ଆଜି ପିପିଲି ଭୋଟ୍: ମତଦାନ ଆରମ୍ଭ, ସୁରକ୍ଷା ବ୍ଯବସ୍ଥା କଡ଼ାକଡ଼ି

The Sakala Picture
Published On

ଭୁବନେଶ୍ଵର: ପୁରୀ ଜିଲ୍ଲା ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟରମାନେ ଆଜି ବିଧାୟକ ବାଛିବେ । ମତଦାନ ଆରମ୍ଭ ହୋଇଯାଇଛି । ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ । ସଂଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସବୁ ବୁଥରେ ଲାଗିଛି ସିସିଟିଭି କ୍ୟାମେରା । କରୋନା ପାଇଁ ବୁଥରେ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି । ପ୍ରତି ବୁଥରେ କୋଭିଡ୍ ନୋଡାଲ୍ ଅଧିକାରୀ ରହିଛନ୍ତି । […]

ଭୁବନେଶ୍ଵର: ପୁରୀ ଜିଲ୍ଲା ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟରମାନେ ଆଜି ବିଧାୟକ ବାଛିବେ । ମତଦାନ ଆରମ୍ଭ ହୋଇଯାଇଛି । ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ । ସଂଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସବୁ ବୁଥରେ ଲାଗିଛି ସିସିଟିଭି କ୍ୟାମେରା । କରୋନା ପାଇଁ ବୁଥରେ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି । ପ୍ରତି ବୁଥରେ କୋଭିଡ୍ ନୋଡାଲ୍ ଅଧିକାରୀ ରହିଛନ୍ତି । ମାସ୍କ ବାଧ୍ୟତାମୂଳକ କରାଯାଇଛି ।

ପ୍ରାୟ ବର୍ଷେ ହେବ ଏହି ଆସନ ଖାଲି ରହିଥିଲା। ଏହି ଆସନକୁ ୭ ଥର ପ୍ରତିନିଧି କରିଥିବା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ଉପ-ନିର୍ବାଚନ ହେଉଛି। ଏପ୍ରିଲ ମାସରେ ନିର୍ବାଚନ ନେଇ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ହେଲେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଅକାଳ ବିୟୋଗ ହୋଇଥିଲା। କିଛିଦିନ ପରେ ମେ ମାସରେ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହେଲେ କୋଭିଡ କାରଣରୁ ଉପନିର୍ବାଚନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିଲା।

ବ୍ୟାପକ ଟିକାକରଣ ସହ କରୋନା ପ୍ରକୋପ ହ୍ରାସ ପାଇବା ପରେ ପ୍ରାୟ ୬ ମାସ ପରେ ଭୋଟ ଗ୍ରହଣ ହେବାକୁ ଯାଉଛି। ପିପିଲି ଡେଲାଙ୍ଗ ଅଞ୍ଚଳର ୨,୨୯, ୯୯୮ ଜଣ ଭୋଟ ୧୦ ଜଣ ଆଶାୟୀ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ବୁଥ୍ ସଂଖ୍ୟା ୩୪୮ କୁ ବୃଦ୍ଧି କରାଯାଇଛି। ବିଜେଡି ପକ୍ଷରୁ ନିର୍ବାଚନରେ ସ୍ଵର୍ଗତ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ର ପ୍ରତାପ ମହାରଥିଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି ମୁଖ୍ୟ ବିରୋଧୀ ଦଳ ବିଜେପି ଆଶ୍ରିତ , କଂଗ୍ରେସ ପକ୍ଷରୁ ଅଜିତଙ୍କ ମୃତ୍ୟୁପରେ ବିଶ୍ବକେଶନ ହରିଚନ୍ଦନ ମହାପାତ୍ରଙ୍କୁ ପ୍ରାର୍ଥୀ କରାଯାଇଛି।

୩ ପ୍ରମୁଖ ଦଳକୁ ବାଦ୍ ଦେଲେ ଆହୁରି ୭ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତ୍ତୀର୍ଣ୍ଣ ହୋଇଛନ୍ତି। ଏମାନେ ହେଉଛନ୍ତି- ସିପିଆଇ (ଏମ୍ ଏଲ୍)ର ଅଶୋକ ପ୍ରଧାନ, ଅଖେଳ ଭାରତ ହିନ୍ଦୁ ମହାସଭାର ଜୟପ୍ରକାଶ ସେଠୀ, କଳିଙ୍ଗ ସେନାର ପିଙ୍କଲିନ୍‌ ମହାନ୍ତି,
ଇମ୍ମାମୁଦ୍ଦିନ, ସ୍ବାଧୀନ ପ୍ରାର୍ଥୀ ଡକ୍ଟର ନରେନ୍ଦ୍ରନାଥ ମିଶ୍ର, ସୁଲୋଚନା ସାହୁ ଏବଂ ସର୍ଭେମ୍ବର ନାୟକ । ପିପିଲି ଏକ ହାଇପ୍ରୋଫାଇଲ ନିର୍ବାଚନମଣ୍ଡଳୀ ହୋଇଥିବାରୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ବିଶେଷ ଧାନ ଦିଆଯାଇଛି। ସେହିପରି ନିର୍ବାଚନ ପ୍ରକ୍ରିୟା ସମ୍ପାଦନ ପାଇଁ ସମସ୍ତ କାର୍ଯ୍ୟ ସୂଚାରୁରୂପେ କରାଯାଇଥିବା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି। ଉପନିର୍ବାଚନର । ଗୁରୁବକୁ ଅନୁଭବ କରି ୧୦୨ଟି ବୁଥକୁ ଅତି ସମ୍ବେଦନଶୀଳ ଘୋଷଣା କରାଯାଇଛି । । ଅନୁରୂପ ଭାବେ ୭୩ଟି ସମ୍ବେଦନଶୀଳ ବୁଥ୍ ରହିଛି। ୨୦ଟି ବୁଥକୁ ଆଦର୍ଶ ମତଦାନ କେନ୍ଦ୍ର ଭାବେ ଘୋଷଣା କରାଯାଇଥିବା ବେଳେ ୧୭୫ଟି ବୁଥରେ ୱେବକାଷ୍ଟି, ୨୩ଟି ମାଇକ୍ରୋ ଅବଜରଭର ମୁତୟନ କରାଯାଇଛି।

ଭୋଟଗ୍ରହଣ ପୂର୍ବରୁ ପିପିଲି-ଡେଲାଙ୍ଗ ବାହାରର ଲୋକଙ୍କୁ ନିର୍ବାଚନମଣ୍ଡଳୀରୁ ବାହାର କରି ଦିଆଯାଇଛି। ନିର୍ବାଚନ କାରଣରୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୦ଟି ସ୍ଥାନରେ ନାକାବନ୍ଦୀ କରାଯାଉଛି। ୩ କମ୍ପାନୀ ବିଏସ୍ଏଫ ଏବଂ ୨୫ ପ୍ଲାଟୁନ୍ ପୁଲିସ୍ ମୁତୟନ ହୋଇସାରିଛନ୍ତି। ୩୫ ଜଣ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ନିର୍ବାଚନମଣ୍ଡଳୀରେ ନିୟୋଜିତ କରାଯାଇଛି। ଏମାନେ ସମସ୍ତେ ଏସ୍‌ପି, ଡିଏସ୍‌ପି ଏବଂ ଇନ୍ସପେକ୍ଟର ପାହ୍ୟାର ବୋଲି ଜଣାପଡ଼ିଛି। ପିପିଲି ଉପନିର୍ବାଚନକୁ ଶାନ୍ତିପୂର୍ଣ୍ଣ ସ୍ଥା କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଥିବା ପୁରୀ ଏସ୍‌ପି କନର ବିଶାଲ ସିଂ । କହିଛନ୍ତି। ସମସ୍ତ ବୁଥରେ ନିର୍ଦ୍ଧାରିତ ସମୟରେ ପୋଲିଂ ପାର୍ଟି ପହଞ୍ଚି ସାରିଛନ୍ତି। । ସାମଗ୍ରିକ ଭାବେ ନିର୍ବାଚନ ପ୍ରକ୍ରିୟାରେ ପ୍ରାୟ ଦୁଇ ହଜାର ପୋଲିଂ ପାର୍ଟି ନିଯୁକ୍ତି – ହୋଇଛନ୍ତି। ପ୍ରତି ପୋଲିଂ ପାର୍ଟି ସୁରକ୍ଷାକର୍ମୀଙ୍କୁ ମିଶାଇ ୫ ଜଣ ରହିବେ ବୋଲି ଜଣାପଡ଼ିଛି। ପୂର୍ବରୁ କେନ୍ଦ୍ରୀୟ ଅର୍ଦ୍ଧସାମରିକ ଓ ସ୍ଥାନୀୟ ଜିଲ୍ଲା ପୁଲିସ୍‌ଙ୍କ ପକ୍ଷରୁ । ମିଳିତ ଭାବେ ଫ୍ଲାଗମାର୍ଚ୍ଚ କରାଯାଇସାରିଛି। ସାରା ନିର୍ବାଚନମଣ୍ଡଳୀ ପାଇଁ ୩୨ଟି ମୋବାଇଲ୍ ଟିମ୍ ଓ ୬ଟି ଫ୍ଲାଇ ସ୍କାର୍ଡ ନିଯୁକ୍ତ କରାଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ଡେଲାଙ୍ଗ, ପିପିଲି, ବଳଙ୍ଗା ଏବଂ ପଡୋଶୀ ସତ୍ୟବାଦୀ ଥାନାର ୬ ଏସଆଇ ଓ ଏଏସ୍‌ଆଇଙ୍କ ସହ୧୫ ସେକ୍ସନ ଫୋର୍ସଙ୍କୁ ନେଇ କ୍ବିଏଟି ଗଠିତ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର