ଏଏସ୍‌‌ଆଇର ଅବହେଳା : ଶ୍ରୀମନ୍ଦିରରୁ ଲିଭିଯାଉଛି ସୂକ୍ଷ୍ମ କାରୁକାର୍ଯ୍ୟ, ସାଦା ପଥର ଲଗାଇ ଚଳାଇ ଦିଆଯାଉଛି କାମ

The Sakala Picture
Published On

ପୁରୀ : ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌‌ଆଇ)ର ଅବହେଳା ଯୋଗୁ ଲିଭି ଯାଉଛି ଶ୍ରୀମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ। ମୁଖ୍ୟ ମନ୍ଦିର ବ୍ୟତୀତ ବଡ଼ଦେଉଳ ବେଢ଼ା ପରିସରରେ ଅନେକ ଦେବଦେବୀଙ୍କ ମନ୍ଦିର ରହିଛି। ପୁଣି ଶତାଧିକ ପାର୍ଶ୍ବ ଦେବଦେବୀ ବି ଅଛନ୍ତି। ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ଏହି ମୂର୍ତ୍ତି ମଧ୍ୟରୁ ଯଦି କୌଣସି ମୂର୍ତ୍ତି ଭାଙ୍ଗିପଡ଼ୁଛି କିମ୍ବା ଅନ୍ୟ କୌଣସି କାରଣ ପାଇଁ ନଷ୍ଟ ହୋଇଯାଇଛି, ତାହାର ପୁନଃସ୍ଥାପନ ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଉନାହିଁ। ଯଦି ବି ପୁନଃସ୍ଥାପନ […]

ପୁରୀ : ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌‌ଆଇ)ର ଅବହେଳା ଯୋଗୁ ଲିଭି ଯାଉଛି ଶ୍ରୀମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ। ମୁଖ୍ୟ ମନ୍ଦିର ବ୍ୟତୀତ ବଡ଼ଦେଉଳ ବେଢ଼ା ପରିସରରେ ଅନେକ ଦେବଦେବୀଙ୍କ ମନ୍ଦିର ରହିଛି। ପୁଣି ଶତାଧିକ ପାର୍ଶ୍ବ ଦେବଦେବୀ ବି ଅଛନ୍ତି। ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ଏହି ମୂର୍ତ୍ତି ମଧ୍ୟରୁ ଯଦି କୌଣସି ମୂର୍ତ୍ତି ଭାଙ୍ଗିପଡ଼ୁଛି କିମ୍ବା ଅନ୍ୟ କୌଣସି କାରଣ ପାଇଁ ନଷ୍ଟ ହୋଇଯାଇଛି, ତାହାର ପୁନଃସ୍ଥାପନ ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଉନାହିଁ। ଯଦି ବି ପୁନଃସ୍ଥାପନ କରାଯାଉଛି, ପୂର୍ବପରି ସେହି ସୂକ୍ଷ୍ମ କାରୁକାର୍ଯ୍ୟ ରହୁନାହିଁ। ଏଏସ୍‌‌ଆଇ ଏଭଳି ଅବହେଳାକୁ ନେଇ ଅନେକ ସମୟରେ ଅସନ୍ତୋଷ ପ୍ରକାଶ ପାଉଛି। କିନ୍ତୁ ଏ ଦିଗରେ ସଚେତନ ହେଉନି ଏଏସ୍‌‌ଆଇ। ଆଉ ଏକ ଅବହେଳାର ଉଦାହରଣ ହେଉଛି, ଦୀର୍ଘ ୧୩ବର୍ଷ ହେବ ଶ୍ରୀହୀନ ପଡ଼ିଛି ସିଂହଦ୍ୱାର। ଲାଗିପାରୁନାହିଁ ଦଶାବତାର ମୂର୍ତ୍ତି।

ଆହୁରି ପଢ଼ନ୍ତୁ: ସମୁଦ୍ରରୁ ଭାସି ଆସି ଅସ୍ତରଙ୍ଗ ବେଳାଭୂମିରେ ଲାଗିଲା ବିଶାଳ ସାମୁଦ୍ରିକ ବୁଏ...

ଶ୍ରୀମନ୍ଦିରର ପ୍ରତିଟି ଜାଗାରେ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ କୀର୍ତ୍ତିରାଜି ରହିଛି। ଗୁମୁଟ ହେଉ କି ମେଘନାଦ ପାଚେରି; ଏସବୁର କଳା, ସ୍ଥାପତ୍ୟ ଦର୍ଶନାର୍ଥୀଙ୍କୁ ବେଶ୍‌‌ ଆକର୍ଷିତ କରିଥାଏ। ହେଲେ ଧୀରେ ଧୀରେ କୀର୍ତ୍ତିରାଜିଗୁଡ଼ିକ ନଷ୍ଟ ହେଉଥିଲେ ମଧ୍ୟ ଏହାର ଉପଯୁକ୍ତ ସଂରକ୍ଷଣ କରାଯାଉନାହିଁ। ଠିକଣା ସମୟରେ ମରାମତି କିମ୍ବା ପୁନଃସ୍ଥାପନ ହେଲେ କାରୁକାର୍ଯ୍ୟପୂର୍ଣ୍ଣ କୀର୍ତ୍ତିରାଜିର ସୁରକ୍ଷା ଏବଂ ସଂରକ୍ଷଣ ହୋଇପାରନ୍ତା। ମାତ୍ର ଦାୟିତ୍ୱରେ ଥିବା ଏଏସ୍‌‌ଆଇ ଏଥିପ୍ରତି ଗୁରୁତ୍ୱ ଦେଉନାହିଁ।

ଆହୁରି ପଢ଼ନ୍ତୁ: ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଲଞ୍ଚ, ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ ସୁରକ୍ଷିତ ଉଦ୍ଧାର

ଦ୍ୱାଦଶ ଶତାବ୍ଦୀର ଶ୍ରୀମନ୍ଦିରର କୌଣସି ମରାମତି କିମ୍ବା ପୁନଃସ୍ଥାପନ ଆବଶ୍ୟକ, ସେ ସମ୍ପର୍କରେ ମନ୍ଦିର ପ୍ରଶାସନ ସହ ଆଲୋଚନା କରି ଏଏସ୍‌‌ଆଇ ଏହା କରିବା କଥା। ୧୯୭୪ ମସିହାରୁ ଏଏସ୍‌‌ଆଇ ବଡ଼ଦେଉଳର ସଂରକ୍ଷଣ ଦାୟିତ୍ୱ ନେଇଛି। କିନ୍ତୁ ଅନେକ ସମୟରେ ଏଏସ୍‌‌ଆଇ ତା’ କାମରେ ଅବହେଳା କରୁଥିବା ଅଭିଯୋଗ ହେଉଛି। ତୁରନ୍ତ ମରାମତି ଆବଶ୍ୟକ ଥିବା କେତେକ କାମକୁ ଗୁରୁତ୍ୱ ଦିଆଯାଉନାହିଁ। ଫଳରେ ଏକାଧିକ ସୂକ୍ଷ୍ମ କାରୁକାର୍ଯ୍ୟ ନଷ୍ଟ ହେଉଛି ନଚେତ୍‌‌ ସମ୍ପୂର୍ଣ୍ଣ ଭାବେ ଲିଭିଯାଉଛି।

ଆହୁରି ପଢ଼ନ୍ତୁ: ମାନସିଂହ ସାହିତ୍ୟ ସଂସଦର 67 ତମ କବିତା ଆସର

ଏଥିମଧ୍ୟରୁ ସିଂହଦ୍ୱାର ଦଶାବତାର ମୂର୍ତ୍ତି ଅନ୍ୟତମ। ସଂରକ୍ଷଣ ଆଳରେ ୨୦୧୨ରେ ଦଶାବତାର ମୂର୍ତ୍ତି ସିଂହଦ୍ୱାର ଗୁମୁଟରୁ ହଟାଇ ଦେଇଥିଲା ଏଏସ୍‌‌ଆଇ। ଯାହା ଶ୍ରୀମନ୍ଦିରର ‘ଶ୍ରୀ’କୁ ନଷ୍ଟ କରିବା ସହ ଭକ୍ତଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଥିଲା। ସେ ସମୟରେ ଦଶାବତାର ମୂର୍ତ୍ତି ହଟାଯିବାକୁ ନେଇ ତୀବ୍ର ବିବାଦ, ଆନ୍ଦୋଳନ ମୁଣ୍ଡ ଟେକିଥିଲା। ପୁନର୍ବାର ପୂର୍ବ ସ୍ଥାନରେ ଦଶାବତାର ମୂର୍ତ୍ତି ଲଗାଇବା ପାଇଁ ଭକ୍ତ ଓ ବିଭିନ୍ନ ସଙ୍ଗଠନ ଦାବି କରିଥିଲେ। ଶେଷରେ ଶ୍ରୀମନ୍ଦିର ପ୍ରଶାସନ ଏଠାରେ ଦଶାବତାର ମୂର୍ତ୍ତି ଲଗାଇବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ନବମ ଅବତାରରେ କିଏ ରହିବେ, ତାହାକୁ ନେଇ ବାଦବିବାଦ ଛିଡ଼ା ହେବାରୁ ଏ ପର୍ଯ୍ୟନ୍ତ ସିଂହଦ୍ୱାର ଗୁମୁଟରେ ଦଶାବତାର ମୂର୍ତ୍ତି ଲାଗିପାରି ନାହିଁ। ସେହି ସ୍ଥାନରେ ସାଦାପଥର ଖଞ୍ଜି ଦିଆଯାଇଛି।

ଏହିଭଳି ଅନେକ ଉଦାହରଣ ରହିଛି। ମେଘନାଦ ପାଚେରିଠାରୁ ଆରମ୍ଭ କରି ବିଭିନ୍ନ ଦେବଦେବୀଙ୍କ ମନ୍ଦିରର କୌଣସି ସୂକ୍ଷ୍ମ କାରୁକାର୍ଯ୍ୟ ପଥର ବଦଳାଗଲେ ସେଠାରେ କେବଳ ସାଦା ପଥର ବସାଯାଉଛି। ସେହିଭଳି କାରୁକାର୍ଯ୍ୟ କରାଯାଉନାହିଁ। ଏହାକୁ ନେଇ ବିଭିନ୍ନ ସମୟରେ ଭକ୍ତ ଏବଂ ସେବାୟତଙ୍କ ମହଲରେ ଉଦ୍‌‌ବେଗ ପ୍ରକାଶ ପାଇଛି। କିନ୍ତୁ ଏହାକୁ ଶୁଣିବାକୁ ନାରାଜ ଏଏସ୍‌‌ଆଇ। ଫଳସ୍ୱରୂପ ଶ୍ରୀମନ୍ଦିରରୁ ଅନେକ ସୂକ୍ଷ୍ମ କାରୁକାର୍ଯ୍ୟ ଲିଭି ଲିଭି ଯାଉଛି।

14 Apr 2024 By The Sakala

ଏଏସ୍‌‌ଆଇର ଅବହେଳା : ଶ୍ରୀମନ୍ଦିରରୁ ଲିଭିଯାଉଛି ସୂକ୍ଷ୍ମ କାରୁକାର୍ଯ୍ୟ, ସାଦା ପଥର ଲଗାଇ ଚଳାଇ ଦିଆଯାଉଛି କାମ

ପୁରୀ : ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌‌ଆଇ)ର ଅବହେଳା ଯୋଗୁ ଲିଭି ଯାଉଛି ଶ୍ରୀମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ। ମୁଖ୍ୟ ମନ୍ଦିର ବ୍ୟତୀତ ବଡ଼ଦେଉଳ ବେଢ଼ା ପରିସରରେ ଅନେକ ଦେବଦେବୀଙ୍କ ମନ୍ଦିର ରହିଛି। ପୁଣି ଶତାଧିକ ପାର୍ଶ୍ବ ଦେବଦେବୀ ବି ଅଛନ୍ତି। ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ଏହି ମୂର୍ତ୍ତି ମଧ୍ୟରୁ ଯଦି କୌଣସି ମୂର୍ତ୍ତି ଭାଙ୍ଗିପଡ଼ୁଛି କିମ୍ବା ଅନ୍ୟ କୌଣସି କାରଣ ପାଇଁ ନଷ୍ଟ ହୋଇଯାଇଛି, ତାହାର ପୁନଃସ୍ଥାପନ ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଉନାହିଁ। ଯଦି ବି ପୁନଃସ୍ଥାପନ କରାଯାଉଛି, ପୂର୍ବପରି ସେହି ସୂକ୍ଷ୍ମ କାରୁକାର୍ଯ୍ୟ ରହୁନାହିଁ। ଏଏସ୍‌‌ଆଇ ଏଭଳି ଅବହେଳାକୁ ନେଇ ଅନେକ ସମୟରେ ଅସନ୍ତୋଷ ପ୍ରକାଶ ପାଉଛି। କିନ୍ତୁ ଏ ଦିଗରେ ସଚେତନ ହେଉନି ଏଏସ୍‌‌ଆଇ। ଆଉ ଏକ ଅବହେଳାର ଉଦାହରଣ ହେଉଛି, ଦୀର୍ଘ ୧୩ବର୍ଷ ହେବ ଶ୍ରୀହୀନ ପଡ଼ିଛି ସିଂହଦ୍ୱାର। ଲାଗିପାରୁନାହିଁ ଦଶାବତାର ମୂର୍ତ୍ତି।

ଶ୍ରୀମନ୍ଦିରର ପ୍ରତିଟି ଜାଗାରେ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ କୀର୍ତ୍ତିରାଜି ରହିଛି। ଗୁମୁଟ ହେଉ କି ମେଘନାଦ ପାଚେରି; ଏସବୁର କଳା, ସ୍ଥାପତ୍ୟ ଦର୍ଶନାର୍ଥୀଙ୍କୁ ବେଶ୍‌‌ ଆକର୍ଷିତ କରିଥାଏ। ହେଲେ ଧୀରେ ଧୀରେ କୀର୍ତ୍ତିରାଜିଗୁଡ଼ିକ ନଷ୍ଟ ହେଉଥିଲେ ମଧ୍ୟ ଏହାର ଉପଯୁକ୍ତ ସଂରକ୍ଷଣ କରାଯାଉନାହିଁ। ଠିକଣା ସମୟରେ ମରାମତି କିମ୍ବା ପୁନଃସ୍ଥାପନ ହେଲେ କାରୁକାର୍ଯ୍ୟପୂର୍ଣ୍ଣ କୀର୍ତ୍ତିରାଜିର ସୁରକ୍ଷା ଏବଂ ସଂରକ୍ଷଣ ହୋଇପାରନ୍ତା। ମାତ୍ର ଦାୟିତ୍ୱରେ ଥିବା ଏଏସ୍‌‌ଆଇ ଏଥିପ୍ରତି ଗୁରୁତ୍ୱ ଦେଉନାହିଁ।

ଦ୍ୱାଦଶ ଶତାବ୍ଦୀର ଶ୍ରୀମନ୍ଦିରର କୌଣସି ମରାମତି କିମ୍ବା ପୁନଃସ୍ଥାପନ ଆବଶ୍ୟକ, ସେ ସମ୍ପର୍କରେ ମନ୍ଦିର ପ୍ରଶାସନ ସହ ଆଲୋଚନା କରି ଏଏସ୍‌‌ଆଇ ଏହା କରିବା କଥା। ୧୯୭୪ ମସିହାରୁ ଏଏସ୍‌‌ଆଇ ବଡ଼ଦେଉଳର ସଂରକ୍ଷଣ ଦାୟିତ୍ୱ ନେଇଛି। କିନ୍ତୁ ଅନେକ ସମୟରେ ଏଏସ୍‌‌ଆଇ ତା’ କାମରେ ଅବହେଳା କରୁଥିବା ଅଭିଯୋଗ ହେଉଛି। ତୁରନ୍ତ ମରାମତି ଆବଶ୍ୟକ ଥିବା କେତେକ କାମକୁ ଗୁରୁତ୍ୱ ଦିଆଯାଉନାହିଁ। ଫଳରେ ଏକାଧିକ ସୂକ୍ଷ୍ମ କାରୁକାର୍ଯ୍ୟ ନଷ୍ଟ ହେଉଛି ନଚେତ୍‌‌ ସମ୍ପୂର୍ଣ୍ଣ ଭାବେ ଲିଭିଯାଉଛି।

ଏଥିମଧ୍ୟରୁ ସିଂହଦ୍ୱାର ଦଶାବତାର ମୂର୍ତ୍ତି ଅନ୍ୟତମ। ସଂରକ୍ଷଣ ଆଳରେ ୨୦୧୨ରେ ଦଶାବତାର ମୂର୍ତ୍ତି ସିଂହଦ୍ୱାର ଗୁମୁଟରୁ ହଟାଇ ଦେଇଥିଲା ଏଏସ୍‌‌ଆଇ। ଯାହା ଶ୍ରୀମନ୍ଦିରର ‘ଶ୍ରୀ’କୁ ନଷ୍ଟ କରିବା ସହ ଭକ୍ତଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଥିଲା। ସେ ସମୟରେ ଦଶାବତାର ମୂର୍ତ୍ତି ହଟାଯିବାକୁ ନେଇ ତୀବ୍ର ବିବାଦ, ଆନ୍ଦୋଳନ ମୁଣ୍ଡ ଟେକିଥିଲା। ପୁନର୍ବାର ପୂର୍ବ ସ୍ଥାନରେ ଦଶାବତାର ମୂର୍ତ୍ତି ଲଗାଇବା ପାଇଁ ଭକ୍ତ ଓ ବିଭିନ୍ନ ସଙ୍ଗଠନ ଦାବି କରିଥିଲେ। ଶେଷରେ ଶ୍ରୀମନ୍ଦିର ପ୍ରଶାସନ ଏଠାରେ ଦଶାବତାର ମୂର୍ତ୍ତି ଲଗାଇବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ନବମ ଅବତାରରେ କିଏ ରହିବେ, ତାହାକୁ ନେଇ ବାଦବିବାଦ ଛିଡ଼ା ହେବାରୁ ଏ ପର୍ଯ୍ୟନ୍ତ ସିଂହଦ୍ୱାର ଗୁମୁଟରେ ଦଶାବତାର ମୂର୍ତ୍ତି ଲାଗିପାରି ନାହିଁ। ସେହି ସ୍ଥାନରେ ସାଦାପଥର ଖଞ୍ଜି ଦିଆଯାଇଛି।

ଏହିଭଳି ଅନେକ ଉଦାହରଣ ରହିଛି। ମେଘନାଦ ପାଚେରିଠାରୁ ଆରମ୍ଭ କରି ବିଭିନ୍ନ ଦେବଦେବୀଙ୍କ ମନ୍ଦିରର କୌଣସି ସୂକ୍ଷ୍ମ କାରୁକାର୍ଯ୍ୟ ପଥର ବଦଳାଗଲେ ସେଠାରେ କେବଳ ସାଦା ପଥର ବସାଯାଉଛି। ସେହିଭଳି କାରୁକାର୍ଯ୍ୟ କରାଯାଉନାହିଁ। ଏହାକୁ ନେଇ ବିଭିନ୍ନ ସମୟରେ ଭକ୍ତ ଏବଂ ସେବାୟତଙ୍କ ମହଲରେ ଉଦ୍‌‌ବେଗ ପ୍ରକାଶ ପାଇଛି। କିନ୍ତୁ ଏହାକୁ ଶୁଣିବାକୁ ନାରାଜ ଏଏସ୍‌‌ଆଇ। ଫଳସ୍ୱରୂପ ଶ୍ରୀମନ୍ଦିରରୁ ଅନେକ ସୂକ୍ଷ୍ମ କାରୁକାର୍ଯ୍ୟ ଲିଭି ଲିଭି ଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର