କୃଷ୍ଣପ୍ରସାଦ ବ୍ଲକର ବିଭିନ୍ନ ସ୍କୁଲରେ ଡିଇଓଙ୍କ ଅଚାନକ ଚଢ଼ଉ! ପଦାକୁ ଆସିଲା ସ୍କୁଲରେ ବ୍ୟାପକ ଅବ୍ୟବସ୍ଥା ଓ ଅନିୟମିତତା, କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ

Suryakanta Picture
Published On

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଦୀପକ କୁମାର ପାଢ଼ୀ ଅଚାନକ ପରିଦର୍ଶନ କରିଛନ୍ତି। ଏହି ସରପ୍ରାଇଜ୍ ଭିଜିଟ୍ ସମୟରେ ବିଭିନ୍ନ ବିଦ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା ଓ ଅନିୟମିତତା ପଦାକୁ ଆସିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

ପାନୀୟ ଜଳ ଓ ଶୌଚାଳୟ ସମସ୍ୟା:

ବ୍ଲକର ଅନେକ ସ୍କୁଲରେ ପିଇବା ପାଣି ଏବଂ ଉପଯୁକ୍ତ ଶୌଚାଳୟ ସୁବିଧା ନଥିବା ଦେଖିବାକୁ ମିଳିଛି। ଗୁରୁବାଇ ଗାଁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶୌଚାଳୟ ଅପରିଷ୍କାର ରହିବା ସହ ପାଣିର ବ୍ୟବସ୍ଥା ନଥିବା ଦେଖି ଡିଇଓ ପ୍ରଧାନଶିକ୍ଷକଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

୧୫ ଦିନ ହେଲା ବିଦ୍ୟୁତ୍ ସେବା ବିଚ୍ଛିନ୍ନ:

ଜହ୍ନିକୁଦା ବିଦ୍ୟାଳୟରେ ଦୀର୍ଘ ୧୫ ଦିନ ହେଲା ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ଥିଲେ ମଧ୍ୟ ଏହାର ସମାଧାନ ପାଇଁ କାହାରି ଦୃଷ୍ଟି ନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

ଶିକ୍ଷକ ଉପସ୍ଥାନ ଓ ମଧ୍ୟାହ୍ନ ଭୋଜନରେ ଅନିୟମିତତା:

କେତେକ ବିଦ୍ୟାଳୟରେ ଶିକ୍ଷକମାନେ ନିର୍ଦ୍ଧାରିତ ସମୟରେ ସ୍କୁଲକୁ ଆସୁନଥିବା ଏବଂ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦେବାରେ ବିଳମ୍ବ ହେଉଥିବା ନେଇ ମଧ୍ୟ ସୂଚନା ମିଳିଛି।

କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ:

ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷା, ପାନୀୟ ଜଳ, ଶୌଚାଳୟ ଏବଂ ବିଦ୍ୟୁତ୍ ସେବା ଯୋଗାଇବାରେ ଅବହେଳା କଲେ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଳୟଗୁଡ଼ିକରେ ମୌଳିକ ସୁବିଧା ସୁନିଶ୍ଚିତ କରିବା ସହ ଶିକ୍ଷାଦାନ ବ୍ୟବସ୍ଥାରେ ଶୃଙ୍ଖଳା ଆଣିବା ଉପରେ ଡିଇଓ ଗୁରୁତ୍ୱାରୋପ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp