ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ୱର: ମିଳିଲା ଅଟୋ ଚାଳକଙ୍କ ମୃତଦେହ । ୩୬ ଘଣ୍ଟା ପରେ ମିଳିଲା ଅଟୋ ଚାଳକ ସଂଜୟ ସ୍ଵାଇଁ ଙ୍କ ମୃତଦେହ । ଲିଙ୍ଗିପୁର କୁଆଖାଇ ନଦୀରେ ଠାବ । ଆଜି ଉଦ୍ଧାର କଲେ ବାଲିଅନ୍ତା ଅଗ୍ନିଶମ ଏବଂ ଓଡ୍ରାଫ । ସୋମବାର ରାତ୍ରି ୧୦ ଟାରେ ଟଙ୍କପାଣି ବ୍ରିଜ ଉପରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁଥିଲେ ସଂଜୟ । ଦୁଇଦିନ ତଳେ ପୁତୁରା ଯେଉଁଠି ଜୀବନ ହାରିଥିଲେ, ସେହିଠାରୁ ହିଁ ଦାଦା ସଞ୍ଜୟଙ୍କ ମୃତଦେହ ମିଳିଛି । ମୃତକ ହେଲେ ଓଲ୍ଡ ଟାଉନ ହରଚଣ୍ଡୀ ସାହିର ସଞ୍ଜୟ ସ୍ବାଇଁ ।
ସୂଚନା ଅନୁସାରେ ସଞ୍ଜୟ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ପାରିବାରିକ କଳହ ହୋଇଥିଲା । ଏଥିରେ ମାନସିକ ଭାରସାମ୍ୟ ହରାଇ ସଞ୍ଜୟ ଏଭଳି ଚରମ ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଥିଲା । ଟଙ୍କପାଣି ବ୍ରିଜ୍ ଉପରେ ଅଟୋ ଛିଡ଼ା ହୋଇଥିବା ବେଳେ ତା’ ନିକଟରେ ଚପଲ ପଡ଼ିରହିଥିବା ଦେଖିବାକୁ ମିଳିଥିଲା । ବାଲିଅନ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଟୋଟିକୁ ଜବତ କରିଥିଲା । ଯାଞ୍ଚରୁ ଗାଡ଼ିଟି ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ନାମରେ ପଞ୍ଜୀକୃତ ଥିବା ଜଣାପଡ଼ିଥିଲା । ନଦୀରେ ଅଗ୍ନିଶମ ବାହିନୀ ବୋଟ୍ ସାହାଯ୍ୟରେ ବ୍ୟାପକ ଖୋଜାଖୋଜି ଜାରି ରଖିଥିଲେ ।






