ତୀବ୍ର ହେଉଛି ବନକଲାଗି ବିବାଦ: ଉଭୟଙ୍କ ଜିଦ୍‌‌, ମୁଣ୍ଡ ନୋଇଁବୁ ନାହିଁ

The Sakala Picture
Published On

ପୁରୀ: ଦିନ ଯେତେ ଗଡ଼ୁଛି ବନକଲାଗି ବିବାଦ ସେତେ ତୀବ୍ର ହେଉଛି। ଶ୍ରୀମନ୍ଦିର ପ୍ରଶାସନର ନୋଟିସ୍‌‌ ପରେ ଦତ୍ତମହାପାତ୍ର ନିଯୋଗ ନୋଟିସ୍‌‌ର ଜାବବ ରଖିଲା। ହେଲେ ଉତ୍ତର ସନ୍ତୋଷଜନକ ନୁହେଁ ବୋଲି କହି ଦତ୍ତମହାପାତ୍ରଙ୍କୁ ଶେଷ ସୁଯୋଗ ଦେଇଥିଲା ମନ୍ଦିର ପ୍ରଶାସନ। ବୁଧବାର ବନକଲାଗି କରିବା ପାଇଁ କହିଥିଲା। କିନ୍ତୁ ପ୍ରଶାସନର ଏହି ନିର୍ଦ୍ଦେଶକୁ ମାନି ନ ଥିଲେ ଦତ୍ତମହାପାତ୍ର ସେବକ। ଧାର୍ଯ୍ୟ ସମୟ ଗଡ଼ିଯାଇଛି, ହେଲେ ମହାପ୍ରଭୁଙ୍କ ବନକଲାଗି ହୋଇପାରିନି। ଏବେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ କ’ଣ […]

ପୁରୀ: ଦିନ ଯେତେ ଗଡ଼ୁଛି ବନକଲାଗି ବିବାଦ ସେତେ ତୀବ୍ର ହେଉଛି। ଶ୍ରୀମନ୍ଦିର ପ୍ରଶାସନର ନୋଟିସ୍‌‌ ପରେ ଦତ୍ତମହାପାତ୍ର ନିଯୋଗ ନୋଟିସ୍‌‌ର ଜାବବ ରଖିଲା। ହେଲେ ଉତ୍ତର ସନ୍ତୋଷଜନକ ନୁହେଁ ବୋଲି କହି ଦତ୍ତମହାପାତ୍ରଙ୍କୁ ଶେଷ ସୁଯୋଗ ଦେଇଥିଲା ମନ୍ଦିର ପ୍ରଶାସନ। ବୁଧବାର ବନକଲାଗି କରିବା ପାଇଁ କହିଥିଲା। କିନ୍ତୁ ପ୍ରଶାସନର ଏହି ନିର୍ଦ୍ଦେଶକୁ ମାନି ନ ଥିଲେ ଦତ୍ତମହାପାତ୍ର ସେବକ। ଧାର୍ଯ୍ୟ ସମୟ ଗଡ଼ିଯାଇଛି, ହେଲେ ମହାପ୍ରଭୁଙ୍କ ବନକଲାଗି ହୋଇପାରିନି। ଏବେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ କ’ଣ ରହିବ ତା’ ଉପରେ ସମସ୍ତଙ୍କ ନଜର ଥିବାବେଳେ ବନକଲାଗି ବିବାତ ଆହୁରି ତୀବ୍ର ହୋଇଛି। ନିଜ ଜିଦ୍‌‌ରେ ଅଟଳ ରହିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଏବଂ ଦତ୍ତମହାପାତ୍ର ସେବକ। କେହି ମୁଣ୍ଡ ନୋଇଁବାକୁ ପ୍ରସ୍ତୁତ ନୁହଁନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

ବିଗତ ବର୍ଷଗୁଡ଼ିକ ଭଳି ବୁଧବାର ବନକଲାଗି କରିବା ପାଇଁ ମନ୍ଦିର ପ୍ରଶାସନ କହୁଥିବା ବେଳେ ଗୁରୁବାର ଏହି ନୀତି ସମ୍ପାଦନ ପାଇଁ ଅଡି ବସିଛନ୍ତି ଦତ୍ତମହାପାତ୍ର ସେବକ। ଏହା ପରଠୁ ଆରମ୍ଭ ହୋଇଛି ଏହି ନୂଆ ବିବାଦ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରେକର୍ଡ ଅଫ୍‌‌ ରାଇଟ୍ସରେ ବୁଧବାର କିମ୍ବା ଗୁରୁବାର ବନକଲାଗି ହୋଇପାରିବ ବୋଲି ଉଲ୍ଲେଖ ରହିଛି।

ଆହୁରି ପଢ଼ନ୍ତୁ: ଚିଲିକାରେ ପ୍ରହସନ ପାଲଟିଛି ବୋଟ୍ ଆମ୍ବୁଲାନ୍ସ ସେବା, ଖତ ଖାଉଛି ଲକ୍ଷାଧିକ ଟଙ୍କାର ସରକାରୀ ସମ୍ପତ୍ତି, ଦୁର୍ଦ୍ଦଶାରେ ଦ୍ୱୀପାଞ୍ଚଳବାସୀ

ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ନିଯୋଗ ପକ୍ଷରୁ ଦାଖଲ କରାଯାଇଥିବା ଉତ୍ତର ସନ୍ତୋଷଜନକ ତଥା ଗ୍ରହଣୀୟ ନୁହେଁ ବୋଲି ମନ୍ଦିର ପ୍ରଶାସନ କହିବା ସହ ୨୬ ତାରିଖ ଅର୍ଥାତ୍‌‌ ବୁଧବାର ବନକଲାଗି ସମ୍ପାଦନ ପାଇଁ ନିର୍ଦ୍ଦେଶ ଜାରି କରିଥିଲା। ଏହାର ଅବମାନନା କଲେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ବାଧ୍ୟ ହେବ ବୋଲି ଚେତାବନୀ ଦେଇଥିଲା। ହେଲେ ଏହି ଚେତାବନୀକୁ ମାନିନାହାନ୍ତି ଦତ୍ତମହାପାତ୍ର ସେବକ। ଫଳରେ ବୁଧବାର ମହାପ୍ରଭୁଙ୍କର ବନକଲାଗି ହୋଇପାରି ନ ଥିଲା। ଗୁରୁବାର ବନକଲାଗି କରିବା ପାଇଁ ପ୍ରସ୍ତୁତି ରହିଥିଲେ ଦତ୍ତମହାପାତ୍ର ସେବକ। ସେମାନେ ମନ୍ଦିର ପ୍ରଶାସନ ଅନୁମତିକୁ ଅପେକ୍ଷା କରିଥିଲେ ମଧ୍ୟ ସହମତି ମିଳିପାରି ନ ଥିଲା।

ଆହୁରି ପଢ଼ନ୍ତୁ: କୃଷ୍ଣପ୍ରସାଦ ବ୍ଲକର ବିଭିନ୍ନ ସ୍କୁଲରେ ଡିଇଓଙ୍କ ଅଚାନକ ଚଢ଼ଉ! ପଦାକୁ ଆସିଲା ସ୍କୁଲରେ ବ୍ୟାପକ ଅବ୍ୟବସ୍ଥା ଓ ଅନିୟମିତତା, କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ

ଦତ୍ତମହାପାତ୍ର ନିଯୋଗର ସଞ୍ଜୟ ଦତ୍ତମହାପାତ୍ର କହିଛନ୍ତି, ଗୁରୁବାର ବନକଲାଗି ପାଇଁ ଆମେ ପ୍ରସ୍ତୁତ ଥିଲୁ। ଏ ନେଇ ଶ୍ରୀମନ୍ଦିର କମାଣ୍ଡରଙ୍କୁ ସାକ୍ଷାତ୍‌‌ କରିଥିଲୁ। କିନ୍ତୁ ବୁଧବାର ବନକଲାଗି ହେବ ବୋଲି କହିଥିଲେ। ଠାକୁରଙ୍କ ସେବା ବନ୍ଦ ହେଉ ଆମେ ଚାହୁଁନାହୁଁ। ଅପରପକ୍ଷେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ବିବାଦ ଯୋଗୁ ଠାକୁରଙ୍କର ବନକଲାଗି ବିଳମ୍ବ ହୋଇଛି। ଏହାର ସମାଧାନ କରି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଉଦ୍ୟମ ଚାଲିଛି। ବିଭିନ୍ନ ସେବାୟତଙ୍କ ସହ ମଧ୍ୟ ଆଲୋଚନା କରାଯାଉଛି। ଶୁକ୍ରବାର ନୀତି ସବ୍‌‌ କମିଟି ବୈଠକ ବସି ଏହି ପ୍ରସଙ୍ଗ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯିବ। ସବ୍‌‌ କମିଟି ପ୍ରସ୍ତାବ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେମାନେ ତାଙ୍କ ପୂର୍ବ ଜିଦ୍‌‌ରେ ଅଟଳ ରହିଛନ୍ତି। କିନ୍ତୁ ପ୍ରଶାସନ ପକ୍ଷରୁ ଯାହା ନିର୍ଦ୍ଦେଶ ଦିଆଯାଇଛି ତାହାକୁ ପାଳନ କରିବା ସେମାନଙ୍କର କର୍ତ୍ତବ୍ୟ। ଏହା ମହାପ୍ରଭୁଙ୍କର ସେବା, ଯାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ। କୌଣସି ବ୍ୟକ୍ତିବିଶେଷ ଗୁରୁତ୍ୱପୂର୍ଣ୍ଣ ନୁହଁନ୍ତି। ବ୍ୟକ୍ତିବିଶେଷଙ୍କୁ ଗୁରୁତ୍ୱ ଦେବାର କୌଣସି ଆବଶ୍ୟକତା ନାହିଁ। ଯେତେବେଳେ ନୀତିରେ କୌଣସି ବିଭ୍ରାଟ ହେଉଛି ତାହାକୁ ଆମେ ଅତ୍ୟନ୍ତ ଗୁରୁତର ସହ ନେଉଛୁ। ଆବଶ୍ୟକ ପଡ଼ିଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର