ଗାଁରେ ରକ୍ତ ବୁହାଇଲା ଛକାପଞ୍ଝା

The Sakala Picture
Published On

ନିରାକାରପୁର,୨୧।୩(ସମିସ): ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଓଳସିଂହ ପଞ୍ଚାୟତ ଡମଣଭୂମି ଗ୍ରାମ ରବିବାର ସନ୍ଧ୍ୟାରେ ଅଶାନ୍ତ ହୋଇ ଉଠିଛି। ଗୁଳି ଓ ବୋମାମାଡ଼ ସହ ଟେକାପଥର ମାଡ଼ ହୋଇଛି। ୨ ଜଣ ଗୁରୁତର ହୋଇଛନ୍ତି। ୧୦ରୁ ଊର୍ଦ୍ଧ ଆହତ ହୋଇଛନ୍ତି। ଶୁକ୍ରବାର ଅପରାହ୍ନରେ ୨ଟି ମିନିଟ୍ରକ୍‍ ମାଙ୍କଡ଼ା ପଥର ବୋଝେଇ କରି ନେବା ସମୟରେ ଗାଁର ଗୋଟିଏ ଗୋଷ୍ଠୀର କେତେକ ଯୁବକ ଅଟକାଇଥିଲେ। ଏହାକୁ ନେଇ ଅନ୍ୟ ଏକ ଗୋଷ୍ଠୀ ସହିତ ବଚସା ଓ ଠେଲାପେଲା ହୋଇଥିଲା। […]

ନିରାକାରପୁର,୨୧।୩(ସମିସ): ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଓଳସିଂହ ପଞ୍ଚାୟତ ଡମଣଭୂମି ଗ୍ରାମ ରବିବାର ସନ୍ଧ୍ୟାରେ ଅଶାନ୍ତ ହୋଇ ଉଠିଛି। ଗୁଳି ଓ ବୋମାମାଡ଼ ସହ ଟେକାପଥର ମାଡ଼ ହୋଇଛି। ୨ ଜଣ ଗୁରୁତର ହୋଇଛନ୍ତି। ୧୦ରୁ ଊର୍ଦ୍ଧ ଆହତ ହୋଇଛନ୍ତି।
ଶୁକ୍ରବାର ଅପରାହ୍ନରେ ୨ଟି ମିନିଟ୍ରକ୍‍ ମାଙ୍କଡ଼ା ପଥର ବୋଝେଇ କରି ନେବା ସମୟରେ ଗାଁର ଗୋଟିଏ ଗୋଷ୍ଠୀର କେତେକ ଯୁବକ ଅଟକାଇଥିଲେ। ଏହାକୁ ନେଇ ଅନ୍ୟ ଏକ ଗୋଷ୍ଠୀ ସହିତ ବଚସା ଓ ଠେଲାପେଲା ହୋଇଥିଲା। ବେଆଇନ ପଥର ଚାଲାଣ ହେଉଥିବା ଦର୍ଶାଇ ଜଙ୍କିଆ ପୁଲିସ ଥାନାରେ ୨ଟି ଯାକ ଗାଡ଼ି ଅଟକ ରଖୀଥିଲା। ପରେ ଏହି ଘଟଣାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଥିଲା। ରବିବାର ତାହା ଉଗ୍ରରୂପ ନେଇଥିଲା। ଗାଁ ଛକରେ ଉଭୟ ଗୋଷ୍ଠୀ ମଧ୍ୟରେ ଗୁଳିମାଡ଼ ସହ ସିରିଜ ବୋମାମାଡ଼ ଓ ଟେକାପଥର ମାଡ଼ ହୋଇଥିଲା। ଗୁଳିମାଡ଼ରେ ପାଣ୍ଡବ ଭୋଳ ଓ ବିଶୁନି ବେହେରା ନାମକ ୨ ଜଣ ଗୁରୁତର ହୋଇଛନ୍ତି। ଭୁବନେଶ୍ୱରସ୍ଥିତ ଏକ ହସ୍ପିଟାଲରେ ଏ ଦୁହେଁ ଚିକିତ୍ସିତ ହେଉଛନ୍ତି। ଅନ୍ୟ ଆହତମାନେ ବିଭିନ୍ନ ହସ୍ପିଟାଲରେ ଚିକିସିତ ହେଉଛନ୍ତି। ଖବର ପାଇ ୨ ପ୍ଲାଟୁନ ପୁଲିସ ଫୋର୍ସ ସହ ଜଙ୍କିଆ ପୁଲିସ ଗାଁରେ ପଇଁତରା ମାରୁଛି। ତେବେ ଏ ନେଇ କିନ୍ତୁ ଉଭୟ ପକ୍ଷରୁ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନାହିଁ।

22 Mar 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର