ପୁରୀ କୃଷ୍ଣପ୍ରସାଦରେ ଅଭାବନୀୟ ଘଟଣା: ବଜ୍ରାଘାତରେ ୯ ଗାଈ ମୃତ, ୧୧ ଆହତ

Sakala Desk Picture
Published On

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ପରଳା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଚିଲିକା କୂଳରେ ହୋଇଥିବା ଭୟଙ୍କର ବଜ୍ରାଘାତରେ ୯ଟି ଗାଈଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ଟି ଗାଈ ଓ ବାଛୁରୀ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଅସହ୍ୟ ଗରମ ଯୋଗୁଁ ଗାଈ ଓ ବାଛୁରୀମାନେ ଗାଁ ମୁଣ୍ଡରେ ଥିବା ଏକ ବରଗଛ ତଳେ ଆଶ୍ରୟ ନେଇଥିଲେ। ହଠାତ୍ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଆକାଶକୁ କଳା ମେଘ ଢାଙ୍କି ଦେଇଥିଲା। ଅଳ୍ପ ବର୍ଷା ଆରମ୍ଭ ହେବା ସହିତ ହଠାତ୍ ଭୟଙ୍କର ବଜ୍ରାଘାତ ହୋଇଥିଲା। ବଜ୍ରାଘାତର ପ୍ରଭାବ ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ୯ଟି ଗାଈଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଅନ୍ୟପକ୍ଷରେ, ଆହତ ହୋଇଥିବା ୧୧ଟି ଗାଈ ଓ ବାଛୁରୀ ଭୟରେ ଘଟଣାସ୍ଥଳରୁ ଏଣେତେଣେ ଦୌଡ଼ି ପଳାଇଥିଲେ।

ଏହି ଦୁର୍ଘଟଣାରେ ପରଳା ଗ୍ରାମର ବାଲୁଙ୍କି ମହାନ୍ତି, ଲକ୍ଷ୍ମୀଧର ପ୍ରଧାନ, ଭ୍ରମରବର ପ୍ରଧାନ, ସୁରେନ୍ଦ୍ର ପଣ୍ଡା, ଯୋଗେନ୍ଦ୍ର ପ୍ରଧାନ, ବାସୁଦେବ ପ୍ରଧାନ, ଦୈତାରୀ ମହାନ୍ତି ଏବଂ ବୁଲାମଣି ପ୍ରଧାନ ଆଦି ଚାଷୀଙ୍କର ଗାଈ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଖବର ପାଇ ମାଲୁଦ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ନିଜର ଜୀବିକା ହରାଇଥିବା ଏହି ଗୋପାଳକ ଓ ଚାଷୀମାନଙ୍କୁ ସରକାରୀ ସ୍ତରରେ ତୁରନ୍ତ କ୍ଷତିପୂରଣ ଯୋଗାଇଦେବାକୁ ସ୍ଥାନୀୟ ଲୋକେ ଦୃଢ଼ ଦାବି କରିଛନ୍ତି।

04 Jun 2026 By Sakala Desk

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର