କାଲିଠାରୁ ପୁଣି ୩ଦିନିଆ ରତ୍ନଭଣ୍ଡାର ଯାଞ୍ଚ, ଅପରାହ୍ନ ୨ରୁ ସନ୍ଧ୍ୟା ୬ଟା ଯାଏ ସର୍ଭେ କରିବ ଏଏସ୍ଆଇ
ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ଆଉ କୌଣସି ସୁଡ଼ଙ୍ଗ କିମ୍ବା ଗୁପ୍ତ କୋଠରୀ ରହିଛି କି? ରତ୍ନଭଣ୍ଡାର ମରାମତି ପୂର୍ବରୁ ଏହି ଚର୍ଚ୍ଚା ଉପରୁ ପରଦା ହଟାଇବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁରୋଧକ୍ରମେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଯାଞ୍ଚ କରୁଛି। ଗତ ୧୮ ତାରିଖରେ ପ୍ରାରମ୍ଭିକ ନିରୀକ୍ଷଣ ଓ ବୈଷୟିକ ଯାଞ୍ଚ କରାଯାଇଥିଲା। ବଳକା ଯାଞ୍ଚ ଶନିବାରଠାରୁ ଆରମ୍ଭ ହେବ। ତିନିଦିନ ଧରି ରତ୍ନଭଣ୍ଡାରର ଜିପିଆର୍ (ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର) ସର୍ଭେ […]
ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ଆଉ କୌଣସି ସୁଡ଼ଙ୍ଗ କିମ୍ବା ଗୁପ୍ତ କୋଠରୀ ରହିଛି କି? ରତ୍ନଭଣ୍ଡାର ମରାମତି ପୂର୍ବରୁ ଏହି ଚର୍ଚ୍ଚା ଉପରୁ ପରଦା ହଟାଇବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁରୋଧକ୍ରମେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଯାଞ୍ଚ କରୁଛି। ଗତ ୧୮ ତାରିଖରେ ପ୍ରାରମ୍ଭିକ ନିରୀକ୍ଷଣ ଓ ବୈଷୟିକ ଯାଞ୍ଚ କରାଯାଇଥିଲା। ବଳକା ଯାଞ୍ଚ ଶନିବାରଠାରୁ ଆରମ୍ଭ ହେବ। ତିନିଦିନ ଧରି ରତ୍ନଭଣ୍ଡାରର ଜିପିଆର୍ (ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର) ସର୍ଭେ କରିବ ଏଏସ୍ଆଇ।
ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁଯାୟୀ, ଶନିବାରଠାରୁ ତିନିଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ ଅନୁଷ୍ଠିତ ହେବ। ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ଯାଏ ଯାଞ୍ଚ ସମୟ ସ୍ଥିର ହୋଇଛି। ୨୪ ତାରିଖ ସୁଦ୍ଧା ରତ୍ନଭଣ୍ଡାରର ବାକିଥିବା ବୈଷୟିକ ସର୍ଭେ ଶେଷ କରିବାକୁ ଏଏସ୍ଆଇ ମହାନିର୍ଦ୍ଦେଶକଙ୍କୁ ପତ୍ର ଲେଖି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ଅନୁରୋଧ କରିବା ପରେ ଏଏସ୍ଆଇ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ତାରିଖ ସ୍ଥିର ହୋଇଛି।
ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା (ଏସ୍ଓପି) ଅନୁସାରେ ଏହି ଯାଞ୍ଚ କରାଯିବ। ଏହି ତିନିଦିନ ପାଇଁ ମହାପ୍ରଭୁଙ୍କ ନୀତିକାନ୍ତି ବା ସେବାପୂଜାରେ ବ୍ୟାଘାତ ନ କରି ନିରୀକ୍ଷଣ ପ୍ରକ୍ରିୟା ପାଇଁ ଆବଶ୍ୟକ ସମୟ ଦେବା ଲାଗି ବିଶେଷ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଏହି ଦିନ ପାଇଁ ହୋଇଥିବା ବିଶେଷ ନୀତି ନିର୍ଘଣ୍ଟ ଅନୁସାରେ ନିରୀକ୍ଷଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ମହାପ୍ରସାଦ କ୍ରୟ କରିବାକୁ ଇଚ୍ଛୁକ ଭକ୍ତ ସିଂହଦ୍ୱାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କ୍ରୟ କରି ଉତ୍ତର ଦ୍ୱାରରେ ପ୍ରସ୍ଥାନ କରିପାରିବେ।
ପୂର୍ବରୁ ବାହାର ଓ ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ଏବଂ ଖାଲି ଆଲମିରା ଓ ସିନ୍ଦୁକଗୁଡିକ ସ୍ଥାନାନ୍ତରିତ ହୋଇସାରିଛି। ଏହାପରେ ମନ୍ଦିର ପ୍ରଶାସନ ଏଏସ୍ଆଇକୁ ରତ୍ନଭଣ୍ଡାରର ସଂରକ୍ଷଣ ତଥା ମରାମତି କରିବାକୁ କହିଥିଲା। ତେବେ ମରାମତି ପୂର୍ବରୁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ସର୍ଭେ କରିବାକୁ ଅନୁରୋଧ କରାଯାଇଥିଲା। ଏହାଦ୍ୱାରା ଯେପରି ଶ୍ରୀମନ୍ଦିର ଉପରେ କୌଣସି ପ୍ରତିକୂଳ ପ୍ରଭାବ ନ ପଡିବ ସେଥିପ୍ରତି ଧ୍ୟାନ ଦେବାକୁ ଏଏସ୍ଆଇକୁ କୁହାଯାଇଥିବା ବେଳେ ଗତ ୧୮ ତାରିଖରେ ପ୍ରାରମ୍ଭିକ ସର୍ଭେ କାର୍ଯ୍ୟ କରାଯାଇଥିଲା।