ଓଡ଼ିଶାରୁ ଲୋପ ପାଇଯିବ ନଡ଼ିଆ ଚାଷ!

The Sakala Picture
Published On

ଭୁବନେଶ୍ୱର: ନଡ଼ିଆ ଉତ୍ପାଦନର ପ୍ରମୁଖ ସ୍ଥାନ ହେଉଛି ଓଡ଼ିଶା। ଏଠି ୪୫୦ କିଲୋମିଟର ସୁଦୀର୍ଘ ବେଳାଭୂମି ରହିଛି। ବେଳାଭୂମି ସଂଲଗ୍ନ ଅଞ୍ଚଳରେ ନଡ଼ିଆ ଓ ନଡ଼ିଆ କତା ତିଆରି ଦ୍ରବ୍ୟ ଉତ୍ପାଦନ ପାଇଁ ପର୍ଯ୍ୟାପ୍ତ ସୁଯୋଗ ମଧ୍ୟ ଅଛି। ଏହି ସୁଯୋଗର ସଦୁପଯୋଗ କରି ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରାଯାଇପାରନ୍ତା। ଏଥିସହ ଚାଷୀଙ୍କ ଆୟ ବୃଦ୍ଧିରେ ମଧ୍ୟ ବିଶେଷ ସହାୟକ ହୁଅନ୍ତା। କିନ୍ତୁ ରାଜ୍ୟ ସରକାରଙ୍କର ଦୂରଦୃଷ୍ଟି ଅଭାବ ଓ ଭବିଷ୍ୟତମୁଖୀ ଯୋଜନା ନଥିବାରୁ ଏହା ସଫଳ […]

ଭୁବନେଶ୍ୱର: ନଡ଼ିଆ ଉତ୍ପାଦନର ପ୍ରମୁଖ ସ୍ଥାନ ହେଉଛି ଓଡ଼ିଶା। ଏଠି ୪୫୦ କିଲୋମିଟର ସୁଦୀର୍ଘ ବେଳାଭୂମି ରହିଛି। ବେଳାଭୂମି ସଂଲଗ୍ନ ଅଞ୍ଚଳରେ ନଡ଼ିଆ ଓ ନଡ଼ିଆ କତା ତିଆରି ଦ୍ରବ୍ୟ ଉତ୍ପାଦନ ପାଇଁ ପର୍ଯ୍ୟାପ୍ତ ସୁଯୋଗ ମଧ୍ୟ ଅଛି। ଏହି ସୁଯୋଗର ସଦୁପଯୋଗ କରି ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରାଯାଇପାରନ୍ତା। ଏଥିସହ ଚାଷୀଙ୍କ ଆୟ ବୃଦ୍ଧିରେ ମଧ୍ୟ ବିଶେଷ ସହାୟକ ହୁଅନ୍ତା। କିନ୍ତୁ ରାଜ୍ୟ ସରକାରଙ୍କର ଦୂରଦୃଷ୍ଟି ଅଭାବ ଓ ଭବିଷ୍ୟତମୁଖୀ ଯୋଜନା ନଥିବାରୁ ଏହା ସଫଳ ହୋଇପାରୁନି। ଫଳସ୍ୱରୂପ, ଭାରତରେ ନଡ଼ିଆ ଉତ୍ପାଦନ ସୂଚକାଙ୍କରେ ଓଡ଼ିଶା ଦିନକୁ ଦିନ ତଳକୁ ଖସୁଛି। ଏମିତିକି, ଆଗାମୀ ଦିନରେ ନଡ଼ିଆ ଉତ୍ପାଦନ ସଂପୂର୍ଣ୍ଣ ହ୍ରାସ ପାଇବା ନେଇ ଆଶଙ୍କା ପ୍ରକାଶ ପାଉଛି।

ଆହୁରି ପଢ଼ନ୍ତୁ: ବାପ-ପୁଅଙ୍କ ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ଗ୍ରାମବାସୀ: ନ୍ୟାୟ ନମିଳିଲେ ସାମୂହିକ ଆତ୍ମହତ୍ୟା ଚେତାବନୀ

ସମଗ୍ର ଭାରତବର୍ଷରେ ନଡ଼ିଆ ଉତ୍ପାଦନରେ କେରଳ ପ୍ରଥମ ସ୍ଥାନରେ ଅଛି। ତା’ ପଛକୁ ଯଥାକ୍ରମେ ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ରହିଛନ୍ତି। ଏହି ସୂଚକାଙ୍କରେ ଓଡ଼ିଶାର ସ୍ଥାନ ପଞ୍ଚମରେ ରହିଛି। ମାତ୍ର ଆମର ସୁଦୀର୍ଘ ବେଳାଭୂମି ରହିଛି। ଯାହା ଅନ୍ୟ ରାଜ୍ୟ ତୁଳନାରେ ନଡ଼ିଆ ଚାଷ ପାଇଁ ବେଶ ଉପଯୋଗୀ ଜମି। ପୂର୍ବରୁ ଆମ ରାଜ୍ୟ ତିନି ନମ୍ବରରେ ଥିଲା। ଗତ କିଛି ବର୍ଷ ଭିତରେ କେରଳ ମଡେଲ୍‌କୁ ଆପଣାଇ ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶ ଆମଠାରୁ ଅଧିକ ନଡ଼ିଆ ଉତ୍ପାଦନ କରୁଛନ୍ତି। କେରଳରେ ସର୍ବାଧିକ ୭୬୦ ହଜାର ହେକ୍ଟର ଜମିରେ ନଡ଼ିଆ ଚାଷ ହେଉଥିବା ବେଳେ ଆମ ରାଜ୍ୟରେ ମାତ୍ର ୫୩ ହଜାର ହେକ୍ଟର୍‌ ଜମିରେ ଚାଷ ହେଉଛି। ବିଶେଷକରି ୧୯୯୯ ମହାବାତ୍ୟାରେ ଓଡ଼ିଶାରେ ସର୍ବାଧିକ ନଡ଼ିଆ ଗଛ କ୍ଷତିଗ୍ରସ୍ତ ହୋଇଥିଲା। ପରବର୍ତ୍ତୀ ସମୟରେ ଫନି ବାତ୍ୟାରେ ମଧ୍ୟ ପୁରୀ ଜିଲ୍ଲା ନଡ଼ିଆ ଚାଷ ସଂପୂର୍ଣ୍ଣ ମୂଳପୋଛ ହୋଇଯାଇଥିଲା। ବାତ୍ୟା ଯୋଗୁଁ ଯେତିକି କ୍ଷତି ହୋଇଥିଲା, ପରବର୍ତ୍ତୀ ସମୟରେ ତା’ର କିଛି ପରିମାଣରେ ନୂଆ ଗଛ ଲଗାଇ ଭରଣା କରାଯାଇଥିଲା। ହେଲେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁଁ ପୂର୍ବଭଳି ଗଛଗୁଡ଼ିକ ବୃଦ୍ଧି ପାଇନଥିଲା ଓ ବିଭିନ୍ନ ରୋଗ ଦେଖାଦେଇଥିଲା।

ଓଡ଼ିଶାରେ ନଡ଼ିଆ ଚାଷ ଓ ‘କଏର୍‌ ଇଣ୍ଡଷ୍ଟ୍ରି’ ପାଇଁ ଅନୁକୂଳ ପରିବେଶ। ଏହାକୁ ଦୃଷ୍ଟିରେ ରଖି ୫ବର୍ଷ ପୂର୍ବରୁ ୫ଟି ‘କଏର୍‌ କ୍ଲଷ୍ଟର୍‌’ ସ୍ଥାପନ ହୋଇଥିଲା। ପୁରୀ ଜିଲ୍ଲାରେ କୋଣାର୍କ, ଡେଲାଙ୍ଗ ଓ ସତ୍ୟବାଦୀରେ ତିନୋଟି ଖୋଲାଯାଇଥିବା ବେଳେ ବାଲେଶ୍ୱର ଭୋଗରାଇ ଓ କେନ୍ଦ୍ରାପଡ଼ା ରାଜକନିକାରେ ଗୋଟିଏ ଲେଖାଁଏ କ୍ଲଷ୍ଟର୍‌ ଖୋଲାଯାଇଥିଲା। ମାତ୍ର ବର୍ଷ କେଇଟା‌ ଭିତରେ ତିନୋଟି କ୍ଲଷ୍ଟର୍‌ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। କେବଳ ପୁରୀ ଜିଲ୍ଲାର ସତ୍ୟବାଦୀ ଓ ଡେଲାଙ୍ଗରେ କ୍ଲଷ୍ଟର୍‌ କାର୍ଯ୍ୟକ୍ଷମ ରହିଛି। ମାତ୍ର ଏହାର କାର୍ଯ୍ୟକାରିତ କ’ଣ ନଡ଼ିଆ ଚାଷୀମାନେ ଜାଣିପାରୁନାହାନ୍ତି। ଫଳସ୍ୱରୂପ କ୍ଲଷ୍ଟର୍‌ଗୁଡ଼ିକ ଏକପ୍ରକାର ଅଚଳ ଅବସ୍ଥାକୁ ଆସିଗଲାଣି।

ନଡ଼ିଆ ଚାଷ ଉପରେ ବହୁବର୍ଷ ଧରି ଗବେଷଣା କରିଥିବା ଗବେଷକ ଅମରଯୋଶୀ ପଟ୍ଟନାୟକ କହିଛନ୍ତି, ସାରା ଭାରତବର୍ଷରେ ଆମ ରାଜ୍ୟର ମାଟି ଓ ଜଳବାୟୁ ନଡ଼ିଆ ଉତ୍ପାଦନ ପାଇଁ ସର୍ବୋକୃଷ୍ଟ। କେରଳ ଏବେ ସର୍ବାଧିକ ନଡ଼ିଆ ଉତ୍ପାଦନ ରାଜ୍ୟ ହୋଇଥିଲେ ହେଁ ଆମ ରାଜ୍ୟରେ ହେକ୍ଟର ପିଛା ୭୫୨୮ଟି ନଡ଼ିଆ ଫଳୁଛି। କେରଳରେ ଏହି ସଂଖ୍ୟା ୭୪୦୨। ଏସବୁକୁ ଦୃଷ୍ଟିରେ ଆମ ରାଜ୍ୟରେ ନଡ଼ିଆ ଚାଷକୁ ବ୍ୟବସ୍ଥିତ କରିପାରିଲେ ଚାଷୀଙ୍କ ଆୟ ବୃଦ୍ଧି ପାଇବାରେ ବିଶେଷ ସହାୟକ ହେବ ବୋଲି ସେ କହିଛନ୍ତି।

ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି, କେବଳ ପଇଡ଼ କିମ୍ବା ନଡ଼ିଆ ଚାଷ ନୁହେଁ; ନଡ଼ିଆ ତେଲ, ନଡ଼ିଆ କ୍ଷୀର, ନଡ଼ିଆ ବିସ୍କୁଟ୍‌ଠାରୁ ଆରମ୍ଭ କରି ନଡ଼ିଆ କତା, ପାପୋଛ, କାର୍ପେଟ୍‌, ପୋଷାକ, ଦଉଡ଼ି, ଗୃହସଜ୍ଜା ସାମଗ୍ରୀ, କଣ୍ଢେଇ, ବିଞ୍ଚଣା ଆଦି ପ୍ରସ୍ତୁତ ହୋଇପାରିବ। ଏହାଦ୍ୱାରା କର୍ମନିଯୁକ୍ତି ବୃଦ୍ଧି ପାଇବ। ବର୍ତ୍ତମାନ ସରକାର ମାତ୍ରାଧିକ କର୍ମନିଯୁକ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ତେଣୁ ଏହା ଉପରେ ବିଶେଷ ଦୃଷ୍ଟି ଦେଇ କାର୍ଯ୍ୟ କଲେ, ଏହା ଏକ ନଡ଼ିଆ ଚାଷରେ ଉନ୍ନତି ହେବା ସହ ଓଡ଼ିଶାରେ କୁଟୀର ଶିଳ୍ପ ବୃଦ୍ଧି ହେବ। ଯାହା ଗ୍ରାମାଞ୍ଚଳ ଅର୍ଥନୀତିକୁ ସୁଧାରିବାରେ ମହୌଷଧି ସାଜିବ ବୋଲି ସେ କହିଛନ୍ତି।

27 Jun 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର