ବେଆଇନ ଘେରି ଯୋଗୁଁ ବିପନ୍ନ ଚିଲିକାର ପରିବେଶ, ପ୍ରଶାସନ ନୀରବଦ୍ରଷ୍ଟା

Suryakanta Picture
Published On

ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ଏସିଆର ବୃହତ୍ତମ ଲୁଣିଆ ଓ ମଧୁର ଜଳର ମିଶ୍ରିତ ହ୍ରଦ ଚିଲିକା ଏବେ ଘୋର ସଙ୍କଟରେ। ଶୀତଋତୁ ଆଗମନ ସହ ହଜାର ହଜାର ମାଇଲ ଦୂରରୁ ଲକ୍ଷ ଲକ୍ଷ ବିଦେଶାଗତ ପକ୍ଷୀଙ୍କ ଆଗମନ ହେଉଥିବା ବେଳେ ଚିଲିକା ଭିତରେ ଗଢ଼ି ଉଠିଥିବା ବେଆଇନ ଚିଙ୍ଗୁଡ଼ି ଘେରି ସେମାନଙ୍କ ପାଇଁ ବଡ଼ ବିପଦ ପାଲଟିଛି। ପ୍ଲାଷ୍ଟିକ୍‌, ପଲିଥିନ୍‌ର ବ୍ୟବହାର ଏବଂ ବେଆଇନ ଜବରଦଖଲ ଯୋଗୁଁ ଚିଲିକାର ଜୈବ ବିବିଧତା ଏବେ ବିପନ୍ନ ହେବାକୁ ବସିଛି।

ଆହୁରି ପଢ଼ନ୍ତୁ: ବାତ୍ୟା ଓ ଲଗାଣ ବର୍ଷାରେ ନଷ୍ଟ ଧାନ ଫସଲ, ଚିନ୍ତାରେ ଚାଷୀ

ପୁରୀ, ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାର ସୀମାକୁ ସ୍ପର୍ଶ କରୁଥିବା ଚିଲିକା ହ୍ରଦର ଆୟତନ ବିଭିନ୍ନ ଋତୁରେ ପରିବର୍ତ୍ତିତ ହୋଇଥାଏ। ମାତ୍ର ବେଆଇନ ଘେରି ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବା ସହ ଜବରଦଖଲ ଯୋଗୁଁ ଏହାର ପ୍ରାକୃତିକ ପରିବେଶ ଗୁରୁତର ଭାବେ ପ୍ରଭାବିତ ହେଉଛି। ଚିଲିକାର ଏକର ଏକର ଜଳଭାଗରେ ନଳଘାସ ଓ ରାଜଦଳ ମାଡ଼ିଯିବା ସହ ବହୁ ସ୍ଥାନରେ ଚିଙ୍ଗୁଡ଼ି ମାଫିଆମାନେ ନିଜର ସାମ୍ରାଜ୍ୟ ବିସ୍ତାର କରିଛନ୍ତି।

ଆହୁରି ପଢ଼ନ୍ତୁ: ସୁରଭି କାର୍ଯ୍ୟକ୍ରମରେ ପିଲାଙ୍କ ସୁରକ୍ଷାକୁ ଅଣଦେଖା!

ବନ ବିଭାଗର ସୂଚନା ଅନୁଯାୟୀ, ଚିଲିକାରେ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ପ୍ରଜାତିର ଦେଶୀୟ ପକ୍ଷୀ ବର୍ଷସାରା ରହୁଥିବା ବେଳେ ଶୀତଋତୁରେ ଲକ୍ଷ ଲକ୍ଷ ବିଦେଶୀ ପକ୍ଷୀ ଏଠାକୁ ଆସିଥାନ୍ତି। ମାତ୍ର ଖାଦ୍ୟ ଅନ୍ୱେଷଣରେ ବାହାରିଥିବା ଏହି ପକ୍ଷୀମାନେ ଚିଙ୍ଗୁଡ଼ି ଘେରିରେ ବିଛାଯାଇଥିବା ଜାଲରେ ଛନ୍ଦି ହୋଇ ପ୍ରାଣ ହରାଉଛନ୍ତି। ଘେରି ମଧ୍ୟରେ ବ୍ୟବହୃତ ବିଭିନ୍ନ ବିଷାକ୍ତ ରାସାୟନିକ ପଦାର୍ଥ ଜଳକୁ ପ୍ରଦୂଷିତ କରିବା ସହ ବିରଳ ଇରାୱାଡ଼ି ଡଲଫିନ୍‌ ଓ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି।

ଆହୁରି ପଢ଼ନ୍ତୁ: କୃଷ୍ଣପ୍ରସାଦରେ ‘ଗୋସେବକ ଗୋ-ସମ୍ମାନ ଆହ୍ୱାନ’ ଅଭିଯାନ

ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ୨୦୨୧-୨୨ ମସିହାରେ ପ୍ରାୟ ୧୯୭ ବର୍ଗ କିଲୋମିଟର ଅଞ୍ଚଳକୁ ଘେରିମୁକ୍ତ କରାଯିବା ସହ ପ୍ରାୟ ୧୭୦୦ଟି ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରାଯାଇଥିଲା। ତଥାପି ପ୍ରଶାସନିକ ଶିଥିଳତା, ରାଜନୈତିକ ଚାପ ଏବଂ ଚିଙ୍ଗୁଡ଼ି ମାଫିଆଙ୍କ ଧମକ ଯୋଗୁଁ ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରୁନାହିଁ। ପ୍ରଶାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଶେଷ ହେବାର କିଛି ଦିନ ପରେ ମାଫିଆମାନେ ପୁଣି ନୂଆ ଘେରି ନିର୍ମାଣ କରୁଥିବା ଅଭିଯୋଗ ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp