏପ୍ରିଲରେ ଭୀମ ଭୋଇ ମେଡିକାଲ୍‍ କଲେଜର ଜଣେ ଛାତ୍ର ମଧ୍ୟ ଗିଂ ପାଇଁ ଆତ୍ମହତ୍ୟା କରିଥିଲେ। ସେହିପରି ରାଜ୍ୟର ଭିସୁଟ୍‍, ବୁର୍ଲା, ଭିମସାର୍‍, ଉତ୍କଳ ଆଦି ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡ଼ିକରେ ରାଗିଂର ଅନେକ ମାମଲା ସାମ୍ନାକୁ ଆସୁଛି। ଯାହାକି ଶିକ୍ଷାନୁଷ୍ଠାନଗୁଡ଼ିକରେ ରାଗିଂ ରୋକିବାକୁ ଗଠନ ହୋଇଥିବା ଆଣ୍ଟି ରାଗିଂ ସେଲ୍‌ଗୁଡ଼ିକର କାର୍ଯ୍ୟ ଦକ୍ଷତା ପ୍ରତି ପ୍ରଶ୍ନ ଉଠାଇଛି।

ଆହୁରି ପଢ଼ନ୍ତୁ: ୧୦ ଦିନରେ ଚତୁର୍ଥ ଥର ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ, ଭୁବନେଶ୍ୱରରେ ୧୦୦ ପାର୍ କଲା ଡିଜେଲ

ୟୁଜିସି, ଏଆଇସିଟିଇ ଓ ଏନ୍‍ଏମ୍‍ସି ଭଳି ଜାତୀୟ ସ୍ତରର ପ୍ରତିଷ୍ଠାନ ଶିକ୍ଷାନୁଷ୍ଠାନଗୁଡ଼ିକରେ ରାଗିଂ ରୋକିବାକୁ ବିଶେଷ ଗୁରୁତ୍ୱ ଦେଉଛନ୍ତି। ଏନେଇ ବାରମ୍ବାର ନିର୍ଦ୍ଦେଶନାମା ଓ ମାର୍ଗଦର୍ଶିକା ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ଜାରି ହେଉଛି। ଶିକ୍ଷାନୁଷ୍ଠାନରେ ରାଗିଂ କିପରି ରୋକାଯିବ, ଆଣ୍ଟି ରାଗିଂ ସେଲ୍‌ଫ କିପରି ଗଠନ ହେବ, କେଉଁ କେଉଁ ଦିଗ ପ୍ରତି ବିଶେଷ ଧ୍ୟାନ ଦିଆଯିବ ଏନେଇ ୟୁଜିସି ପକ୍ଷରୁ ବିଭିନ୍ନ ସମୟରେ ମାର୍ଗଦର୍ଶିକା ପ୍ରକାଶ ପାଉଛି। ନିକଟରେ ମଧ୍ୟ ୟୁଜିସି ସମସ୍ତ ରାଜ୍ୟର ପ୍ରମୁଖ ଶାସନ ସଚିବଙ୍କୁ ଚିଠି ଲେଖି ରାଗିଂ ରୋକିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ରାଜ୍ୟକୁ ରାଗିଂ ମୁକ୍ତ ଶିକ୍ଷାନୁଷ୍ଠାନଭାବେ ଗଠନ ପାଇଁ ଚିଠିରେ ଉଲ୍ଲେଖ କରିଥିଲେ। ହେଲେ ପରିତ୍ତାପ ବିଷୟ ହେଉଛି ରାଜ୍ୟରେ ରାଗିଂ ରୋକାଯିବା ପରିବର୍ତ୍ତେ ଦିନକୁ ଦିନ ଏହା ବଢ଼ିବାରେ ଲାଗିଛି। ଏଥି ପାଇଁ ମେଧାବୀ ଛାତ୍ରଛାତ୍ରୀଙ୍କ ଜୀବନ ମଧ୍ୟ ଯାଉଛି। ଏପରି ସମ୍ବେଦନଶୀଳ ପ୍ରସଙ୍ଗ ପ୍ରତି ଶିକ୍ଷାନୁଷ୍ଠାନଗୁଡ଼ିକ ବିଶେଷ ଧ୍ୟାନ ଦେବା ଆବଶ୍ୟକ ବୋଲି ଶିକ୍ଷାବିତ୍‍ମାନେ ମତ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ଚାଲିବ ଇଭି ବୋଟ୍, ଓଟିଡିସି ପକ୍ଷରୁ ଟେଣ୍ଡର ଆହ୍ୱାନ

ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ସୁବାସ ପାତ୍ର କହିଛନ୍ତି ଯେ, ନ ସେଲ୍‌ଗୁଡ଼ିକ ସ୍ପାଏ(ଗୁଇନ୍ଦା) ଭଳି କାର୍ଯ୍ୟ କରିବା ଦରକାର। ହଷ୍ଟେଲ ଓ କ୍ୟାମ୍ପସ ପରିସରରେ ସିନିୟର ଓ ଜୁନିୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମ୍ପର୍କ କିପରି ରହୁଛୁି ତାହା ତଦାରଖ କରିବା ଦରକାର। ଖାଲି ସେଲ ଗଠନ କରିଦେଲେ ରାଗିଂ କୁ ରିକିବା ସମ୍ଭବ ହେବନି। ଏଥି ପାଇଁ ନବାଗତ ଓ ବରିଷ୍ଠ ଛାତ୍ରଛାତ୍ରୀଙ୍କ ସହିତ ନିୟମିତ କାଉନସେଲିଂ କରାଯିବା ଦରକାର। ଛୋଟ ଛୋଟ ଅଭିଯୋଗ ହେଲେ ମଧ୍ୟ ତାକୁ ଅଣଦେଖା ନକରି ରାଗିଂ କରୁଥିବା ପିଲାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ମାନବସମ୍ବଳର ଅଭାବ ମଧ୍ୟ ଏହାର ପ୍ରମୁଖ କାରଣ ବୋଲି ସେ କହିଛନ୍ତି।।

ଆହୁରି ପଢ଼ନ୍ତୁ: ଭିଭିଆଇପିଙ୍କ ଗସ୍ତ ସୂଚନା ଲିକ୍ ନେଇ ଓଡ଼ିଶା ସରକାରଙ୍କ କଡ଼ା ଚେତାବନୀ

ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟ ପରିସଂଖ୍ୟାୟନ ବିଭାଗ ପିଜି ଛାତ୍ରୀ ଶତାବ୍ଦୀ ପଲେଇ କହନ୍ତି, ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ବରିଷ୍ଠ ଓ କନିଷ୍ଠ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଗୋଟିଏ ବିଲ୍ଡିଂ କିମ୍ବା ହତାରେ ହେବା ଉଚିତ ନୁହଁ, ବରିଷ୍ଠମାନଙ୍କୁ କନିଷ୍ଠ ଛାତ୍ରଛାତ୍ରୀଙ୍କ ହଷ୍ଟେଲରେ କଟକଣା ଲଗାଯିବା ଦରକାର। ତେବେ ଆଣ୍ଟି ରାଗିଂ ସେଲ୍‌ ସଠିକ୍‍ ଭାବେ କାର୍ଯ୍ୟ କରିବା ଓ ପିଲାଙ୍କୁ କାଉନସେଲିଂ କରିବା ଦରକାର। ଯାହାକି ଆଦୌ ହେଉନି। ଏଗୁଡ଼ିକୁ ଅଣଦେଖା କରାଯାଉଥିବା ସେ କହିଛନ୍ତି। ସୂଚନାଯୋଗ୍ୟ ୨୦୧୮ରେ ରାଗିଂ ସମ୍ପର୍କିତ ମାମଲାରେ ଓଡ଼ିଶା ଦେଶର ଚତୁର୍ଥ ସର୍ବାଧିକ ରାଜ୍ୟ ଭାବେ ସ୍ଥାନ ପାଇଥିଲା। ୨୦୧୩ରୁ ୨୦୧୭ ମସିହା ମଧ୍ୟରେ ରାଜ୍ୟରେ ୨୦୭ଟି ରାଗିଂ ମାମଲା ଦାୟର ହୋଇଥିଲା। ତେଣୁ ୨୦୧୮ରେ ଓଡ଼ିଶାରେ ରାଗିଂ ରୋକିବାକୁ ଶିକ୍ଷା ବିଭାଗ ବିଶେଷ ଗୁରୁତ୍ୱ ଦେଇଥିଲା। ଆଣ୍ଟି ରାଗିଂ ସେଲଗୁଡ଼ିକର ସୁଦୃଢ଼ିକରଣ ଓ ରାଗିଂ ସହ ସଂଶ୍ଳିଷ୍ଟ ଛାତ୍ରଛାତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ବ୍ୟବସ୍ଥାରେ ଢିଲା ଯୋଗୁଁ ପୁଣି ରାଗିଂ ମାମଲା ବଢ଼ିବାରେ ଲାଗିଛି।

03 Jul 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର