ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କତା: ଚିଲିକା ଓ ସମୁଦ୍ରରେ ଡଙ୍ଗା ଚଳାଚଳ, ମାଛଧରା ବନ୍ଦ

Suryakanta Picture
Published On

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାର ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଅକ୍ଟୋବର ୨୨ରୁ ୨୮ ତାରିଖ ପର୍ଯ୍ୟନ୍ତ ଚିଲିକା ଓ ସମୁଦ୍ରରେ ଡଙ୍ଗା ଚଳାଚଳ ଏବଂ ମାଛଧରା ଉପରେ କଟକଣା ଲଗାଯାଇଛି।

ଆହୁରି ପଢ଼ନ୍ତୁ: ଚିଲିକାରେ ଜାଲବାଡ଼ ଯୋଗୁଁ ଲଞ୍ଚ ଚଳାଚଳ ବାଧାପ୍ରାପ୍ତ

ସୁରକ୍ଷା ଦୃଷ୍ଟିରୁ ମତ୍ସ୍ୟଜୀବୀମାନେ ନିଜ ନିଜ ଡଙ୍ଗା, ମେସିନ୍ ଓ ଜାଲକୁ ସୁରକ୍ଷିତ ସ୍ଥାନକୁ ନେଇ ରଖିଛନ୍ତି। ଅନ୍ୟପକ୍ଷରେ, ଅରଖକୁଦା ଥାନା ଅଧିକାରୀ ନିରଞ୍ଜନ ବେହେରାଙ୍କ ନେତୃତ୍ୱରେ ପୁଲିସ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଉପକୂଳବର୍ତ୍ତୀ ଓ ତଳିଆ ଅଞ୍ଚଳର ଲୋକଙ୍କୁ ସଚେତନ କରାଯାଉଛି।

WhatsApp Image 2026-10-27 at 6.26.15 PM

କଚ୍ଚା ଘରେ ରହୁଥିବା ଲୋକଙ୍କୁ ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ସ୍କୁଲ ଘରକୁ ଚାଲିଯିବାକୁ ଅନୁରୋଧ କରାଯାଉଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ପଞ୍ଚାୟତରେ ଥିବା ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକର ସଫେଇ ଓ ଆବଶ୍ୟକ ରହଣି ବ୍ୟବସ୍ଥାର ତଦାରଖ କରାଯାଉଛି।WhatsApp Image 2026-10-27 at 6.26.16 PM

ଅରଖକୁଦା, ସାନପାଟଣା, ସିପକୁଦା, ଗଙ୍ଗାଧରପୁର, ଆଳୁପାଟଣା, ମିରିଜାପୁର, ଗବକୁଣ୍ଡ ଓ ସାତପଡ଼ା ଆଦି ଉପକୂଳବର୍ତ୍ତୀ ଗ୍ରାମରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ଓ ଲୋକଙ୍କ ସୁରକ୍ଷାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଜାରି ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp